*Lets talk with young and dynamic poet writer and story teller ,hails from Bhadrak for SLF Literary Youth Icon Award contest-. 2022*
ନାମ – ବିଚିତ୍ରାନନ୍ଦ ଜେନା
ପିତାଙ୍କ ନାମ– ଶ୍ରୀଧର ଜେନା
ମାତାଙ୍କ ନାମ- ଜୟନ୍ତୀ ଜେନା
ଜନ୍ମ ତାରିଖ– 26-06-1994
ଘର ଠିକଣା- ସେଣ୍ଢତୀରା, ବନ୍ତ, ଭଦ୍ରକ
ଶିକ୍ଷାଗତ ଯୋଗ୍ୟତା– MBA (ମାନବ ସମ୍ବଳ )
ଇ-ମେଇଲ୍ ଠିକଣା– bnjena26@gmail.com
ମୁଖ ପୁସ୍ତିକା/ Facebook- https://www.facebook.com/bichitrananda.jena.75
ହେ ପ୍ରିୟ ଯୁବ କବି ବିଚିତ୍ରାନନ୍ଦ ଜେନା !
ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
Ans -ବାସ୍ତବ ଜୀବନ ର କାରୁଣ୍ୟ ମତେ କବିତା ଲେଖାରେ ନିବେଶ କରିଛି. । ପ୍ରଥମେ ମୁଁ ଜୀବନର ଦୁଃଖ କଷ୍ଟ ଲୁହ ଓ ଲହୁ କୁ ନେଇ କବିତା ଓ ଗଳ୍ପ ଲେଖିବା ଆରମ୍ଭ କରିଥିଲି.
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
Ans -ଭାରି କଷ୍ଟ ହୁଏ କିନ୍ତୁ କବିତା ଛାଡି ହୁଏନି. କବିତା ମୋ ରକ୍ତରେ ମିଶିଯାଇଛି ସେମିତି ଲାଗେ.
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
Ans – କେହି ସାହାଯ୍ୟ କରୁ କି ନ କରୁ ମୋ ସମୟର ଅନେକ ଲେଖକ ବନ୍ଧୁ ମତେ ସାହାଯ୍ୟ କରିଛନ୍ତି…
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
Ans -ମୁଁ ଚାହେଁ ମୋ ଲେଖାରେ ସମାଜ ପ୍ରତି କିଛି ସଚେତନତା ର ବାର୍ତା ରହୁ , ଯାହା ଫଳରେ ସମାଜରେ ସଂସ୍କାର ଆସିପାରିବ। ..
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
Ans -ଅନେକ ଲେଖାରେ ମୁଁ ହଜିଯାଏ, କିନ୍ତୁ ହାଇସ୍କୁଲ ର ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେବା ହିଁ ମୋ ଜୀବନର ସବୁଠୁ ବଡ଼ ଅନୁଭୁତି ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
Ans -ମୋ ମତରେ ଭାବନା ହିଁ’ ସାହିତ୍ୟ ସୃଷ୍ଟିକରେ ଆଉ ଆମେ ଅନେକ ପଢିଲେ ଅନେକ ଜାଣିବା ଯାହା ଆମକୁ ଲେଖିବାକୁ ସାହାଯ୍ୟ କରିବ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
Ans -ମୋର ମନୋଜ ଦାସ ପ୍ରିୟ କିନ୍ତୁ ସେ ନାହାନ୍ତି
ଆଉ ପ୍ରବୀଣ କୁମାର କବି, ସମ୍ବିତ ଖୁଣ୍ଟିଆ ଆଉ ଚିତ୍ତରଞ୍ଜନ ନାୟକ ଏବେକା ସମୟର ପ୍ରିୟ କବି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
Ans -ପ୍ରବୀଣ କୁମାର କବିଙ୍କ ବହି (ଇନ୍ଦ୍ରଧନୁ ଏବଂ ଶତାବ୍ଦୀର ଶେଷ ଚିଠି )
ସମ୍ବିତ ଖୁଣ୍ଟିଆ (ଅନେକ ଦୈନିକ ଖବର କାଗଜରେ ତାଙ୍କର କବିତା ଆସେ… ଏବେ ସେ ଭଦ୍ରକ କଲେଜରେ ଆଧ୍ୟାପକ ଭାବେ କାର୍ଯ୍ୟରତ)
ଚିତ୍ତରଞ୍ଜନ ନାୟକ -(ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ, ଡାକୁଛି ବୋଲି ଜାଣେ )
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
Ans – ସତ କହିବାକୁ ଗଲେ ଆମ ଘରେ ଲେଖା ଲେଖି ପ୍ରତି କେହି ପ୍ରୋତ୍ସାହିତ କରନ୍ତି ନାହଁ.. କିନ୍ତୁ ବନ୍ଧୁ ପରିଜନ ପ୍ରୋତ୍ସାହିତ କରନ୍ତି ଆଉ ସମାଜ ପାଇଁ ଲେଖା ଯାଉଥିବା ସମସ୍ତ ଲେଖାକୁ ଭଲପାଆନ୍ତି । ମୋତେ ଏପରି ଅନେକ ଲେଖା ଲେଖିବା ପାଇଁ ଉତ୍ସାହିତ କରନ୍ତି।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
Ans-ମୋ ମତରେ କଷ୍ଟ ହିଁ ମତେ ଲେଖା ଦିଏ ତେଣୁ କବିମାନେ ଲେଖକ ମାନେ ନିଜକୁ ଯେତେ ମାତ୍ରାରେ ଅନେକ ସମ୍ବେଦନଶୀଳ ପରିସ୍ଥିତି ର ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବେ ସେତେ ସୁନ୍ଦର ଲେଖା ଲେଖାଯାଇପାରିବ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
Ans -କବିତା, ଗଳ୍ପ, ଶିଶୁ କବିତା ସବୁ ବିଭାଗ ରେ କଲମ ଚଳାଇବା ରେ ମୁଁ ଚେଷ୍ଟିତ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
Ans -ମୋ ପୁସ୍ତକ ‘ବିବର୍ଣ୍ଣ ପଳାସ ‘ ରେ ମୁଁ ଲୁହ ଲହୁ ଆଉ ମଣିଷର ଜୀବନ ଚଳଣି କୁ ନେଇ ଗଳ୍ପ ଲେଖିଥିଲି ଯାହା ଜନାଦୃତ ହୋଇଥିଲା ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
Ans -ମୁଁ ସମାଜ ପ୍ରତି କିଛି ସଂସ୍କାରିତ ତଥା ସଚେତନଧର୍ମୀ ବାର୍ତାଥିବା ଲେଖା ଲେଖିବାକୁ ପସନ୍ଦ କରେ ଯାହା ସମସ୍ତଙ୍କର ହୃଦୟ କୁ ଛୁଇଁବ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
Ans -ସୂର୍ଯ୍ୟୋଦୟ ଏକ ବିଶ୍ୱସ୍ତରୀୟ ସାହିତ୍ୟ ପ୍ରତିଷ୍ଠାନ, ମୁଁ ତାର ପ୍ରୋଗ୍ରାମରେ ଯୋଡି ହୁଏ ଆଉ ମତେ ସୁନ୍ଦର ଲାଗେ… ତାପରେ ନୂଆ ଏବଂ ପୁରୁଣା ଉଭୟଙ୍କୁ ନେଇ ଚାଲିବା କେବଳ ସୂର୍ଯ୍ୟୋଦୟ ପରିବାର ଦ୍ଵାରା ସମ୍ଭବ ଏକଥା ମୁଁ ହୃଦୟଙ୍ଗମ କରିପାରିଛି।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
Ans -ଏହା ମୋ ପାଇଁ ଖୁସିର କଥା…. ଭାଗବାନଙ୍କ ପାଖରେ ମୋର କୋଟି ନମନ ଏଥିପାଇଁ 🙏
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
Ans -ଅଭିଯୋଗ ତ ନାହିଁ ପରାମର୍ଶ ଏତିକି ପତ୍ରିକା ଟିଏ ପ୍ରକାଶିତ କଲେ ଭଲ ହୁଅନ୍ତା ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
Ans -ମୋ କବିତାରୁ ଧାଡ଼ିଏ
ଜଣକ ଦୁଃଖରେ ଆରକ
ଲେଖୁଥିବ କବିତା
ଲୁହରେ ଲୁହରେ….
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
Ans -ମୁଁ ଶିଶୁ ସାହିତ୍ୟ ମାଧ୍ୟମରେ ଶିଶୁଙ୍କୁ ସଚେତନ କରିବି ମୋର ଲକ୍ଷ୍ୟ ଏବଂ ସମାଜ କୁ ଭଲ ଶିକ୍ଷଣୀୟ ବାର୍ତା ଦେବି ଏହା ଲକ୍ଷ୍ୟ ମୋର ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
Ans. -ନା ଆବଶ୍ୟକୀୟ ନୁହଁ କିନ୍ତୁ ପାଠକଟିର ଖୁସିରେ ହିଁ ପ୍ରକୃତ ପୁରସ୍କାର…
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
Ans -ପ୍ରତିଭା ପ୍ରଭାବିତ ହୁଏନି କିନ୍ତୁ ଟିକେ ବାଧା ପାଏ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
Ans -ଏହା ତ ମୋର ଭାଗ୍ୟ…ଯେତେ ପ୍ରଶଂସା କଲେବି ଅଳ୍ପ ହେବ ସୂର୍ଯ୍ୟୋଦୟ ପାଇଁ… କିନ୍ତୁ ଏପରି କାର୍ଯ୍ୟକ୍ରମ ପାଇଁ ମୋର ହୃଦୟରୁ ଭଲପାଇବା ❤️🙏
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ଶୁଭେଚ୍ଛା ବିଚିତ୍ରାନନ୍ଦ ।
ବହୁତ୍ ସରଳ ଏବଂ ସ୍ୱଳ୍ପ ସୁନ୍ଦର ସବୁ , ବହୁତ୍ ଭଲ ଲାଗିଲା , ଶୁଭେଚ୍ଛା ଅଶେଷ
ଖୁଵ ଭଲ ଲାଗିଲା ଭାଇ
ବାଃ ଚମତ୍କାର ଉତ୍ତରସବୁ । ବହୁତ୍……..ଭଲ ଲାଗିଲା ଭାଇ । ଆପଣ ଖୁବ୍ ଆଗକୁ ଯାଆନ୍ତୁ । ସମୁଦ୍ରେ ଶୁଭେଚ୍ଛା ଓ ଶୁଭକାମନା