କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ
କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ।କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ପାଠକ ହାସ୍ୟ ସଞ୍ଚାର କରିବା ସହିତ ସମାଜର ସଂସ୍କାର ଭାବନା ତାଙ୍କ ସୃଷ୍ଟି ମୁଖ୍ୟ ବିଭବ। ତାଙ୍କର କାବ୍ୟ କବିତା ଗୁଡ଼ିକ ହେଲା:-
ଜାତୀୟ ସଂଗୀତ, କଲ୍ଲୋଳ ଓ ଚଟକ ଚନ୍ଦ୍ରହାସ ଚଂପୂ ବିବିଧ କବିତା ସୃଷ୍ଟି। କିଛି ସଂପର୍କ ନ ଥାଇ ମଧ୍ୟ ବାତ୍ସଲ୍ୟ ପ୍ରେମର ମହାନତା ପ୍ରଦର୍ଶନ କରାଯାଇଛି।
ଏହି ଗଳ୍ପରେ ମଣିଷ ମଣିଷ ପ୍ରତି ଭଲ ପାଇ ଜାତି ଧର୍ମ ପ୍ରତି ଓ ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଭଲପାଇବା, ଗାଳ୍ପିକ ବୁଢ଼ା ଶଙ୍ଖାରି ଓ ଗୋଟିଏ ସସ୍କାରି ବୋହୂ ଉପରେ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମା ଓ ପୁଅ ର ଭଲପାଇବା କୁ ନେଇ ରଚନା କରିଛନ୍ତି।
ଫଗୁଣ ମାସର ଶେଷରେ ଷାଠିଏ ବର୍ଷ ର ବୁଢ଼ା ଟିଏ ଖରାରେ ଗାଁ କୁ ଯାଉଥାଏ।ବୁଢା ଟିଏ ର ଦାନ୍ତ ଗୁଡ଼ାକ ସବୁ ପଡ଼ିଗଲାଣି,ମୁଣ୍ଡ ଓ ଛାତିର ବାଳ ଗୁଡିକ ପାଚି ଧୋପ୍ ଫରଫର ଦିଶୁଛି ନିଜର ପେଟ ପୋଷିବା ପାଇଁ ସେ ଗାଁ ଗାଁ ବୁଲି ଚୁଡ଼ି ବିକ୍ରି କରେ ଶରୀରର ଝାଳରେ ଚୁଡି ଗୋଡବାଟେ ବୋହି ଯାଉଥିଲା।
ଗାଁ ମୁଣ୍ଡରେ ଗୋଟିଏ ଘର ଥିଲା ଶଙ୍ଖାରି ବୁଢା ସେହି ପିଣ୍ଡାରେ ତାର ଚୁଡି ଟୋକେଇ ଟି ଥୋଇ ବସି ପଡିଲା। କିଛି ସମୟପରେ ସେ ଘର ଭିତରୁ ଗୋଟିଏ ଦାସୀ ବାହାରି ଆସିଲା।ଦାସୀ ବୁଢାକୁ ଦେଖି ପଚାରିଲା କି ହୋ ଶଙ୍ଖାରି ପୁଅ ଶଙ୍ଖା ଆଣିଛ କି,ବୁଢାଟି ଦାସୀକୁ ପାଣି ଟୋପାଏ ମାଗିଲା ଖରାରେ ତାର ତଣ୍ଟି ଶୁଖିଯାଇଥିଲା । ଦାସୀ ପାଣି ଆଣି ଦେଲା ବୁଢା ଟା ପାଣିପିଇ ଆରାମ ନେଲା। ଦାସୀ ବୁଢା କୁ କହିଲା ଚାଲ ବୋହୂ ସାଆନ୍ତାଣୀ ଡାକୁଛନ୍ତି। ବୋହୂ ସାଆନ୍ତାଣୀ ବାଟରେ ଓଢ଼ଣା ଦେଇ ଠିଆ ହୋଇଥିଲା। ବୋହୂ ଟା ବହୁତ ସସ୍କାରି ଆଉ ଲାଜେଇ।ବୁଢା ଟି ଭିତରକୁ ଯାଇ ବୋହୂ ଆଗରେ ତା ଟୋକେଇ ଥୋଇଲା। ବୋହୂ ସାଆନ୍ତାଣୀ ଦାସୀ କୁ କେମିତି ଶଙ୍ଖା ଅଛି ପଚାର ବୋଲି ଧିରେଧିରେ କହୁଥାଏ।ଦାସୀ କହିଲା ବୁଢା ମଣିଷ ଟିଏ ନିଜେ ଦେଖୁ ନ ବୋଲି। ବୋହୂ ଓଢ଼ଣା ଅଧେ ଟେକି ହସି ହସିକା ବାହାରି ଆସିଲା।ସତରେ ଯିଏ ଲାଜ କରେ ସେ ଖୁବ ସୁନ୍ଦର ଦିଶୁଥାଏ ଆଉ ସସ୍କାରି ମଧ୍ୟ ହୋଇଥାଏ। ଚମ୍ପାଫୁଲ ପରି ଗୋରା ଆଙ୍ଗୁଳି ସବୁ ଓସାର ଗୋଟିଏ ଚାଉଳରେ ଗଢା।ବୋହୂ କୁ ଦେଖି ବୁଢାର ଆଖି ପୂରି ଉଠିଲା।ସେ ଆଉ ମୁହଁ ଫେରାଇଲା ନାହିଁ।ଖୁବ ଆନନ୍ଦରେ କେତେବେଳେ କେ ଯାଇ ମୁହଁ ଫିଟାଇ କହିଲା ମାଁ କି ଶଙ୍ଖା ନେବୁ ନେ, ମା ବୋଲି ଡାକି ଦେବା କ୍ଷଣିକେ ବୁଢ଼ା ର ଛାତି କୁଣ୍ଡେଇ ହୋଇଗଲା । ବୋହୂ ଟି ଆସମାନ୍ ତାରା ଶଙ୍ଖା ଅଛି ବୋଲି ବୁଢ଼ା ତା ମୁହଁ ର କଥା ଶୁଣିକି ଭାବିଲା ଏତେ ମିଠା କଥା,ସେ ସ୍ବର ଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ା କହିଲା ନା ମା ରଙ୍ଗଝିଲିରି,ବଉଳ ଫୁଲିଆ ଅଛି।ଆସତାନ୍ ତାରା ର ତିଆରି ହେଲେ ଆଣି ଦେବି। ବୋହୂ ଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କରିଥିଲା। ବୁଢ଼ା ଦେ ମା ଛକି ଦେବି ବୋଲି କହୁଥାଏ।
ବୁଢା ତା ମା କୁ ନ ଦେଖିଲେ ରହିପାରୁ ନ ଥିଲା।ସେ ମନେ ମନେ ପ୍ରତି ଦିନ ତା ହାତରେ ଶଙ୍ଖା ପିନ୍ଧାଇ ବା ପାଇଁ, ବୁଢ଼ା ଶଙ୍ଖାରି ସେ ଗାଁ କୁ ତା ମା କୁ ଦେଖିବା ପାଇଁ ଆସେ ଆଉ ବାହାରେ ଡାକି କି ଚାଲି ଯାଏ।ପ୍ରତି ଦିନ କିଏ ବା ଶଙ୍ଖା ନେବ।ହେଲେ ବୁଢ଼ା ର ଉଦ୍ଦେଶ୍ୟ ତା ମା ସହିତ ଦେଖା ହେବ ବୋଲି ଚାଲି ଆସେ।
ଦୁଇ ତିନି ମାସ ଗଲାପରେ ବୁଢା ଟି ତା ମା ପାଇ ଆସମାନ୍ ତାରା ଶଙ୍ଖା ନେବା ପାଇଁ ବନେଇଲା ହେଲେ ତାକୁ ବହୁତ ଜ୍ୱର ହେଉଥିଲା।ସେ ଦିନ ବହୁତ ଖରା ହେଉଥାଏ ବୁଢ଼ା ଯେମିତି ହେଲେ ମୁଁ ଶଙ୍ଖା ନେଇ କି ଯିବି କହିଲା ଆଉ ଧିରେ ଧିରେ ପାଦ ପକାଇ ସେ ଗାଁ କୁ ଗଲା। ଯେତେବେଳେ ତା ମା କୁ ଦେଖିଲା ବୁଢ଼ା ଥରି ଉଠିଲା।ତା ହାତ କୁ ଦେଖି ସେ କାନ୍ଦି ପକାଇଲା।ଏଇଆ ଥେଖିବା ପାଇଁ ଆସିଥିଲି ନା ଲୋ ମା ଦେଖିବା ଆଗରୁ ମୁଁ ମରି ନ ଗଲି କାହିଁକି କହିଲା।
ଆମେ ଯାହା ପାଇଁ ଖୁସିରେ କିଛି ଆଣିଥାଉ ସେ ଜିନିଷ ଯଦି ଦେଇ ନ ପାରୁ ତାହାଲେ ବହୁତ କଷ୍ଟ ହୋଇଥାଏ।
ଦୀପାଳି ମେହେର
ଖଇରପାଲି, ପଦ୍ମପୁର, ବରଗଡ଼