October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*

*”ବୁଢ଼ାଶଙ୍ଖାରି” – ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ*

ଓଡ଼ିଆ ସାହିତ୍ୟ ର ବିବିଧ ବିଭାଗରେ ଲେଖନୀ ଚାଳନା କରିଥିବା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନିଜ ରଚନାବଳୀ ର ଭିନ୍ନ ଭିନ୍ନ ରୋଚକ ଓ ମନୋରମ ଶୈଳୀ ପାଇଁ ସେ ଓଡ଼ିଶା ରେ ସୁପରିଚିତ। ସେ ଥିଲେ ଜଣେ ପ୍ରତିଷ୍ଠିତ ସାହିତ୍ୟକ। ସରଳ ଓ କୋମଳ ଭାଷା ରେ ତାଙ୍କ କବିତା ଗୁଡ଼ିକ ରଚିତ ମନମୁଗ୍ଧକର ଥିଲା।। ସେ ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ କଟକ ସହର ଧୁଆଁପତ୍ରିଆ ଗଳି, ବାଖରବାଦ ଏକ ଗୃହ ରେ ଜନ୍ମ ଗ୍ରହଣ କରିଥିଲେ। ମାଣବସା ଗୁରୁବାର ରେ ଜନ୍ମିଥିବାରୁ ତାଙ୍କର ଲକ୍ଷ୍ମୀକାନ୍ତ ବୋଲି ନାମକରଣ କରଯାଇଥଲା।  ୧୮୮୮ ଡିସେମ୍ବର ୯ – ୨୪ ଫେବୃଆରୀ ୧୯୫୩ ମସିହା ମଧ୍ୟ ରେ ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ। ଓଡ଼ିଶାର ରାଜ୍ୟ ଗାନ  ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି।  ଓଡିଆ ସାହିତ୍ୟ ର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗ ସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ। ତାଙ୍କ ପିତାଙ୍କ ନାମ ଚୌଧରି ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତା ରାଧାମଣୀ ଥିଲେ।  ଜମିଦାର ଲାଲମୋହନ ଦାସ ଙ୍କ କନ୍ୟାକୁ ସେ ବିବାହ କରି ୧୯୧୨ ରେ ଏକ ପୁତ୍ର ସନ୍ତାନ ର ଜନକ ହୋଇଥିଲେ। ୧୯୧୩ ରେ ରେଭେନ୍ସା କଲେଜରୁ ସ୍ନାତକ ହାସଲ କରିବା ସମୟ ରେ ତାଙ୍କ ରଚିତ ଦେଶପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଉଦବୋଧନ କରିଥିଲା। ୧୯୩୩ ରେ ତାଙ୍କୁ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣ ର ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟ ରେ ତାଙ୍କୁ “କାନ୍ତ କବିର” ଉପାଧି ଦିଆଯାଇଥିଲା। ସାହିତ୍ୟ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନନୀୟ । ୧୯୨୦- ୨୧ ର ଅସହଯୋଗ ଆନ୍ଦୋଳନ ଏବଂ ୧୯୩୦ ର ଲବଣ ସତ୍ୟାଗ୍ରହ କାନ୍ତ କବି ଙ୍କ ସହ ତାଂକ ପରିବାର ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହିସବୁ ଆନ୍ଦୋଳନ ର ସୂତ୍ରଧାର ମହାତ୍ମା ଗାନ୍ଧୀ ଙ୍କ ଆହ୍ବାନ ଲକ୍ଷ୍ମୀକାନ୍ତ ଓ ତାଙ୍କ ପରିବାର କୁ ଦେଶ ପ୍ରେମ୍ ରେ ବୁଡାଇ ଦେଇଥିଲା। ତାଂକ ପିତା ଭାଗବତ, ଭଉଣୀ କୋକିଳ ଦେବୀ ଜନ୍ନବି ଦେବୀ ଏବଂ ସାନଭାଇ କମଳା କାନ୍ତ ଆଦି ୧୯୩୦ ମସିହା ର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିଲେ। ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନ ରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ଓ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରିବା ପାଇଁ କାନ୍ତ କବି ଶ୍ରୀ ମହାପାତ୍ର ନିଜର କଲମ ର ସାହାଯ୍ୟ ନେଇଥିଲେ। ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶ ପ୍ରେମ୍ ବଢେଇବା ରେ ଲାଗିପଡିଲେ। କାନ୍ତ କବି ଙ୍କ ରଚିତ ଦେଶାତ୍ମବୋଧକ କବିତା ମାନ ଲୋକ ମାନଙ୍କୁ ଏକଜୁଟ କରାଇବାରେ ସହାୟକ କରିଥିଲା ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜ ସରକାରଙ୍କ ବିରୋଧ ରେ ଲଢ଼ିବାକୁ ଏବଂ ସ୍ଵାଧୀନତା ପ୍ରାପ୍ତ କରିବାକୁ ସେ ନିଜର କବିତା କୁ ଅସ୍ତ୍ର ଭାବରେ ବ୍ୟବହାର କଲେ। ସେତେବେଳେ ଓଡ଼ିଆ ସାହିତ୍ୟ ରେ ସତ୍ୟବାଦୀ ଯୁଗ ଚାଲିଥିଲା ନୀଳକଣ୍ଠ ଦାସ ଏବଂ ଗୋଦାବରୀଶ୍ ମିଶ୍ରଙ୍କ ଭଳି ପାଠ ପ୍ରଦଶକ ମାନେ ପୁରାତନ ଖ୍ୟାତି, ସମ୍ଭ୍ରାନ୍ତ ପୃଷ୍ଠଭୂମି ଏଵଂ ପରମ୍ପରା କୁ ନେଇ ଜାତୀୟତା ର ବାର୍ତ୍ତା ପ୍ରଚାର କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ଅସଂଖ୍ୟ ଜନସାଧାରଣ ଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରୁଥିଲା। ସେହିମାନଙ୍କ ଠାରୁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଅଧିକ ରୁ ଅଧିକ ଉତ୍ତମ ଏବଂ ଶକ୍ତିଶାଳୀ ଦେଶପ୍ରେମୀ କବିତା ଲେଖିବାକୁ ପ୍ରେରଣା ମିଳିଥିଲା ଯାହାକି ସମାଜର ତୃଣମୂଳ ସ୍ତରରେ ପହଞ୍ଚି ପାରିଲା। ଲକ୍ଷ୍ମୀକାନ୍ତ କବିତା ଗୁଡାକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମବୋଧକ ବଢେଇବା ରେ ଶକ୍ତିଶାଳୀ ଥିଲା। ଓଡ଼ିଆ ମାନଙ୍କର ହଜି ଯାଇଥିବା ଖ୍ୟାତି ଏଵଂ ପୁରାତନ ପାରମ୍ପରାକୁ ଫେରିପାଇବା ତଥା । ମାତୃଭୂମି ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ଗୁଡ଼ିକ ର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ମାତୃଭୂମି ର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ। ଏହିକଥା ସେ ତାଙ୍କର ୧୧ ନଂ କବିତା ମାଧ୍ୟମ ରେ ଲୋକ ଙ୍କ ପାଖରେ ପହଞ୍ଚାଇ ଥିଲେ। ସେହି ସମୟ ରେ ପ୍ରଦେଶ କଂଗ୍ରେସ ର ଜିଲ୍ଲାସ୍ତରୀୟ ସମ୍ମିଳନୀ ଭଦ୍ରକ ରେ ଅନୁଷ୍ଠିତ ହୋଇଥିଲା ସେଠାରେ ଆଖ ପାଖରେ ସମ୍ଭ୍ରାନ୍ତ ବ୍ୟକ୍ତି ମାନଙ୍କ ସହ ଦୃଢ଼ ବିଶ୍ବାସୀ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ସଭାରେ ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତ କବିଙ୍କ ର କବିତା କରାଗଲା ଏବଂ ସମସ୍ତଙ୍କୁ ମୋହିତ କରିବା ସହ ହୃଦୟସ୍ପର୍ଶ ସହ ସମସ୍ତ ଶ୍ରୋତା ମଣ୍ଡଳୀ କୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଇଥିଲା। ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇ ଉଠିଲା। ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚନା ରେ ଦେଶ ଓ ଜାତିପ୍ରେମ ର ଝଲକ ଦେଖିବାକୁ ମିଳିଥାଏ। ସ୍ବରାଜ ଓ ସ୍ଵଦେଶୀ ଭାବରେ ତାଙ୍କର ସବୁ ଲେଖା ଯାଇଥିଲା। ତାଙ୍କର ରଚନା ସବୁ ୨ ଟି ଭାଗରେ କାନ୍ତ ସାହିତ୍ୟନ ଖଣ୍ଡ ୧ ଓ ୨ ଭାବରେ ଖଣ୍ଡ ରେ ତାଙ୍କ ରଚିତ ଜାତିପ୍ରେମ କବିତା ସବୁ ଅଛି। ଏଥିରେ ସମୁଦାୟ ୩୩ ଗୋଟି ଦେଶପ୍ରେମ କବିତା ଅଛି। ଏଥିରୁ ୨୬ ଗୋଟି କବିତା ପ୍ରଥମ ଭାଗରେ ଅଛି। ଯାହା ଭିତରୁ ଦୁଇଟି ଜଣାଶୁଣା କବିତା ହେଲା ବନ୍ଦେ ଉତ୍କଳ ଜନନୀ ଓ କେ କହିବ ଆଜି ଭାରତ କେ କହିବ ତାକୁ ଦିନ ଆଜି। ବାକି ସାତ ଟି କବିତା ଦ୍ୱିତୀୟ ଭାଗରେ ଅଛି ସେସବୁ ହେଲା :- ପ୍ରଳୟ ଦୁନ୍ଦୁଲି, ଉନ୍ମାଦ, ଅର୍ଯ୍ୟ ବାହିନୀ, ବିଜୟ ବନ, ଜାତୀୟ ପତାକା,ସମର ସଙ୍ଗୀତ , ଏ ଦେଶ। ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ କଣା ମାମୁଁ ଓ କ୍ଷୁଦ୍ରଗଳ୍ପ, ବୁଢ଼ା ସଂଖାରି ପାଇଁ ଓଡ଼ିଶା ର ଘରେ ଘରେ ପରିଚିତ। ତାଂକ ରଚିତ ବନ୍ଦେ ଉତ୍କଳ ଜନନୀ ଉତ୍କଳ ସମ୍ମିଳନୀ ସଭାରେ ଗଣ କରା ଯାଇଥିଲା।

   ବିଷୟ:- ଲେଖକ ଙ୍କ ସମସ୍ତ ଲେଖା ମଧ୍ୟରୁ “ବୁଢ଼ା ଶଙ୍ଖାରି” ଗଳ୍ପ ଟି ଅନ୍ୟତମ। ରକ୍ତର ସଂପର୍କ ନଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମ ରେ ମହାନତା ପ୍ରଦର୍ଶନ କରାଯାଇଛି , ତାହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କର୍ “ବୁଢ଼ା ଶଙ୍ଖାରି ” ରେ ବର୍ଣ୍ଣିତ ହୋଇଛି । ଏହି କ୍ଷୁଦ୍ରଗଳ୍ପ ଏକ ଭିନ୍ନ ସ୍ୱାଦର ଗଳ୍ପ। ଏ ଗଳ୍ପରେ ଭରି ହୋଇ ରହିଛି ମାନବୀୟ ଆବେଗ , ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ। ରକ୍ତ ସମ୍ପର୍କ ବ୍ୟତିରେକ, ମଣିଷ ମଣିଷ ଭିତରେ ଯେଉଁ ଆପଣାପଣ ଉହ୍ୟ ଥାଏ ତାହାକୁ ଅତି ଚମତ୍କାର ଶୈଳୀରେ ଲେଖିଛନ୍ତି ଲକ୍ଷ୍ମୀକାନ୍ତ ।ଏହି ଗଳ୍ପରେ ସେ ଗାଁର ସେ ସୁନ୍ଦର୍ ପ୍ରକୃତି ସହ ସ୍ନେହ ଭରା ପରିବେଶ ର ଦୃଶ୍ୟ, ସାମାଜିକ ଅବସ୍ଥା, ମହିଳାମାନଙ୍କ ସଂଯମତା, ଭାଇଚାରା ଓ ଲୋକଙ୍କ ମାନସିକ ଅବସ୍ଥା ଆଦିକୁ ଅତି ସରଳ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଗଳ୍ପ ଟି ଏତେ ମାତ୍ରାରେ ପାଠକଙ୍କ ନିକଟରେ ଆଦୃତ ଯେ “ବୁଢ଼ା ଶଙ୍ଖାରି ” ଗଳ୍ପଟି ଓଡ଼ିଶାର ଏକ ସ୍ମରଣୀୟ ଚରିତ୍ର ଓ ଘରେ ଘରେ ପରିଚିତ।
ପ୍ରାୟ ଫଗୁଣ ମାସ ସରିକି ଉଦୁଉଦିଆ ଖରା ରେ ଗୋଟିଏ ଷାଠିଏ ବର୍ଷର ବୁଢ଼ା ଶଙ୍ଖାରିଟିଏ ପ୍ରତିଦିନ ଗାଁକୁ ଚୁଡି ବିକ୍ରିପାଇଁ ଆସେ। ଟାଣ ଖରା ରେ ତାର ସେ ବୃଦ୍ଧ ଦେହ ଟି ବିଶ୍ରାମ ଟିକେ ଲୋଡ଼ିଛି ସେଥିପାଇଁ ବୁଢ଼ାଟି ଯାଇ ବସି ପଡ଼ିଛି ଗାଁ ମୁଣ୍ଡରେ ଥିବା ଗୋଟିଏ ଘର ର ଏକ ପକ୍କା ପିଣ୍ଡା ରେ। କିଛି ସମୟ ପରେ ସେ ଘରୁ ବାହାରି ଆସିଛି ଜଣେ ଦାସୀଟିଏ ବୁଢ଼ା ତାକୁ ଚିହ୍ନେ, ତେଣୁ ପାଣି ମନ୍ଦେ ମାଗିଛି ଦାସୀ ଟିଏ ପାଣି ଲୋଟାଏ ଆଣି ବୁଢାକୁ ଦେଇଛି। ବୁଢ଼ା ଉପରକୁ ଟେକି ସବୁ ପାଣି ଏକାଥରେ କେ ପିଯାଇଛି। ପାଣିତିକ ପିଇ ସାରି ବୁଢ଼ା ର ଆତ୍ମ ତୃପି ହୋଇଉଠିଛି ।ଶୁଖି ଆସୁଥିବା ତଣ୍ଟି ଟି ତାର ପାଣି ପାଇ ଜୀବିତ ହୋଇଉଠିଛି। ଦାସୀ ଟିକୁ ବୁଢ଼ା ଆଶ୍ରିବାଦ ଦେଇଛି। ଦାସୀ ବୁଢାକୁ ଘର ଭିତରକୁ ଶଙ୍ଖା ଟୋକେଇ ନେଇ ଯିବାକୁ କହିଛି ,କି ବୋହୂ ସାନ୍ତାଣୀ ଚୁଡ଼ି ରଖିବେ ଘର ଭିତରକୁ ଆସ। ବୁଢ଼ା ଟୋକେଇଟି କୁ ଉଠେଇ ନେଇ ଘର ବାରଣ୍ଡା ରେ ଥୋଇଦେଲା ।ସେ ଦୁଆର ପାଖରେ ଓଢ଼ଣା ଦେଇ ଗୋଟିଏ ନୂଆ ବୋହୁ ଛିଡ଼ା ହେଇଥିଲା। ବୋହୁଟି ଧିରେ ଧିରେ ଯାଇ ଦାସୀ କୁ କହିଲା କି ଶଙ୍ଖା ଅଛି ପଚାର ମ। ଦାସୀ ଟି ଟିକିଏ ମୁଖୁରା ,ସିଏ କହିଲା ବୁଢ଼ା ଟାକୁ ମା କଣ ଏତେ ଲାଜ ମ ନିଜେ ଟୋକେଇ ରୁ ଦେଖୀ ଆସୁନ। ଦାସୀ ର କଥା ବୋହୂ ମନକୁ ପାଇଲା ତେଣୁ ସେ ଓଢଣା କୁ ଢାଙ୍କି ଯାଇ ଟୋକେଇ ପାଖରେ ଠିଆ ହେଲା। ବୋହୂ ଟିର ମୁହଁ ଦିଶିଗଲା ମୁହଁଟି ଚକି କାଟିଦେଲା ପରି ଗୋଲ, ଚମ୍ପା ଫୁଲ ପରି ଗୋରା ଚାରି ଆଙ୍ଗୁଳି ଓସାର ନାଲି ମୟୂରକଣ୍ଠୀର କସ୍ତା ଟି ଗୋଇଠୀ ଯାଏଁ ଲମ୍ବି ଯାଇଛି। ବୋହୂଟି କୁ ଦେଖି ବୁଢ଼ାର ମନ ପୂରି ଉଠିଛି। ଏତେ ସୁନ୍ଦର ବୋହୂଟିଏ ସେ ଆଜି ଯାଏଁ ଦେଖିନଥିଲା । ଗୋଟିଏ ଲୟର ସେମିତି ଚାହିଁ ରହିଥିଲା। କେତେବେଳେ ବୁଢ଼ା ମୁଁହ ଫିଟାଇ କହିଲା , “ମା , କି ଶଙ୍ଖା ନବୁ ନେ ।” ମା ବୋଲି ଡ଼ାକି ଦେଇଥିବାରୁ ବୁଢ଼ାର ଛାତି କୁଣ୍ଢେ ହୋଇଗଲା। ବୋହୂ ଟି ଲାଜ ଛାଡ଼ିଦେଇ କହିଲା ଆସମାନ ତାରା ଶଙ୍ଖା ଅଛି ? ନାରେ ମା ସେ ଶଙ୍ଖା ନାହିଁ ଆଉ ଯାହା ନବୁ ନେ। ସେ ଟୋକେଇ ରୁ ବୋହୂ ଶଙ୍ଖା ମୁଠେ ବାଛିଚି ଏବଂ ବୁଢ଼ା ତାକୁ ଆଦର ଏବଂ ଯତ୍ନ ରେ ପିନ୍ଧାଇ ଦେଇ ଟଙ୍କା ନେବାକୁ ମନା କରିଦେଇ କହିଛି ସେ ପରା ମୋ ମା ମାଠୁ କଣ ପୁଅ ଟଙ୍କା ନିଏ ? ତା ପରଠୁ ସେ ଗାଁ କୁ ବୁଢ଼ା ଦୁଇ ଦିନ ରେ , ଚାରିଦିନ ରେ ଥରେ ଆସେ ଓ ସେ ଘର ଦୁଆରେ ବସି ବୋହୂକୁ ଅପେକ୍ଷା କରେ। କାଚ ତ ଗୋଟିଏ ନିତିଦିନିଆ ଦ୍ରବ୍ୟ ନୁହେଁ କି ସମସ୍ତେ ସବୁଦିନ ରଖିବେ ତେଣୁ ତାର ବିକ୍ରି ହେଉ କି ନ ହେଉ ସେ କବାଟ ପାଖରେ ବୋହୁ କୁ ଦେଖି ମନେ ମନେ ଭାରି ଖୁସି ହୋଇ ଫେରିଯାଏ। ବୁଢ଼ା ଯଯେଉଁଦିନ ଆସେ , ପ୍ରାୟ ଏହି କଥା , ଏହି ଅଭିନୟ ନିତି ନିତି ଚାଲେ। ବୁଢ଼ା ଶେଷରେ ଠିକ୍ କଲା ମା ର ଆସମାନ ଶଙ୍ଖା ରେ ମନ ତେଣୁ ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡେ ହେଲେ ମା ପାଇଁ ଆସମାନ ଶଙ୍ଖା ତିଆରି କରି ନେବି। ଏଇୟା ଭାବିବା କ୍ଷଣି ବୁଢ଼ାର ମନ ଭାରି ଉତଫୁଲ୍ଲ ହୋଇଉଠେ।
ବୈଶାଖ ମାସ ହେଲା ବୁଢ଼ା ଲୋକ ସେଥିକି ଖରା ରେ ରୋଜ ରୋଜ ବାଟ ଚଲା , ପାଣି ପିଆ ଦେହ ରେ ଗଲା ନାହିଁ ତେଣୁ ବୁଢାକୁ ଭୀଷଣ ଜ୍ଵର ହେଲା। ଗୋଡ଼ ହାତ ଫୁଲିଗଲା , ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଜମା ଖାତିର ନାହିଁ ସେ ଖାଲି ଭାବୁଥାଏ କେମିତି ଆସମାନ୍ ଶଙ୍ଖା ନେଲେ ତା ମା ରଜରେ ପିନ୍ଧିବ। ସେଥିପାଇଁ ମନ ଟା ତାର ଖାଲି ଆଉଟି ପାଉଟି ହୋଉଥାଏ। ଶେଷରେ ବୁଢ଼ା ଟି ଅନେକ କଷ୍ଟ ରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଶଙ୍ଖା କୁ ତିଆରି କରି ଦେଖି ଭାରି ଖୁସି ହେଲା ଓ ଭାବିଲା ଏ ଶଙ୍ଖା ମାର ହାତ କୁ ଭାରି ମାନିବ ।
ରଜ ପୂର୍ବଦିନ ଶଙ୍ଖା କୁ ନେଇ ଖୁସିରେ ଚାଲିଲା ଓ ତା ମାର ଘର ଆଗରେ ଠିଆ ହେଇ ଡାକିଲା ମା, ଶଙ୍ଖା ନେଵ? କେହି କିନ୍ତୁ ଶୁଣିଲେ ନାହିଁ କିଛି ସମୟ ଏମିତି ଡାକିବା ପରେ ଘର ର ମା ସାଆନ୍ତାଣୀ ବାହାର କୁ ଆସି କହିଲେ କେହି ଶଙ୍ଖା ନେବେନି , ଚାଲିଯାଓ ଏଠୁ। ମା ହ ହଉ ଶଙ୍ଖା ନ ନିଏ ପଛେ ମୋ ମା କୁ ଡ଼ାକିଦିଅ ମୁ କେତେଦିନ ହେବ ତାକୁ ଦେଖିନି ଖାଲି ତାକୁ ଦେଖିଦେଇ ଚାଲିଯିବି କହି କାକୁତି ମିନତି କଲା। ବୋହୂ ଟି ଆସି ନିଶବ୍ଦ ରେ ଛିଡ଼ା ହେଲା । ସେ ଚାରି ଆଙ୍ଗୁଳି ନାଲି ଶାଢ଼ୀ ନାହିଁକି ଦକ୍ଷିଣ ପାଟ ନାହିଁ । ଗୋଡ଼ ଦୁଇଟି ଫୁଙ୍ଗୁଳା , ପିନ୍ଧିଛି ଖଣ୍ଡେ ଧଳା କସ୍ତା । ଏ ସବୁ ଦେଖି ବୁଢ଼ାର ଦେହ ଥରି ଉଠିଲା , ସେ ଆଖି ମୂଜି ପକେଇଲା । ଭୋ ଭୋ ରଡ଼ି କରି କହିଲା ମାଲୋ ମୁଁ ନ ମରି କାହିଁକି ତତେ ଦେଖିବକୁ ଆସିଲି? ସେ ଆଣିଥିବା ସେ ଶଙ୍ଖା କୁ ଦାଣ୍ଡ ରେ କଚି ଫୋପାଡି ଏକ ମୁହାଁ ହୋଇ ଚାଲିଯାଇଛି ଯେ, ସେହି ଦିନଠା ରୁ ସେ ଗାଁ ରେ ଆଉ ବୁଢ଼ା ଶଙ୍ଖାରି କୁ କୁ କେହି ଦେଖି ନାହାଁନ୍ତି।
ଏ କାହାଣୀ ଚାରୋଟି ଚରିତ୍ରକୁ ନେଇ ସୃଷ୍ଟି ହୋଇଛି; ବୁଢ଼ା, ନୂଆ ବୋହୂ, ଦାସୀ ଆଉ ସାଆନ୍ତାଣୀ। ଗଳ୍ପରେ ପ୍ରଥମେ ଗାଳ୍ପିକ ଗାଁର ଖରାବେଳର ଦୃଶ୍ୟକୁ ଦେଖାଇବା ସହ ବୁଢ଼ାର ଶରୀର ଗଠନକୁ ବି ଉଲ୍ଲେଖ କରିଛନ୍ତି । ଦାସୀଟି ପାଣି ଆଣି ଦେବା ବେଳେ ଗାଳ୍ପିକ ମାନବୀୟ ଦୟା ଆଉ କାରୁଣ୍ୟ ତାକୁ ପ୍ରକାଶିତ କରିଛନ୍ତି। ପୁଣି ଦାସୀ ମାଧ୍ୟମରେ ବ୍ୟଙ୍ଗ ବି କରୁଛନ୍ତି। ନୂଆ ବୋହୂର ସଂଯମତାକୁ ଦେଖେଇବାକୁ ଯାଇ ଗାଳ୍ପିକ ଆମ ଓଡ଼ିଆ ଙ୍କ ଚାଲି ଚଳନ ଓ ଓଢଣା କଥା କହିଛନ୍ତି। ବୁଢ଼ାର ଆତ୍ମୀୟତାକୁ ଖୁବ ସୁନ୍ଦର ଭାବେ ବର୍ଣ୍ଣିତ ଏ ଗଳ୍ପରେ। ପରେ ପରେ ସେ ସମୟର ଚୁଡ଼ିର ପ୍ରକାର ଏବଂ ପର୍ବରେ ଚୁଡିର ଅସ୍ତିତ୍ବ କାହାଣୀକୁ ଆଗକୁ ନେଇଛି।
ସତରେ କବିଙ୍କ ବର୍ଣ୍ଣନା ଶୈଳୀ ଓ ଉଚ୍ଚକୋଟୀର ଭାବନା ସହ ଗଳ୍ପଟି ଚମତ୍କାର।

ନାମ – ଲିଜାରାଣୀ ପ୍ରଧାନ , ନୟାଗଡ଼

Loading

Leave a Reply

Your email address will not be published. Required fields are marked *