May 02, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*

*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ*

ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁ କେତେଜଣ କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ଭାବୁକ ଋଦ୍ଧିମନ୍ତ କରିଛନ୍ତି, ସେମାନଙ୍କ ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ଯତମ। ସେ ଏକାଧାରରେ ଥିଲେ କବି, କଥାକାର, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁସାହିତ୍ୟିକ ଏବଂ ହାସ୍ୟରସର ସ୍ରଷ୍ଟା । ଏହି ବହୁମୁଖୀ ପ୍ରତିଭାର ଜନକ ଥିଲେ ବାଲେଶ୍ଵର ଜିଲ୍ଲାର ତାଳପଦା ଗ୍ରାମର ବିଖ୍ୟାତ ସାମନ୍ତରାୟ ବଂଶୋଦ୍ଭବ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର । ଲକ୍ଷ୍ମୀକାନ୍ତ ମାତା ରାଧାମଣି ଦେବୀଙ୍କ ଗର୍ଭରୁ କଟକର ଧୂଆଁପତ୍ରିଆ ଗଳିସ୍ଥ ବାସଗୃହରେ ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଚୌଧୁରୀ ଭାଗବତ ପ୍ରସାଦଙ୍କ ୪ ଗୋଟି ପୁତ୍ର ଓ ୮ ଗୋଟି କନ୍ୟା ସନ୍ତାନ ଥିଲେ । ଲକ୍ଷ୍ମୀକାନ୍ତ ଥିଲେ ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠ ।

                    ଫକୀର ମୋହନଙ୍କ ପ୍ରେରଣା ତାଙ୍କ ସାହିତ୍ୟିକ ଜୀବନରେ ପାଥେୟ ହୋଇ ପାରିଥିଲା । ମୁକୁର ସଂପାଦକ ବ୍ରଜସୁନ୍ଦର ଦାସଙ୍କ ଘରେ ବସି ଲକ୍ଷ୍ମୀକାନ୍ତଙ୍କୁ କୁଣ୍ଢେଇ ପକାଇ ତାଙ୍କ କପାଳରେ ସେ ଦାଢ଼ି ଘଷି ଦେଇଥିଲେ ଏବଂ କହିଥିଲେ- ‘‘ଲେଖି ଯା, ଲେଖି ଯା, ସୁନା ରହିଯିବ ।
                    ଲେଖକ ଆଧୁନିକ ଅନୁକରଣ ଶୈଳୀକୁ ‘ମର୍କଟ ଅନୁକରଣ’ ନାମ ଦେଇଛନ୍ତି । ସେତେବେଳେ ଓଡ଼ିଆ ସାହିତ୍ୟ ମାତ୍ରକେ କବିତା ଏବଂ କବିତା ମାତ୍ରେ ସଙ୍ଗୀତ ଥିଲା । ମାତ୍ର ଆଜିକାଲି ଗୀତ ରଚୟିତାର ସଙ୍ଗୀତଜ୍ଞ ହେବା ପ୍ରୟୋଜନ ନାହିଁ । କାରଣ ତାଙ୍କର କାର୍ଯ୍ୟ ଶବ୍ଦ ସଂଯୋଜନା କରି ଜାଣିବା। କାନ୍ତକବିଙ୍କ ମତରେ ‘ସେ କାଳର କବିମାନଙ୍କ ହୃଦୟରୁ କବିତା ବାହାରି ଆସୁଥିଲା । ତରଳ ମନ୍ଦାକିନୀ ଧାରା ପରି ଆଗେ ସଙ୍ଗୀତ ତାହାପରେ ରଚନା ଥିଲା ଆଗକାଳର ଧାରା।

                       ଶଂସିତ ଗଳ୍ପଟିରେ ଗାଳ୍ପିକ ଏକ ସ୍ନେହପ୍ରବଣ ଓ ଶ୍ରଦ୍ଧାଶୀଳ ମଣିଷ ହୃଦୟର ଭାବାବେଗକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଗଳ୍ପଟିରେ ଗ୍ରାମୀଣ ସଭ୍ଯତା, ଚାଲିଚଳଣ, ମଫସଲି ମହିଳା, ପର୍ବପର୍ବାଣିର ବିଶେଷତ୍ବ, ଗ୍ରାମ୍ଯଜୀବନରେ ଜୀବନ-ଜୀବିକାର ମୂଲ୍ଯବୋଧ, ଭାବଗତ ସମ୍ପର୍କକୁ ଏକ ନିଆରା ଢଙ୍ଗରେ ଚିତ୍ରଣ କରିବା; ତତସହିତ ହିନ୍ଦୁ ଧର୍ମର ପ୍ରଥା ପରମ୍ପରାକୁ ଆଗେଇନେବା ତଥା ହିନ୍ଦୁଧର୍ମର ରୀତିନୀତି‌, ଗ୍ରାମ୍ଯ ସମାଜରେ ନାରୀର ମର୍ଯ୍ଯାଦା, ବାରମାସ, ଛଅଋତୁ ପ୍ରସଙ୍ଗରେ ସଠିକ ମାତ୍ରାରେ ଉପସ୍ଥାପନ କରିବା; ବାସ୍ତବିକ ହୢଦୟଛୁଆଁ।

                    ଗଳ୍ପରେ ଚାରୋଟି ଚରିତ୍ର ପ୍ରଥମ ଶଙ୍ଖାରି ବୁଢା, ଦ୍ବିତୀୟରେ ଦାସୀ, ତୢତୀୟରେ ଶାଶୁ ଏବଂ ଚତୁର୍ଥ ତଥା ଅନ୍ତିମ ଚରିତ୍ର ବୋହୂ ମା’। ଶଙ୍ଖାରି ବୁଢ଼ାଟିଏ ପ୍ରତିଦିନ ଏ ଗାଁ ସେ ଗାଁ ବୁଲି ବୁଲି ଶଙ୍ଖା ବିକ୍ରି କରେ । ଦିନେ ଉଦୁଉଦିଆ ଦି ପହରେ ଗୋଟିଏ ଗାଁ ଦାଣ୍ଡରେ ଯାଇଥିବା ବେଳେ ଥକ୍କା ମେଣ୍ଟାଇବା ପାଇଁ ବୁଢ଼ାଟି ଗାଁ ମୁଣ୍ଡରେ ଥିବା ଗୋଟିଏ ଘରର ପକ୍କା ପିଣ୍ଡା ଉପରେ ବୋଝଟି ଥୋଇ ଦେଇ ବସିପଡି ସେ ଘରର ବାସୀକୁ ମାଗି ବୁଢ଼ା ପାଣି ଲୋଟାଏ ପିଇବାର ଦୢଶ୍ଯକ ଅତି ରଞ୍ଜିତ କରିଛି ଗଳ୍ପକୁ! ମାନବତା ବଞ୍ଚି ରହିଛି। ଗାଳ୍ପିକ ଗ୍ରାମ୍ଯଜୀବନରେ ଛୁଆଁ ଅଛୁଆଁ ଲୋପ ପାଇବାର ସଙ୍କେତ ଦେଇ ଦାସୀ ତାକୁ ଭିତର ବାରଣ୍ଡାକୁ ଡାକି ନେଇଛି ବୋଲି କହିଛନ୍ତି। ଘର ଭିତରୁ ବୋହୂଟିଏ ଆସି ବୁଢ଼ା ପାଖରେ ଠିଆ ହୋଇ ଶଙ୍ଖା ଦେଖିଲା ବେଳେ ଓଢ଼ଣା ଫାଙ୍କରୁ ତା’ର ସୁନ୍ଦର ଆଙ୍କି ଦେଲା ପରି ଗୋରା ମୁହଁଟିକୁ ଦେଖି ବୁଢ଼ାର ଆଖୁ ପୂରିଉଠିବା କଥା ବର୍ଣ୍ଣିତ ହୋଇଛି। ଏଡ଼େ ସୁନ୍ଦର ମୁହଁର ବୋହୂଟିକୁ ଥରେ ମା’ ବୋଲି ଡାକିବା ପାଇଁ ବୁଢ଼ା ମନ କରିଛି ଓ ତାକୁ ମା’ ବୋଲି ଡାକି ତା’ ପାଖରୁ ପସନ୍ଦ ମୁତାବକ ଶଙ୍ଖା ବାଛି ନେବା ପାଇଁ କହିବା ସହ, ଗାଳ୍ପିକ ତାଙ୍କୁ ଗୋଟିଏ ଚାଉଳରେ ଗଢା ବୋଲି କହିଥିବାର ଗଳ୍ପରେ ଲିଖିତ ଅଛି। ମା’ ବୋଲି ଡାକି ବୁଢାଟି ହୢଦୟରୁ ସମ୍ପର୍କଟେ ଯୋଡିଛି ବୋହୂ ସହ। ଆସମାନତାରା ଶଙ୍ଖା ପସନ୍ଦ। ମାତ୍ର;ବୁଢ଼ା ପାଖରେ ସେତେବେଳେ ଆସୁମାରା ଶଙ୍ଖା ନ ଥିବାରୁ ପରେ କେବେ ସେ ଶଙ୍ଖା ଗଢ଼ାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇ ବୋହୂଟିକୁ ତା’ ବୋଝରୁ ଆଉ କିଛି ଶଙ୍ଖା ବାଛି ନେବା ପାଇଁ ଅନୁରୋଧ କରିଛି ‌।ପ୍ରତିଶ୍ରୁତିବଦ୍ଧତାର ଝଲକ ଦେଖିବାକୁ ମିଳିଛି। ବୋହୂଟି ଶଙ୍ଖା ବାଛି ସାରିବା ପରେ ବୁଢ଼ା ତାକୁ ନିଜ ହାତରେ ଶଙ୍ଖା ପିନ୍ଧାଇ ଦେଇଛି । ବୋହୂଟିର କୋମଳ ତଥା ଲହୁଣି ପରି ନମନୀୟ ହାତରେ ଖୁବ୍ ଯତ୍ନର ସହ ସନ୍ତର୍ପଣ ଭାବନାରେ ସେ ବୋହୂଟି ହାତରେ  ପିନ୍ଧାଇ ଦେଇଛି ଶଙ୍ଖା । ବୋହୂଟିର ହାତଟି ବୁଢ଼ା ହାତ ଭିତରେ ଥିବା ବେଳେ ବୁଢ଼ାର ମନ ଭିତରେ ଆନନ୍ଦ ଲହଡି ଭାଙ୍ଗୁଥିଲା; ମନେହୋଇଥିଲା ଯେମିତି ଜୀବନର ସମସ୍ତ ସୁଖ ଓ ଆଶାର ପ୍ରାପ୍ତ କ୍ଷଣିକ ସମୟରେ! ସେ ସୁନ୍ଦର ସୁକୋମଳ ହାତଟିକୁ ନିଜ ହାତ ମୁଠାରୁ ଛାଡ଼ିଦେବାକୁ ମନ କହୁ ନଥିଲେ ବି ଶଙ୍ଖା ପିନ୍ଧାଇ ସାରିବା ପରେ ବୋହୂର ହାତଟି ଛାଡ଼ି ଦେଇଛି ସତ କିନ୍ତୁ ଭାବିଛି ପ୍ରତିଦିନ ସେଇ ହାତରେ ସେ ଏମିତି ଶଙ୍ଖା ପିନ୍ଧାଇ ଦିଅନ୍ତା କି! ବୋହୂଟିର ଶାଶୁ ଯେତେବେଳେ ବୁଢ଼ାକୁ ଶଙ୍ଖାର ଦାମ୍ ପଚାରିଛନ୍ତି ‘‘ମା’ଠାରୁ ପୁଅ କ’ଣ ଦାମ୍ ନିଏ ?” କହି ବୁଢ଼ା ଶଙ୍ଖାର ଦାମ୍ ନେଇନାହିଁ ଓ ବୋଝଟିକୁ ଧରି ଏକମୁହାଁ ହୋଇ ଗାଁ ଦାଣ୍ଡକୁ ଓହ୍ଲାଇ ଆସିଛି । ଏଣିକି ଦୁଇ ତିନି ଦିନରେ ଥରେ ଶଙ୍ଖା ବିକିବାକୁ ଗାଁକୁ ଆସିବା ବୁଢ଼ାର ଅଭ୍ୟାସରେ ପରିଣତ ହେଲା । ଶଙ୍ଖା କେହି କିଣୁ ଅବା ନ କିଣୁ ବୁଢ଼ା କିନ୍ତୁ ଆସେ, ଘର ଘର ବୁଲେ, ବୋହୂଟିର ଘରକୁ ଯାଏ, ତାକୁ ଦେଖେ ଓ ଫେରିଯାଏ । ଉଦ୍ଦେଶ୍ୟ କେବଳ ତା’ର ମା’ଟିକୁ ଦେଖିବା । ‘ନୂଆ ଶଙ୍ଖା ନବ’’ ବୋଲି ଡାକଟାଏ ଛାଡ଼ିଦେଲେ ବୋହୂଟି ଆସି ଦୁଆର ପାଖରେ ଠିଆହୁଏ । ତାକୁ ଦେଖୁଦେଲା କ୍ଷଣି ବୁଢ଼ାର ମନ ପୂରିଉଠେ । ବୋହୂଟି କିନ୍ତୁ ଶଙ୍ଖା କେବେ ନିଏ ନାହିଁ, ଯେଣୁ ତା’ର ଆସମାନତାରାରେ ମନ । ସେଥିପାଇଁ ସେ ତା’ ମା’ ପାଇଁ ଆସନ୍ତା ରଜସଂକ୍ରାନ୍ତି ବେଳକୁ ଆସମାନତାରା ଶଙ୍ଖା ଆଣିବାକୁ ମନସ୍ଥ କରିଛି ।
               
                   ଗାଳ୍ପିକ ଗ୍ରାମ୍ଯଭୂମିରେ ପାଳନ କରାଯାଉଥିବା ପର୍ବ ଉପରେ ସମ୍ଯକ ଧାରଣା ଦେଇ ରଜପର୍ବକୁ ଉପସ୍ଥାପନ କରିଛନ୍ତି। ବୁଢ଼ା ରଜସଂକ୍ରାନ୍ତିକୁ ଅପେକ୍ଷା କରି ଚାହିଁ ବସିଲା । ଏଣେ ଖରାରେ ପ୍ରତିଦିନ ବାଟଚଲା ସାଙ୍ଗକୁ ବାହାର ପାଣିପିଆ ବୁଢ଼ା ଦେହରେ ଭଲା ନାହିଁ । ଏଠାରେ ଋତୁ ପରିବର୍ତ୍ତନ ଏବଂ ମାତ୍ରାଧିକ ଶାରୀରିକ ପରିଶ୍ରମ ସହ ବୟସ ଜନିତ ହେଉଥିବା ରୋଗର ଧାରଣା ଦେବାକୁ ଯାଇ ତା’ ଜ୍ବର ଲାଗି ରହିବା, ହାତଗୋଡ଼ ଫୁଲିଯିବା, ଚାଲି ପାରିନପାରିବା ଭଳି ଅନେକ ଶରୀରଜନିତ ସମସ୍ଯା ଦେଖାଦେଇଥିବାର କୁହାଯାଇଛି। ମା’କୁ ଦେଖ‌ିବାକୁ  ଛଟପଟ । ରଜର ଆଗମନରେ ବୁଢା ଅସୁସ୍ଥ ଅସହ୍ଯ ଦେହଟା ସହ ଯୁଦ୍ଧକାଳୀନଭିତ୍ତିରେ ତା’ ମା’ ପାଇଁ ତିଆରି କରିବାରେ ଲାଗି ପଡ଼ିଲା ଆସମାନତାରା ଶଙ୍ଖା । ଷାଠିଏ ବର୍ଷର ସକଳ ଅଭିଜ୍ଞତାକୁ ସେ ଏକାକାର କଲା ଆସମାନତାରା ଶଙ୍ଖା ଗଢ଼ାରେ । ଗାଳ୍ପିକ ରଜପର୍ବର ବିଶେଷତ୍ବକୁ ଲୁକ୍କାୟିତ ଭାବରେ ଦର୍ଶାଇଛନ୍ତି ଯାହା କେବଳ ଅନୁଭବ ଯୋଗ୍ଯ।

ଶଙ୍ଖା ତିଆରି ସରିଲା । ବୁଢ଼ା ପହିଲି ରଜ ଦିନ ଯାଇ ପହଞ୍ଚିଲା ମା’ ଘରେ । ସବୁଦିନ ଯେଉଁଠି ଠିଆ ହୋଇ ଡାକଛାଡ଼େ, ସେଦିନ ମଧ୍ୟ ସେଇଟି ଠିଆ ହୋଇ ବହୁତ ଡାଳିଲା । କେହି ଡାକର ଜବାବ ଦେଲେ ନାହିଁ କି ପାଖକୁ ଆସିଲେ ନାହିଁ । ବହୁ ସମୟ ଅପେକ୍ଷା କଲାପରେ ଶାଶୁ ଓ ଦାସୀ ଆସି ବୁଢ଼ା ଆଗରେ ନୀରବରେ ଠିଆ ହେଲେ । ଶାଶୁ ଶୁଣାଇଦେଲେ ଶଙ୍ଖା ଦରକାର ନାହିଁ । ବୁଢ଼ା କିଛି ବୁଝି ନ ପାରି ଖାଲି ତା’ ମା’କୁ ଟିକେ ଦେଖ‌ିଦେଇ ଫେରିଯିବ ବୋଲି ଅନୁରୋଧ କରିଛି । ଶାଶୁ ପ୍ରଥମେ ଅରାଜି ହେଇଥିଲେ ମଧ୍ୟ ବୁଢ଼ାର  ବିନୟତା ଆଗରେ ହାର ମାନିବା ପୂର୍ବକ, ଶାଶୁଙ୍କ ନିର୍ଦ୍ଦେଶରେ ଦାସୀଟି ଡାକିଛି ବୋହୁକୁ । ବୋହୂ ନିଃଶବ୍ଦରେ ସନ୍ତର୍ପଣରେ ଆସି ଠିଆହେଲା ବୁଢ଼ା ସାମ୍ନାରେ। ଦେହରେ କୁମ୍ଭକିନାରା ଦକ୍ଷିଣୀପାଟ ନଥିଲା କି ପିନ୍ଧିଥିବା ଲୁଗାରେ ନଥଲା ନାଲି ଧଡ଼ି । ଦେହରେ ଥିଲା ଧଳା ଥାନ ଲୁଗା । ପାଦରେ ପାଉଁଜି ନଥିଲା କି ହାତରେ ଶଙ୍ଖା ନଥିଲା । ଗାଳ୍ପିକ ହିନ୍ଦୁଧର୍ମରେ ବୈଧବ୍ଯ ଭୋଗ ଏବଂ ତତଜନିତ ଗ୍ରାମ୍ଯ ଜୀବନରେ ଏହାର ପ୍ରଭାବକୁ ଅତି ସରଳ ଭାବରେ ଦର୍ଶାଇଛନ୍ତି। ଆଦରର ମା’ ର ଶ୍ରୀହୀନ ରୂପଚର୍ଯ୍ୟା ବୁଢ଼ାର ପ୍ରାଣରେ କୁଠାରାଘାତ କରିଛି । ଭୋ କରି ରଡ଼ି ଛାଡ଼ି ମ୍ରିୟମାଣ ହେବା ପୂର୍ବକ କାନ୍ଦିଉଠିଛି ବୁଢ଼ା । ନିଜେ ମରି ନ ଯାଇ ଏ ବେଶରେ ମା’ଙ୍କୁ ଦେଖିବାକୁ କାହିଁକି ଆସିଲା ବୋଲି ନିଜକୁ ଧିକ୍କାର କରିଛି । ଶ୍ରଦ୍ଧା ଓ ସରାଗରେ ନିଜ ହାତରେ ମା’ ପାଇଁ ତିଆରି କରିଥିବା ଆସମାନ ତାରା ଶଙ୍ଖା ମୁଠିକ ବାହାରେ କଚାଡି ଦେଇ  ଏକ ମୁହାଁ ହୋଇ ସମସ୍ତଙ୍କୁ ପଛ କରି ବୁଢ଼ା ଫେରିଯାଇଛି ନିଜ ଗାଁକୁ….।।

ନିତିଦିନିଆ ହାହୁତାଶମୟ ଜୀବନରେ ଅନେକ ଝାଞ୍ଜି ବହିଯାଏ। ସେଥିରୁ ଅବସର ନେଇ ଟିକେ ରମଣୀୟ ଗଳ୍ପ ଲେଖିବା ମୋର କାହିଁ ଉଚିତ ମନେହୁଏ। ସତରେ ଆମେ କିଛି ସାହିତ୍ୟ ରଚନା କରିବା ଉଚିତ ଯାହାକୁ ଥରେ ପଢିଲେ ନିଜର ପରିପକ୍ବତା, ଚେତନା ଶକ୍ତିର ଜାଗ୍ରତ, ଭାବନା, ମାନବିକତା, ଭାଇଚାରା, ଗ୍ରାମଭୂମି ପ୍ରତି ଭଲପାଇବା ବଜାୟ ରହିବ ସେଥିପ୍ରତି ଦୢଷ୍ଟି ଦେବା ଅପରିହାର୍ଯ୍ଯ ଯାହା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାହିତ୍ଯରେ ପରିଲକ୍ଷିତ…….।।

ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା

Loading

Leave a Reply

Your email address will not be published. Required fields are marked *