May 05, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ପୂଜାରାଣୀ ନାୟକ*

°°ନବପ୍ରତିଭା ନବ ଅନ୍ୱେଷଣ ପର୍ଯ୍ୟାୟ-୦୪°°

ସାଦର ପ୍ରଣାମ,,

ବିରଜାକ୍ଷେତ୍ର ଯାଜପୁରରୁ ମୁଁ ପୂଜାରାଣୀ ନାୟକ।ସୂର୍ଯୋଦୟ ପକ୍ଷରୁ ଏହି କବିତା ସମୀକ୍ଷା ପର୍ଯ୍ୟାୟ-୨୦୨୩ ରେ ଉଚ୍ଚକୋଟୀର ସାହିତ୍ୟିକମାନଙ୍କ ସୃଷ୍ଟିକୁ ସମୀକ୍ଷା କରିବା ଭଳି ଯୋଗ୍ୟତା ନଥାଇ ମଧ୍ୟ ନିଜର ସ୍ୱଳ୍ପ ଜ୍ଞାନରେ ସୃଷ୍ଟିଗୁଡ଼ିକୁ ମୁଁ ସହୃଦୟେ ପାଠ କରି ଏହାର ଅସ୍ତିତ୍ୱକୁ ପରିପ୍ରକାଶ କରିବାର ପ୍ରୟାସ କରିଛି।କବିତା ଦ୍ବୟର ସମୀକ୍ଷାତ୍ମକ ମତାମତ ନିମ୍ନରେ ଭେଟିଦେଲି….!!

 

🌸“କ” ବିଭାଗ🌸

•କବିତା :– ବନ୍ଦୀର ଆତ୍ମକଥା

•କବି :– ଉତ୍କଳମଣି ଗୋପବନ୍ଧୁ ଦାସ

ଆଧୁନିକ ଓଡ଼ିଶାର ନବନିର୍ମାତା ଏବଂ ଓଡିଆ ସାହିତ୍ୟର ପଥୀକୃତ ସ୍ରଷ୍ଟା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ୱଦେଶହିତୈଷୀ ଭାବେ ସୁପରିଚିତ।ପୁରୀ ଜିଲ୍ଲାର ଭାର୍ଗବୀ ନଦୀକୂଳବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ପିତା ଦୈତାରୀ ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରି ୧୮୭୭ ମସିହା ଅକ୍ଟୋବର ନଅ ତାରିଖରେ ଉତ୍କଳ ବକ୍ଷରେ ସେ ଏକ ସଂଘର୍ଷମୟ ଜୀବନ କାହାଣୀର ଆୟାମରମ୍ଭ କରିଥିଲେ।ପ୍ରାରମ୍ଭିକ ସମୟରେ ଓକିଲାତି କରି ଜୀବିକାର୍ଜନ କରିବା ପରେ ଗୋପବନ୍ଧୁଙ୍କ ଜୀବନ ଶିକ୍ଷକ ଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା।ଦୁଃଖୀ ଦରିଦ୍ରଙ୍କ ଦୁର୍ଦ୍ଦଶାର ସହାଭାଗୀ ହୋଇ ସେବାକୁ ସେ ବ୍ରତ ଭାବେ ଆଦରି ନେଇଥିଲେ।ଓଡ଼ିଆ ଭାଷା ବିଲୋପ ବିରୁଦ୍ଧରେ ସେ ଥିଲେ ଜଣେ ତୀବ୍ର ପ୍ରତିବାଦୀ ତଥା ଦୈନିକ ଖବର କାଗଜ ‘ସମାଜ’ ଓ ‘ସତ୍ୟବାଦୀ’ ପତ୍ରିକାର ସମ୍ପାଦକ। ତାଙ୍କର ଆହ୍ୱାନ ଥିଲା “ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା।ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ।” ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜଣାଯାଏ ଯେ ଗୋପବନ୍ଧୁ ଥିଲେ ହିନ୍ଦୁତ୍ୱ ଏବଂ ସାଂସ୍କୃତିକ ରାଷ୍ଟ୍ରୀୟତାବାଦର ଜଣେ ପୁରୋଧା।କାଳଜୟୀ ସ୍ରଷ୍ଟା ଭାବେ ପଣ୍ଡିତଙ୍କର କାବ୍ୟ, କବିତା ଓ ଚିନ୍ତାମୂଳକ ପ୍ରବନ୍ଧମାନ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଧର୍ମପଦ, କାରା କବିତା, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୋମାହାତ୍ମ୍ୟ ପ୍ରଭୃତି ସୃଷ୍ଟି ସମ୍ଭାର ଗୋପବନ୍ଧୁଙ୍କର ନିଜସ୍ୱ ସ୍ବଦେଶ ପ୍ରୀତି ଓ ମାନବ ସଂପ୍ରୀତି ଚେତନାର ପ୍ରତିଫଳିତ ସ୍ୱରୂପ।

🌺 ତ୍ୟାଗୀ ଜୀବନର ସାହିତ୍ୟ 🌺

ସାହିତ୍ୟକୁ ବୌଦ୍ଧିକ ଆଲୋଚନା ଓ ପର୍ଯ୍ୟାଲୋଚନାର ସୀମିତ ପରିଧିରୁ ବାହାର କରି ସମାଜର ଦୁଃଖ ସୁଖ ସହିତ ଯୋଡି,ଓଡ଼ିଆ ସାହିତ୍ୟକୁ ନୂତନ ଦିଗ୍-ଦର୍ଶନ ଦେବାରେ ଗୋପବନ୍ଧୁ ଥିଲେ ସର୍ବାଗ୍ରେ।ତାଙ୍କ ରଚନାରେ କଳ୍ପନାବିଳାସ ଓ ଶବ୍ଦଚାତୁରୀ ଅପେକ୍ଷା ପାରିପାର୍ଶ୍ବିକ ପରିସ୍ଥିତି ଅଧିକାଂଶରେ ସ୍ଥାନ ପାଏ। ୧୯୨୩-୨୪ ମସିହାରେ କାରାଗାରରେ ବନ୍ଦୀ ଥିଲାବେଳେ ନିଜକୁ ଭୁଲି ସେ ପ୍ରିୟଜନଙ୍କ ପାଇଁ ଧୈର୍ଯ୍ୟ ଓ ସାହସର ଶବ୍ଦରେ ସଂଯୋଜିତ ମର୍ମସ୍ପର୍ଶୀ କାବ୍ୟଗ୍ରନ୍ଥଟିଏ ରଚିଥିଲେ ଯାହାର ଶୀର୍ଷକ ଥିଲା “ବନ୍ଦୀର ଆତ୍ମକଥା”।ଯେଉଁଠି ପ୍ରଥମତଃ ଦେଶବାସୀ ଓ ବନ୍ଧୁମାନଙ୍କୁ ସେ ପ୍ରଶ୍ନ କରିଛନ୍ତି ତାଙ୍କର ଏହି ବନ୍ଦୀ ଅବସ୍ଥା ପାଇଁ କେହି ଦୁଃଖରେ କାତର ହୋଇନାହାନ୍ତି ତ! ପରେ ପୁଣି ଜଣେ ଉତ୍ତମ ନେତା ଭାବରେ ନିଜ ସଂଗ୍ରାମୀ ଜୀବନର ଉଦ୍ଦେଶ୍ୟତକ ପରିପ୍ରକାଶ କରିଛନ୍ତି।ଶବ୍ଦର ଆଳରେ ଦର୍ଶାଇଛନ୍ତି ଯେ କାତରତାକୁ ନିଜରିନିଏ ସେ କାପୁରୁଷ ହୋଇଥାଏ ଏବଂ ବୀରଙ୍କ ପାଖରେ ପ୍ରାଣଭୟ କିମ୍ବା ଶୋକର କୌଣସି ଚିହ୍ନ ନଥାଏ। ସ୍ୱାଧୀନତାର ସ୍ୱାଦ ଟିକିଏ ପାଇଁ ପ୍ରାଣଟି ତାଙ୍କର କାରାଗାରରେ ବାଜି ଲାଗିଥିଲା ହୁଏ ତ କେବେ ଶେଷ ମଧ୍ୟ ହୋଇଥାନ୍ତା ତଥାପି ବ୍ୟସ୍ତତାର ବିନ୍ଦୁଏ ଛାପ ଥିବା ଧାଡିଟିଏ ସେ ବର୍ଣ୍ଣିନଥିଲେ।ବରଂ ଧନ, ଅସ୍ତ୍ରଶସ୍ତ୍ରକୁ ଭୁଲି ଶାନ୍ତି ଓ ଅହିଂସାରେ ପାଦ ଥୋଇବା ପାଇଁ ପ୍ରତିଟି ଶବ୍ଦ ତାଙ୍କର ଆହ୍ୱାନ ଦେଉଥିଲା।

“ମିଶୁ ମୋର ଏ ଦେହ ଏ ଦେଶମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ।

ଦେଶର ସ୍ୱରାଜ୍ୟେ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ-ହାଡ଼।”

ଉପରୋକ୍ତ ପଦଟି ଆଜି ବି ପ୍ରତିଟି ଓଡ଼ିଆର ହୃଦୟରେ ସାଇତା ହୋଇ ରହିଛି।ଅତ୍ମୀୟତାପୂର୍ଣ୍ଣ ଏହି ଶୈଳୀର ରଚନାରୁ ଖୁବ୍ ବାରିହୁଏ ଉତ୍କଳମଣିଙ୍କ ଚିନ୍ତା,ଚେତନା ଓ କଲମର ଶକ୍ତିକୁ ଯେଉଁଟି ତାଙ୍କ କାବ୍ୟକୁ ଦେଇପାରିଛି ସ୍ୱତନ୍ତ୍ର ପରିଚୟ।କାରାଦଣ୍ଡ ଭୋଗୁଥିବା ଜଣେ ବନ୍ଦୀ ମଧ୍ୟ କବି ସାଜି ଲେଖିପାରନ୍ତି କବିତା ଏହାର ସ୍ପଷ୍ଟ ନିଦର୍ଶନ ମିଳେ ଏହି କବିତାରୁ।”ବନ୍ଦୀର ଆତ୍ମକଥା” ହେଉଛି କବିତାର ହାରଟିଏ ଯହିଁ ଭରି ରହିଛି ଓଡ଼ିଆ ସାହିତ୍ୟର ଅଗ୍ରରଥୀ ଗୋପବନ୍ଧୁଙ୍କର ଜାତିପ୍ରେମ ସଂଯୁକ୍ତ ଉଚ୍ଚକୋଟୀର ଶବ୍ଦର କୁସୁମ ଏବଂ ସୂତା ସଦୃଶ ସେବାର ପରମ ପୂଜାରୀ ଦାସଙ୍କ ପାଇଁ ଲକ୍ଷ ଲକ୍ଷ ଓଡିଶାବାସୀଙ୍କ ଅନ୍ତରର କୋହ।ବାସ୍ତବିକ ତାଙ୍କ ସଦୃଶ ଜଣେ ଜାତିପ୍ରେମୀ, ତ୍ୟାଗୀ ସାହିତ୍ୟ ସାଧକ ଅନନ୍ୟ।

🌸“ଖ” ବିଭାଗ🌸

•କବିତା :– ପ୍ରେମିକା

•କବି :– ଚିତ୍ତରଞ୍ଜନ ନାୟକ

ଜଡ଼, ଜୀବନ, ଈଶ୍ୱର, ପ୍ରକୃତି ଓ ପ୍ରେମର ସମାହାରରେ ପାଠକୀୟ ମହଲକୁ ଭିନ୍ନ ସ୍ୱାଦର ଲେଖାମାନ ଭେଟିଦେବାରେ ରୁଚି ରଖୁଥିବା ସ୍ରଷ୍ଟା ଜଣେ ମା’ ତାରିଣୀଙ୍କ ପୀଠ କେନ୍ଦୁଝରର ଉଦୀୟମାନ କବି ଚିତ୍ତରଞ୍ଜନ ନାୟକ। ବୃତ୍ତିରେ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ଭାବେ ସମାଜର ହିତ ଚିନ୍ତା ସହିତ ବ୍ୟସ୍ତ ଜୀବନରୁ କିଛି ମୁହୂର୍ତ୍ତ ପାଇଁ ସମସାମୟିକ ଓଡ଼ିଆ ସାହିତ୍ୟକୁ ନିଜର ଭାବ ଓ ଆବେଗର ରଙ୍ଗ ମାଖି ରସମୟ ମଧ୍ୟ କରିପାରନ୍ତି।କାବ୍ୟିକ କୁହୁକ କାଠିରେ କବିତାର ପିରାମିଡ଼ ଗଢି ତୋଳିବାରେ ବେଶ୍ ସଉକ ତାଙ୍କର।ପୁରାତନରେ ନୂତନତ୍ବ ଭରି ସହଜ, ସରଳ ଓ ମନଛୁଆଁ କବିତାର ଧାଡ଼ି ସବୁକୁ ସଜେଇ ରଖି ପାଠକଙ୍କ ହୃଦୟକୁ ସେ ଏକାବେଳେ ଛନ୍ଦିପକାନ୍ତି ଶବ୍ଦମାନଙ୍କ ଜାଲରେ। କବିଙ୍କ ଲେଖନୀରୁ ପ୍ରଥମେ ଜନ୍ମ ନେଇଥିଲା “ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ”… ପରେ ପରେ “ଡାକୁଛ ବୋଲି ଜାଣେ” ଓ “ଆସୁଛ ବୋଲି ଜାଣେ” କବିତା ସଂକଳନ ଯାହା ଏବେ ପାଠକଙ୍କ ଗହଣରେ ଖୁବ୍ ପରିଚିତ ଏବଂ ଆଦୃତ। ଓଡ଼ିଶାର ପ୍ରତିଷ୍ଠିତ ପତ୍ରପତ୍ରିକାମାନଙ୍କରେ ଅନେକ ସମୟରେ ସ୍ଥାନ ପାଇଛନ୍ତି କବିର ଦୌଡ,କବିର ଘର, କାଠଗଡ଼ାରେ କବି,ଈଶ୍ୱର, ଖରା,ଚିହ୍ନ,ଭେଟ,କର୍ଫ୍ୟୁ ପ୍ରଭୃତି କବିତା।ତହିଁରୁ ସ୍ରଷ୍ଟାଙ୍କର ପ୍ରେମ ମିଶ୍ରିତ ଛୁଙ୍କରେ ବେଶ୍ ମହକୁଥିବା କବିତାଟିଏ “ପ୍ରେମିକା”….

🌺 ପ୍ରେମ ଭାବନାର ତୀରେ 🌺

ଗେରୁଆ ଗୋଧୂଳି ବେଳାରେ ଦୂର ଶିଖରୀର ବୁକୁତଳେ ଦିବସର ରଙ୍ଗତକ ହଜିଗଲାପରେ ଦିଗନ୍ତର ଛାୟା ତଳେ ନାଲି ବିନ୍ଦି ସାଜି ଲୀନ ହୁଏ ଅସ୍ତଗାମୀ ସୂର୍ଯ୍ୟ।ସେତିକିବେଳେ ଅନ୍ୟମନସ୍କତାର ଅନ୍ଧାରି ଚାଦରଟି ଆବୋରି ବସେ ପ୍ରିୟତମର ତନ ଓ ମନକୁ।ସଞ୍ଜୁଆ ଜହ୍ନ ନ ଉଠୁ ପଛକେ ମୁଠାଏ ତାରାଫୁଲ ସାଉଁଟି ଆଣି ସେ ସଜାଡ଼େ କାହାର କଳାମେଘି ଗଭାକୁ।ପୁଣି ଅଭାବୀପଣର ପ୍ରେମ ମିଶା ମହଙ୍ଗା ଶାଢୀରେ କେହିଜଣେ ଝଟକେ ଦେବୀଟିଏ ପରି।ମେଘ ପରିତ୍ୟକ୍ତା ଆକାଶରେ ଇନ୍ଦ୍ରଧନୁର ମୁରୁଜ ଅଙ୍କା ହେଲେ ବେଶୀ ବେଶୀ ମନେ ପଡେ କାହା କାନର ରଙ୍ଗୀନ୍ ଝୁମୁକା ତ ଦଲକାଏ ପବନର ସାଥେ ସାଥେ ଶୁଭିଯାଏ କାହା ପାଉଁଜିର ସ୍ୱର।ଏମିତି ଭାବନା ସବୁ ଉଙ୍କିମାରେ ଯେବେ କବି ଶବ୍ଦରେ ଶବ୍ଦ ଯୋଡି ଲେଖିଚାଲନ୍ତି ଧାଡ଼ି ପରେ ଧାଡ଼ି କବିତା।ଧାଡ଼ିମାନେ ଜାବୁଡି ଧରିଥା’ନ୍ତି କବିପ୍ରାଣର ଯେତକ ଅକୁହା କଥା ଆଉ ଶେଷକୁ ବୁଝୁହୁଏ ଯେ କବିତା ପ୍ରଚ୍ଛଦପଟରେ ଲୁଚି ରହିଛି କେହିଜଣେ ଅନାମିକା ନାୟିକା। ଯାହାର ଚିମୁଟାଏ ପ୍ରୀତି ପାଇଁ ପାଗଳପଣର ଝଲକ ଦୃଶ୍ୟମାନ ହୁଏ ପଖାଳ କଂସାଠାରୁ ନିଶବ୍ଦ ନିଶାବେଳର ଖୋଲା ଝରକା ଯାଏଁ।ତେବେ ପାପୁଲିଏ ପ୍ରେମ ପାଇଁ ଭାଗ୍ୟର ଦର୍ପଣ ଭାଙ୍ଗିଦେବାର ପ୍ରୟାସ କରିବାକୁ,ହାତରେ ହାତ ଛନ୍ଦି ଭୋଗିବାକୁ କିଛି ହସ ଆଉ ଲୁହ ଲୋଡ଼ା ଖାଲି “ପ୍ରେମିକା”।ଉଚ୍ଚ କୋଟୀର ଶବ୍ଦ ସଂଯୋଜନାରେ ସୁରମ୍ୟ ରଚନାଟି ଖୁବ୍ ହୃଦୟସ୍ପର୍ଶୀ।ସ୍ରଷ୍ଟାଙ୍କର ସୁଦକ୍ଷ ଶିଳ୍ପୀପଣରେ ବାସ୍ନାୟିତ ଏ କବିତା ପ୍ରେମରେ ଖାଲି ପ୍ରେମିକା କାହିଁକି ପ୍ରତ୍ୟେକଟି ପାଠକୀୟ ମନ ଛନ୍ଦିହେବାକୁ ଚାହେଁ ନିଶ୍ଚିତ।

~•~•~•~•~•~•~•~•~

Loading

Leave a Reply

Your email address will not be published. Required fields are marked *