“ବୁଢ଼ା ଶଙ୍ଖାରି” ଏକ ଆଲୋଚନା
——————
ଏହି ଗଳ୍ପ ରେ ବୟସ ର ଅପରାହ୍ନରେ ଝାଳ ଦେଇ କର୍ମ କୁ ସମ୍ମାନ ଜଣାଉଥିବା ଜଣେ ବୃଦ୍ଧ ଯେ ତାଙ୍କର ପ୍ରତିଟି ଦାନା ରେ ପରିଶ୍ରମ ର ବାସ୍ନା କୁ ବାରି ପାରନ୍ତି l ଜୀବନରେ କେବେ ହାରି ଯାଇନାହାନ୍ତି ବୟସ ର ଦାଉ ରେ l ନିଜ ହାତ ଅଟକି ଯାଇନି ନିଜ ପେଟ କୁ ଗଣ୍ଡେ ଆଉ ଦେହକୁ ଖଣ୍ଡେ ଦେବାକୁ l ସିଏ କଣ ଜାଣିଥିଲେ ଗୋଟିଏ ଭାବ ପ୍ରବଣତା ତାଙ୍କ ଇଚ୍ଛା ଶକ୍ତି କୁ ଲୁହରେ ବୁହାଇ ଦେବ l ଅକ୍ଷମ କରିଦେବ ଦେଖୁଥିବା ଦୃଶ୍ୟ l ଆଉ ବାଟ ବୁଜିଦେବ ଶେଷ ଇଚ୍ଛା ର ଫାଟକ l ଜୀବନ ରେ ଏତେ ଦୁଆର ଦୁଆର ବୁଲି ଶଙ୍ଖା ବିକି କେତେ କବାଟ ଦୁଆର ପାଖେ ଡାକ ଛାଡି ନାହାଁନ୍ତି l “ଶଙ୍ଖା ନେବ ଶଙ୍ଖା ” l ହେଲେ କେବେ ଏମିତି ହୃଦୟ ଭେଦା କଅଁଳ କଥା କହୁଥିବା ସୁନ୍ଦର ନାରୀ ର କୋମଳ ପରି ହାତରେ ଶଙ୍ଖା ପିନ୍ଧେଇ ବାର ଭାଗ୍ୟ ଆସିବ ବୋଲି ଭାବିନଥିଲେ l ଯିଏକି ଥିଲେ ଜଣେ ଲାଲ୍ ଟୁକୁ ଟୁକୁ ସାଧବ ବୋହୁ l ହାତ ଦୁଇଟି ପଦ୍ମ ଫୁଲ ଠୁ ବି କୋମଳ ଆଉ ସୁନ୍ଦର l ସାକ୍ଷାତ ଲକ୍ଷ୍ମୀ ଙ୍କ ଅନ୍ୟରୂପ l ତାଙ୍କ ସୁନ୍ଦରତା କୁ ବୃଦ୍ଧ ଜଣଙ୍କ ସମ୍ମାନ ଦେଇ ନିଜର କରିବାକୁ ଚାହିଁଛନ୍ତି l
କୁହନ୍ତି ସଂସାର ରେ ସବୁଠୁ ସୁନ୍ଦର୍ ହେଉଛି ମା l ଯାହାକୁ ବୃଦ୍ଧ ଶଙ୍ଖାରି ଜଣଙ୍କ ମା ବୋଲି ସମ୍ବୋଧିତ କରିଥିଲେ l ତାଙ୍କ ଜୀବନ ର ସୁନ୍ଦର୍ ସ୍ଥାନ ରେ ତାଙ୍କୁ ବସାଇ ଥିଲେ l
ଦାସୀ ର ଟାଣ କଥାରେ ବି ଉପକାରୀ ବିଶ୍ଵାସୀ ସ୍ଵାଦ ର ଛିଟା ସ୍ପଷ୍ଟ ଦୃଶ୍ୟ ହୁଏ l ପ୍ରଥମ ରେ ଦାସୀ କଥା ତାପରେ ମା ର ହାତ ପରସ ସତେ ଶଙ୍ଖାରି କୁ ଆୟୁଷ ଦେଇଗଲା ଭଳି ଲାଗେ l ମା ର ଇଚ୍ଛା ଯେ ଆସମାନତାରା ଶଙ୍ଖା ସେ ଇଚ୍ଛା କୁ ସେ ପୂରଣ କରି ନଥାନ୍ତେ କିପରି l କିନ୍ତୁ ମନ ଜାଣି ଫଳ ଯେ ଚୁନା ହୋଇଯିବ କିଏ ଜାଣିଥିଲା l ପରିଶ୍ରମ ରେ ଗଢି ଦେହର ପୀଡା କୁ ସହ୍ୟ କରି ଆସିଥିବା ବୁଢ଼ା ଶଙ୍ଖାରି ର ଥର ଥର ହାତରୁ ଆସମାନତାରା ଶଙ୍ଖା ଯେ ତା ମା ହାତକୁ ଯିବା ଆଗରୁ ତଳେ ପଡି ଇତଃସ୍ତତଃ ଭାବେ ଭୂଇଁ ରେ ଲୋଟିଯିବେ କିଏ ଜାଣିଥିଲା l ପରିଶ୍ରମ ର ମୂଲ୍ୟ ବି କମ ପଡିଗଲା ବୁଢ଼ା ଶଙ୍ଖାରି ଜଣଙ୍କ ପାଖରେ ମା ର ଖୋଲା ହାତ ଆଉ ଧଳା ଶାଢ଼ି ଦେଖି l ବାର ବାର ବାରଣ କରୁଥିବା ସାଧବାଣୀ ସାଆନ୍ତାଣୀ କଥା କୁ ଶୁଣି ଫେରିଆସିଥିଲେ ହୁଏତ ତା ଶେଷ ଇଚ୍ଛା ରହିଯାଇଥାନ୍ତା ହେଲେ ଆଶା ଭାଙ୍ଗି ଚୁରମାର ହୋଇ ନଥାନ୍ତା l ଯେଉଁ ରୂପକୁ ସଜେଇ ମା ର ପରସ ବୋଲି ଭାବି ଶେଷ ନିଶ୍ଵାସ ତ୍ୟାଗ କରିଥାନ୍ତା ବୋଲି ଭାବିଥିଲା l ଦଇବ ତା ଶିରି ଛଡାଇ ନେଇ ରଙ୍ଗ ହୀନ କରିଦେବ କଣ ବୁଢ଼ା ଶଙ୍ଖାରି ଜାଣିଥିଲା l?
ସବିତା ପଟ୍ଟନାୟକ
କେଉଁଝର