ଛାଡ଼ଖାଇ ତତ୍ତ୍ୱ
ବରଷକ ବାର ମାସ ଅଟଇ
ସେଇ ମାସ ଭିତରେ କାର୍ତ୍ତିକ
ଧର୍ମ ମାସଟି ପୁରାଣରେ ବୋଲାଇ ।
ଏହି ମାସର ମାହାତ୍ମ୍ୟ ଅତି ପବିତ୍ର
ହାବିଷ୍ୟାଳିମାନେ ଅତି ନିଷ୍ଠାରେ
ପାଳିଥାଆନ୍ତି ଏହି କାର୍ତ୍ତିକ ବ୍ରତ ।
ପିଆଜ ରସୁଣ ଆମିଷ ମାନ
ଏହି ମାସ ସାରା ଛାଡି ଥାଆନ୍ତି
କରି ସବୁ ସାତ୍ଵିକ ଖାଦ୍ୟ ଭକ୍ଷଣ ।
ଅତି ପବିତ୍ର ମାସ ଏହି କାର୍ତ୍ତିକ
ଅନେକ ତଥ୍ୟ ମାନ ଇପିବଦ୍ଧ ଅଛି
ଏହାର କାରଣମାନ ରହିଛି ଅନେକ ।
ହବିଷ୍ୟାଳି ମାନେ କାର୍ତ୍ତିକ ମାସରେ
ଅନେକ ଖାଦ୍ୟ ତ୍ୟାଗ କରିଥାଆନ୍ତ
ଖାଆନ୍ତି ପୂର୍ଣ୍ଣମୀ ବାସୀ ଛାଡ଼ଖାଇରେ
ଆମ ମାନସିକତା ଲାଗେ ବଡ଼ ଆଚମ୍ବିତ
ମାସ ସାରା ଆମିଷ ଛାଡ଼ିଥାଆନ୍ତି ବୋଲି
ଛାଡ଼ଖାଇରେ ଭାଙ୍ଗନ୍ତି ଯେ ବ୍ରତ ।
ଧର୍ମ ମାସରେ ଅତି ନିଷ୍ଠା କାଷ୍ଠାରେ
ନିରୀହ ପଶୁପକ୍ଷୀଙ୍କୁ ହାଣି ମାରି
ଖାଇବେ ତୃପ୍ତି ଭରି ଛାଡ଼ଖାଇରେ ।
ମାସ ସାରା ତିଳକ କାଟି ମଥାରେ
ପ୍ରତ୍ୟଷରୁ ଉଠି ବୁଡ଼ ପକାଇ
ଦେଖାଣିଆ ହୋଇ ପ୍ରଭୁଙ୍କୁ ପୂଜା ଆଳରେ ।
ବରଷକେ ଥରେ ଗୋଟିଏ ମାସରେ
ଧର୍ମର ଦ୍ୱାହି ଦେଇ ରଖି ଲାଗିପଡନ୍ତି
ପୁଣ୍ୟ ଅର୍ଜନ କରିବା ବାହାନାରେ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।