May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ସ୍ନେହଲତା ନନ୍ଦ*

ସୂର୍ଯ୍ୟୋଦୟ ନବପ୍ରତିଭା ଅନ୍ଵେଷଣ-୨୦୨୩★
◆◆◆◆◆◆◆◆◆◆◆◆◆◆◆◆◆
●ଚତୁର୍ଥ ପର୍ଯ୍ୟାୟ – କବିତା ସମୀକ୍ଷା●
°°°°°°°°°°°°°°°°°°°°°°°°°°°°°°°°°°

ସୋପାନ-କ
**********
କବିତା- କଳାମାଣିକରେ
କବି- ଅଭିମନ୍ୟୁ ସାମନ୍ତ ସିଂହାର
ସମୀକ୍ଷା-ସ୍ନେହଲତା ନନ୍ଦ

ଓଡ଼ିଆ ସାହିତ୍ୟରେ ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତ ସିଂହାର ଜଣେ ପ୍ରମୁଖ ସ୍ରଷ୍ଟା। ସେ ଯାଜପୁର ଜିଲ୍ଲାର ବାଲିଆ ଠାରେ ସାମନ୍ତ ପରିବାରରେ ୨୩ ଫେବ୍ରୁଆରୀ ୧୭୬୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ଅଭିମନ୍ୟୁ ସରଳ ଗାଉଁଲୀ ଭାଷାରେ ସୁନ୍ଦର କବିତା ରଚନା କରୁଥିଲେ। ତରୁଣ ବୟସରେ ସେ “ବାଘଗୀତ”,”ଚଢେଇ ଗୀତ”,”ସୁଲକ୍ଷଣା”,”ବିଦଗ୍ଧ ଚିନ୍ତାମଣି”,”ପ୍ରେମିକା”,”ରସବତୀ”,”ବୋଲେ ହୁଁ ଟି” ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟ କୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। “ବିଦଗ୍ଧ ଚିନ୍ତାମଣି” ତାଙ୍କର ଶ୍ରେଷ୍ଠ କୃତି। “କଳାମାଣିକରେ” କବିତାଟି ବିଦଗ୍ଧ ଚିନ୍ତାମଣି କାବ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି। ଅଭିମନ୍ୟୁ ସାମନ୍ତ ସିଂହାର ୧୫ ଜୁନ ୧୮୦୬ ମସିହାରେ ପରଲୋକ ଗମନ କରିଥିଲେ।

◆ବାତ୍ସଲ୍ୟମୟୀ ମାତୃପ୍ରେମ◆

ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ଦ୍ଵାରା ରଚିତ “କଳାମାଣିକରେ” କବିତାଟି ରେ କବି ମାତା ଯଶୋଦା ଙ୍କ ବାତ୍ସଲ୍ୟମୟୀ ମାତୃ ହୃଦୟର ଆବେଗକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
କୃଷ୍ଣ ସନ୍ଧ୍ୟା ସମୟରେ ଗାଈଗୋଠ ଧରି ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦା ଙ୍କ ମନରେ ବ୍ୟସ୍ତତା ଦେଖା ଦେଇଛି। ନିଜ ପୁତ୍ର କଥା ଭାବି ଭାବି ମ୍ରିୟମାଣ ମଧ୍ୟ ହୋଇପଡିଛନ୍ତି। ଏଠାରେ ମାତା ଯଶୋଦା ନିଜକୁ ପ୍ରଶ୍ନ କରୁଛନ୍ତି ଏବଂ ଡାହାଣୀ ବୋଲି କହି ସମ୍ବୋଧନ କରିଛନ୍ତି କି ସେ କଣ ପାଇଁ ନିଜର ପୁତ୍ରକୁ ବଣକୁ ପଠେଇ ଦେଲେ ଯାହାଫଳରେ ଏପରି ପରିସ୍ଥିତି ଦେଖା ଦେଇଛି। କବି ଏଠାରେ ଏକ ମାତୃ ହୃଦୟର ଆବେଗକୁ ଖୁବ ସୁନ୍ଦର ଭାବରେ ଏବଂ ମର୍ମସ୍ପର୍ଶୀ ଭାବରେ ବର୍ଣ୍ଣନା କରିଛନ୍ତି।

ନିଜର ଗୋଟିଏ ବୋଲି ପୁତ୍ର କୃଷ୍ଣ ଯାହାକୁ ସେ ନିଧନ ସଙ୍ଖାଳି, ଅନ୍ଧ ଲଉଡି,ନୟନ ପ୍ରତିମା କହି ସମ୍ବୋଧନ କରୁଛନ୍ତି ଏବଂ କୃଷ୍ଣଙ୍କୁ ନିଜର ବୃଦ୍ଧ କାଳରେ ସାହାରା ବୋଲି ଭାବିଥିଲେ ସେ ଆଜି ଘରକୁ ଫେରିବାରେ ବିଳମ୍ବ କରିଥିବାରୁ ମାତା ମ୍ରିୟମାଣ ହୋଇପଡିଛନ୍ତି ଏବଂ ନିଜ ହୃଦୟରେ ଭରା ଥିବା ଆବେଗ ଭରା ପ୍ରେମ ସବୁ ବଖାଣୁଛନ୍ତି।

ଶ୍ରୀକୃଷ୍ଣ ଙ୍କର ଅନ୍ଧାରକୁ ଦେଖି ଭୟ କରିବା, ଗୋଟିକା ଅଧାମ ଓ ସର ଆଦି ନ ରୁଚିବା, ନାଚି ନାଚି ମାତାଙ୍କୁ ଲହୁଣୀ ଲାଞ୍ଚ ମାଗିବା,ତୋଳି ଧରିଲେ ଯଶୋଦାଙ୍କ ଦେହରେ ଗୋଳି ହୋଇଯିବା ଆଦି ଶିଶୁ ସୁଲଭ କାର୍ଯ୍ୟ ସବୁ ମନେପକାଇ ମାତା ଭାଳି ହେଉଛନ୍ତି।

ଶ୍ରୀକୃଷ୍ଣ ଥିଲେ ମାତା ଯଶୋଦାଙ୍କର ସବୁ ସୁଖର ମୂଳ କାରଣ ତେଣୁ ସେ ମୁହୂର୍ତ୍ତକ ପାଇଁ ମଧ୍ୟ କୃଷ୍ଣଙ୍କୁ ନିକଟରୁ ଛାଡିବାକୁ ଇଚ୍ଛା କରୁ ନ ଥିଲେ। ଗୋରୁ ପଲ ନେଇ ଫେରିବା ବେଳେ କୃଷ୍ଣ ଯେଉଁ ମୁରଲୀ ବାଯାଉଥିଲେ ଯଶୋଦା ତାହାକୁ କାନ ଡେରି ଶୁଣୁଥିଲେ। ଏହି ବେଣୁ ସ୍ୱନ କୁ କାନ ଡେରିବା ପ୍ରସଙ୍ଗରେ ଯଶୋଦା ଙ୍କ ବାତ୍ସଲ୍ୟ ଭାବ ପ୍ରକାଶ ପାଇଛି।

କବି ଅଭିମନ୍ୟୁ ସାମନ୍ତ ସିଂହାର ଏଠାରେ ଏକ ବାତ୍ସଲ୍ୟମୟୀ ମାତାର ଆବେଗ ଭରା ପ୍ରେମଭାଵ,ସ୍ନେହଭାଵ ସବୁକୁ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଯାହା ହୃଦୟସ୍ପର୍ଶୀ ହେବା ସହ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି।

ସୋପାନ-ଖ
**********
କବିତା- ମଣିଷ
କବି- ଆର୍ତ୍ତତ୍ରାଣ ପାଣି
ସମୀକ୍ଷା- ସ୍ନେହଲତା ନନ୍ଦ

ସଂକ୍ଷେପରେ କହିଲେ ସେ ଜଣେ କବି,ଲେଖକ,ପ୍ରକୃତିପ୍ରେମୀ,ସାମ୍ବାଦିକ ଏବଂ ସମାଜସେବୀ। ସେ ସତ୍ୟ, ବାସ୍ତବତା ଏବଂ ଅତୀତର ମୁହୂର୍ତ୍ତକୁ ଖୁବ ସୁନ୍ଦର ଭାବରେ ବଖାଣିପାରୁଥିବା ଲେଖକଟିଏ। ସେ ସମାଜର ସେବା କରୁଥିବା ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେଉଥିବା ମଣିଷଟିଏ। ତାଙ୍କର ପ୍ରତ୍ୟେକଟି ଲେଖା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣୀୟ ମଧ୍ୟ ହୋଇଥାଏ। ସାହିତ୍ୟକୁ ସୁନ୍ଦର ଭାବରେ ବର୍ଣ୍ଣନା କରି ନୂଆ ରୂପରେ,ନୂଆ ଢ଼ଙ୍ଗରେ ଗଢି ତୋଳିଥିବା ଲେଖକଟିଏ। ସେ ଆଉ କେହି ନୁହନ୍ତି ଅତି ପ୍ରିୟର କବି ଆର୍ତ୍ତତ୍ରାଣ ପାଣି।

◆ବିକଶିତ ମଣିଷ◆

ସମୟ କାହାରିକୁ ଅପେକ୍ଷା କରେ ନାହିଁ। ସମୟ ସହିତ ପରିସ୍ଥିତି ମଧ୍ୟ ଅନେକ କିଛି ଶିଖାଇ ଦେଇଥାଏ। ଯୁଗ ବଦୁଳିଛି,ଲୋକମାନଙ୍କର ଆଚାର ବ୍ୟବହାର, ରଙ୍ଗ-ଢଙ୍ଗ ସବୁ କିଛିରେ ପରିବର୍ତ୍ତନ ହେଉଛି। ଶାସ୍ତ୍ର ଅନୁସାରେ “ମଣିଷ ପ୍ରକୃତି ସହ ଜଡ଼ିତ”!!
ମଣିଷ ଜୀବନକୁ ଯେ ସବୁଜ,ସୁନ୍ଦର କରି ଗଢ଼ିଥାଏ ସେ ହେଉଛି ପ୍ରକୃତି। ପ୍ରକୃତିର ପ୍ରତ୍ୟେକଟି ଜିନିଷରୁ ଆମକୁ ଅନେକ ପ୍ରକାର ଉପାଦାନ ପ୍ରାପ୍ତ ହୋଇଥାଏ। ଏହି ବିଶ୍ୱଜଗତକୁ ସୃଷ୍ଟି କରିଥିବା ସେହି ସର୍ବଶକ୍ତିମାନ, ସର୍ଵବିଦ୍ୟମାନ,ସର୍ବବ୍ୟାପକ ଈଶ୍ୱର! ଯାହାର ସଂରଚନା ରେ ନିର୍ମାଣ ଏକ ଅପୂର୍ଵନୀୟ ଅମୂଲ୍ୟ ମାନବ ସମାଜ।

“ମଣିଷ” କବିତାଟି ରେ କବି ଆର୍ତ୍ତତ୍ରାଣ ପାଣି ନିଜର କିଛି ଅଙ୍ଗେ ଲିଭା ଅନୁଭୂତିକୁ ନିଜର କୋହଭରା ଶବ୍ଦରେ ବଖାଣୁଛନ୍ତି ଏବଂ ଆଜିର ସ୍ୱାର୍ଥପର ମାଂସ ଲୋଭୀ ବିକଶିତ ମଣିଷ ମାନଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଦିନ ଥିଲା ପ୍ରକୃତି ସହ ମଣିଷମାନଙ୍କର ସମ୍ପର୍କ ଖୁବ ନିକଟତର ଏବଂ ସବୁଜ ଥିଲା। ପ୍ରକୃତି, ସମସ୍ତ ଜୀବଜନ୍ତୁ ପଶୁପକ୍ଷୀ ଏବଂ ମାନବ ସମାଜ ପାଇଁ ଏକ ସରଳ ସାଧାରଣ ଜୀବନ ଜୀଇଁବାର ମୁଖ୍ୟ ମାଧ୍ୟମ ଥିଲା। ଯାହା ଆଜିର ବିକଶିତ ମଣିଷମାନଙ୍କ ପାଇଁ ତୁଚ୍ଛ ହୋଇଯାଇଛି। ପୂର୍ବ ସମୟରେ ମଣିଷମାନେ ପ୍ରକୃତି ସହ ବଞ୍ଚୁଥିଲେ।ପ୍ରକୃତିର ରଙ୍ଗ-ଢଂଗ, ପାଣିପବନ ସହ ତାଳ ଦେଇ ଚିର ସବୁଜ, ନିର୍ମଳ ଜୋଛନା ପରିପୂର୍ଣ୍ଣ ଜୀବନ ନିର୍ବାହ କରୁଥିଲେ।

କବି ସେହି ବିକଶିତ ମଣିଷମାନଙ୍କ ସମ୍ପର୍କରେ ନିଜର ଅନୁଭୂତି କୁ ବର୍ଣ୍ଣନା କରିଛନ୍ତି। ଯେଉଁ ମଣିଷମାନଙ୍କ ମଧ୍ୟରେ ରହି ସେ ଅଣନିଶ୍ଵାସୀ ଅନୁଭବ କରୁଛନ୍ତି ଏବଂ ପୂର୍ବ ସମୟର ସେହି ଅନ୍ଧାରି ଯୁଗକୁ ଫେରିଯିବାକୁ ଇଚ୍ଛା କରିଛନ୍ତି। ଯେଉଁଠାରେ ସ୍ୱାର୍ଥପରତା, ହିଂସା ଓ ଭେଜାଲ ଭଳି ଜିନିଷ ନ ଥିଲା।
ହଁ…,,, ସରଳ ଜୀବନ ଯାପନ ଥିଲା ହେଲେ ଏହି ଲୋକମାନଙ୍କ ମଧ୍ୟରେ ମଣିଷ ପଣିଆ,ସଚ୍ଚୋଟତା,ପ୍ରେମ,ବିଶ୍ୱାସ,ନିଃସ୍ୱାର୍ଥପରତା ଆଦି ଭରି ରହିଥିଲା। ଆଜିର ସମୟରେ ଏହି ବିକଶିତ ମଣିଷମାନେ ନିଜକୁ ଈଶ୍ୱର ବୋଲି କହୁଛନ୍ତି। ସେମାନେ କୁଆଡେ ଏକ ପୃଥିବୀ ଗଢୁଛନ୍ତି ଯେଉଁଥିରେ ନିରୀହ, ନିର୍ଦୋଷ ପଶୁ ପକ୍ଷୀ ଓ ଜୀଵମାନଙ୍କର ଅସ୍ତିତ୍ୱ ହାଯିବାକୁ ଲାଗିଲାଣି। ଯେଉଁଠି ଦେଖ କେବଳ ହିଂସା,ଅହଂକାର, ଯୁଦ୍ଧ। ଆଉ ମାଂସ ଲୋଭୀ ରାକ୍ଷସ। ଆଉ ଶୁଣିବାକୁ ମିଳୁନାହିଁ ପ୍ରକୃତିର ହୃଦୟସ୍ପର୍ଶୀ ଶବ୍ଦ ଏବଂ ମନଲୋଭା ଚିର ସବୁଜ ଦୃଶ୍ୟ।

ଶେଷରେ କବି ଆର୍ତ୍ତତ୍ରାଣ ପାଣି କହୁଛନ୍ତି ଏହି ବିକଶିତ ମଣିଷ ମାନଙ୍କ ସମାଜରେ ରହି ମୁଁ ଅଣନିଶ୍ଵାସୀ ହୋଇପଡ଼ିଲିଣି।ମୋତେ ମୋର ସେଇ ଆଇ ମା କାହାଣୀ ଯୁଗକୁ ଫେରିଯିବାକୁ ଇଚ୍ଛା ହେଉଛି କାରଣ ସେତେବେଳେ ମଣିଷମାନେ ବିକଶିତ ନ ଥିଲେ ଏବଂ ଏତେ ଶିକ୍ଷିତ ମଧ୍ୟ ନ ଥିଲେ ସତ କିନ୍ତୁ ସେତେବେଳେ ମଣିଷମାନେ ରହୁଥିଲେ ଯେଉଁମାନଙ୍କ ଭିତରେ ପ୍ରେମ, ନିଃସ୍ୱାର୍ଥପରତା, ସ୍ନେହ ଏବଂ ମଣିଷ ପଣିଆ ଥିଲା।

Loading

Leave a Reply

Your email address will not be published. Required fields are marked *