May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ

ମଣିଷ ନିଜର କଥା କାହାକୁ କହୁଥାଏ ଅଥବା ଶୁଣୁଥାଏ ତମାମ ଜୀବନ। ଏ କହିବା ଆଉ ଶୁଣିବା ହିଁ ତ ଗଦ୍ୟ ସାହିତ୍ୟ। ଗଦ୍ୟ ସାହିତ୍ୟ ଭିତରେ କ୍ଷୁଦ୍ରଗଳ୍ପର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଖୁବ୍ ଅଳ୍ପରେ ବହୁତ କିଛି କହିବାର ସାମର୍ଥ୍ୟ ରଖେ କ୍ଷୁଦ୍ରଗଳ୍ପ ତେଣୁ କ୍ଷୁଦ୍ରଗଳ୍ପର ପାଠକ ସଂଖ୍ୟା ପ୍ରାୟ ଅଧିକ। କ୍ଷୁଦ୍ରଗଳ୍ପର ପରିସର ଯେହେତୁ ଖୁବ କମ ତେଣୁ ଏଥି ସମ୍ପୂର୍ଣ୍ଣ କାହାଣୀ ନ ଦେଖାଇ ଜୀବନର ଗୋଟେ ଦିଗ ନତୁବା ଗୋଟେ ଘଟଣାକୁ ପ୍ରକାଶ କରାଯାଇ ପାରେ। ଛୋଟ କଳେବର ହେତୁ ପ୍ରାୟତଃ କ୍ଷୁଦ୍ରଗଳ୍ପ ଲେଖିବା ବେଳେ ଗଳ୍ପିକଙ୍କୁ ଅଧିକ ସଚେତନ ରହିବାକୁ ପଡ଼େ, ଗୋଟେ ଗୋଟେ ଶବ୍ଦ ଲେଖିବା ପାଇଁ। କ୍ଷୁଦ୍ରଗଳ୍ପରେ ଭାବଗର୍ତ୍ତକ ଶବ୍ଦର ବ୍ୟବହାର କରାଯାଏ, ଯେଉଁଠି ଗୋଟିଏ ଶବ୍ଦରେ ହିଁ ବହୁତ କିଛି କହିବାର ଚେଷ୍ଟା କରନ୍ତି ଗାଳ୍ପିକ। ତେବେ ଯଦି ଆମେ କ୍ଷୁଦ୍ରଗଳ୍ପର ଜନ୍ମ କଥା ବିଚାରକୁ ନେବା ତେବେ ୧୮୦୦ ମସିହା ଶେଷଆଡ଼କୁ ତଥା ୧୯୦୦ ମସିହା ଆଦ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପମାନେ ପ୍ରଥମ କରି ଜନ୍ମ ନିଅନ୍ତି। ଫକୀରମୋହନ ସେନାପତିଙ୍କ ‘ ରେବତୀ ‘ କୁ ମିଳେ ଓଡ଼ିଆ ଭାଷାର ପ୍ରଥମ ଗଳ୍ପ ମାନ୍ୟତା। ପରେ ପରେ ଗଳ୍ପ ଜଗତକୁ ଆହୁରି ଶକ୍ତ କରିବାକୁ ଆବିର୍ଭାବ ହୁଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହାରେ ଭଦ୍ରକ ଜିଲ୍ଲା ତାଳଦିହ ଗ୍ରାମର ମାତା ରାଧମଣୀ ଦାସ ଓ ପିତା ଭାଗବତ ଚୌଧୁରୀ ପ୍ରସାଦ ସାମନ୍ତରାୟ ମହାପାତ୍ରଙ୍କ କୋଳକୁ ଆସନ୍ତି। ସ୍କୁଲ ଶିକ୍ଷା ସାରି ସେ କଲିକତାର ରିପନ୍ କଲେଜରେ ନାମ ଲେଖାନ୍ତି। ପରବର୍ତ୍ତୀ ସମୟରେ ଓଡିଶା ଆସି ରେଭେନ୍ସା କଲେଜରେ ପଢନ୍ତି। ରେଭେନ୍ସା କଲେଜରେ ପଢିବା ବେଳେ ଅନେକ ଲେଖକଙ୍କ ସଂସ୍ପର୍ଶରେ ଆସନ୍ତି ସେ। ସେ ବିଂଶ ଶତାବ୍ଦୀ ଦ୍ଵିତୀୟ ଦଶକରେ ଭଦ୍ରକରେ ତିଆରି କରନ୍ତି ଏକ ଛାପାଖାନା ଆଉ କିଛି ବର୍ଷ ପରେ ପ୍ରକାଶ କରନ୍ତି ସାହିତ୍ୟ ପତ୍ରିକା ‘ ଡଗର ‘। ଆମେ ଯଦି ତାଙ୍କ ସାହିତ୍ୟ ସର୍ଜନତା କଥା କହିବା ତେବେ ସେ ପ୍ରାୟ ସତୁରୀଟି କ୍ଷୁଦ୍ର ଗଳ୍ପ ଏବଂ ଅନେକ କବିତା ମଧ୍ୟ ରଚନା କରିଛନ୍ତି। ତାଙ୍କ କବିତାରେ ବ୍ୟବହୃତ ସରଳ ଆଉ ମଧୁର ଶବ୍ଦ ଯୋଗୁଁ ତାଙ୍କୁ କାନ୍ତକବି କୁହାଯାଏ। ତେବେ ୧୯୫୩ ମସିହାରେ ସେ ତ୍ୟାଗ କରନ୍ତି ମର୍ତ୍ତ୍ୟ ଆଉ ଅଧୁରା ରହିଯାଏ ଉପନ୍ୟାସ ‘ କଣା ମାମୁଁ ‘ । ତଥାପି ସବୁ ଓଡ଼ିଆଙ୍କ ପାଖେ ସେ ହୋଇ ରୁହନ୍ତି ସଦା ନମସ୍ୟ। ବନ୍ଦେ ଉତ୍କଳ ଜନନୀ ପାଇଁ ପ୍ରତି ଓଡିଆ ତାଂକୁ ମନେ ରଖିବେ।
ତାଙ୍କର କ୍ଷୁଦ୍ରଗଳ୍ପ ‘ ବୁଢ଼ା ଶଙ୍ଖାରି ‘ ଏକ ଭିନ୍ନ ସ୍ୱାଦର ଗଳ୍ପ। ଏ ଗଳ୍ପରେ ଖୁନ୍ଦି ହୋଇ ରହିଛି ମାନବୀୟ ଆବେଗ। ମଣିଷର ମଣିଷ ପ୍ରତି ଜାତି,ଧର୍ମ ଓ ଶ୍ରେଣୀର ଉର୍ଦ୍ଧ୍ବରେ ଯେଉଁ ଭଲପାଇବା ଥାଏ ତାହା ଏ ଗଳ୍ପରୁ ଜାଣି ହେବ। ରକ୍ତ ସମ୍ପର୍କ ବ୍ୟତିରେକ ମଣିଷ ମଣିଷ ଭିତରେ ଯେଉଁ ଆପଣାପଣ ଉହ୍ୟ ଥାଏ ତାହାକୁ ଅତି ଚମତ୍କାର ଶୈଳୀରେ ଲେଖିଛନ୍ତି କାନ୍ତକବି। ଏହି ଗଳ୍ପରେ ସେ ସମୟର ଗାଁର ଦୃଶ୍ୟ, ସାମାଜିକ ଅବସ୍ଥା, ମହିଳାମାନଙ୍କ ସଂଯମତା, ପର୍ବ ପାଳନର ଉତ୍ସୁକତା , ସାମାନ୍ୟ ବ୍ୟଙ୍ଗ ଆଦି ବିଭିନ୍ନ ଦିଗକୁ ଦେଖିହୁଏ। ଏ ଗଳ୍ପ ଏତେ ମାତ୍ରାରେ ପାଠକଙ୍କ ନିକଟରେ ଆଦୃତ ଯେ ଏବେ ବୁଢ଼ା ଶଙ୍ଖାରି ଓଡ଼ିଶାର ଏକ ସ୍ମରଣୀୟ ଚରିତ୍ର।
ଏ ଗଳ୍ପରେ ବୁଢ଼ା ଶଙ୍ଖାରିଟିଏ ଗାଁକୁ ଆସିଛି ଚୁଡି ବିକ୍ରିପାଇଁ। ଖରାବେଳ ଧୁ ଧୁ ଖରା। ବୁଢ଼ାଟି ଯାଇ ବସି ପଡ଼ିଛି ଏକ ପିଣ୍ଡାରେ। କିଛି ସମୟ ପରେ ଦସୀଟିଏ ଘରୁ ବାହାରି ଶଙ୍ଖା କିଣିବା ପାଇଁ କହିଛି ବୁଢାକୁ। ଘରେ ଅଛି ନୂଆ ବୋହୂଟିଏ। ସେ ହିଁ ତ ପଠାଇଛି ଦାସୀକୁ। ତେବେ ନୂଆ ବୋହୂଟିକୁ ଦେଖି ବିଭୋର ହୋଇ ଯାଇଛି ବୁଢ଼ା ଶଙ୍ଖାରି। ମାଆ ବୋଲି ସମ୍ବୋଧନ କରିଛି ନୂଆ ବୋହୂଟିକୁ। ହେଲେ ବୋହୂର ମନପସନ୍ଦର ଆସମାନ ତାରା ଶଙ୍ଖା ନାହିଁ ବୁଢ଼ା ପାଖରେ। ବୁଢ଼ା ନିଶ୍ଚୟ ତା ମା ପାଇଁ ରଜ ପୂର୍ବରୁ ଶଙ୍ଖା ଗଢି ଆଣିଦେବ ବୋଲି ପ୍ରତିଶ୍ରୁତି ଦେଇ ଯାଇଛି। ହେଲେ ବୁଢ଼ାର ଜ୍ଵର ହେଇ ଯାଇଛି। ପାଖେଇ ଆସିଲାଣି ରଜ। ବୁଢ଼ା ନିଜ ମାଆ ପାଇଁ ବଳ ସଂଚି, ସବୁଯାକ ଅଭିଜ୍ଞତା ଲଗେଇ ତିଆରି କରିଛି ଚୁଡି। ସେ ସେଇ ଋଗୁଣ ଦେହରେ ବି ଯାଇ ପହଞ୍ଚିଛି ତା ମାଆ ଘରେ। ହେଲେ ସେଠି ଯାହା ଦେଖିଛି। ସେ କଳ୍ପନା କରି ନଥିବ ସୁଦ୍ଧା। ତା ମାଆ ଏଥର ଧଳା ଲୁଗା ପିନ୍ଧିଛି।
ଏ କାହାଣୀ ଚାରୋଟି ଚରିତ୍ରକୁ ନେଇ ସୃଷ୍ଟି ହୋଇଛି; ବୁଢ଼ା, ନୂଆ ବୋହୂ, ଦାସୀ ଆଉ ସାଆନ୍ତାଣୀ। ଗଳ୍ପରେ ନାୟକ ଓ ନାୟିକାକୁ ବାଦ୍ ଦେଲେ ଗୌଣ ଚରିତ୍ର ଦାସୀ ବି ଏ ଗଳ୍ପକୁ ଗତିଶୀଳ କରାଇଛି। ଗଳ୍ପରେ ପ୍ରଥମେ ଗାଳ୍ପିକ ଗାଁର ଖାରବେଳର ଦୃଶ୍ୟକୁ ଦେଖାଇଛନ୍ତି। ବୁଢ଼ାର ଶରୀର ଗଠନକୁ ବି ଉଲ୍ଲେଖ କରାଯାଇଛି ଗଳ୍ପର ପ୍ରଥମ ଭାଗରେ। ଦାସୀଟି ପାଣି ଆଣି ଦେବା ବେଳେ ଗାଳ୍ପିକ ମାନବୀୟ ଦୟା ଆଉ କରୁଣାକୁ ପ୍ରକାଶିତ କରିଛନ୍ତି। ପୁଣି ଦାସୀ ମାଧ୍ୟମରେ ବ୍ୟଙ୍ଗ ବି କରୁଛନ୍ତି। ନୂଆ ବୋହୂର ସଂଯମତାକୁ ଦେଖେଇବାକୁ ଯାଇ ଗାଳ୍ପିକ ଓଢଣା କଥା କହିଛନ୍ତି। ପରେ ପରେ ଗଳ୍ପରେ ବୋହୂଟିଏ ସୁନ୍ଦରତା ଏବଂ ସରଳତାକୁ ଖୁବ୍ ଚମତ୍କାର ଶୈଳୀରେ ଲେଖିଛନ୍ତି ଗାଳ୍ପିକ। ବୁଢ଼ାଟି ବୋହୂକୁ ଦେଖି ବିଭୋର ହୋଇ ମାଆ ବୋଲି ସମ୍ବୋଧନ କରିଛି। ବୁଢ଼ାର ଆତ୍ମୀୟତାକୁ ଖୁବ ସୁନ୍ଦର ଭାବେ ବର୍ଣ୍ଣିତ ଏ ଗଳ୍ପରେ। ପରେ ପରେ ସେ ସମୟର ଚୁଡ଼ିର ପ୍ରକାର ଏବଂ ପର୍ବରେ ଚୁଡିର ଅସ୍ତିତ୍ବ କାହାଣୀକୁ ଆଗକୁ ନେଇଛି। ହଠାତ୍ ବୁଢ଼ା ଜ୍ବରରେ ପଡ଼ିଛି ଆଉ ତା ନିସଙ୍ଗ ଜୀବନ ବିଷୟରେ ଏଥି ସାଙ୍କେତିକ ସୂଚନା ମିଳେ। ଜ୍ବରରେ ପଡି ସୁଧା ବଳ ସଞ୍ଚି ସେ ତିଆରି କରିଛି ଚୁଡି। ଏ ଘଟଣାଟି ଦର୍ଷେଇଛି କେମିତି ଭଲପାଇବା ଶକ୍ତି ଜୁଟାଏ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଏହା ଦର୍ଶାଏ ପ୍ରତିଶ୍ରୁତିବଦ୍ଧତା। ଏ ଜ୍ବରରେ ସୁଦ୍ଧା ବୁଢ଼ା ଚୁଡି ଧରି ପହଞ୍ଚିଛି ସାଆନ୍ତାଣୀଙ୍କ ଦୁଆରେ। ହେଲେ ସାଆନ୍ତାଣୀ ଫେରେଇ ଦେଉଛନ୍ତି ବୁଢାକୁ। ବୁଢ଼ା କିଛି ବୁଝିପାରିନି ଆଉ ଅଳୀ କରିଛି ତା ମାଆକୁ ଦେଖିବାକୁ। ଅନେକ ଥର କହିବା ପରେ ଡକାଯାଇଛି ନୂଆ ବୋହୂକୁ। ଧଳା ଲୁଗା ପିନ୍ଧି ଆସି ଛିଡା ହୋଇଛି ନୂଆ ବୋହୂ। ବିଶ୍ୱାସ କରି ପାରିନି ବୁଢ଼ା। ଏତେ ସବୁ ଘଟି ଯାଇଛି ବୋଲି। ଚୁଡି ସବୁକୁ କଚାଡି ଦେଇ ଚାଲି ଯାଇଛି ବୁଢ଼ା। ସେ ଆଉ ଦେଖି ପାରିନି ତା ମାଆକୁ ଏପରି।
ଏଥି ଲେଖକ ଦର୍ଶାଇ ଥିବା ଦିଗ;
୧. ଗାଁର ଦୃଶ୍ୟ
୨ . ସେ ସମୟରେ ଥିବା ଚୁଡି ପ୍ରତି ଆଦର
୩. ମାନବୀୟ ସ୍ନେହ,ପ୍ରେମ,ଦୟା
୪. ନାରୀ/ବୋହୂମାନଂକ ଲଜ୍ୟା ( ସଂଯମତା)
୫. ପର୍ବପର୍ବାଣୀର ସାତ୍ୱନ୍ତ୍ର
୬. ପ୍ରତିଶ୍ରୁତିବଦ୍ଧତା
୭. ବସ୍ତୁ ଆଗରେ ମାନବୀୟ ଆବେଗର ମୂଲ୍ୟ

ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ

Loading

Leave a Reply

Your email address will not be published. Required fields are marked *