*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ*
———————————————-
https://youtu.be/24XLz6vUPpk?si=1ImMOZXHZR9g3pKU
ଓଡ଼ିଆ ଗଳ୍ପ ସାହିତ୍ୟର ଆଦିପର୍ବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ସ୍ମରଣୀୟ ପ୍ରତିଭା । ଗାଳ୍ପିକ ୧୮୮୮ ମସିହା ଡିସେମ୍ବର ୯ ତାରିଖ ମାର୍ଗଶୀର ମାସର ଗୁରୁବାର ଲକ୍ଷ୍ମୀଙ୍କ ପୂଜା ଅବସରରେ ଜନ୍ମ ଲାଭ କରିଥିବାରୁ ମାତା ପିତା ଆଦରରେ ନାମ କରଣ କରିଥିଲେ ଲକ୍ଷ୍ମୀକାନ୍ତ । ୧୯୨୩ ମସିହାରେ ବି.ଏ. ପାସ୍ କରିବା ପରେ ପରେ ସେ କୃଷ୍ଣ ରୋଗାକ୍ରାନ୍ତ ହୋଇପଡ଼ିଲେ ସେ ସମୟରେ ବହୁତ ଦୁଃଖ ଓ ମନସ୍ତାପ କରିଛନ୍ତି । ନାନା ଅଭିଜ୍ଞତା ଓ ବିପଦ ଭିତରେ ସଂଘର୍ଷ ହୋଇ ନାନା ପ୍ରକାର ଅନୁଭୂତିରେ ଦଗ୍ଧ ହୋଇଛନ୍ତି ।ଦୀର୍ଘ ଅର୍ଦ୍ଧଶତାବ୍ଦୀ ବ୍ୟାପୀଜୀବନର ନାନା ସଂଘର୍ଷ ସଂଘାତ ଓ ବ୍ୟାଧର କଷାଘାତ ମଧ୍ଯରେ ଜୀବନ କଟାଇ ମଧ୍ୟ ସେ ସାରସ୍ଵତ ସାଧନାରୁ ବିରତ ହୋଇ ନାହାନ୍ତି । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଓ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି । ଲକ୍ଷ୍ମୀକାନ୍ତ କବି ହିସାବରେ ଓଡ଼ିଶାର କାବ୍ୟମୋଦୀ ପାଠକ ପାଠିକାଙ୍କ ନିକଟରେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ହୋଇପାରିଛନ୍ତି ଜଣେ ଶ୍ରେଷ୍ଠ ନାଟ୍ୟକାର ରୂପେ । ନାଟ୍ୟକାର ଲକ୍ଷ୍ମୀକାନ୍ତଙ୍କର ଅମର ଲେଖନୀର ଝରିପଡ଼ିଛି ସଂଖ୍ୟାଧକ ନାଟକ । ସେଗୁଡ଼ିକ ମଧ୍ୟରେ ବସନ୍ତ ବିଳାସ, ବରୁଣ ବିଜୟ, କାଳୀୟ ଦଳନ, ବ୍ରଜ ବର୍ଜନ, ତୁ ବେଶବଦଳା ବଂଶୀ ଶିକ୍ଷା ଇତ୍ୟାଦି ପ୍ରଧାନ । ଏହି ନାଟକ ନାଟିକା ବ୍ୟତୀତ ସେ ମୁକ୍ତ ଅନେକ ପୌରାଣିକ ଓ ଐତିହାସିକ ନାଟକ ରଚନା କରି ବେଶ ଉଚ୍ଚ ପ୍ରଶଂସିତ ବ୍ରହ୍ମ ହୋଇଅଛନ୍ତି ତନ୍ମଧ୍ୟରେ କର୍ଣ୍ଣ, କଳାପାହାଡ଼, ଲକ୍ଷ୍ମୀ ଚଣ୍ଡାଳୁଣୀ ଓ ଚନ୍ଦ୍ରହାସ ଅନ୍ୟତମ ।
କାନ୍ତ କବିଙ୍କର ‘କଣାମାମୁଁ ଓଡ଼ିଆ ଉପନ୍ୟାସ ଜଗତରେ ସେ ଏକ ଅମଳିନ ଗ୍ରନ୍ଥ ଏହାକୁ ଅସ୍ଵୀକାର କରାଯାଇପାରିବ ନାହିଁ । ସଂଖ୍ୟାଧିକ ଗଳ୍ପ ରଚନା କରି ଓଡ଼ିଆ କ୍ଷୁଦ୍ରଗଳ୍ପର ବାଣୀ ଭଣ୍ଡାରକୁ ଉଦ୍ଧିମାନ କରିଯାଇଛନ୍ତି । ସେହି ଗଳ୍ପ ଗୁଡ଼ିକ ମଧ୍ୟରେ ଭଦ୍ରକଳା, କ୍ଷୀରଚୋରା ଗୋପୀନାଥ , ନାରୀର ବୁଦ୍ଧି, ଆତ୍ମହତ୍ୟା ଉତ୍କଟପ୍ରେମ, ପ୍ରେମର ମୁକୁଟ, ଶିକ୍ଷାନବିସ ପ୍ରେମିକ ଇତ୍ୟାଦି।
ବୁଢ଼ା ଶଙ୍ଖାରି କ୍ଷୁଦ୍ରଗଳ୍ପଟି ମାତ୍ର ଚାରିଗୋଟି ଚରିତ୍ର ଉପରେ ପର୍ଯ୍ୟବସିତ । ନାରୀ ପୁରୁଷ ଭେଦରେ ଦୁଇଟି ମୁଖ୍ୟ ଚରିତ୍ର ସହ ଦୁଇଟି ଗୌଣ ଚରିତ୍ରକୁ ନେଇ ଗଳ୍ପଟି ରଚିତ ! ମୁଖ୍ୟ ଚରିତ୍ର ହିସାବରେ ଶଙ୍ଖାରିବୁଢ଼ା, ବୋହୂ ଓ ଗୌଣ ଚରିତ୍ର ଭାବେ ଶାଶୁ ସାହାନ୍ତାଣୀ ଓ ଦାସୀ ରଚିତ ହୋଇଛି। ଶଙ୍ଖା ତିଆରି କରିବା ଓ ବିକ୍ରି କରିବା ହେଉଛି ବୁଢ଼ା ଶଙ୍ଖାରିର କୌଳିକ ବୃତ୍ତି । ବୁଢ଼ା ପ୍ରତିଦିନ ବିଭିନ୍ନ ଗାଁକୁ ଶଙ୍ଖା କିଛି କରିବାକୁ ଯାଏ । ବୁଢ଼ା ନିଜ ଗାଁ ରୁ ଚାଲି ଚାଲି ଏକ ଗାଁରେ ପହଞ୍ଚି ଗାଁ ମୁଣ୍ଡରେ ଏକ ଘର ବାରଣ୍ଡାରେ ଶଙ୍ଖା ବୋଝଟିକୁ ଓହ୍ଲାଇ ଥକ୍କା ମାରି ବସି ପଡ଼ିଲା ବେଳକୁ ଭାରି ଶେଷ । ସେ ସେହି ଘରର ଦାସୀ ଜଣକ ଢାଳେ ପାଣି ଆଣି ଦେବାକୁ କହିଲା । ଦାସୀ ଢାଳେ ପାଣିଆଣି ଦିଅନ୍ତେ ବୁଢ଼ା ପିଇ ତୃଷା ମେଣ୍ଟାଇଲା ପରେ ଦାସୀ ବୋହୂ ସାଆନ୍ତାଣୀଙ୍କୁ ଡ଼ାକି ଆଣିଲା ଶଙ୍ଖା ଦେଖିବା ପାଇଁ କହିଛି। ପ୍ରଥମେ ବୋହୂଟି ଟିକେ ଲାଜ କରିଛି। ପରେ ଦାସୀର କଥା ଅନୁସାରେ ବୋହୂ ଶଙ୍ଖା ଦେଖିବାକୁ ଯାଇଛି। ବୁଢ଼ା ଅତି ଆଗ୍ରହରେ ତା ଟୋଳେଇରେ ଥିବା ରଙ୍ଗଝଲିରି ବଉଳ ଫୁଲିଆ , ବିଚ୍ଛାମାଳିଆ, ଚୂନଟିପି ପ୍ରଭୃତି ଶଙ୍ଖା ଦେଖାଇଲା ।
ମା’ କି ଶଙ୍ଖା ନବୁ ନେ ମା’ ବୋଲି ଡାକିଦେଲା କ୍ଷଣି ବୁଢ଼ାର ଛାତି କୁଣ୍ଡେମୋଟ ହୋଇଗଲା । ସେଦିନ ଠାରୁ ବୁଢ଼ା ସାଜିଛି ବୋହୂ ଟିର ପୁଅ । ଏଣିକି ବୁଢ଼ା ପ୍ରତିଦିନ ସେ ଗାଁକୁ ସେ ଶଙ୍ଖା ବିକିବା ଉଦ୍ଦେଶ୍ୟରେ ନୁହଁ ବୋହୂ ଟିକୁ ଦେଖିବା ଆଶାରେ। ବୁଢ଼ା ଫେରିଲା ବେଳେ ଭାବେ ମା’ର ଆସମାନତାରା ଶଙ୍ଖା ଉପରକୁ ମନ, ସେଥିରୁ ମୁଠାଏ ଆଣିଦେବ । ଏହାପରେ ଶଙ୍କରୀବୁଢ଼ା ଜ୍ବରରେ ପଡ଼ିଛି, ଉଠିବାକୁ ଆଉ ବଳ ନାହିଁ , କିନ୍ତୁ ସେ କଥାରେ ନଜର ନାହିଁ ସେ ଚିନ୍ତା କରିବାରେ ଲାଗିଛି ଯେମିତି ହେଲେ ତା’ ମା ପାଇଁ ରଜସଂକ୍ରାନ୍ତି ବେଳକୁ ଶଙ୍ଖା ତିଆରି କରିଦେବ । ଯେତେବେଳେ ବୁଢ଼ା ନିଜ ସମସ୍ତ କୌଶଳ ଲଗାଇ ଆସମାନତାରା ତିଆରି କରିଦେଇଛି ସେତେବେଳେ ସେ ବାହାରିଛି ନିଜ ମାଆ ପାଇଁ ଶଙ୍ଖା ଧରି । କଷ୍ଟେମଷ୍ଟେ ପହଞ୍ଚିଛି ସେ ଗାଁରେ। ସେଇଠି ଯାଇ ବୁଢ଼ା ଦେଖେତ ବୋହୂ ଟି ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା ଏହାଦେଖି ବୁଢାର ମୁଣ୍ଡା ଘୁରିଗଲା । ବୁଢ଼ା ଯତ୍ନରେ ସାଇତି ଆଣିଥିବା ଆସମାନତାରା ଶଙ୍ଖାତକ ତଳେ କଚାଡ଼ି ଦେଇ ଭୋ ଭୋ କରି ସେଠାରୁ ଏକମୁହାଁ ହୋଇ ଫେରି ଗଲା ।
ଏହି ଗଳ୍ପଟିରେ କିଭଳି ନାରୀମାନେ ଅଳ୍ପ ବୟସରେ ବିଧବା ହୋଇ ନାନା ଅସହ୍ୟ ଦୁଃଖ ଯନ୍ତ୍ରଣା ଭୋଗିଥିଲେ ସେ ସମ୍ବନ୍ଧରେ କିଛି ବର୍ଣ୍ଣନା ରହିଛି। ଓଡ଼ିଆ ରଜପର୍ବ ଏବଂ ନାରୀମାନଙ୍କ ଶଙ୍ଖା ପ୍ରତି ଥିବା ଆଦର ପ୍ରକଟିତ ହୋଇଛି। ପ୍ରତିଟି ଚରିତ୍ରକୁ ଜୀବନ୍ତ ରୂପରେ ଉପସ୍ଥାପିତ କରିଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ବାସ୍ତବିକ “ବୁଢ଼ା ଶଙ୍କରି” ଗଳ୍ପଟି କୋଟି କୋଟି ଓଡିଆଙ୍କ ହୃଦୟକୁ ଛୁଇଁ ପାରିଛି ।
ଶିବ ସେଠୀ
ଦିଗପହଣ୍ଡି , ଗଞ୍ଜାମ