May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ଗୀତାରାଣୀ ବିଷୋୟୀ*

ଶୀର୍ଷକ-“କଳାମାଣିକରେ”

କବି ପରିଚୟ :-
ଅଭିମନ୍ୟୁ ସାମନ୍ତସିଂହାର ଯାଜପୁର ନିକଟସ୍ଥ ବାଲିଆ ଜମିଦାରୀ ଅନର୍ଗତ ଗୋଳକୁର୍ଣ୍ଣ ଗ୍ରାମରେ ଏକ ଅଭିଜାତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।’ପ୍ରେମ ଚିନ୍ତାମଣି’ରେ କବିପ୍ରଦତ୍ତ ବିବରଣୀ ଅନୁସାରେ ୧୭୬୦ ଖ୍ରୀଷ୍ଟାବ୍ଦରେ ଫେବୃୟାରୀ ୨୩ତାରିଖରେ ଭୂମିଷ୍ଠ ହୋଇଥିଲେ।ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତା ତୁଳସୀ ଦେବୀ ଥିଲେ।ତାଙ୍କ ପିତାଙ୍କର ବାଲିଆରେ ଜମିଦାରୀ ଥିଲା ।ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଥିଲେ ଅଭିମନ୍ୟୁଙ୍କର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ।ବାଲ୍ୟକାଳରୁ ଅଭିମନ୍ୟୁଙ୍କ କବିତ୍ଵର ସ୍ପୁରଣ ଘଟିଥିଲା।ସେ ମାତ୍ର ବାର ,ଚଉଦ ବର୍ଷ ବୟସରେ ବାଘଗୀତ, ଚଢେଇଗୀତ ଆଦି ରଚନା କରିଥିଲେ।ତାଙ୍କ ରଚନାବଳୀ ମଧ୍ୟରେ ‘ପ୍ରେମ ଚିନ୍ତାମଣି’,’ରସବତୀ’,’ରସକଳା’,’ବିଦଗ୍ଧ ଚିନ୍ତାମଣି ‘ ଇତ୍ୟାଦି କାବ୍ୟ ପ୍ରଧାନ।୧୮୦୭ ଖ୍ରୀଷ୍ଟାବ୍ଦରେ ତାଙ୍କ ମୃତ୍ୟୁ ହୋଇଥିଲା।

କବିତା ସମୀକ୍ଷା :-
କବି ହେଉଛନ୍ତି ଦ୍ଵିତୀୟ ଈଶ୍ୱର ।ସେ ସୃଷ୍ଟି କରନ୍ତି ଅନବଦ୍ୟ ପୃଥିବୀ ।ଯେଉଁସବୁ କଥାକୁ କହିହୁଏ ନାହିଁ କି ସହିହୁଏ ନାହିଁ ,କବି ତାକୁ ରୂପ ଦିଅନ୍ତି ନିଜ କାବ୍ୟରେ ।ତେଣୁ କାବ୍ୟଟି ହୁଏ ଭାବଗର୍ଭକ ।
ଉତ୍ତର ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ବିଦଗ୍ଧକବି ଭାବେ ଅଭିମନ୍ୟୁ ସାମନ୍ତସିଂହାର ସୁବିଦିତ। ତାଙ୍କର ସର୍ବଶ୍ରେଷ୍ଠ ରଚନା ‘ ବିଦଗ୍ଧ ଚିନ୍ତାମଣି’ ଗୌଡୀୟ ବୈଷ୍ଣବ ଭାବଧାରାନୁପ୍ରଣିତ ଶ୍ରୀକୃଷ୍ଣଲୀଳାଶ୍ରୟୀ ଏକ ବୃହତ୍ କଳେବର ବିଶିଷ୍ଟ ଏକ ପୌରାଣିକ କାବ୍ୟ। ଆଲୋଚ୍ୟ ‘ କଳାମଣିକରେ ‘କବିତା ପଂକ୍ତିଗୁଡିକ ଉକ୍ତ କାବ୍ୟରୁ ଆନୀତ। ଏହି କବିତାରେ କବି ମାତା ଯୋଶୋଦାଙ୍କ ବାତ୍ସଲ୍ୟ ଭାବ, ପୁତ୍ରପ୍ରେମ, ସ୍ନେହ ଓ ମମତାକୁ ବର୍ଣ୍ଣିଳ ଭାବେ ସୁଲିଖିତ କରିଛନ୍ତି।
ପ୍ରସଙ୍ଗାନୁଯାୟୀ ଶ୍ରୀକୃଷ୍ଣ ପ୍ରତିନିତ୍ୟ ବୃନ୍ଦାବନକୁ ସଖାମାନଙ୍କ ସଙ୍ଗରେ ଗୋଚାରାଣ ନିମନ୍ତେ ଗମନ କରନ୍ତି ଓ ସାୟନ୍ତନ ପୂର୍ବରୁ ବାହୁଡ଼ି ଆସନ୍ତି।ମାତ୍ର ଆଜି ପ୍ରଦୋଷ ସମୟ ଉପନୀତ ହେଲେହେଁ ଶ୍ରୀକୃଷ୍ଣ ବନରୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି।ଯଦ୍ୱାରା ମାତା ଯଶୋଦା ମନ ମଧ୍ୟରେ ନାନାବିଧ ଆଶଙ୍କା କରି ବ୍ୟଗ୍ର| ହୋଇପଡ଼ୁଛନ୍ତି।ବାରମ୍ବାର ତାଙ୍କ ହୃଦୟ ପୁତ୍ର ବିରହରେ ଆଲୋଡ଼ିତ ହୋଇଉଠୁଛି ଓ ସେ ପୁତ୍ରର ବିଭିନ୍ନ ଗୁଣ ସ୍ମରଣ କରି ଶୋକାଭିଭୂତା ହୋଇଉଠୁଛନ୍ତି ।ପରିଣତି ବୟସରେ ଯଶୋଦା ଶ୍ରୀକୃଷ୍ଣଙ୍କୁ ପୁତ୍ରରୂପେ ପ୍ରାପ୍ତକରି ନିଃସନ୍ତାନ ଦୋଷରହିତ ହୋଇଥଲେ,ତେଣୁ ପୁତ୍ରସ୍ନେହରେ ସେ ବୁଡ଼ି ରହିଛନ୍ତି।ନିର୍ଦ୍ଧନର ଧନ ପ୍ରାପ୍ତ ପରି ଶ୍ରୀକୃଷ୍ଣ ଥିଲେ ନନ୍ଦ ,ଯଶୋଦାଙ୍କର ଅନ୍ଧର ଯଷ୍ଟି ଓ ହୃଦୟର ରତ୍ନହୀରା ପରି ଅମୂଲ୍ୟ। ଏବଂ ଏକୋଇରବଳା ବିସିକେଶନ ପରାୟେ ପୁତ୍ର ଥିଲା ଯଶୋଦାଙ୍କ ବଞ୍ଚିବାର ଆଶ୍ରା ଓ ନୟନ ପ୍ରତିମା।ତେଣୁ ପୁତ୍ରକୁ ବିସ୍ମରଣ କରି ସେ ସୁଖରେ ବଞ୍ଚିବେ ବୋଲି ଭାବିପାରିନାହାନ୍ତି।ଏହି ସମୟରେ ତାଙ୍କ ପୁତ୍ରର ଦୁର୍ବଳତା ଓ ଲୀଳାମାନ ତାଙ୍କର ସ୍ମରଣ ହୋଇଛି ଯେ ,ତାଙ୍କ ପୁଅ କିପରି ଅନ୍ଧକାରକୁ ଭୟ କରିଥାଏ।ଗୋଟିକା,ଆଧାମ,ସର ଆଦି ସୁସ୍ୱାଦୁ ଭୋଜନ ଆଡ଼ କରି ଲହୁଣୀ ପାଇଁ କିପରି ଲାଞ୍ଚସ୍ୱରୂପରେ ନୃତ୍ୟ କରୁଥାଏ, ଧରିବା ବା କୋଳକରି ଗେଲ କରିବା ସମୟରେ ସେ କିପରି ଗୋଳି ହୋଇଯାଏ ସବୁ ମନେପକାଇ ସେ ଦୁଃଖି ହୋଇପଡୁଛନ୍ତି।
ଶ୍ରୀକୃଷ୍ଣଙ୍କ ବନ ପ୍ରତ୍ୟାବର୍ତ୍ତନର ବିଳମ୍ବ ଯଶୋଦାଙ୍କ ମାତୃ ହୃଦୟକୁ ବ୍ୟଥିତା କରିଦେଉଛି ଓ ସେ କରୁଣ ବିଳାପ କରିଉଠୁଛନ୍ତି।କାରଣ ,ପୁତ୍ର ଥିଲା ତାଙ୍କର ଭୟାଳୁ ଓ ଦୁର୍ବଳ ।ଏହି ଅନ୍ଧାରରେ ସେ ଯେ କାହିଁକି ବଣକୁ ଗୋଚାରଣ ନିମନ୍ତେ ଯାଉଛି ଓ ମାତାପିତାଙ୍କୁ ଚିନ୍ତାଗ୍ରସ୍ତ କରାଉଛି ,ଏପରି ଅଭିଯୋଗ ମଧ୍ୟ ସେ କରିଛନ୍ତି ।ନିଘଞ୍ଚ ଅରଣ୍ୟରେ ବିଭିନ୍ନ ରାକ୍ଷସ ,ଡାକିନୀ ଆଦିଙ୍କ ଉତ୍ପାତ ଦେଖାଯାଏ।ଯଶୋଦା ଏପରି ଆଶଙ୍କା କରି ଶ୍ରୀକୃଷ୍ଣଙ୍କୁ ବନକୁ ଯିବାପାଇଁ ମନା କରିଥାନ୍ତି।ହୁଏତ ପୁତ୍ର ତାଙ୍କର ଏପରି ଦୁଷ୍ଟଶକ୍ତିର କବଳାୟିତ ହୋଇଥିବ ବୋଲି ସେ ଆଶଙ୍କା କରି ସେ ଭୟଭୀତା ହୋଇପଡିଛନ୍ତି।ପୁଣି ପୁଅ ଆଜି ତାର ଛତା ଓ କଠାଉ ନେଇନାହିଁ ।ବଣରେ କଣ୍ଟାଫୁଟି ତାର କୋମଳ ଚରଣ କ୍ଷତାକ୍ତ ହୋଇଥିବ ଓ ଶରୀରରୁ ପ୍ରଚୁର ଶ୍ୱେଦ ନିର୍ଗତ ହେଉଥିବ ।ଯେଉଁଥିପାଇଁ ଝାଞ୍ଜି ଖରାରୁ ରକ୍ଷା ପାଇବାପାଇଁ କେଉଁ ବୃକ୍ଷ ତଳେ ଶୋଇ ଯାଇଥିବ ଏବଂ ସନ୍ଧ୍ୟା ହେଲାଣି ବୋଲି ଜାଣିନପାରି ବାଟଭୁଲି ଯାଇଥିବ।ଏପରି ଚିନ୍ତା କରି ମାତା ଯଶୋଦା ବିଚଳିତା ହୋଇଉଠିଛନ୍ତି ଓ ପୁଅର ବଂଶୀସ୍ୱର ଶୁଣିବାପାଇଁ କାନଡେ଼ରି ବସିଛନ୍ତି ।ମାତ୍ର ଆଜି ଶ୍ରୀକୃଷ୍ଣଙ୍କର ବଂଶୀଧ୍ୱନି ଶୁଣାଯାଉନଥିବାରୁ ସେ ଚିନ୍ତିତା ହୋଇପଡିଛନ୍ତି।
ବାସ୍ତବରେ କବି ଯେଉଁ ସମୟରେ ଲେଖାଟି ଲେଖିଥିଲେ କେବଳ ସେ ସମୟ ପାଇଁ ଏ ସ୍ୱରଟି ନୁହଁ ।ଆଜି ମଧ୍ୟ ସେ କବିତା ଭିତରେ ଆମେ ସ୍ନେହମୟୀ ଜନନୀଙ୍କର ବାତ୍ସଲ୍ୟ ପ୍ରେମକୁ ଅନୁଭବ କରିପାରିବା ।ପଦଲାଳିତ୍ୟ ,ରାଗ,ଏବଂ ବାତ୍ସଲ୍ୟ ରସ ,ସୁମଧୁର ଶବ୍ଦର ପ୍ରୟୋଗ ପାଠକଙ୍କୁ ଆମୋଦିତ କରିଦିଏ ।
ଧୀରେ ଅର୍ଥାତ୍ ପଣ୍ଡିତମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ହେଲେ ମଧ୍ୟ କବି ଉକ୍ତ କାବ୍ୟକୁ ଲୌକିକ ସ୍ତରକୁ ନେଇ ଆସିଛନ୍ତି ତେଣୁ ସେ ଚିର ଅମର ହୋଇରହିବେ ଏଥିରେ କୌଣସି ଦ୍ବିମତ ନାହିଁ ।

ମୁଁ ନବ ପ୍ରତିଭା:-ଗୀତାରାଣୀ ବିଷୋୟୀ
ଠିକଣା:-ଚିକିଟି, ଗଞ୍ଜାମ

ଖ) ଶୀର୍ଷକ:-

“ଜଳି ଜଳାଉ ଥାଉ ତୁହି
ରେ !ଲଣ୍ଠନ ତୋ ବିନୁ ଅନ୍ୟ ଗତି ନାହିଁ”

କବି ପରିଚୟ :-ଅଜିତ କୁମାର

ସବୁ ଶେଷର ଆରମ୍ଭ ଓ ସବୁ ଆରମ୍ଭର ଗୋଟେ ଶେଷ ଥାଏ ।ଏ ଭବରେ ସବୁକିଛି ସମ୍ଭାବ୍ୟ , ସର୍ବଶେଷ ନୁହଁ ।ଜନମ ଓ ମରଣ ମଧ୍ୟରେ ଯାହା ଅବଧି ତାହା ହିଁ ବାସ୍ତବରେ ଜୀବନ ।ଏ ଜୀବନରେ କିଛି ଅନୁତାପରୁ ତନୁତାପ ପର୍ଯ୍ୟନ୍ତ ଝରିଆସେ ନାନାବାୟା ପ୍ରେମ ।ସେ ପ୍ରେମ ହୋଇପାରେ ଜୀବନପାଇଁ କିମ୍ବା, କିଛି ମଧୁର ସମ୍ଭାବନାପାଇଁ। ସେହିପରି କବିଙ୍କ ଜୀବନରେ ଏକ ସମ୍ଭାବନା ହେଉଛି ଲଣ୍ଠନ ।ସେହି ଜଳୁଥିବା ଶିଖା ହେଉଛି ମୂକସାକ୍ଷୀ ତାଙ୍କ ବିଗତ ଜୀବନର ।ତେଣୁ ପ୍ରଥମ ପଂକ୍ତିରେ କାବ୍ୟ ନାୟକ କହୁଛନ୍ତି ଯେ,’ ତୁମେ ବୁଝିପାରିବନି କେବେ ପ୍ରେମ ସମ୍ପର୍କ ‘ ଅର୍ଥାତ ତାକୁ କେବଳ ସେ ହିଁ ଭୋଗିଛନ୍ତି ଆଉ ଭୋଗୁଛନ୍ତି ବୋଲି ଦାବି କରୁଛନ୍ତି।ନିରୋଳା ରାତିରେ ସେ ଖୋଜନ୍ତି ଧାତୁ ନିର୍ମିତ ଲଣ୍ଠନକୁ ପ୍ରତିଥର ।ସମସ୍ତଙ୍କର ବେଦନା ଥିଲାଭଳି କବିଙ୍କୁ ଏକ ଜଡ଼ ଵସ୍ତୁ ମଧ୍ୟରେ ମଧ୍ୟ ପ୍ରାଣ ସଂଚାରିତ ହେଲାଭଳି ଳାଗୁଛି ତେଣୁ ସେ ତା’ର ବିନିଷ୍ଟରେ ଭାଂଗି ପଡିଛନ୍ତି ।ସେ କିପରି ମରୁଛି ନା କବାଡିଆ ଅଖାରେ ଅଣନିଃଶ୍ୱାସୀ ଭଳି ଆଉ ଛଟପଟ ହୋଇ ସେ ବି ଯନ୍ତ୍ରଣା ପାଇ ଗୁମୁରି କାନ୍ଧୁଥିବ ବୋଲି କବି କହୁଛନ୍ତି ।ଯାହା ଅନ୍ୟମାନଙ୍କୁ ଦେଖାଯାଉନାହିଁ ତାହା ଦିଶୁଛି କବିଙ୍କୁ ।
ତେଣୁ କବି କ୍ଷଭୋ ପ୍ରକାଶ କରିଛନ୍ତି ଯେ ,ବିକ୍ରେତା ସାଜି ମାତ୍ର ଦଶଟା ଟଙ୍କା ପାଇଁ ତାକୁ କବର ଦେଇଦେଇ କି ସୁଖ ଲଭିଲ ? କବିଙ୍କର ବ୍ୟସ୍ତତା କାରଣ ସେ ଦେଉଛନ୍ତି ଯେ ,ସେ ଆଦ୍ୟ ଜୀଵନରେ କବିତା ଝରିଆସିବା ବେଳେ ତାର ମୁକସାକ୍ଷୀ ଥିଲା ଲଣ୍ଠନଟିଏ ।ଆଜି କବିତା ଅଛି କିନ୍ତୁ ,ଅଲୋଡ଼ା ହୋଇଛି ତାକୁ ମାର୍ଗଦର୍ଶନ କରିଥିବା ସେହି ଧାତବ ବେଷ୍ଟନୀଟି ।ଆଜି ଯେଉଁ ଆମେ ଟର୍ଚ୍ଚ ବ୍ୟବହାର କରୁ ସେହି ଫିଲିପ୍ସ ଟର୍ଚ୍ଚରୂପୀ ଲଣ୍ଠନ ହିଁ ତାଙ୍କ ବୁଢ଼ୀମା’ଙ୍କର ଆଶ୍ରା ସାଜୁଥିଲା।ଯାହା କି ସମୟ ସହିତ ବଦଳି ଯାଇଛି ସବୁ ହେଲେ ଜୀବନ ପରୀକ୍ଷାର ପ୍ରଥମ ପାହାଚ ମେଟ୍ରିକ ପରୀକ୍ଷା ଆସିଲେ ତାର ପ୍ରସ୍ତୁତି ପାଇଁ ରାତ୍ରି ଉନିଦ୍ର ହେବାର ଜୀବନ୍ତ ସାକ୍ଷୀ ହେଉଛି କବିଙ୍କ ପାଇଁ ଲଣ୍ଠନ ।ତେଣୁ ,ଜୀବନରେ କିଛି ପ୍ରିୟ ବ୍ୟକ୍ତିଙ୍କୁ ହରେଇଲାଭଳି କବି ହରାଇଛନ୍ତି ଲଣ୍ଠନର ଶିଖା ସହ ନିଜ ଜୀବନର ଅଧା ସୁଖକୁ ।ସେ ନିଷ୍ପେସିତ ହୋଇପଡିଛନ୍ତି ଲୁହା ଦ୍ୱାରା ପିଟା ହେଲାପରେ ।ଜୀବନର କ୍ଳାନ୍ତ ,ଅଵତୃଷ୍ନା ଦିଗଟିକୁ ଭୋଗୁଛନ୍ତି କବି ।
ବାସ୍ତବରେ ଲଣ୍ଠନ ହେଉଛି ଏକ ପ୍ରତୀକ ଜୀବନରୂପୀ ।ଅନ୍ୟ ନିକଟରେ ବିକି ହେଲାପରେ ନିଜର ଅସ୍ତିତ୍ବକୁ ହରାଇବାର ହତାଶାବୋଧକୁ କବି ପ୍ରକାଶ କରିଛନ୍ତି ନିଜ କବିତା ମାଧ୍ୟମରେ ।
କବିଙ୍କ ଦୃଷ୍ଟିକୋଣ ବାସ୍ତବରେ ନିଆରା।

ମୁଁ ନବ ପ୍ରତିଭା:-ଗୀତାରାଣୀ ବିଷୋୟୀ
ଠିକଣା:-ଚିକିଟି, ଗଞ୍ଜାମ

Loading

Leave a Reply

Your email address will not be published. Required fields are marked *