May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସମୀକ୍ଷାତ୍ମକ ଆଲେଖ୍ୟ-ମନୋରମା ସାହୁ

ସୋପାନ କ (1)
କବିତା ର ଶୀର୍ଷକ – ‘ବନ୍ଦୀର ଆତ୍ମକଥା’
କବି- ଗୋପବନ୍ଧୁ ଦାସ
ଶୀର୍ଷକ- ‘ତ୍ୟାଗରେ ତାପିତ ଜୀବନ’

କବି ପରିଚୟ:
ପୁରୁଷୋତ୍ତମ କ୍ଷେତ୍ର ଯାହାଙ୍କ ଜନ୍ମ ପୀଠ ସାକ୍ଷୀଗୋପାଳ ଯାହାଙ୍କ ଆରାଧ୍ୟ ଦୁଃଖୀ ଦରିଦ୍ରଙ୍କର ଯିଏ ପରମ ପ୍ରିୟ ତଥା ଉତ୍କଳ ପ୍ରଦେଶ ର ଯିଏ ମଉଡ଼ମଣି ସେହି ମହାପୁରୁଷ ହେଉଛନ୍ତି ଦରଦୀ କବି ଗୋପବନ୍ଧୁ ଦାସ। ପିତା ଦୈତାରୀ ଦାସ ଙ୍କ ଔରସରୁ ମାତା ସ୍ବର୍ଣ୍ଣମୟୀ ଦେବୀ ଙ୍କ ଗର୍ଭରୁ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଦୁନିଆଁ ର ପ୍ରଥମ ଆଲୋକ ସଂଦର୍ଶନ କରିଥିଲେ। ଶୈଶବରୁ ମାତାଙ୍କ ବିୟୋଗରେ ଧର୍ମପ୍ରାଣା ପିଉସୀମାଆ କମଳା ଦେବୀଙ୍କ ଦ୍ୱାରା ପରିପାଳିତ ହୋଇଥିଲେ। ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ଗୋପବନ୍ଧୁ ଙ୍କର ପ୍ରତିଭା ତଥା ପରୋପକାର ପିଲାଟି ଦିନରୁ ଜଣାପଡିଥିଲା। ପିଉସୀ ମାଆଙ୍କ ଧାର୍ମିକ ତଥା ସାମାଜିକ ବ୍ୟବହାର ରେ ପ୍ରଭାବିତ ହୋଇ ଗୋପବନ୍ଧୁ ଭଗବତପ୍ରାଣା ହୋଇଉଠିଥିଲେ।

ସମୀକ୍ଷା:
ବ୍ୟକ୍ତି ଅପେକ୍ଷା ଦେଶ ଓ ଜାତିର ଉନ୍ନତି ଓ ସର୍ବୋପରି ସ୍ୱାଧୀନତା ଏକ ମୋକ୍ଷକାମୀ କବି ମନ ର ପୃଷ୍ଠ ଭୂମି ଉପରେ ଜନ୍ମିଛି ଏ କବିତା। ବ୍ୟକ୍ତିଗତ ଜୀବନର କଷଣ ଦୁଃଷଣ ପ୍ରସଙ୍ଗ କ୍ରମେ ଏକ ଜଟିଳ ଜୀବନ ଆଦର୍ଶ ଦେଇ ଏଇସବୁ କବିତାରେ ବର୍ଣ୍ଣିତ ହୋଇଛି ତାହା ଅସ୍ବୀକାର କରାଯାଇନପାରେ। କାରଣ ସାରାଜୀବନ ପାରିବାରିକ ସୁଖ ରୁ ବଞ୍ଚିତ ଓ ଯୌବନ ର ଉଦ୍ଦୀପ୍ତ କାଳରେ ନିଃସଙ୍ଗ ବନ୍ଦୀ ଜୀବନ। ତଥାପି କବି ନିଜକୁ ଏକ ଅନ୍ଧାର ଭିତରେ ଚାପି ନରଖି ଏ ମାଟି ଏ ଜାତି ପାଇଁ ଆଗକୁ ବଢ଼ିବାର ନୂତନ ପ୍ରେରଣା ଓ ସାହସ ଦେଇଛନ୍ତି। କୌଣସି ପରିସ୍ଥିତିରେ ପଛଘୁଞ୍ଚା ନଦେଇ ବୀରତ୍ୱ ସହକାରେ ଲଢ଼ିବାପାଇଁ ନିଜ ଲେଖନୀ ଚାଳନା କରିଛନ୍ତି।
“କାତରତା ସିନା କାପୁରୁଷ ପଣ
ବୀର ମାରେ ଅବା ମରେ କରି ରଣ।”
ନିଜର ଅହଂ ଛାଡି ପରୋପକାରରେ ସାମିଲ ହୋଇ ପରସ୍ପର ମଧ୍ୟରେ ଭେଦାଭେଦ ଦୂରେଇ ଧନ ଦୌଲତ ର ମୋହ କୁ ଏଡାଇ ସମସ୍ତଙ୍କୁ ଏକତା ସୂତ୍ର ରେ ଆଗେଇ ଯିବାକୁ ତାଙ୍କର ପ୍ରାଣପ୍ରଣେ ଚେଷ୍ଟା କବିତାର ପ୍ରକୃତ ମର୍ମକଥା। କବି ଏସବୁ କୁ ବାସ୍ତବିକ ଦୃଷ୍ଟିରେ ପରଖି ସଂଗ୍ରାମ ରେ ନିଜକୁ ନିଜ ଜୀବନକୁ ବାଜିଲଗେଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ଦେଶବାସୀଙ୍କର ମଙ୍ଗଳ ପାଇଁ ତ୍ୟାଗପୁତ ଜୀବନ କୁ ଆଦରି ନେଇଛନ୍ତି ଏବଂ ଉତ୍ସର୍ଗ କଣ୍ଠରେ ଗାଇଛନ୍ତି-
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।
ଦେଶର ସ୍ୱରାଜ୍ୟେ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼।”
କବି ଗୋପବନ୍ଧୁ ଥିଲେ ଈଶ୍ୱର ବିଶ୍ୱାସୀ ତଥା ତାଙ୍କ ପ୍ରାଣ ସର୍ବଦା ସତ୍ୟପଥରେ ମ୍ଳାନ ହେଉଥିଲା। ସେ ଦେଶ ପାଇଁ ଜାତି ପାଇଁ ସଂଗ୍ରାମ କରି କାରବରଣ କରିଥିଲେ ହେଁ ବନ୍ଧୁପରିଜନ ଙ୍କ ଠାରୁ ଦୂରେଇ ରହି କେବେ ନକରାତ୍ମକତାକୁ ଆପଣେଇ ନଥିଲେ। ଈଶ୍ୱରଙ୍କ ପଦାରବିନ୍ଦରେ ନିଜକୁ ସମର୍ପି ଦେଇ ସେ ଜଣକଲ୍ୟାଣ ପାଇଁ ବିନତି କରୁଥିଲେ। ବନ୍ଦୀ ଜୀବନ ର ସମସ୍ତ ଜ୍ୱାଳା କୁ ସେ ସମାଜ ର ମଙ୍ଗଳ ପାଇଁ ସହିଯାଇ ଗାନ କରିଥିଲେ-
“ମଙ୍ଗଳମୟ ଙ୍କ ସୁମଙ୍ଗଳ ଇଛା
ପରୁ ଏ ପରାଣେ ଏହି ଶେଷ ଭିକ୍ଷା।”
ଗୋଟିଏ ପରାଧୀନ ଜାତିର ଅବକ୍ଷୟଗ୍ରସ୍ଥ ଅବସ୍ଥାକୁ ସୁଧାରିବା, ଐତିହ ପ୍ରତି ପୁନଶ୍ଚ ମୋହ, ବୈପ୍ଳବିକ ଚେତନାରେ ସଭିଙ୍କୁ ଅଭିମନ୍ତ୍ରିତ କରିବାର କାମନା ତଥା ଆଧ୍ୟାତ୍ମିକ ଚେତନା ଥିଲା ଗୋପବନ୍ଧୁଙ୍କ ସୃଜନୀର ବାସ୍ତବ କଥା। ବ୍ୟକ୍ତିଗତ ପ୍ରେମରୁ ଉତ୍ତୀର୍ଣ୍ଣ ହୋଇ ବିଶ୍ୱ ପ୍ରେମକୁ ପ୍ରକାଶ କରିବାର ଆକାଂକ୍ଷା , ଐଶୀ ବିଶ୍ୱାସ, ଜାତୀୟ ବନ୍ଦନା , ପ୍ରକୃତି ପ୍ରୀତି , ଉତ୍କଳ ପ୍ରୀତି କବିଙ୍କୁ ଉତ୍କଳ ର ମଣି ରୂପେ ଅଳଙ୍କୃତ କରିଛି ଏବଂ କବି ଗୋପବନ୍ଧୁ ଯୁଗେ ଯୁଗେ ଅବିସ୍ମରଣୀୟ।

ସୋପାନ ଖ (6)
କବିତା ର ଶୀର୍ଷକ- ‘ଲଣ୍ଠନ’
କବି- ଅଜିତ କୁମାର
ଶୀର୍ଷକ- ‘ଲୁହା ଚୁତାରେ ମୃତ ଅଂଶେ’

କବି ପରିଚୟ:
ସଠିକ କିଛି ପାଇପାରିନି।

ସମୀକ୍ଷା:
ଘନଅନ୍ଧାର କୁ କ୍ଷୀଣ ଆଲୋକରେ ଆଲୋକିତ କରି କେତେ କେତେ ମହାପୁରୁଷ ଙ୍କୁ ଜନ୍ମ ଦେଇଛି , ଜେଜେମାଆ କୋଳରେ ଗପ ଶୁଣିବା ବେଳେ ଛପର ଛାଇ କୁ ଦେଖି ଆଶଙ୍କା ସୃଷ୍ଟି ହେବା ବେଳେ ନିଜକୁ ଆଉ ଟିକେ ଉଚ୍ଚା କରି ଶଙ୍କା ଦୁରେଇଛି, ବାପା ବିଦେଶ ଯାଇ ଦେଖିଥିବା ବିଦ୍ୟୁତ ଆଲୁଅ କୁ ପଛରେ ପକେଇ ଘର ଅନ୍ଧି ସନ୍ଧି ଜିନିଷ ଖୋଜିବାକୁ ହାତ ବଢ଼େଇଛି , ଚଗଲା ହୋଇ ମାଆର ହାତବାକ୍ସ ଲୁଚେଇଥିଲେ ତାର କ୍ଷୀଣ ଆଲୁଅରେ ଦର୍ଜା ଟେକିଛି ଏଇ ଆମ ଲଣ୍ଠନ। ହଁ ଦିନ ଥିଲା ଆଲୁଅ କହିଲେ ସୁରୁଜ ବୁଡିବା ପରେ ଲୋକଙ୍କ ମାନସପଟରେ ଆଙ୍କି ହେଇଯାଉଥିଲା ଡିବି, ଦୀପ, ଆଉ ଲଣ୍ଠନ ର ଆଲୁଅ, ବର୍ତ୍ତମାନର ବୈଦ୍ୟୁତିକ ଆଲୋକ ଥିଲା ସାତ ସ୍ୱପ୍ନ। ସେଇ ମିଞ୍ଜି ମିଞ୍ଜି ଆଲୁଅ କୁ ଆଶ୍ରା କରି କେତେ କେତେ ଆଖି ତେଜୀୟାନ ହୁଏ। କିଏ ପଢ଼ିବସେ, କିଏ ଚିଠି ଲେଖେ, କିଏ କୀଟ ପତଙ୍ଗ ଙ୍କ ଝାସ ବି ଦେଖେ କିନ୍ତୁ ସେଥିରେ ଥିଲା ଏକ ମୋହ ଏକ ନୂତନ ଆଶା ଓ ବିଶ୍ୱାସ ର ନିର୍ଯ୍ୟାସ।
ସେଇ ଲଣ୍ଠନ ଥିଲା କବି ଜୀବନ ର ଏକ ନିରୋଳା ପ୍ରେମିକା ଯାହା ପାଖେ ନିଜକୁ ତିଳ ତିଳ କ୍ଷାନ୍ତ କରି ଗଢ଼ିଥିଲେ ଅନେକ ସ୍ୱପ୍ନ। ଧୀରେ ଧୀରେ ସଭ୍ୟତାର ପ୍ରଚାର ପ୍ରସାର ଫଳରେ ଆଧୁନିକତା ଛୁଇଁଲା ସହରରୁ ଗ୍ରାମକୁ ଆଉ ଛୁଇଁଗଲା ଲଣ୍ଠନକୁ ଏବଂ ସାଜିଦେଲା ତାକୁ ଅକାମୀ। ବୈଦ୍ୟୁତିକ ଆଲୁଅ ସ୍ୱଚ୍ଛ କରିଦେଲା ଘର ର କୋଣ ଅନୁକୋଣ ଏବଂ ଖଣ୍ଡେ ଫିତା ଟିକେ କିରୋସିନି କୁ ନେଇ ବଞ୍ଚୁଥିବା ଲଣ୍ଠନ ଜୀବନ ହୋଇଗଲା ନିଷ୍ପ୍ରାଣ।
କବି ମନ ଏଠି ଦଗ୍ଧ ହୋଇଉଠିଛି ଯେତେବେଳେ ଜାଣିବାକୁ ପାଇଛନ୍ତି ଟଙ୍କା ଦଶଟା ରେ ତାଙ୍କ ଲଣ୍ଠନ ଟି କେଉଁ କବାଡ଼ିଆ ହାତରେ ବଳିପଡିଛି। ସେଇ ଲଣ୍ଠନ ଟି ଥିଲା ଏକ ମୋହ ଯାହା ସାଥେ କଟିଥିଲା ବାଲ୍ୟ-ପୌଗଣ୍ଡ-ଯୌବନ। କେତେ କଷ୍ଟ ହୋଇଥିବ ଯେତେବେଳେ କବାଡ଼ିଆ ଅଖାରେ ଲଣ୍ଠନ ବନ୍ଦୀ ହୋଇଥିବ ଅପରପକ୍ଷରେ କବି ନିଜେ ଅଣନିଃଶ୍ଵାସୀ ହୋଇଯାଇଛନ୍ତି ନିଜ ପିଲାଦିନର ସ୍ମୃତି କୁ ହରେଇ। ବ୍ୟସ୍ତ ବିବ୍ରତ ମନନେଇ ବିଦାରି ହୋଇଛନ୍ତି ଏବଂ କବି କଣ୍ଠରୁ ସ୍ଫୁରିଛି-
“ବ୍ୟସ୍ତ ହେବିନି କେମିତି??
ସେଇ ଲଣ୍ଠନ ଆଲୁଅ ରେ ପରା ଜନ୍ମ ନେଇଥିଲା, କେତେଗୁଡିଏ
ଏଣୁତେଣୁକବିତା ମୋ ଜୀବନର!!
ସେଇ ଲଣ୍ଠନ ପରା ଫିଲିପ୍ସ ଟର୍ଚ୍ଚ ମୋ ବୁଢ଼ୀମାଆର।”
ପାଠ ବି ପଢ଼ିଛନ୍ତି ଗପବି ଶୁଣିଛନ୍ତି ଆଉ ବିତେଇଛନ୍ତି ପରିବାର ର ପ୍ରତିଟି ସଦସ୍ୟଙ୍କ ସଙ୍ଗେ ଅନ୍ଧାରରେ ସେଇ ଲଣ୍ଠନ କୁ ଆଶ୍ରା କରି ଅମୂଲ୍ୟ ମୁହୂର୍ତ୍ତ। ମେଟ୍ରିକ ପରୀକ୍ଷା ତତ୍କାଳୀନ ସମୟରେ ଥିଲା କାଠିକର ପାଠ। କିଏ ମେଟ୍ରିକ ପରୀକ୍ଷା ପାସ କରୁଥିଲେ ଆଖପାଖ ଗାଁ ରେ ଚହଳ ସୃଷ୍ଟି ହଉଥିଲା। ସେଇ ପରୀକ୍ଷା ସମୟରେ ଲଣ୍ଠନ ସାଥି ହୋଇଥିଲା ଏବଂ କବି ଜୀବନରେ ଏକ ଜୀବନ୍ତ ସ୍ମୃତି ରୂପେ ଝଟକୁ ଥିଲା। ବାସ କେଇଟା ଟଙ୍କା ରେ ଜୀବନ ତମାମ ସାଇତି ଥିବା ସେଇ ଲଣ୍ଠନକୁ କ୍ଷଣକେ କବି ହରେଇ ଭାଙ୍ଗିପଡ଼ିଛନ୍ତି। ନିଜକୁ ଏକାକୀ ରହିବାର ସମୟ କୁ ବାଛିନେଇଛନ୍ତି। ଲଣ୍ଠନ କବାଡ଼ିଆ ହାତରେ ଲୁହା ଚୁତା ରେ ପ୍ରହାର ଖାଇ ଖଣ୍ଡ ବିଖଣ୍ଡିତ ହେବାର ଦୃଶ୍ୟକୁ କବି ହୃଦୟଙ୍ଗମ କରି ତାର ଅନୁପସ୍ଥିତି ରେ କିଛି ଅଂଶ ନିଜର ଅସ୍ତିତ୍ୱ ମଧ୍ୟ ହାରିଦେଇଛନ୍ତି। କବି କଣ୍ଠ ଆକୁଳତା ରେ ରୋଦନ କରିଉଠିଛି।
“ସେଇ ଲଣ୍ଠନ ମଲାପରେ
ମୁଁ ବି କିଛି ଅଂଶେ ମରିଯାଇଛି
କବାଡ଼ିଆ ହାତରେ
ଲୁହାଚୁତା ରେ ପିଟା ହେଲା ପରେ।”
ଜୀବନ ର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ କିନ୍ତୁ ପ୍ରତିଟି ସ୍ମୃତି ଅମୂଲ୍ୟ। ସ୍ମୃତି କୁ ସାଉଁଟି ଜୀବନ ବଞ୍ଚୁଥିବା ମନ ହଠାତ ଆଘାତ ପାଇଲେ ମୃତବତ ମନେହୁଏ। ବାସ୍ତବିକ କବିତାର କାରୁକାର୍ଯ୍ୟ ତଥା ଭାବଧାରା ଖୁବ ହୃଦୟସ୍ପର୍ଶୀ । ଆଧୁନିକ ଶୈଳୀ ରେ ରଚିତ କବି ମନର ନିଚ୍ଛକ ପରିପ୍ରକାଶ ପାଠକ ମନକୁ କ୍ଷଣେ ଦୋହଲାଇ ଦେବ ନିଃସନ୍ଦେହରେ କୁହାଯାଇପାରେ।

ମନୋରମା ସାହୁ, କଟକ

Loading

Leave a Reply

Your email address will not be published. Required fields are marked *