May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*

*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ*

      ସୌନ୍ଦର୍ଯ୍ୟର ରହିଛି ଏମିତିକା ଶକ୍ତି, ଯାହାର ସଂସ୍ପର୍ଶରେ ଆସିଲେ ଏଇ ଅସଜଡା ଦୁନିଆଟା ବଦଳିଯାଏ କ୍ଷଣକ ମଧ୍ୟରେ । ପ୍ରତିଟି ତନୁ ମନ ପ୍ରାଣରେ ଭରିଯାଏ ଅସରନ୍ତି ଅନୁରାଗ । ଜଡ଼ ବି ଜୀବନ୍ତ ହୋଇଯାଏ ଆଉ ସେହି ଅନୁରାଗରୁ ଜନ୍ମ ନେଇଥାଏ ଅସରନ୍ତି ଭଲପାଇବା । ଆଉ ସେଇ ଭଲପାଇବା କେବେ ସ୍ନେହ, ପ୍ରେମ, କରୁଣା ତ ଆଉ କେତେବେଳେ ବାତ୍ସଲ୍ୟରେ ରୂପାନ୍ତରିତ ହୋଇଯାଏ।
      
       ବୟସର ବାର୍ଦ୍ଧକ୍ୟ ବେଳାରେ ଉପନୀତ ଜଣେ ଦରିଦ୍ର ବୃଦ୍ଧ ମଧ୍ୟ , ସେଇ ସୌନ୍ଦର୍ଯ୍ୟ ଅନୁରାଗର ମାୟାରେ ପଡି ହାରିଦିଏ ନିଜର ସ୍ଥିତି । ସତରେ ମଣିଷର ରକ୍ତ ମାଂସର ଦେହଟା ସିନା ଜରାଗ୍ରସ୍ତ ହୋଇଯାଏ କିନ୍ତୁ ତାର ମନଟା ସଦା ସୌନ୍ଦର୍ଯ୍ୟ ପିପାସୁ ଆଉ ଦୃଷ୍ଟିରେ ସଦା ଆକର୍ଷଣ ଭରି ରହିଥାଏ ।ଜଣେ ନବ ବୋଧୂର ଦୁଇ ହାତରେ ଚୁଡ଼ି ପିନ୍ଧାଇବା ସମୟରେ  ତାର ସୌନ୍ଦର୍ଯ୍ୟରେ ଅବିଭୂତ ହୋଇଯିବା ଏଇ କଣ ଆକର୍ଷଣ ନୁହେଁ କି ! ଫୁଲ ପରି କୋମଳ ଆଉ ତୁଳା ପରି ନରମ ହାତ ପାବୁଲି , ପୁଣି ସୁନା ଗହଣା ବିମଣ୍ଡିତ ହୋଇଥିବା ଚମ୍ପା କଢ଼ ପରି ସରୁ ସରୁ ଆଙ୍ଗୁଳିକୁ ସ୍ପର୍ଶ କରି ଆନନ୍ଦିତ ହେବା କଣ ଭଲ ପାଇବା ନୁହେଁ କି ! କିନ୍ତୁ ଏ ଭଲ ପାଇବାରେ ନାହିଁ ପାପାବୋଧ , ନାହିଁ କୁଲାଳସର ଦୃଷ୍ଟିଭଙ୍ଗୀ, ନାହିଁ ଯୌବନର ଯୌନ ଜ୍ଵଳା ଅଛି ଖାଲି ପିଲାଟିଏ ଯେପରି ମାଆ କୋଳରେ ବା ମାଆର ପଣତ କାନି ତଳେ ଆଶ୍ରୟ ନେବାର ଯେଉଁ ଆନନ୍ଦ ଆଉ ମାଆ ଠାରୁ ଉଦ୍ଧାର କରି ଆଣୁଥିବା ମମତାର ସ୍ନେହତକ ଯେମିତି ହିଁ ଲୋଡ଼ି ଥାଏ । ସେମିତି ଏଥିରେ ରହିଛି ଅସମାପ୍ତ ମମତ୍ଵବୋଧ ଆଉ ପ୍ରାପ୍ତ ହୁଏ ଖାଲି ଆତ୍ମିକ ଶାନ୍ତି ।ଆହା କାହାର ମନ ନ ଲାଖି ଆୟତରେ ରହିବ ଯେ କିନ୍ତୁ ଏଇ ଆକର୍ଷଣରେ ରହିଅଛି ଏକ ମଧୁର ରସ ଯୁକ୍ତ ପ୍ରେମ । ନାହିଁ ଏଥିରେ ସ୍ବାର୍ଥ ନାହିଁ ପାପର ଗନ୍ଧ , ଅଛି କେବଳ ସ୍ନେହ ଆଦର ଭରା ସ୍ପର୍ଶ ଆଉ ମମତାର ବନ୍ଧନ ମାତୃ ଓ ଶିଶୁ ହୃଦୟର ନିଃସ୍ବାର୍ଥ ସମ୍ପର୍କ । ଶଙ୍ଖାରୀ ବୁଢ଼ାର ହୃଦୟାବେଗ ଜନ୍ମ ନିଏ, ତା ପ୍ରତି ଅହେତୁକ ବ୍ୟାକୁଳ ଅନୁରାଗ । ସେହି ଅନୁରାରେ ଭରିଥିଲା ପ୍ରେମ ଭରା ବାତ୍ସଲ୍ୟ । ଆଖିରେ ଥିଲା ତାର ଅସରନ୍ତି ଆନନ୍ଦ ଆଉ ଏକ ମଧୁର ଆକର୍ଷଣ । ତାର ସେଇ ମନର ଉତ୍ସର୍ଗୀକୃତ ଭାବନା ଆଗରେ ହାର ମାନିଥିଲା ଜରାଜୀର୍ଣ୍ଣ ବାର୍ଦ୍ଧକ୍ୟାବସ୍ଥା…।

      ଲେଖକଙ୍କ ଲେଖନୀ ଚଳଚଞ୍ଚଳ ଜୀବନ୍ତ ଭାବରେ ବାର୍ଦ୍ଧକ୍ୟର ମର୍ମକୁ ପୁଷ୍ପ ରୂପେ ପ୍ରସ୍ପୁଟିତ କରି ଦେଇଛନ୍ତି ଗଳ୍ପ ବୁଢା ଶଙ୍ଖାରି ରଚନା କରି ।ଯେତେବେଳେ ନବବଧୂ ନିଜର ହାତଟି ବଢ଼େଇ ଦେବାକୁ ଶଙ୍ଖାରି ବୁଢ଼ାକୁ ଲାଜ କରୁଛି ଗାଳ୍ପିକ ସୂଚାଇ ଦେଇଛନ୍ତି ଯେ ନାରୀଟିଏ ସତରେ କେତେ ସଂସ୍କାରୀ ଆଉ ଲଜ୍ୟାଶୀଳା । ନିଜ ସ୍ବାମୀ ବ୍ୟତୀତ ଅନ୍ୟ ପୁରୁଷର ସଂସ୍ପର୍ଶରେ ଆସିବା କେତେ ଲଜ୍ୟା ଜନକ କଥା ଆଉ ପାପ ମଧ୍ୟ , ଏକଥା ସଂସ୍କାରିତ ନାରୀଟିଏ ତ ମନେ ମନେ ନିଶ୍ଚୟ ଭାବି ବସେ । ଭାବିବା ମଧ୍ୟ ତାର ଧର୍ମ । ବୋହୂଟି ଯେତେବେଳେ ହାତେ ଓଢଣା ଟାଣି ପାଦରେ ପାଉଁଜି ଛମ୍ ଛମ୍ କରି ଆଉ ଧିର ପଦ୍ମ ପାଖୁଡ଼ା ପରି ପାଦ ଯୋଡ଼ିକୁ ଗୋଟି ଗୋଟି ଥାପି ଥାପି ଆସୁଛି ସତେକି ଉତ୍କଳୀୟ ସଂସ୍କୃତି ଆଉ ପରମ୍ପରା ଏବଂ ନାରୀ ଜାତିର ଲଳିତ କମନୀୟ ସ୍ଵଭାବ ତା ଭିତରେ ବେଶ୍ ବାରି ହୋଇ ପଡୁଛି ।
       
      ଯେପରି ଶିଶୁ ପାଇଁ ସ୍ନେହମୟୀ ଜନନୀଟିଏ ସଦା ବ୍ୟାକୁଳିତ ସେହିପରି ଶିଶୁର ଜୀବନ ମାଆ ବିନା ନିରର୍ଥକ ବୋଲି ମନେ ହୁଏ । ମାଆର ହାତର ସ୍ପର୍ଶରେ ସବୁ ଦୁଃଖ ନିବାରଣ ହୋଇଯାଏ ଆଉ ଶାନ୍ତିର ଝରଣା ହୃଦୟରେ ସତେକି ବହିଯାଏ । ସେମିତି ଦେଖା ଦେଇଛି ଗାଳ୍ପିକଙ୍କ ଗଳ୍ପରେ । ବୁଢ଼ା ପୁଅ ମାଆକୁ ଟିକିଏ ଦେଖିବା ଆଉ ତାର ସେ ଗୋଲାପ ଫୁଲ ପରି କୋମଳ ହାତର ସ୍ପର୍ଶରୁ  ଟିକିଏ ପାଇବାକୁ କାଇଁ କେଉଁ ଦୂର ଦୂରାନ୍ତରୁ ଧାଇଁ ଆସିଛି । ହୁଏତ ସବୁଦିନ ତାର ମାଆ ଚୁଡି ରଖେ ନାହିଁ କିନ୍ତୁ ଥରେ ମାଆ ବୋଲି ଡାକି ଦେଲେ ଆଉ ସେଇ ମାଆ ଡାକରେ ଦୁଇ ସୁକୋମଳ ପାଦରେ ପାଉଁଜିକୁ ଛମ ଛମ କରି ଦଉଡ଼ି ଆସୁଥିବା ତାର ନବବଧୂ ରୂପୀ ମାଆକୁ ଦେଖିଦେଲେ ବୁଢ଼ାର ଆତ୍ମା ଶାନ୍ତି ହୋଇଯାଏ । ଆନନ୍ଦରେ ପୁଣି ଫେରି ଯାଇ ତା ଆର ଦିନ ପୁଣି ସେଇ ଗାଁକୁ ଆସିବାକୁ ତତ୍ପର ହୋଇଥାଏ ।
       ପ୍ରତି ସପ୍ତାହରେ ଚୁଡି ବା ଶଙ୍ଖା କୌଣସି ନାରୀର ଆବଶ୍ୟକ ହୋଇ ନଥାଏ । କଥାରେ ଅଛି ଆମ ମନ ଯାହା ଖୋଜେ ଏ ଦେହ ତା ପାଖକୁ ଆପେ ଟାଣି ହୋଇ ଚାଲିଯାଏ । ସେମିତି ଏଇ ବୁଢା ଶଙ୍ଖାରି ପ୍ରତିଥର ବାହାନା ଆଳରେ ଯାଏ, ସେଇ ନବ ବୋଧୂର ଦର୍ଶନ ପାଇଁ ଆଉ ତାର ସେଇ ଦୁଇ କର କମଳର ସ୍ନେହ ଭରା ସ୍ପର୍ଶ ପାଇବା ତାର ଆନନ୍ଦ ।  ଯାହାକୁ ସିଏ ତା’ ‘ମାଆ’ ବୋଲି ଭାବୁଥିଲା ଆଉ ଆଦରରେ ମାଆ ବୋଲି ସମ୍ବୋଧନ କରି ମଧ୍ୟ ସ୍ନେହାତୁର କଣ୍ଠରେ ଡାକୁଥିଲା ମାଆ ଏ ମାଆ ତୁମ ପୁଅ ଆସିଛି ମାଆ ଶଙ୍ଖା ଘିତିକି, ଏତକ ଶୁଣି ଦେଲା କ୍ଷଣି ସବୁ କାମଦାମ ଛାଡ଼ି ଦେଇ ନୂଆବୋହୂଟି ଦଉଡ଼ି ଚାଲି ଆସେ ଦୁଆର ପିଣ୍ଡାକୁ, ସତରେ ମାଆଟିଏ ତାର ପିଲା ପାଇଁ କେତେ ଦୟାଳୁ ଆଉ ସ୍ନେହମୟୀ ତାହା ବାସ୍ତବରେ ଚିତ୍ତାକର୍ଷକ ଆଉ ଆନନ୍ଦ ଦାୟକ । ସେହିପରି ଏଠାରେ ଏଇ ମାଆ ପୁଅର ସଂପର୍କଟି ଉଲ୍ଲେଖ କରିଛନ୍ତି ଗାଳ୍ପିକ ମହାଶୟ । ପିଣ୍ଡାର ଏକ ଖୁଣ୍ଟରେ ଡେରି ହୋଇ ତାର ସେଇ ଶଙ୍ଖାରି ପୁଅକୁ ଚାହିଁ ରହିଥାଏ ମଥାରେ ହାତେ ଓଢଣା ଟାଣି ଆଉ ଧିର ଲଳିତ ଓଠ ଧାରେ ହସି ଦେଉଥାଏ ନୂଆବଧୂଟି , ସତେକି ସେଇ ହସ ଟିକକ ପାଇଁ ବୁଢା ଧାଇଁ ଆସେ କେଉଁ ଅନତି ଦୂରରୁ । ଏଇ ଜୀବନ ସେମିତି ସ୍ନେହ ପ୍ରେମ ଆଉ ଭଲ ପାଇବା ପାଇଁ ହିଁ ବଞ୍ଚି ରହେ । ବୁଢ଼ାର ସେଇ ମା’ ଡାକରେ ଭରିରହିଥିଲା ସେହିପରି ଗୋଟେ ଶିଶୁର ଆକୁଳତା ଏବଂ ସେହି ଅସରନ୍ତି ବାତ୍ସଲ୍ୟତା ବୋହୂଟିର ମନକୁ ଏକଦମ୍ ବହୁ କ୍ଷଣ ବାନ୍ଧି ରଖି ଦେଉଥିଲା ନିଶ୍ଚିନ୍ତରେ ।

         ବୁଢା ଶଙ୍ଖାରି ଭଳିକି ଭଳି ଚୁଡ଼ି ଆଣିଥାଏ, ତା ମାଆକୁ ଦେବାପାଇଁ । କିଏ ବା ନ ଆଣି ଦେବ ଯେ , ଏପରି ସୁନ୍ଦରୀ ପୁଣି କୋମଳ ମଲ୍ଲି ଫୁଲ ପରି ଚିକ୍ ଚିକ୍ ଗୋରା ରଙ୍ଗର ହାତକୁ ; ଆହା ନବବଧୂଟି ଆସମାନ ତାରା ଶଙ୍ଖା ନାଇଲେ କେଡ଼େ ମାନିବ ସତେ । ଯେହେତୁ ଶଙ୍ଖାରି ନିକଟରେ ତାହା ନଥିଲା, ହେଲେ ପ୍ରତିଶ୍ରୁତି ଦେଇଥିଲା ଆଣି ଦେବ ବୋଲି । ସେଇ ଆସମାନ ତାରା ଶଙ୍ଖାକୁ ନିଜ ହାତରେ ବନେଇ ତା ମାଆ ପାଇଁ ନିଶ୍ଚୟ ଆଣିଦେବ ସେ । ମନ ଆନନ୍ଦ ଥିଲେ ଶରୀରର ଅସୁସ୍ଥତା ବି ହାର ମାନିଯାଏ । ସେହିପରି ସମୟ ଗଡି ଚାଲିଲା । କିଛି ଦିନ ପରେ ବୃଦ୍ଧ ସିନା ରୋଗାଗ୍ରସ୍ତ ହୋଇଯାଏ , ନିଜର ରୋଗୀଣା ଶରୀର ବୋହିବା ଭାରି କଷ୍ଟ ପଡୁଥାଏ ସିନା ହେଲେ ତା ମାଆ ପିନ୍ଧିବ ଆସ୍ମାନତାର ଶଙ୍ଖା । ଏହା ଭାବି ଦେଲା କ୍ଷଣି ତା ମନ ଓ ଅସୁସ୍ଥ ଶରୀର ସଙ୍ଗେ ସଙ୍ଗେ ଉତ୍ସାହରେ ଜାଗ୍ରତ ହୋଇ ଉଠିବା ସ୍ଵାଭାବିକ । ଦିନ ରାତି ପରିଶ୍ରମ କରି ତିଆରି କରିଦେଲା ସିନା ଶଙ୍ଖା , ହାତରେ ନାଇ ଦେବାର ସୌଭାଗ୍ୟ ଟିକକ ଥିଲେ ହେଲା…..। ଦିନେ ମାଆ ପସନ୍ଦର ଶଙ୍ଖାକୁ ଧରି ପହଞ୍ଚି ଯାଏ ବୁଢ଼ାଟି ତା ମାଆର ଉଆସ ନିକଟରେ । “ଶଙ୍ଖା ନିଅ ମାଆ…. ଶଙ୍ଖା ନିଅ…. ଦିନରାତି ଏକ କରି ଆଣି ଦେଇଛି ମାଆ ତମ ପାଇଁ “ଆସମାନ ତାରା ଶଙ୍ଖା” ।

           ଦେହର ବଳ ଅପେକ୍ଷା ମନର ବଳ ବେଶି ଥିଲେ ରୋଗ ବ୍ୟାଧି ବି ଡରେ ଆମ ଶରୀର ଛୁଇଁବାକୁ ।ସେମିତି ବୁଢ଼ାକୁ ତାର ଆନନ୍ଦ ମନ ବଳ ଯୋଗେଇ ଦେଇଛି । ସତରେ ଗାଳ୍ପିକ ଗଳ୍ପଟି ରଚନା କରିବା ପଛରେ ଅତି ଉଚ୍ଚ କୋଟିର ଭାବ ଧାରା ଯୋଡ଼ି ଦେଇଛନ୍ତି ।

ଲକ୍ଷ୍ମୀପ୍ରିୟା ସେଠୀ
ଯାଜପୁର

Loading

Leave a Reply

Your email address will not be published. Required fields are marked *