*Lets talk with young and dynamic poetess Priyadarshani Mahapatra ,hails from Bhanjabhumi Ganjam for SLF Literary Youth Icon Award contest-. 2022*
ନାମ – ପ୍ରିୟଦର୍ଶନୀ ମହାପାତ୍ର
ପିତାଙ୍କ ନାମ– ଶ୍ରୀଯୁକ୍ତ ସୁଶାନ୍ତ ମହାପାତ୍ର
ମାତାଙ୍କ ନାମ- ଶ୍ରୀମତୀ ସନ୍ତୋଷିନୀ ମହାପାତ୍ର
ଜନ୍ମ ତାରିଖ– ୨୩.୧୦.୨୦୦୪
ଘର ଠିକଣା- ଗ୍ରାମ – ବାରଦଣ୍ଡା, ପୋଷ୍ଟ – ତାରସିଂ, ଜଗନ୍ନାଥ ପ୍ରସାଦ ମଣ୍ଡଳ, ଜିଲ୍ଲା – ଗଞ୍ଜାମ, ପିନ୍ – ୭୬୧୧୩୧
ଶିକ୍ଷାଗତ ଯୋଗ୍ୟତା– +୩, ୧ମ ବର୍ଷରେ ଅଧ୍ୟୟନରତ
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା/Facebook-https://www.facebook.com/profile.php?id=100072603712330
ହେ ପ୍ରିୟ ଯୁବ ପ୍ରତିଭା ପ୍ରିୟଦର୍ଶନୀ ମହାପାତ୍ର!
ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ: ପିଲାଦିନରୁ ମୋର ସାହିତ୍ୟ ଓ ସଙ୍ଗୀତ ପ୍ରତି ଅସୀମ ଆଗ୍ରହ । ଆଈଙ୍କ ସହ ଅନ୍ତାକ୍ଷରୀ ଖେଳିବା ସମୟରେ ଅନ୍ତ ଅକ୍ଷରରେ ଯଦି ମୋର ଗୀତ ମନେ ନ ପଡ଼େ, ମୁଁ ନିଜେ ଦୁଇ ଧାଡ଼ି ମନରୁ ଭାବି ଗାଇଦିଏ । ଏସବୁ ଦେଖି ମୋ ମାମା ମଜାରେ କୁହନ୍ତି ତୁ କବି ହୋଇଯିବୁ ମ । କିନ୍ତୁ ସେ ମଜାରୁ ପ୍ରେରଣା ପାଇ ମୁଁ ତାକୁ ଗମ୍ଭୀର ଭାବେ ନେଇଥିଲି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ମୋର ଶ୍ରେଣୀ ଶିକ୍ଷୟିତ୍ରୀ ଥରେ କହିଲେ, ‘ଗଛ’ ବିଷୟରେ ଏକ କବିତା ଲେଖିବା ପାଇଁ । ସେ ଦିନଠାରୁ ଆରମ୍ଭ ହେଲା ମୋର କାବ୍ୟିକ ଯାତ୍ରା ଯାହା ଅଦ୍ୟାବଧି ଜାରି ରହିଛି ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ: ସାହିତ୍ୟ ମୋ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ । ସାହିତ୍ୟରୁ ମୁଁ ଲାଭ କରି ପାରେ ଅନେକ ସାମାଜିକ ଶିକ୍ଷା । ଏଣୁ ସାହିତ୍ୟ ସାଧନାରେ ବ୍ରତୀ ହେବା ଦ୍ବାରା ପାଠ ପଢ଼ା ଓ ସାମାଜିକ ଜୀବନ ମୋ ପାଇଁ ଅଧିକ ସହଜ ହୋଇଯାଏ । ଅତଏବ ମୁଁ ଅନାୟାସରେ ମୋ ଲେଖା ତଥା ସାହିତ୍ୟ ସାଧନା ସହ ମୋ ପାଠପଢ଼ା ଓ ସାମାଜିକ ଜୀବନ ମଧ୍ୟରେ ସର୍ବସମତା ରଖି ଅଗ୍ରସର ହୁଏ ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ: ଏହି ସାହିତ୍ୟ ଜଗତରେ ମୋର ପରିଚିତ ହୋଇଥିବା ଶ୍ରୀମାନ ରାଇରଞ୍ଜନ ନନ୍ଦ ସାର୍ ଏବଂ ସୁପ୍ରଜିତ୍ ସାହୁ ଭାଇ ସର୍ବଦା ମୋର ପଥ ପ୍ରଦର୍ଶନ କରନ୍ତି । ମୋର ଭୁଲ୍ ତ୍ରୁଟି କୁ ଜଣାଇ ମୋତେ ପରିମାର୍ଜିତ କରିବାରେ ସେମାନଙ୍କ ଭୂମିକା ଅନନ୍ୟ । ତାଙ୍କ ଠାରୁ ମୁଁ ଶବ୍ଦର ଗଭୀରତମ ପ୍ରଦେଶକୁ ଯାଇ ସାହିତ୍ୟ ରଚନା କରିବାର ପ୍ରେରଣା ପାଏ । ତାଙ୍କ ଠାରୁ ଆଶୀର୍ବାଦିତ ହୋଇ ମୋର ଅନେକ ଉନ୍ନତି ସାଧିତ ହୋଇଛି ଏବଂ ହେଉଛି । ତତ୍ ସହିତ ମୁଁ ମୋର ମାର୍ଗଦର୍ଶକ ଶ୍ରୀଯୁକ୍ତ ତପନ କୁମାର ସାହୁ ସାର୍ ଙ୍କ ଠାରୁ ମଧ୍ୟ ଅଜସ୍ର ପ୍ରେରଣା ପାଇ ଆସୁଛି । ଏଣୁ ସମସ୍ତଙ୍କ ନିକଟରେ ମୁଁ ଚିର କୃତଜ୍ଞ ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ: ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ବିଷୟବସ୍ତୁକୁ ସୁନିଶ୍ଚିତ କରେ । ଏହା ସହ ଶବ୍ଦ ସଂଯୋଜନା, ଯତିପାତ, ବ୍ୟାକରଣଗତ ଶୁଦ୍ଧତା, ଶବ୍ଦସମୂହର ଯଥାର୍ଥ ପ୍ରୟୋଗ, ଲେଖିବାର ଉଦ୍ଦେଶ୍ୟ ଆଦିକୁ ଧ୍ୟାନ ଦିଏ । ଲେଖି ସାରିବା ପରେ ମୁଁ ଇଚ୍ଛା ରଖେ ଯେ ମୋର ଲେଖା ଦ୍ଵାରା ଯେପରି ପାଠକମାନେ ଅନୁପ୍ରାଣିତ ହେବେ ଏବଂ କିଛି ନୈତିକ ଶିକ୍ଷା ପାଇବେ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ: ସାହିତ୍ୟ ଜଗତର ବରେଣ୍ୟ ଓ ସମ୍ମାନୀୟ ସ୍ରଷ୍ଟା ମାନଙ୍କ ସହ ପରିଚୟ ଓ ଆଲୋଚନା ହିଁ ମୋର ବଡ଼ ଅନୁଭୂତି ଓ ପରମ ସୌଭାଗ୍ୟ ମଧ୍ଯ । ସେହି ପରମପୂଜ୍ୟ ମାନଙ୍କ ଠାରୁ ଆଶୀର୍ବାଦିତ ହୋଇ ଅନେକ କିଛି ଶିକ୍ଷା ଲାଭ କରି ପାରିଛି ଏବଂ କରି ଚାଲିଥିବି ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ: ମୋ ମତରେ ଏହା ସମ୍ପୂର୍ଣ୍ଣ ଠିକ୍ । ସାହିତ୍ୟ ସର୍ଜନାରେ ବୟସ ଆଦୌ ଏକ ବାଧକ ନୁହେଁ । ସାହିତ୍ୟ ମନସ୍କ ହେବା ତଥା ପୁସ୍ତକ ପଠନ ଓ ଅନ୍ୟ ମାନଙ୍କ ଲେଖା ପଢ଼ିବା ଦ୍ଵାରା ଯେକୌଣସି ବୟସର ବ୍ୟକ୍ତିଙ୍କ ମଧ୍ୟରେ କାବ୍ୟ ପ୍ରତିଭା ଜାଗ୍ରତ ହୋଇପାରେ ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ: ମୋର ପ୍ରିୟ କବି ହେଉଛନ୍ତି ପ୍ରକୃତି କବି ସ୍ବର୍ଗତ ଗଙ୍ଗାଧର ମେହେର । ସେ ନିଜର ଇହଲୀଳା ସମ୍ବରଣ କରି ସାରିଛନ୍ତି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ: ମୋର ପ୍ରିୟ କବି: ସ୍ଵଭାବ କବି ଗଙ୍ଗାଧର ମେହେର
ତାଙ୍କ ରଚିତ ପୁସ୍ତକ ସମୂହ: ‘ତପସ୍ଵିନୀ’, ‘ଇନ୍ଦୁମତୀ’, ‘ପ୍ରଣୟ ବଲ୍ଲରୀ’, ‘କୀଚକ ବଧ’, ‘ରାସ-ରତ୍ନାକର’, ‘ଅଯୋଧ୍ୟା ଦୃଶ୍ୟ’ ଇତ୍ୟାଦି । ‘ତପସ୍ଵିନୀ’ କାବ୍ୟକୁ ପ୍ରକୃତି କବି ଙ୍କର ଶ୍ରେଷ୍ଠ କୃତି ଭାବେ ଅଭିହିତ କରାଯାଏ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଓ ୧୯୧୪ ମସିହାରେ ଏହା ପ୍ରକାଶିତ ହୋଇଥିଲା । ଏହି କାବ୍ୟ ଏଗାରଟି ସର୍ଗରେ ସମୃଦ୍ଧ । ଏହି ଗ୍ରନ୍ଥରେ କବି ସୀତାଙ୍କର ଜୀବନାଦର୍ଶର ମାର୍ମିକ ବର୍ଣ୍ଣନା କରିଛନ୍ତି ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ: ମୋର ପରିବାରବର୍ଗ ଲେଖାଲେଖିକୁ ପ୍ରଚୁର ମାତ୍ରାରେ ପ୍ରୋତ୍ସାହିତ କରନ୍ତି । ସେମାନେ ମୋତେ ଆଧ୍ୟାତ୍ମିକବାଦୀ ତଥା ଶିକ୍ଷଣୀୟ ବିଷୟକ ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରିତ କରନ୍ତି । ତତ୍ ସହିତ ମୋର ବନ୍ଧୁମାନେ ମଧ୍ୟ ମୋତେ ପ୍ରେରଣା ଯୋଗାନ୍ତି ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ: ମୋ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର ହୋଇଥାଏ ଅଶାନ୍ତ ପରିବେଶ । ଅନେକ ସମୟରେ ମୁଁ ଏହି ଅସୁବିଧାର ସମ୍ମୁଖୀନ ହୁଏ । ଏହା ଦ୍ବାରା ମନରେ ଉଙ୍କି ମାରୁଥିବା ଭାବନା ସବୁକୁ ଶବ୍ଦ ମାଧ୍ୟମରେ କାଗଜ କଲମରେ ଉତାରିବାରେ ବ୍ୟାଘାତ ସୃଷ୍ଟି ହୁଏ ତଥା ମନ ଅସ୍ଥିର ହୋଇ ଉଠେ ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ: ମୁଁ ଅଧିକାଂଶ କବିତା ବିଭାଗରେ ଲେଖାଲେଖି କରେ । ବିଭିନ୍ନ ଛନ୍ଦ ମାଧ୍ୟମରେ ମୋର କଳ୍ପନାକୁ ରୂପ ଦେବାକୁ ପ୍ରୟାସ କରେ । ଛନ୍ଦବିହୀନ କବିତା ମଧ୍ଯ ଲେଖେ । ପ୍ରକୃତି ବର୍ଣ୍ଣନା, ଆଧ୍ୟାତ୍ମିକବାଦ, ସାମାଜିକ ଶିକ୍ଷାମୂଳକ ପ୍ରେରଣାଦାୟୀ ରଚନା କରିବାରେ ମୋତେ ଆନନ୍ଦ ମିଳେ ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ: ଭବିଷ୍ୟତରେ ମୋର ସଙ୍କଳନ ପ୍ରକାଶିତ ହେଲେ ସେଥିରେ ମୁଁ ନିଜ ଲେଖା ମାଧ୍ୟମରେ ସାମ୍ପ୍ରତିକ ସମାଜର କଥା, ବ୍ୟଥା ଓ କୁପ୍ରଥା କୁ ଲୋକଲୋଚନକୁ ଆଣି ସମାଜ ସୁଧାର କାର୍ଯ୍ୟ କରିବି ବୋଲି ମନସ୍ଥ କରିଛି । ଏହା ପାଠକମାନଙ୍କ ମନରେ ସଚେତନତା ଭାବ ଉଦ୍ରେକ କରିବାରେ ସକ୍ଷମ ହୋଇ ପାରିଲେ ମୋର ଶ୍ରମ ସାର୍ଥକ ହେବ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ: ନିମ୍ନଲିଖିତ କଥା ସବୁ ମୋତେ ବିଶେଷ ପ୍ରଭାବିତ କରିଛି ।
କ) ବଣମଲ୍ଲୀ ପରି ବଣରେ ଫୁଟି ଝରି ପଡ଼ୁଥିବା ପ୍ରତିଭାବାନ କବି ତଥା ଲେଖକ ମାନଙ୍କୁ ଏକ ମଞ୍ଚ ପ୍ରଦାନ ।
ଖ) ପ୍ରତିଭା ମାନଙ୍କୁ ବିଶ୍ଵଦରବାରରେ ପରିଚିତ କରାଇବାର ପ୍ରଚେଷ୍ଟା ।
ଗ) ଉପଯୁକ୍ତ ମାର୍ଗଦର୍ଶନ ଓ ଉନ୍ନତି ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ପ୍ରଦାନ ।
ଘ) ସାହିତ୍ୟ କୁ ସମୃଦ୍ଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ: ଆଜ୍ଞା, ମୁଁ ଜ୍ଞାତ ଅଛି । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଯାହା ନବ ପ୍ରତିଭା ମାନଙ୍କୁ ବିଶ୍ଵ ଦରବାରରେ ପରିଚିତ କରାଇବାର ମହତ୍ କାର୍ଯ୍ୟ କରୁଛି । ତେଣୁ ଅନୁଷ୍ଠାନକୁ ଆନ୍ତରିକ ଧନ୍ୟବାଦ୍ ଜଣାଇବା ସହିତ ଏହାର ସର୍ବାଙ୍ଗୀନ ଉନ୍ନତି କାମନା କରୁଛି ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ: ମୋର କୌଣସି ଅଭିଯୋଗ ନାହିଁ । ଏହି ଅନୁଷ୍ଠାନ ଦକ୍ଷ ତଥା ବରିଷ୍ଠ ପରାମର୍ଶଦାତାଙ୍କ ଦ୍ଵାରା ପରିଚାଳିତ ଏଣୁ ପରାମର୍ଶର ପ୍ରୟୋଜନ ନାହିଁ । ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅଜସ୍ର ସାଧୁବାଦ୍ ଜଣାଉଛି ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ:
“ସମାଜକୁ ନୂଆ ଦିଗ ଦେଖାଏ,
ଶାନ୍ତି ଓ ମୈତ୍ରୀର ବାଟ ବତାଏ ।
ସଚେତନ କରେ ନାଗରିକଙ୍କୁ,
ଭ୍ରାତୃ ଭାବ ଶିକ୍ଷା ଦିଏ ସଭିଙ୍କୁ ।
ମନୋରଞ୍ଜନର ଖୋରାକ ଦିଏ,
ସମାଜ ସହିତ ଚିହ୍ନା କରାଏ ।
ଅଟେ ସମାଜର ଦର୍ପଣ ପରି,
ମନରେ ପ୍ରେରଣା ଦିଅଇ ଭରି ।
କବିତା, ପ୍ରବନ୍ଧ, ଗଳ୍ପୋପନ୍ୟାସ,
ଅଟନ୍ତି ଏହାର ଅଂଶ ବିଶେଷ ।
ସମାଜ ହିତାର୍ଥେ ସାହିତ୍ୟ ବ୍ରତୀ,
ଧରାରେ ବ୍ୟାପ୍ତ ଯା ଅମର କୀର୍ତ୍ତି ।”
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ: ସାହିତ୍ୟ ସାଧନାରେ ବ୍ରତୀ ହୋଇ ନିଜ ଲେଖା ମାଧ୍ୟମରେ ସମାଜର କୁପ୍ରଥା ତଥା କୁସଂସ୍କାରର ଉନ୍ମୋଚନ, ଆଧ୍ୟାତ୍ମିକ ଓ ନୈତିକ ବାର୍ତ୍ତା ପ୍ରଦାନ, ସାଧାରଣ ମଣିଷର ଅଭାବ ଅସୁବିଧାର ଉପସ୍ଥାପନ ଓ ସକାରାତ୍ମକ ଉଦବୋଧନ ମାଧ୍ୟମରେ ସମାଜର ମଙ୍ଗଳ କରିବା ତଥା ସୁଧାର ଆଣିବା ହିଁ ମୋ ଲେଖନୀର ଅଭିପ୍ରାୟ ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ: ଜଣେ କବିଙ୍କୁ ତାଙ୍କର ଅମ୍ଳାନ ପ୍ରତିଭାର ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ବିଧେୟ । ଏହା ସତ୍ୟ ଯେ ମାନପତ୍ର ଓ ସମ୍ବର୍ଦ୍ଧନା ପାଇବା ଦ୍ୱାରା ଜଣେ କବି ବା ଲେଖକ ପ୍ରେରଣା ପାଏ ଓ ଲେଖିବା ପାଇଁ ଅଧିକ ଆଗ୍ରହୀ ହୁଏ । କିନ୍ତୁ ସେ ସେହି ମାନପତ୍ର ପାଇବାର ପ୍ରଲୋଭନରେ ଲେଖେ, ଯାହା ଦ୍ୱାରା ସାହିତ୍ୟ ରଚନା ପ୍ରତି ତାର ସତ୍ଉଦ୍ଦେଶ୍ୟ ରହେ ନାହିଁ । ମୋ ମତରେ ଜଣେ ଲେଖକ ବା କବିର ପ୍ରକୃତ ପୁରସ୍କାର ହେଉଛି ପାଠକୀୟ ଆଦୃତି । ତେଣୁ ପ୍ରତିଟି ସାହିତ୍ୟିକ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ: ଜଣେ ପ୍ରକୃତ ସାହିତ୍ୟିକ କଦାପି ପୁରସ୍କାରରୁ ବଞ୍ଚିତ ହେବା ଫଳରେ ସାହିତ୍ୟକୁ ତ୍ୟାଗ କରିଦିଏ ନାହିଁ । କିନ୍ତୁ ଉତ୍ତମ ସାହିତ୍ୟିକଟିଏ ଯେତେବେଳେ ଉପଯୁକ୍ତ ସମ୍ମାନ ନ ପାଏ ତେବେ ନିଶ୍ଚିତ ରୂପେ ତାର ଅନ୍ତର୍ନିହିତ ପ୍ରତିଭା ଉପରେ କିଛି କୁପ୍ରଭାବ ପଡ଼ିପାରେ । ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ଦରକାର ଯିଏ ଉକ୍ତ ସମ୍ବର୍ଦ୍ଧନାର ଯୋଗ୍ୟ ହୋଇଥିବେ । ଅଯୋଗ୍ୟ ବ୍ୟକ୍ତିଙ୍କୁ ଅଯଥା ସମ୍ମାନିତ କରାଗଲେ ଏହାର ପ୍ରଭାବ ସୁସାହିତ୍ୟିକଙ୍କ ଉପରେ ନିଶ୍ଚୟ ପଡ଼ିବ । ସର୍ବୋପରି ମୁଁ କହିବାକୁ ଚାହିଁବି ଯେ ଜଣଙ୍କର କାବ୍ୟିକ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଏ । ଜଣେ ସାଧାରଣ ବ୍ୟକ୍ତିଙ୍କୁ ସାହିତ୍ୟ ରଚନାର ମାନପତ୍ର ପ୍ରଦାନ କରିଦେଲେ ସେ କଣ ସାହିତ୍ୟିକ ହୋଇଯିବେ, ଆଦୌ ନୁହେଁ । ପ୍ରତିଭାକୁ କଦାପି ମାନଦଣ୍ଡ ଧରି ମପାଯାଇ ପାରେନା । ଏହା ଈଶ୍ବରଙ୍କ ଦାନ ଅଟେ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ: ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର ଗବେଷଣାରେ ସାମିଲ ହୋଇ ମୁଁ ଖୁବ୍ ଆନନ୍ଦିତ । ସୂର୍ଯ୍ୟୋଦୟରୁ ମୁଁ ବହୁତ୍ କିଛି ଶିଖିଛି ଓ ଶିଖି ଚାଲିଥିବି । ଏତେ ମହାନ୍ କବି ମାନଙ୍କ ଗହଣରେ ଏକ ପାରିବାରିକ ଅନୁଭବର ସହ ରହିବା ସତରେ ଏକ ଅବର୍ଣ୍ଣନୀୟ ଅନୁଭୂତି । ମୁଁ ଏହି ଅନ୍ତର୍ଜାତୀୟ ଅନୁଷ୍ଠାନରେ ସାମିଲ ହୋଇ ଖୁବ୍ ଗର୍ବିତ ଓ ପ୍ରଭାବିତ ମଧ୍ୟ । ସୂର୍ଯ୍ୟୋଦୟ ନିକଟରେ ମୁଁ ଚିର କୃତଜ୍ଞ ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଗୁଡିକ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି
ଆନ୍ତରିକ ଧନ୍ୟବାଦ୍ ଭାଇ
ବହୁତ ସୁନ୍ଦର ଭାବନା ଉପସ୍ଥାପନା ମଧ୍ୟ ମୋ ମନ୍ତବ୍ୟ ଠାରୁ ଆପଣଙ୍କ ଉତ୍ତର ଅଧିକ ମୂଲ୍ୟବାନ, ଯେଉଁ ଆଶାରେ ଲେଖନୀ ଚଲାଇଛ ତାହା ସିଦ୍ଧି ହେଉ । ଭଗବାନ ସେହି ପଥରେ ତୁମକୁ ମାର୍ଗ ଦର୍ଶକ ହୁଅନ୍ତୁ ।
ଅଶେଷ ଧନ୍ୟବାଦ ସାର୍
ସାକ୍ଷାତକାରଟି ଆମୂଳଚୂଳ ପଢ଼ିଲି । ମୋତେ କୌଣସି ବି ଉତ୍ତର ଜଣେ ନୂଆ ଲେଖୁଥିବା ଯୁବ ସାହିତ୍ୟିକର ଉତ୍ତର ଭଳି ଲାଗିଲାନି ବରଂ ଜଣେ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ସାହିତ୍ୟିକର କଥା ପରି ମନେ ହେଲା । ପ୍ରିୟଦର୍ଶିନୀ ଜଣେ ଉଦୀୟମାନ ପ୍ରତିଭା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସମାଜ ପ୍ରତି ଥିବା ନିଜର ଦାୟିତ୍ୱବୋଧ ହେଉ କି ସାଧାରଣ ଜନତାଙ୍କ ହିତ ସାଧନ ଉଦ୍ଦେଶ୍ୟରେ ହେଉ, ଆଗାମୀ ଭବିଷ୍ୟତରେ ପ୍ରିୟଦର୍ଶିନୀ ଯେ ଜଣେ ସୁସାହିତ୍ୟିକା ବୋଲି ପ୍ରମାଣିତ ହେବେ ଏନେଇ ମୁଁ ଆଶ୍ୱସ୍ତ । ଈଶ୍ବରଙ୍କ କରୁଣା ଓ ତାଙ୍କ ପିତାମାତାଙ୍କ ଆଶୀର୍ବାଦ ତ ତାଙ୍କ ସହିତ ଅଛି, ଆଗକୁ ମୋ ଆଶୀର୍ବାଦ ବି ସାମିଲ ହେଲା ତାଙ୍କ ଲେଖନୀ ମୁନରେ ।
ଚିର କୃତଜ୍ଞ ରହିଲି ଦିଦି, ଅଶେଷ ଧନ୍ୟବାଦ
wish a bright future
Thank you so much
bahut bhala lagila
ଅଶେଷ ଧନ୍ୟବାଦ
ନିଶ୍ଚିତ ଭାବେ ଭଉଣୀ ଙ୍କ ର ସମସ୍ତ ଉତ୍ତର ଆଜିର ସମାଜ ପାଇଁ ପ୍ରେରଣା ଦାୟକ | ଅତି ଗଗନ ସ୍ପର୍ଶି ଚିନ୍ତାଧାରା ତଥା କବିତ୍ୱ ର ଅଧିକାରୀ ଆପଣ |ଏମିତି ଲେଖିଚାଲନ୍ତୁ ସଫଳତା ଆପଣଙ୍କ ପାଦ ପଦ୍ମରେ ପହଞ୍ଚିବ |
ଲେଖିଛ ଲେଖିଚାଲ
ସଫଳତା ଦ୍ୱାରରେ
ଇଶ୍ୱର ଛାମେ ମୋର
ପ୍ରାର୍ଥନା ଅନ୍ତରରେ…….,.
ଆନ୍ତରିକ ଧନ୍ୟବାଦ୍ ଭାଇନା
ବାଃ ବହୁତ ସୁନ୍ଦର ସାକ୍ଷାତକାର
ଅଶେଷ ଧନ୍ୟବାଦ ସାର୍
ଖୁବ୍ ସୁନ୍ଦର ଲାଗିଲା ସମସ୍ତ ଉତ୍ତର ଲୋ ଭଉଣୀ…ସାହିତ୍ୟକୁ କବିତା ମାଧ୍ୟମରେ ପ୍ରକାଶ କରିବାର ଶୈଳୀ ଏଥିରେ ଅନନ୍ୟ… ବହୁତ ଆଗକୁ ଯାଆ.. ବଡ଼ ଭାଇ ତରଫରୁ ଢ଼େର ସାରା ଶୁଭେଚ୍ଛା ଓ ଭଲପାଇବା
ଧନ୍ୟବାଦ୍ ରେ
ଗୋଟିଏ ଛୋଟିଆ କଥାଟିଏ କହିବି ଯାହାର ହୃଦୟ ସଫା , ତାର ଭାଷା ମଧ୍ୟ ମିଠା ♥️♥️♥️♥️
ଯାହା ସ୍ପଷ୍ଟ ପାରିଲିକ୍ଷିତ ହୁଏ ତୁମର ଲେଖାରୁ ଆଉ ଏ ତୁମ ଉତ୍ତରରୁ ❤❤❤
ଏମିତି ଏ ସାରସ୍ୱତ ଯାତ୍ରା ଅବ୍ୟାହତ ରହୁ ❤❤❤
ମା’ଙ୍କ ଆଶୀର୍ବାଦ ଲଭି ଆଗକୁ ବଢିଚାଲ ❤❤
ଧନ୍ୟବାଦ୍ ଭାଇ ।
ପ୍ରିୟଦର୍ଶିନୀ ଜଣେ ଉଦିୟମାନ ଯୁବ ପ୍ରତିଭା। ତାଙ୍କର ରଚନା ଶୈଳୀ ଖୁବ ସ୍ୱତନ୍ତ୍ର ଓ ସୃଜନୀ ଗୁଡିକର ଅନ୍ତଃସ୍ୱର ସାମାଜିକ ହିତ ସାଧନର ଭାବଧାରା।ଖୁବ କମ ବୟସରୁ ଏତେ ସୁନ୍ଦର ଓ ଭାବ ପୂର୍ଣ୍ଣ ଲେଖା ଅତ୍ୟନ୍ତ ବିରଳ। ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ସେ ଆହୁରି ଆଗକୁ ବଢନ୍ତୁ ପ୍ରଭୁଙ୍କ ନିକଟରେ ଏତିକି କାମନା ଓ ପ୍ରାର୍ଥନା।
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍, ଆପଣମାନଙ୍କ ଆଶୀର୍ବାଦ ଦ୍ଵାରା କିଛି ଲେଖିବାକୁ ସକ୍ଷମ ହୋଇଛି ।
ବହୁତ ସୁନ୍ଦର । ଏମିତି ଲେଖିବା ଜାରି ରଖ ।
ଧନ୍ୟବାଦ୍ ପ୍ରିୟ ଦିଦି
ବାଃ ତୁମେ ବହୁତ ସୁନ୍ଦର ଭାବେ ଉତ୍ତର ପ୍ରଦାନ କରିଛ।
ଧନ୍ୟବାଦ୍ ଦିଦି
ବାଃ ବହୁତ ସୁନ୍ଦର ଦିଦି, ଚମତ୍କାର ଉପସ୍ଥାପନା ❤
ଧନ୍ୟବାଦ୍ ଭାଇ
ଅତି ସୁନ୍ଦର ସୃଜନୀ ସହିତ ଉଚ୍ଚକୋଟୀର ଅନୁଚିନ୍ତା ମୂଳକ ପ୍ରଶ୍ନୋତ୍ତର ପ୍ରିୟଦର୍ଶିନୀ। ତୁମ ଭବିଷ୍ୟତ ତଥା ସୁଦୀର୍ଘ ଚଲାପଥ ସଦାସର୍ବଦା କୁସୁମିତ ହେଉ ଏହାହିଁ ମୋର ଭଗବାନ ଙ୍କ ଠାରେ ପ୍ରାର୍ଥନା।
ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ସାର୍ ।
ଖୁବ୍ ସୁନ୍ଦର ଉପସ୍ଥାପନା କରିଛୁ ମାମା ଢେର୍ ସାରା ଭଲପାଇବା❣️❣️❣️
ଆନ୍ତରିକ ଧନ୍ୟବାଦ୍ ଦିଦି
Nice one
Thank you sir
ବହୁତ ସୁନ୍ଦର love u my cute sister
Thank you so much Bhai
ପ୍ରଥମେ ତୁମକୁ ଧନ୍ୟବାଦ ଅର୍ପଣ କରିବି ଖୁବ୍ ସୁନ୍ଦର କବିତା ଲେଖିବା ସହିତ ବହୁତ ଭଲ ଉତ୍ତର ଦେଇଛ। ତୁମକୁ ମୁଁ ମୋର ସହପାଠୀ ଭାବେ ପାଇକି ନିଜକୁ ଧନ୍ୟ ମନେ କରୁଛି। ନିଜର ଲେଖନୀ ମାଧ୍ୟମରେ ବହୁତ ଆଗକୁ ଯିବ ବୋଲି ମୋର ବହୁତ ଆଶା ଆଉ ବିଶ୍ୱାସ ଅଛି । ଲେଖା ଜାରି ରଖ ଭଉଣୀ।
ତୁମର ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଭଉଣୀ ।
ତୁମର ସମସ୍ତ କବିତା ଭଳି ସମସ୍ତ ଉତ୍ତର ମଧ୍ୟ ବେଶ୍ ସୁନ୍ଦର ଥିଲା । ତୁମର ଯାତ୍ରା ସଫଳ ହେଉ । ବହୁତ ବହୁତ ଶୁଭକାମନା ତୁମକୁ ।
ଜୟ ଜଗନ୍ନାଥ
ଧନ୍ୟବାଦ୍ ଭାଇ । ଜୟ ଜଗନ୍ନାଥ ।
ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି, ଅତି ଚମତ୍କାର
ଧନ୍ୟବାଦ୍ ଭାଇ
I ‘m so happy & also lucky getting Priyadarshani as my friend.
Your poems are so beautiful &interesting.
Your thoughts are so nice, great & spiritual .
May you flourish
Heartiest thanks dear Di
ବହୁତ ସୁନ୍ଦର ଭାବରେ ଉତ୍ତର ପ୍ରଦାନ କରିଛ dear
ଅଶେଷ ଧନ୍ୟବାଦ ଦିଦି
I ‘m so happy & also lucky getting Priyadarshani as my friend.
Your poems are so beautiful &interesting.
Your thoughts are so nice, great & spiritual
May you flourish
ବହୁତ ସୁନ୍ଦର ।ଯୁବ ପ୍ରତିଭା ମାନେ ଆଗକୁ ଆସୁଛନ୍ତି ।ଏହି କ୍ରମରେ ପପ୍ରିୟଦର୍ଶିନୀ ମହାପାତ୍ର ଜଣେ ନାରୀକବି ଭବେ ଅନେକ ଯଶ ସମ୍ମାନ ପାଆନ୍ତୁ ।
ଅଶେଷ ଅଶେଷ ଧନ୍ୟବାଦ ସାର୍ ।
ଖୁବ ସୁନ୍ଦର ଓ ସ୍ପଷ୍ଟ ଉତ୍ତର ରଖିଛି ମୋ କୁନି ଭଉଣୀ
ଜୀବନରେ ଆହୁରି ଆହୁରି ଉନ୍ନତ କର ଆଉ ସାହିତ୍ୟ ଜଗତରେ ଅନନ୍ୟ ପରିଚୟ ଲାଭ କରି ସମାଜକୁ ଦିଗଦର୍ଶନ ଦେ
ଧନ୍ୟବାଦ୍ ପ୍ରିୟ ଦିଦି ।
ଆରେ ବାଃ!!!!!!
ଆପଣଙ୍କ ଉତ୍ତରଗୁଡିକୁ ପଢି, ମୋ ମନ ଆନନ୍ଦ ଲହରୀ ସଦୃଶ ଭାସି ଉଠୁଛି |
ଭଗବାନଙ୍କ ଆଶୀର୍ବାଦରୁ ଆହୁରି ଉନ୍ନତିର ଉଚ୍ଚତମ ସୋପାନକୁ ଆହୋରଣ କରନ୍ତୁ |
ଧନ୍ୟବାଦ
ମୂଲ୍ୟବାନ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ୍ ଭାଇ ।
ଉତ୍ତର ଗୁଡିକ ଖୁବ ମାର୍ମିକ ଓ ଉପଯୁକ୍ତ
ଅନେକ ସ୍ନେହ ତୁମ ପାଇଁ ଭଉଣୀ
ହୃଦୟରୁ ଧନ୍ୟବାଦ ଦିଦି
”କହେ ଉପେନ୍ଦ୍ର ଭଞ୍ଜ ଟେକି ଦୁଇ ବାହୁ କୁ ରବି ତଳେ କବି ବୋଲି ନମଣେ ମୁ କାହାକୁ କାଳିଦାସ ଙ୍କୁ ମୋର ଟିକେ ଟିକେ ଡର ଆଊ ସବୁ ମୋ ବାମ ପାର୍ଶ୍ୱର”
ସେହି ଭଞ୍ଜ ଭୂମି ସେହି ଭଳି ଲେଖା ,ବହୁତ୍ ସୁନ୍ଦର ଲେଖା ଆପଣଙ୍କର
ଆନ୍ତରିକ ଧନ୍ୟବାଦ୍ ଭାଇ
ପ୍ରିୟ ଭଉଣୀ ର କବିତା ଆଗରୁ ପଢ଼ିଛି, ଖୁବ୍ ସୁନ୍ଦର ଲାଗେ ତା ଲେଖା । ତା କୁନି କଲମରୁ ଝରିପଡୁଥିବା ଶବ୍ଦ ଗୁଡିକ ବେଶ ଚମତ୍କାର । ଆହୁରି ଆଗକୁ ଯାଅ କୁନି ଭଉଣୀ ଈଶ୍ୱର ତୁମ ସର୍ଜନ ଯାତ୍ରା ଆହୁରି ଶବ୍ଦମୟ କରନ୍ତୁ ।
ହୃଦୟରୁ ଧନ୍ୟବାଦ ପ୍ରିୟ ଭାଇ
khub sundar heichhi priyadarsini
ଅଶେଷ ଧନ୍ୟବାଦ
ସୁନ୍ଦର ଉପସ୍ଥାପନା । ବହୁତ ଭଲ ଲାଗିଲା । ଆହୁରି ଆଗକୁ ଯାଅ
ଅଶେଷ ଧନ୍ୟବାଦ ଦିଦି ।
ସୁନ୍ଦର ଉପସ୍ଥାପନା ଶିବାନୀ ।
ଆଗକୁ ବଢ଼
ଅଶେଷ ଧନ୍ୟବାଦ ଆଦି ଭାଇ ☺️
ବାଃ ଖୁବ ସୁନ୍ଦର ଉତ୍ତର ସବୁ ବାଢ଼ିଛ ଖୁବ ଆଗକୁ ବଢ଼।
ଆନ୍ତରିକ ଧନ୍ୟବାଦ୍ ସାର୍, ଆପଣଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ
ବହୁତ୍ ସୁନ୍ଦର ଉତ୍ତର ବହୁତ୍ କିଛି ଶିଖିବାକୁ ମିଳିଲା….❣️❣️❣️
ଧନ୍ୟବାଦ୍ ଭଉଣୀ । ଶୁଭେଚ୍ଛା ତୁମକୁ……
ବହୁତ ଶିଖିବାର ଅଛି ମୋର ଆପଣଙ୍କ ଠାରୁ ଦିଦି। ବହୁତ ଭଲ ଲାଗିଲା।☺️
ମୁଁ ମଧ୍ୟ ତୁମ ଠାରୁ ବହୁତ୍ କିଛି ଶିଖେ । ଧନ୍ୟବାଦ୍ ଓ ଶୁଭେଚ୍ଛା ତୁମକୁ ।
ବହୁତ ଭଲ ଲାଗିଲା
ଧନ୍ୟବାଦ୍ ଦିଦି ☺️
ସାକ୍ଷାତକାରରେ ଉତ୍ତର ଅପେକ୍ଷା ପ୍ରଶ୍ନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ
ଯାହା ଏହି ସାକ୍ଷାତକାର ରୁ ସ୍ପଷ୍ଟ ବାରିହୋଇପଡ଼େ
ବାରିହୋଇପଡିଛନ୍ତି କବି
କବିଙ୍କର ପ୍ରଶ୍ନର ଉତ୍ତର ଦେବାର ଉପସ୍ଥାପନା ଶୈଳୀ ଯାହା କବିଙ୍କର ସ୍ୱତନ୍ତ୍ରତାକୁ ଆଗକୁ ଟାଣିଆଣିଛି
ପ୍ରଶ୍ନର ଉତ୍ତରରେ ସୁଚିନ୍ତିତ ଏବଂ ପ୍ରାସଙ୍ଗିକ ମତାମତ ତଥା ଉପସ୍ଥାପନା ଶୈଳୀ ଖୁବ ପ୍ରଶଂସନୀୟ
ଆପଣଙ୍କ ସାହିତ୍ୟିକ ଜୀବନ ଚଳଚଞ୍ଚଳ ରହୁ
ସୁଚିନ୍ତିତ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ୍ ଜଣାଉଛି ସାର୍