May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ବିଶ୍ୱଜିତ୍ ନାଥ*

କବିତା ସମୀକ୍ଷା -2023

୧)ସୋପାନ – କ

ଶୀର୍ଷକ – “ବାତ୍ସଲ୍ୟମୟୀ ଯଶୋବନ୍ତୀ”

କବି ପରିଚୟ –
ଉତ୍କଳ ସାହିତ୍ୟ ଜଗତରେ ଯେଉଁ କେତେଜଣ ମହାନ୍ ସ୍ରଷ୍ଟା ଙ୍କ ପାଇଁ ଆଜି ଏ ଭୂମି ଧନ୍ୟା ହୋଇଛି ସେମାନଙ୍କ ମଧ୍ୟରେ ରୀତିଯୁଗ ଅଥବା ମଧ୍ୟଯୁଗର ସ୍ରଷ୍ଟା ଅଭିମନ୍ୟୁ ସାମନ୍ତସିଂହାର ଅନ୍ୟତମ।
କବିଙ୍କ ଜନ୍ମ ବୃତ୍ତାନ୍ତ – କବି ଅଭିମନ୍ୟୁ ସାମନ୍ତସିଂହାର ଜଣେ ରାଜବଂଶୀ ଥିଲେ। କବି ୧୭୬୦ ମସିହା ଫେବୃଆରୀ ମାସ ୨୩ ତାରିଖରେ ସମ୍ପ୍ରତି ଯାଜପୁର ଜିଲ୍ଲାର ବାଲିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ‘ସେ ଏକାଧାରରେ ଜଣେ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ଅବସ୍ଥାରେ ସେ ବାଘ ଗୀତ, ଚଢ଼େଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟ କୁ ସମୃଦ୍ଧ କରିଥିଲେ।

କବିଙ୍କ ଦ୍ଵାରା ଲିଖିତ ରଚନା ସମୂହ –
କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ଦ୍ଵାରା ରଚିତ କେତେକ କାବ୍ୟ ସମୂହ ହେଲା , ପ୍ରେମକଳା, ରସବତୀ, ସୁଲକ୍ଷଣା, ପ୍ରେମ ତରଙ୍ଗିଣୀ, ବାଘଗୀତ, ଚଢ଼େଇ ଗୀତ, ବୋଲେ ହୁଁ, ପ୍ରେମ (ପ୍ରୀତି ) ଚିନ୍ତାମଣି ଇତ୍ୟାଦି ।
ଏତଦ୍ ବ୍ୟତୀତ କବିଙ୍କର ଶ୍ରେଷ୍ଠ ସୃଷ୍ଟି ହେଲା” ବିଦଗ୍ଧ ଚିନ୍ତାମଣି”। “ଏହା ଓଡ଼ିଆ ସାହିତ୍ୟ ର ଏକ ମୂଲ୍ୟବାନ ଗ୍ରନ୍ଥ ଅଟେ।କେତେକ ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗର ନାମ ଏଥିରେ ଦେଖିବାକୁ ମିଳେ। ଯଥା ଗଡମାଳିଆ, ଫୁଲ ତୋଳା, ଇତ୍ୟାଦି।
ସମୀକ୍ଷା ନିମନ୍ତେ ଉଦ୍ଧିଷ୍ଟ ଥିବା “କଳାମାଣିକ” କବିତାଟି କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ “ବିଦଗ୍ଧ ଚିନ୍ତାମଣି ” କାବ୍ୟର ୬୭ ଛାନ୍ଦ ରୁ ଆସିଅଛି ।

 

୩)କବିତା ସମୀକ୍ଷା ର ପୃଷ୍ଠଭୂମି –
(କବିତା ର ନାମ – କଳା ମାଣିକ ରେ )
କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ଶ୍ରେଷ୍ଠ କାବ୍ୟ ବିଦଗ୍ଧ ଚିନ୍ତାମଣି ଅଟେ । ବିରହ ର ଜ୍ବଳନ ରେ ପ୍ରଜ୍ବଳିତ ପ୍ରାଣ ହିଁ ସମାଜ କୁ “ବିଦଗ୍ଧ ଚିନ୍ତାମଣି”ନାମକ କାବ୍ୟ ଭେଟି ଦେଇପାରେ ଏହା କବି ନିଜ ଲେଖନୀ ମାଧ୍ୟମରେ ପ୍ରମାଣିତ କରିଛନ୍ତି। ବିଦଗ୍ଧ ଚିନ୍ତାମଣି କାବ୍ୟ ଟି “ସପ୍ତଷଷ୍ଠୀ ” ଛନ୍ଦ ରେ ରଚିତ ହେବା ସହ ଏଥିରେ
“କାବ୍ୟର ଶୋଭା ବିଧାୟକ ଧର୍ମ ” ଅଳଙ୍କାର ର ପ୍ରୟୋଗ ହୋଇଛି। ଯାହା ଦ୍ଵାରା କାବ୍ୟଟି ଶୋଭାବର୍ଦ୍ଧନ କରୁଅଛି।
ଏହି କବିତା ଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଅଟେ। ଦ୍ଵାପର ଯୁଗରେ ମାତା ଯଶୋଦା ଓ ତାଙ୍କ ଏକୋଇରବଳା ବିଶିକେଶନ କହ୍ନେଇ ଙ୍କୁ ନେଇ ଏହି କବିତା ର ପୃଷ୍ଠଭୂମି ରହିଛି । ସନ୍ଧ୍ୟା ହେତୁ ନିଜ ପୁତ୍ରଙ୍କ ବନ ରୁ ଗ୍ରହ ଆଗମନ ର ବିଳମ୍ବ ହୋଇଛି, ଏଣୁ ମାତା ଯଶୋଦା ଙ୍କ ମନ ଭୟ ଓ ଆଶଙ୍କାରେ ବିଚଳିତ ହୋଇ ପଡ଼ିଛି । ମାତା ଯଶୋବନ୍ତୀ ଙ୍କ ପୁତ୍ର ପ୍ରତି ରହିଥିବା ଅହେତୁକ ଆବେଗ , ବାତ୍ସଲ୍ୟ ମମତା , ଏବଂ ପୁତ୍ର ର ଅନୁପସ୍ଥିତି ରେ ମାଆ ମନରେ ଜାତ ହେଉଥିବା ଭୟ ଓ ଆଶଙ୍କା କୁ କବି କବିତା ମାଧ୍ୟମ ରେ ପ୍ରକାଶ କରିଛନ୍ତି।

ଜଣେ ମାଆର ମମତା କୁ ବୁଝିବା ଓ ମାପ କରିବା ବୋଧେ ସଂସାର ରେ ସବୁଠୁ ଅସମ୍ଭବ କାର୍ଯ୍ୟ ଅଟେ। ସେଥିପାଇଁ ତ ଜନନୀ ଆଉ ଜନ୍ମଭୂମି ସ୍ବର୍ଗ ଠାରୁ ମହାନ୍ ଅଟନ୍ତି ।
ଯଶୋବନ୍ତୀ ଙ୍କ ଜୀବନ କାହ୍ନୁ ଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ । କାହ୍ନୁ ହେଉଛନ୍ତି ଯଶୋବନ୍ତୀଙ୍କ ଅନ୍ଧର ଲଉଡି ଓ ଦରିନ୍ଦ୍ର ପସରା , ତାଙ୍କ ହୁଦୟରେ ସ୍ପନ୍ଦନ ହେଉଛନ୍ତି କାହ୍ନୁ । ଆଜି ସନ୍ଧ୍ୟା ହେବାରୁ ମାତା ଙ୍କ ହୃଦୟ ଭୟ ରେ କମ୍ପନ କରୁଛି। ଅନ୍ଧାର କୁ ଡରୁଥିବା କାହ୍ନୁ କେମିତି ବନ ରୁ ଆସିବେ ସେ ଚିନ୍ତା ମାତାଙ୍କୁ ସଂପୂର୍ଣ୍ଣ ଗ୍ରାସ କରିଛି। ନିଶାଚର ଓ ଡଙ୍କୁଣୀ ଙ୍କ ଉତ୍ପାତ ସେ ସମୟରେ ଗୋପପୁର ରେ ବୃଦ୍ଧିପାଇଛି । ଶ୍ରୀକୃଷ୍ଣ ଙ୍କ ବଂଶୀ ର ସ୍ଵନ ବି ମାତାଙ୍କୁ ଏପର୍ଯ୍ୟନ୍ତ ଶୁଭୁନାହିଁ । ଏହି ସବୁ ଚିନ୍ତା ରେ ମାତା ଆହୁରି ଭୟାତୁର ହୋଇଯାଇଛନ୍ତି।

କବି ନିଜର ଲେଖନୀ ମାଧ୍ୟମରେ ଏଠି ବାତ୍ସଲ୍ୟ ମମତା କୁ ଚିତ୍ରଣ କରିଛନ୍ତି । ନିଜ ସନ୍ତାନ ଉପରେ ବିପଦ ପଡ଼ିଲେ ଜଣେ ମାଆ ର ମନ କିପରି ଅଧୈର୍ଯ୍ୟ ହୋଇପଡେ ତାହାକୁ ଅତି ନିଖୁଣତାର ସହ କବି ଚିତ୍ରଣ କରିଛନ୍ତି। ଏହା ବ୍ୟତୀତ ମଧ୍ୟ ଅନେକ ଲୋକ ଶବ୍ଦ ଓ ତତସମ୍ ଶବ୍ଦ ର ପ୍ରୟୋଗ ଏଠାରେ ହୋଇଛି । ଯଥା ଅନ୍ଧର ଲଉଡି, ହୃଦ- ରତ୍ନ -ହରା, ଦରିଦ୍ର ପସରା, ଡାକିନୀ, କଠାଉ, ଆଦି ଲୋକଶବ୍ଦ ର ପ୍ରୟୋଗ ଏଠାରେ ହୋଇଅଛି। ଅତ୍ୟନ୍ତ ସରଳ ଏବଂ ବୋଧଗମ୍ୟ ଭାଷା ରେ କବି କବିତାର ମର୍ମ କୁ ଆଲୋକପାତ କରିଛନ୍ତି।
ଯଥା ”
ବୃଦ୍ଧ କାଳେ ତୁହି ମୋର ଏକଇ ନନ୍ଦନ
ହୃଦ ତାପ ବିନାଶନେ ତୋ ହରି ଚନ୍ଦନ —(କଳା ମାଣିକ ରେ)
ଅଧାମ, ଗୋଟିକା, ସର ନ ରୁଚଇ ତୋତେ
ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ –( କଳା ମାଣିକରେ )
ଉପରୋକ୍ତ ପଦଗୁଡ଼ିକ ଦର୍ଶାଉଅଛି କି , କବି ଙ୍କ ଭାବନା ସଂପୂର୍ଣ୍ଣ ରୂପେ ବାତ୍ସଲ୍ୟମୟୀ ମାତା ଯଶୋଦା ଙ୍କ ଚରିତ୍ର କୁ ନିଖୁଣ ଭାବେ ଚିତ୍ରିତ କରିଅଛି।

୪)କବି ପାଇଁ ପଦେ —
କବି ଅଭିମନ୍ୟୁ ସାମନ୍ତ ସିଂହାର ଓଡ଼ିଶା ମାଟିର ଜଣେ ଆଲୋକ ବର୍ତ୍ତିକା। ଯାହାଙ୍କ ଲେଖନୀ ସଦା ସର୍ବଦା ଆମକୁ ପ୍ରେରଣା ର ଆଲୋକ ପ୍ରଦାନକରେ। “ବିଦଗ୍ଧ ଚିନ୍ତାମଣି” ମହାକାବ୍ୟ ରୁ ଆନୀତ ” କଳା ମାଣିକ ରେ” କବିତା ଟି ସର୍ଵଜନଆଦୃତ ଲୋକ ଗୀତ ଅଟେ। ଓଡ଼ିଶା ର ପୁର ପଲ୍ଲୀରେ ଲୋକ ମୁଖରେ ଏ କବିତା ସଙ୍ଗୀତ ଭାବେ ଆବୃତ୍ତି ହେବାର ଦେଖାଯାଏ।
“ମାଆର ମମତା ସେତ ଅମୃତ ଝର” ଏ ସ୍ବାର୍ଥ ର ଦୁନିଆଁ ରେ ମାଆର ମମତା ଯେ ସବୁଠୁ ମୂଲ୍ୟବାନ ‘ ଏହାକୁ କବି ଏ କବିତା ମାଧ୍ୟମ ରେ ଏ ସମାଜ କୁ ଶିକ୍ଷା ଦେଇଛନ୍ତି ।

ମୋ ପରିଚୟ –
ମୁଁ ନବ ପ୍ରତିଭା ବିଶ୍ୱଜିତ୍ ନାଥ,
ଠିକଣା –
ଗ୍ରାମ -ଉଲ୍ଲୋଳ, ବ୍ଲକ -ଘଷିପୁରା
ଜିଲ୍ଲା – କେନ୍ଦୁଝର , ଯୋଗାଯୋଗ ୯୪୩୭୫୯୪୩୫୯

******ସମାପ୍ତ********
ଖ ସୋପାନ- ସମୀକ୍ଷା –
ଶୀର୍ଷକ -” ତୁମେ ମୋ ଅର୍ଦ୍ଧାଙ୍ଗିନୀ”

କବିଙ୍କ ପରିଚୟ – ସାହିତ୍ୟ ରେ ପ୍ରତିଦିନ ବଞ୍ଚୁଥିବା ମଣିଷ ହେଉଛନ୍ତି କବି ଚିତ୍ତ ରଞ୍ଜନ ନାୟକ। ସାହିତ୍ୟ ତାଙ୍କ ପାଇଁ ଜୀବନର ପ୍ରତିବିମ୍ବ ।ସାହିତ୍ୟ ସାଧନାରେ ସେ ଆଙ୍କିପାରନ୍ତି ଜୀବନର ପ୍ରତିଟି ଅଧ୍ୟାୟକୁ । ପ୍ରେମ, ମାଟିମନସ୍କ ଚେତନା ସହ ଜୀବନବୋଧ ଶ୍ରୀ ନାୟକଙ୍କ ଲେଖାଗୁଡିକରୁ ସ୍ପଷ୍ଟ ବାରି ହୋଇଯାଇଥାଏ।
୧୯୭୮ ମସିହା ମେ ୧୧ ତାରିଖ ରେ ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲାର ଡଅଁର ଗ୍ରାମ ରେ , ପିତା ସ୍ଵର୍ଗତ ରବୀନ୍ଦ୍ରନାଥ ନାୟକ ଏବଂ ମାତା ଶ୍ରୀମତୀ ମନୋରମା ନାୟକଙ୍କ କୋଳକୁ ମଣ୍ଡନ କରିଥିଲେ।
ସଂପ୍ରତି ଘଟଗାଁ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ନାୟକ କାର୍ଯ୍ୟରତ ଅଟନ୍ତି ।

ପ୍ରକାଶିତ ପୁସ୍ତକ – ଶ୍ରୀ ନାୟକ ଙ୍କ ପ୍ରକାଶିତ ଚାରିଗୋଟି କବିତା ସଂକଳନ ହେଲା ” ୧)ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ” , ୨)”ଡାକୁଛ ବୋଲି ଜାଣେ “, ୩)ଆସୁଛ ବୋଲି ଜାଣେ, ଏବଂ ୪)ଲିଜାମିଶ୍ର (ଯନ୍ତ୍ରସ୍ଥ)।

କବିତାର ପୃଷ୍ଠ ଭୂମି – ଯିଏ ସବୁଦିନ ଓ ସବୁ ରାତି କବିତା କୁ ନେଇ ବଞ୍ଚନ୍ତି ସେ ହେଲେ କବି ଚିତ୍ତରଞ୍ଜନ ନାୟକ। ତାଙ୍କ ପ୍ରାଣ ହିଁ କବିତା ଆଉ କବିତା ହିଁ ତାଙ୍କର ନିଃଶ୍ୱାସ । ସବୁଦିନ କବିତା କୁ ନେଇ ବଞ୍ଚୁଥିବା କବିଙ୍କ କବିତା ଓ ପ୍ରକୃତି ପ୍ରତି ରୋମାଣ୍ଟିକ ଦୃଷ୍ଟିକୋଣ ଖୁବ୍ ଜୀବନ୍ତ ମନେହୁଏ।

କବି ଚିତ୍ତରଞ୍ଜନ ନାୟକ ଙ୍କ କବିତା ” ପ୍ରେମିକା” ଯାହା ଆବେଗ ଓ ପ୍ରୀତି ର ଅନ୍ୱେଷଣ କୁ ନେଇ ଲେଖା ହୋଇଛି । ଏ କବିତା ମଧ୍ୟରେ ଭରି ରହିଛି ଜୀବନ ର ଦର୍ଶନ । ପ୍ରକୃତି ର ଚିତ୍ର କୁ ନେଇ କବିତା ର ପ୍ରଥମ ପଦ ରଚନା ହୋଇଛି । ସେଠି ଈଶ୍ବରଙ୍କ ପ୍ରକୃତି ସହିତ କବି ନିଜ ପ୍ରିୟା କୁ ଜୀବନ ର ଉପପାଦ୍ୟ ସମ୍ପର୍କ ରେ ସୂଚନା ଦେଇଛନ୍ତି।
ଯଥା -” ଜହ୍ନ ଉଠୁ କି ନଉଠୁ
ତାରା ହସୁ କି ନହସୁ
ଚାଲ ଆମେ ଆକାଶରେ
ମୁରୁଜ ଆଙ୍କି ସଜେଇବା ଅହଙ୍କାର “।।

ଏହି ଶବ୍ଦଗୁଡ଼ିକ ସବୁ କେତେଯେ ଚମତ୍କାର! କବିଙ୍କ ଭାବୁକପଣ ରେ ଭରି ରହିଥିବା ପ୍ରେମ ଓ ଆବେଗ ଏଠି ଶବ୍ଦ କୁ ଚମତ୍କାର ରୂପ ପ୍ରଦାନ କରିଅଛି। ପ୍ରେମ ଯେ ଜୀବନର ଜୀବନ୍ତ ପ୍ରତିଛବି ହୋଇପାରେ ଏହା ଏ କବିତା ରେ ଭିଜିଲେ ହିଁ ଜାଣିୁହୁଏ। ଯେଉଁଠି ପ୍ରେମିକା ର ପ୍ରେରଣା ରେ ପ୍ରେମିକ ହୁଏ ଦୃଢ଼ । ଅନ୍ଧାର ଭିତରେ ଦୁହେଁ ମିଶି ଏକ ଆଲୋକିତ ଜୀବନ ର ଅଧ୍ୟାୟ କୁ ସୃଷ୍ଟି କରନ୍ତି। ପ୍ରେମ ର ଶକ୍ତିରେ ଜୀବନ ର ସବୁ ଝଡ କୁ ପରାହତ କରି ପ୍ରେମର ପ୍ରତିଟି ଫଗୁଣରେ ସ୍ୱପ୍ନକୁ ସାଉଁଟିଥାନ୍ତି।
ଯଥା “
“ଆସ ଅନ୍ଧାର ର ନାଁ ଦେବା
ପ୍ରଦୂଷିତ ଆଲୁଅ ର ଅମରାବତୀରେ
ଝଡ଼କୁ ଝୁଲଣା କରି ଓହଳେଇ ଦେବା
ସ୍ୱପ୍ନ ସାଉଁଟିଥିବା ଫଗୁଣର ସଦର ଦରଜାରେ ,।।

ପ୍ରେମର ସ୍ୱରରେ ଜୀବନର ନୂଆ ଏକ ଗୀତକୁ ଗାନ କରିବା ପାଇଁ କବି ତାଙ୍କ ପ୍ରେମିକା ଙ୍କୁ ଆହ୍ବାନ ଦେଇଛନ୍ତି। ଯଥା – “ସ୍ୱପ୍ନକୁ ବୁଣି ଲକ୍ଷ କୁ ଅମଳ କରିବାର ମୂଳମନ୍ତ୍ର ହିଁ ପ୍ରେମ ଅଟେ। ଦୁଇ ଆତ୍ମା ଓ ସମନ୍ଵୟ ହିଁ ପ୍ରେମ ” । ପ୍ରେମ ରେ ତୁମେ ଆଉ ମୁଁ ଦୁହେଁ ମିଶି ଆମେ ଲଂଘିଦେବା ଅଭାବ ର ସାତ ସମୁଦ୍ର କୁ। ଘୃଣାର ବକ୍ଷଦେଶରେ ଲେଖିବା ଆମେ ପ୍ରେମର ଇତିହାସ। ପ୍ରେମ ତୂଳୀ ରେ ଆଙ୍କିବା ଆମେ ଅମାବାସ୍ୟା ରେ ପୁନେଇଁ ଜହ୍ନକୁ। ସେ ଜହ୍ନକୁ ଆମେ ପାପର ପ୍ରଶ୍ନଚିହ୍ନକୁ ଚିହ୍ନେଇ ଦେବା । ଯେଉଁଠି ପ୍ରେମର ନିହାଣରେ ଗଢ଼ିବା ଆମେ ନିରୀହ ନିବିଡ଼ତାର ଛାଇ।”
ପ୍ରେମର ନୂତନ ଦିଗସହ ଜୀବନକୁ କବି ଏଠି ସଂଯୋଗ କରିଛନ୍ତି। ଏଠି କବିତା ରେ ଜୀବନ ସହ ପ୍ରେମକୁ ଅତି ନିବିଡ ଭାବେ ଯୋଡ଼ିଛନ୍ତି।
କବିଙ୍କ ପାଇଁ ପଦେ – କବି ଚିତ୍ତରଞ୍ଜନ ନାୟକ ଜଣେ ଅମ୍ଳାନ ବ୍ୟକ୍ତିତ୍ଵ। ଯାହାଙ୍କ ପ୍ରାଣ ଓ ନିଃଶ୍ୱାସ ସଂପୂର୍ଣ୍ଣ ରୂପେ ସାହିତ୍ୟ ପ୍ରତି ସମର୍ପିତ ଅଟେ। କବିଙ୍କର କବିତାର ମୁଖ୍ୟସ୍ୱର ପ୍ରେମ ଓ ମାଟିମନସ୍କ ଚେତନା ସହ ଜୀବନବୋଧ ସହ ଜଡ଼ିତ ଅଟେ। କବିଙ୍କର ଏହି କବିତା ଟି ପ୍ରେମ ମାଧ୍ୟମରେ ଜୀବନ ର ଏକ ସ୍ଵର କୁ ପ୍ରତିପାଦନ କରିଛି।

ମୁଁ ନବ ପ୍ରତିଭା ବିଶ୍ୱଜିତ୍ ନାଥ,
ଗ୍ରାମ ଉଲ୍ଲୋଳ, ବ୍ଲକ୍ ଘଷିପୁରା, ଜିଲ୍ଲା –
କେନ୍ଦୁଝର

Loading

Leave a Reply

Your email address will not be published. Required fields are marked *