ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ, କଳିଙ୍ଗ ବିହାର ଭୁବନେଶ୍ୱର ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏକ ଆଭାସୀ ସଭା ତଥା କବିତା ପାଠୋତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ସୁଶ୍ରୀ ଜାହ୍ନବୀ ଚୌଧୁରୀ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କର ପ୍ରକୃତ ରହସ୍ୟ ଉପରେ ଆଲୋକପାତ କରି ସମସଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ରଖି ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଖ୍ୟାତି ସମ୍ପର୍ଣ୍ଣ ଲେଖିକ, ଔପନ୍ୟାସିକ , କଥାକାର ଓ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ ଗୁରୁ ଓ ଶିକ୍ଷକ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଗୁରୁ ଗମ୍ଭୀର ବକ୍ତବ୍ୟ ରଖିଥିଲେ l ସମ୍ମାନୀତା ଅତିଥି ଭାବରେ ଯୋଗ ଦେଇ କବି, ଲେଖିକା, ପ୍ରକାଶିକା ଏବଂ ଚିତ୍ରକର ଶ୍ରୀମତୀ ମାନମୟୀ ରଥ ଗୁରୁ ଦିବସ ଉପରେ ଆଲୋକପାତ କରିବାକୁ ଯାଇ ଶିକ୍ଷକଙ୍କ ଭୂମିକା ଏକ ଆହ୍ୱାନ ବୋଲି ମତ ବ୍ୟକ୍ତ କରିଥିଲେ l ସୂର୍ଯ୍ୟୋଦୟ ପରିବାର ସହିତ ସୃଷ୍ଟି ଦିନରୁ ଜଡିତ ଓଡ଼ିଶାର ଚର୍ଚ୍ଚିତ ଗାଳ୍ପିକା , ଔପନ୍ୟାସିକା ତଥା ଶିକ୍ଷୟତ୍ରୀ ଶ୍ରୀମତୀ ସତ୍ୟବତୀ ସ୍ୱାଇଁ ମହୋଦୟା ସମ୍ମାନିତା ବକ୍ତା ଭାବେ ଏହି ଆସର ରେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରାର ମଧୁର ସମ୍ପର୍କର ଉପାଦେୟତା ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ l
ଓଡ଼ିଶାର ଚର୍ଚ୍ଚିତ ସ୍ତମ୍ଭକାର ଶ୍ରୀଯୁକ୍ତ ପରଂବ୍ରହ୍ମ ତ୍ରିପାଠୀ ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଦୃଢ ମତାମତ ପୋଷଣ କରିଥିଲେ l ନିଜ ଲେଖନୀ ନିଃସୃତ ତଥା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା “ଶିକ୍ଷକଙ୍କ ନିକଟକୁ ଖୋଲା ଚିଠି” ପାଠ କରି ବିଶେଷ ଭାବରେ ଗୁରୁ ଶିଷ୍ୟଙ୍କ ଦାୟିତ୍ୱ ବୋଧ ଉପରେ ସଚେତନତା ସୃଷ୍ଟି କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମନୋରମା ସାହୁ ସୁବୁଦ୍ଧି, ମମତା ବିଶ୍ବାଳ ପୁହାଣ, ଡଃ ସଂଜୀବ କୁମାର ପାଣିଗ୍ରାହୀ, ପଲ୍ଲବୀ ବାରିକ, ମଧୁସ୍ମିତା ସାହୁ, ମନ୍ଦାକିନୀ ପାଢ଼ୀ, ମନୋଜ କୁମାର ଜେନା, ମୋନାଲିସା ଭଞ୍ଜ, ସ୍ଵାଗତିକା ବେହେରା, ସ୍ନେହାଶିଷ ତ୍ରିପାଠୀ, ଶୁଭସ୍ମିତା ମହାନ୍ତି, ଲଷ୍ମୀପ୍ରିୟା ବେହେରା ପ୍ରଭୁତି ଯୋଗଦେଇ ନିଜ ନିଜର ସ୍ଵକୀୟ ଗୁରୁଦିବସ ସମ୍ୱନ୍ଧୀୟ ସାରସ୍ବତୀୟ ବକ୍ତବ୍ୟ ରଖିଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ଓଡ଼ିଶାର ଚର୍ଚ୍ଚିତ ଯୁବ ସଂଯୋଜକ ଶ୍ରୀମାନ ହୃଦୟ ରଞ୍ଜନ ପରିଡା ସଂଯୋଜନା କରିଥିବା ବେଳେ ଏଥିରେ ଅନେକ କବି କବୟିତ୍ରୀ ନିଜର ସ୍ୱରଚିତ କବିତା ପାଠ କରି ଗୁରୁ ଦିବସର ଏହି ଆଭାସ ମଞ୍ଚକୁ ଆନନ୍ଦ ମୁଖରିତ କରିଥିଲେ । ଉକ୍ତ ଆସର ରେ ରୁଦ୍ରନାରାୟଣ ଦାଶ(ଖୋର୍ଦ୍ଧା), ମଧୁସ୍ମିତା ମିଶ୍ର(ବାଲେଶ୍ଵର), ସ୍ନେହା ରାଣୀ ପରିଡ଼ା(ଗଞ୍ଜାମ) ଶୁଦ୍ରୁମା ପଣ୍ଡା(ସମ୍ବଲପୁର), ରବୀନ୍ଦ୍ର ନାଥ ସାହୁ(ଗଞ୍ଜାମ), ମନ୍ଦାକିନୀ ପାଢ଼ୀ (ଭଦ୍ରକ), ରତି ନାରାୟଣ ରାଉତ(କେନ୍ଦୁଝର)
ସ୍ମିତା ରାଣୀ ବାରିକ(ସୁନ୍ଦରଗଡ),ଲିଜା ରାଣୀ ପ୍ରଧାନ( ନୟାଗଡ଼), ଶିକ୍ଷୟିତ୍ରୀ ମୋନାଲିସା ଭଞ୍ଜ(ମୟୂରଭଞ୍ଜ)
ଶୁଭ ଲକ୍ଷ୍ମୀ ବେହେରା(କଟକ), ସ୍ୱାଗତିକା ବେହେରା(କଟକ),
ନରୋତ୍ତମ ପାତ୍ର, (କଳାହାଣ୍ଡି), ମୁକ୍ତି ରାଣୀ ଦେବତା (ଯାଜପୁର), ସୁହାସିନୀ ପଟ୍ଟନାୟକ(କେନ୍ଦୁଝର)
ତପସ୍ଵିନୀ ଷଡ଼ଙ୍ଗୀ(କଟକ), ଗଣେଶ୍ୱର ବେହେରା(ଯାଜପୁର) ସ୍ଵର୍ଣ୍ଣଲତା ମଲ୍ଲିକ(କଟକ), ପୁଷ୍ପଲତା ମିଶ୍ର(ଖୋର୍ଦ୍ଧା), ଛବି ରାଣୀ ପତି (ଜଗତସିଂପୁର), ରିତା ଅପରାଜିତା ମହାନ୍ତି (ଖୋର୍ଦ୍ଧା), ପ୍ରଭାକର ସାହୁ(ବାଲେଶ୍ଵର) ଙ୍କ ସମେତ ଆହୁରି ଅନେକ କବି କବୟିତ୍ରୀ ଅନେକ ଭାଷା ଭାଷୀ ରେ କବିତା ତଥା ସନ୍ଦର୍ଭ ପାଠ କରିଥିଲେ।
ସଭା ଆରମ୍ଭରେ ଯୁବ କଣ୍ଠଶିଳ୍ପୀ ସରୋଜିନୀ ସୁତାର ପ୍ରାରମ୍ଭିକ ସଙ୍ଗୀତ “ହେ ଗୁରୁ ତୁମେ ମଙ୍ଗଳ ମୟ” ଗାନ କରି ସମସ୍ତଙ୍କୁ ତଲ୍ଲୀନ କରିଦେଇଥିଲେ। ଶେଷରେ ସହସମ୍ପାଦିକା ସ୍ରୋତସ୍ୱିନୀ ପରିଡା ଉକ୍ତ ସଭାରେ ସଭା ସାଙ୍ଗ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।
SURYODAYA LITERARY FOUNDATION- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
I really liked the speech of honourable guest Pabitra Sir.
I really liked the meeting organized on Teachers’ Day. First of all I would like to thank all the staff of SLF family for organizing such a nice and enlightening meeting. But, unfortunately, due to network problem, I missed the golden opportunity to listen to the speeches of the chief guests and the poetry of my younger siblings. And I am very sorry that I could not read my poem. I hope Manoj sir must have conveyed the poem I sang through WhatsApp to you. Thank you very much everyone.