May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ- ନିର୍ମାଲ୍ୟ ବାରିକ୍*

ସୂର୍ଯ୍ୟୋଦୟ ନବ ପ୍ରତିଭା ଅନ୍ଵେଷଣ-୨୦୨୩
କବିତା ସମୀକ୍ଷା
‘କ’ ସ୍ତମ୍ଭ
*ଶୀର୍ଷକ:-*ଗୋପ ନାୟକ ଙ୍କ ବାଲ୍ୟଲୀଳା*

ଜୀବନକୁ ସମସ୍ତେ ଉପଭୋଗ କରିଥାନ୍ତି ଏବଂ ମଧ୍ୟ ଦୁନିଆଁର ହସ କାନ୍ଦର ପରିଧି ମଧ୍ୟରେ ଜୀବନ କଟାଇ ଆପଣା ଆପଣା ଦୁଃଖ ସୁଖ କୁ ସାଇତି ରଖି ସମସ୍ତେ ଦିନେ ଇହଧାମ ଛାଡ଼ି ଚାଲିଯାଇଥାନ୍ତି । ମାତ୍ର କବିଟିଏ ସେହି ଗୋଷ୍ଠୀ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଅସଂଖ୍ୟ ପଦ୍ମପତ୍ର ମଧ୍ୟରୁ ଯେମିତି ମୁଣ୍ଡଟେକି କମଳଟିଏ ଦିନେ ମନ ହରଣ କରିପାରେ ନିଜ ଭିତରେ ସମସ୍ତଙ୍କର ଅନୁଭବର ସୌନ୍ଦର୍ଯ୍ୟକୁ ସାଇତି , ସେମିତି ସେ ମଧ୍ୟ ସମସ୍ତଙ୍କ ଭାବନାକୁ ନିଜଭିତରେ ସାଇତି ସମାଜକୁ ଭେଟି ଦିଏ ଏକ ସୁନ୍ଦର କାବ୍ୟ କମଳ । ଏମିତି କାବ୍ୟାମୃତ ଜଗତକୁ ଭେଟି ଦେଇ ମର ଜଗତରେ ମାନବକୁ ଅମର ଜଗତକୁ ନେଇପରୁଥିବା ମହାନ୍ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଅନ୍ୟତମ ।

ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆ ଠାରେ ପିତା ଇନ୍ଦ୍ରଜିତ୍ ସାମନ୍ତ ସିଂହାରଙ୍କ ଔରସରୁ ମାତା ତୁଳସୀ ଦେବୀଙ୍କ କୋଳରେ ୨୩ ଫେବୃଆରୀ ୧୭୯୦ ଖ୍ରୀଷ୍ଟାବ୍ଦରେ ପବିତ୍ର ମାଘସପ୍ତମୀ ଦିବସରେ ଜନ୍ମ ଗ୍ରହଣ କରିଥିଲେ । ପିତା ଇନ୍ଦ୍ରଜିତ୍ ସାମନ୍ତ ସିଂହାର ଥିଲେ ବାଲିଆ ଚୌପାଢୀର ଜମିଦାର । କଥିତ ଅଛି ଅପୁତ୍ରିକ ଇନ୍ଦ୍ରଜିତ୍ ବହୁ ପୂଜା ବ୍ରତ ପାଳନ କରିବା ପରେ ଅଭିମନ୍ୟୁଙ୍କୁ ପୁତ୍ର ରୂପେ ପାଇଥିଲେ । ସେ ବାଲ୍ୟକାଳରେ ତାଙ୍କର ଗୃହ ଶିକ୍ଷକ ଭାବରେ ନିୟୋଜିତ ଥିବା ବରିଷ୍ଠ କବି ତଥା ପଣ୍ଡିତ ରସପୂର୍ଣ୍ଣ କାବ୍ୟ ” ଯୁଗଳ ରସାମୃତ ଲହରୀର ” ସ୍ରଷ୍ଟା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ଠାରୁ ପ୍ରଥମେ ଶିକ୍ଷା ଗ୍ରହଣ କରିଥିଲେ । ଆଲୋଚନା ଯୋଗ୍ୟ ସଦାନନ୍ଦ ତାଙ୍କର ଦୀକ୍ଷାଗୁରୁ ଥିଲେ ମଧ୍ୟ କବି ଉପେନ୍ଦ୍ରଭଞ୍ଜଙ୍କୁ ନିଜର ଶିକ୍ଷା ଗୁରୁ ରୂପେ ସ୍ବୀକାର କରିଥିଲେ । ତେଣୁ ସେ ଲେଖିଥିଲେ

ଉପଇନ୍ଦ୍ର ପଦ ଅଭିମନ୍ୟୁ ,
ଉପେକ୍ଷା ନୋହିବ ଦିନୁ ଦିନୁ ।

ମହାନ ପଣ୍ଡିତ ସଦାନନ୍ଦ ଙ୍କ ଠାରୁ ଶିକ୍ଷା କରିଥିବା ରାଧାକୃଷ୍ଣ ପ୍ରେମ ତତ୍ତ୍ଵ ତାଙ୍କର କବିତା ରେ ବେଶ୍ ପ୍ରଭାବ ପକାଇ ପାରିଥିଲା । କବି ଙ୍କ କାବ୍ୟକୃତି ମଧ୍ୟ ରେ ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ସୁଲକ୍ଷଣା,ପ୍ରେମ ତରଙ୍ଗିଣୀ,ପ୍ରେମ ଚିନ୍ତାମଣି । ବାଘଗୀତ, ଚଢ଼େଇଗୀତ , ବୋଲେ ହୁଁ ଟି ଗୀତ ଇତ୍ୟାଦି ଅନ୍ୟତମ। ପ୍ରାରମ୍ଭିକ ସମୟ ରେ ଲୋକ ସାହିତ୍ୟ ର ପ୍ରଭାବ ରେ ତାଙ୍କର କାବ୍ୟ କବିତା ପୁଷ୍ଟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟ ରେ କବିସମ୍ରାଟ ଙ୍କ ସାନିଧ୍ୟ ବା କାବ୍ୟ ର ମଧୁରିମା ,କଳ୍ପନା ବିଳାସ ,ତଥା ଶବ୍ଦାଡମ୍ବର ତାଙ୍କ କାବ୍ୟ ଗୁଡ଼ିକୁ ନିୟନ୍ତ୍ରଣ କରିଥିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଜନ୍ମିତ ଏହି ରୀତି କବି ଜଣେ ଓଡ଼ିଶୀ ସଙ୍ଗୀତକାର ମଧ୍ୟ ଅଟନ୍ତି । ତାଙ୍କର ସମସ୍ତ ରଚନା ମଧ୍ୟରୁ ବିଦଗ୍ଧ ଚିନ୍ତାମଣି ଶ୍ରେଷ୍ଠ ମର୍ଯ୍ୟାଦା ହାସଲ କରି ଜନମନ ହରଣ କରିବାରେ ସମର୍ଥ ହୋଇପାରିଛି । ଆଲୋଚ୍ୟ କଳା ମାଣିକ ରେ କବିତା ଟି କବିଙ୍କ ଶ୍ରେଷ୍ଠ କୃତି ବିଦଗ୍ଧ ଚିନ୍ତାମଣି ର ୯୭ତମ ଛାନ୍ଦ ରୁ ସଂଗୃହୀତ । ଏଠାରେ ବାତ୍ସଲ୍ୟମୟୀ ମାତା ଙ୍କ ର ବାତ୍ସଲ୍ୟ ପ୍ରେମ କୁ ଅପୂର୍ବ ଢଙ୍ଗ ରେ ବର୍ଣ୍ଣନା କରିଛନ୍ତି ।

ଯଦି ଉଡ଼ି ଯାଉଥିବା ଚଢ଼େଇ ର ପେଟ କଥା ଜାଣିପାରିବା ରେ ଭଗବାନ ସିଦ୍ଧହସ୍ତ ତେବେ ଈହଲୋକରେ ମା ହେଉଛନ୍ତି ସେଇ ଆଦ୍ୟଶକ୍ତି ର ଅଧିକାରିଣୀ ଯେ ମୁଖ ଦେଖି ଦୁଃଖ ର ସୀମା ମାପି ପାରନ୍ତି । ଯେଉଁଠି ବିଜ୍ଞାନ ହୁଏ ଶକ୍ତି ହୀନ, ସେଠାରେ ମାତୃଶକ୍ତି ନିଜର ଅମର ଆତ୍ମା ର ତେଜ ଦାନ କରି ସଜେଇ ଦିଏ ପୁଣି ସମର୍ଥ କରି । ଜଣେ ମାତା ଙ୍କ ର ପୁତ୍ର ପ୍ରତି ପ୍ରେମ ଏ ଜଗତ ଭିତରେ ନୂତନ ଜଗତ ଟିଏ ସୃଷ୍ଟି କରିବାକୁ ଦକ୍ଷ ପୁଣି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ର ବିନାଶ କରିବାକୁ ମଧ୍ୟ ସୁଦକ୍ଷ ।ସେହି ମାତା ଙ୍କ ର ଅପୂର୍ବ ପ୍ରେମ , ବାତ୍ସଲ୍ୟମୟୀ ରୂପକୁ ବର୍ଣ୍ଣନା କରିବା ନିମନ୍ତେ ରସ ସୂଚୀ ର ଦଶମ ରସ ଯାହାର ସ୍ଥାୟୀ ଭାବବତ୍ସଳ ପ୍ରେମ ଭାବରେ ବିଶ୍ଵନାଥ କବିରାଜ ସ୍ବୀକାର କରନ୍ତି । ତାହାର ସ୍ପର୍ଶ ଅତ୍ୟାବଶ୍ୟକ ହୋଇଥାଏ । ଯାହାକୁ ପ୍ରୟୋଗ କରିବା କ୍ଷେତ୍ର ରେ ବିଦଗ୍ଧ କବି ଆଦ୍ୟ ସ୍ମରଣୀୟ ।

ବିଦଗ୍ଧ କବି ଙ୍କ ବିଦଗ୍ଧ ଚିନ୍ତାମଣି କାବ୍ୟ ଟି କବିତ୍ଵ ରସ ରେ ଭରପୁର।ପ୍ରଦତ୍ତ କବିତା କଳା ମାଣିକ ଅନୁଶୀଳନ ରେ ତାର ପୃଷ୍ଠଭୂମି ନିର୍ଣ୍ଣୟ କରିବାକୁ ଗଲେ ରସରାଜ ଶ୍ରୀକୃଷ୍ଣ ଙ୍କର ଗୋପକେଳୀ ଧ୍ୟାନ କୁ ଆସେ । ଗୋପପୁର ରେ ଷୋଳସହସ୍ର ଗୋପୀ ଙ୍କ ସହ କ୍ରୀଡା କରିବା ପରେ ନାୟକ ଙ୍କ ମନ ହୋଇଛି ବୃନ୍ଦାବନ ରେ ବିହାର କରିବାକୁ । ତେଣୁ ଗୋମାତା ଚାରଣ କରିବା ବାହାନା ରେ ବାରମ୍ବାର ମାତା ଯଶୋଦା ଙ୍କ ବାରଣ ସତ୍ତ୍ୱେ ସେ ଚାଲି ଯାଇଛନ୍ତି ବନ କୁ । ପ୍ରେମ ରଙ୍କୁଣୀ ମା ଟିଏ ତାର ଏକୋଇରବଳା ବିଶିକେଶନ କୁ ଜଙ୍ଗଲ କୁ ଛାଡି ଦେଇ ନିଜେ କଣ ରାଜ ମହଲ ରେ ଶାନ୍ତି ରେ ରହିପାରିବ ?? ଆଉ ଏ ତ ସହଜେ ଅଝଟିଆ , ଚଗଲାମି ର ଶ୍ରେଷ୍ଠ ଉଦାହରଣ ସେ ନିଜେ । ତାଙ୍କୁ ଜଙ୍ଗଲ ର କଣ୍ଟକିତ ପଥ କୁ ଛାଡି ଦେଇଥିବାରୁ ମାତୃହୃଦୟ ପୀଡା ରେ ଥରି ଉଠୁଚି ।

ଏଠାରେ ପୃଷ୍ଠଭୂମି ର ଅନ୍ୟ ଏକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ଯେ ଜଣେ ମାତା ପୁତ୍ର ପ୍ରେମ ରେ ସେତେବେଳେ ଅନ୍ଧୁଣୀ ପାଲଟି ଯାଏ ଯେତେବେଳେ ପୁତ୍ର ଟିଏ ଅନୁରୂପ ଭାବରେ ମାତା ଙ୍କ ପ୍ରେମ କୁ ସମ୍ମାନ ପ୍ରଦର୍ଶନ କରିଥାଏ । ଏଠାରେ ନାୟକ ଯେଉଁ ପିଲାଳିଆମି ରେ ସେ ମାତା ଙ୍କ ପ୍ରେମ କୁ ବାନ୍ଧି ପାରିଛନ୍ତି ତାହା କବି ଙ୍କ ଲେଖନୀ ରେ ଏକ ବଳିଷ୍ଠ ବର୍ଣ୍ଣନା ଭାବରେ ପ୍ରତିଭାତ ହୁଏ । ବିଷୟ ବସ୍ତୁ କୁ ଦୃଷ୍ଟି ରେ ରଖି ବିଚାର କଲେ କଳମାଣିକ କବିତା ଟି କେବଳ ମାତା ଙ୍କ ନିମିତ୍ତ ଯେଉଁ ପୁତ୍ର ର ଅପୂର୍ବ ପ୍ରେମପୂର୍ଣ୍ଣ ପିଲାଳିଆମି ଥିଲା ତାହା ,ପୁତ୍ର କୁ ନଦେଖି ମାତା ଙ୍କ ମନ ରେ ସେହି ଚିତ୍ରକଳ୍ପ ର ପରିସ୍ଫୁଟତା ର ବିଷାର ଉପରେ ପ୍ରତିଷ୍ଠିତ । ପୁତ୍ର ର ଗୁଣାବଳୀ କୁ ସ୍ମରଣ ପୂର୍ବକ ମାତା ଙ୍କ ଯେଉଁ ଖେଦ ସଂଚାର ହୋଇଅଛି ତାହା ବାତ୍ସଲ୍ୟ ରସମୟ ହୋଇଥିଲେ ମଧ୍ୟ ପରିବେଶ କୁ କରୁଣ ରସାପ୍ଲୁତ କରିବାରେ ସିଦ୍ଧହସ୍ତ ।

ଆଲୋଚନା ପରିପ୍ରେକ୍ଷୀରେ କବିତାର ଚତୁର୍ଥ ପଦ ବେଶ୍ ରସସିକ୍ତ ହୋଇଛି । କବି ମାତା ଙ୍କ କଣ୍ଠ ରେ କହୁଛନ୍ତି କୃଷ୍ଣ ଅନ୍ଧାର କୁ ଡରନ୍ତି କିନ୍ତୁ ଘଞ୍ଚ ଅରଣ୍ୟ କୁ ଗୋରୁ ଚରେଇ ଯିବାକୁ ଆଗଭର ହୋଇ ମାତାପିତା ଙ୍କ ଦୁଃଖର କାରଣ ସାଜିଛନ୍ତି ।

ନିଶାଚର ମlତିବାର ଶୁଭୁଚି ଶ୍ରୁତି କି
ମୁଁ ଡଙ୍କୁଣି ଛାଡି ଦେଲି ବନକୁ କେମିତି ?

ଏଠାରେ ସର୍ବ ସକ୍ଷମ ପୁତ୍ର ଟି ମାତା ଙ୍କ ନିକଟ ରେ କେମିତି ଅଜ୍ଞାତ ଶିଶୁ ସହ ସମାନ ଚିତ୍ରଣ ବେଶ୍ ମନୋରମ ହୋଇଚି । ମାତା ଯଶୋଦା ଙ୍କ ଆଖିରେ ଶ୍ରୀକୃଷ୍ଣ ଜଣେ କୋମଳମତୀ ଶିଶୁ , ସେ ଅନ୍ଧାରକୁ ଡରନ୍ତି କିନ୍ତୁ ସେ ତାଙ୍କୁ ବନ କୁ ଛାଡ଼ିଦେଇଛନ୍ତି ଯାହା ତାଙ୍କର ପ୍ରତ୍ୟେକ କ୍ଷଣ କୁ କରିଦେଇଛି ଆଶଙ୍କା ମାୟା ସେ ବାରମ୍ବାର ନିଜକୁ ଧିକ୍କାର କରୁଛନ୍ତି ଯେ ଏସବୁ ର କାରଣ ତାଙ୍କର ନିର୍ଣ୍ଣୟ ବୋଲି । ତେଣୁ ସେ ଦ୍ଵାର ମୁହଁ ରେ ଜଗି ବସି ତାଙ୍କ ଆଗମନ କୁ ଚାହିଛନ୍ତି । ତାଙ୍କ ବେଣୁ ଶବ୍ଦ ଶୁଣିବା ପାଇଁ କର୍ଣ୍ଣ ମାତିଛନ୍ତି ମାତ୍ର ନିରାପା ର ସ୍ପର୍ଶ ତାଙ୍କୁ ଅଧିକ ରୁ ଅଧିକ ଶଙ୍କିତ କରୁଅଛି ।

ଏଠାରେ କବି ଏକ ବାତ୍ସଲ୍ୟ ପ୍ରେମ ର ବାର୍ତ୍ତା ଏକ ଅପୂର୍ବ ଭଙ୍ଗୀରେ ଦେଇଛନ୍ତି ଯେପରି କଳା ହେଉଛି କଦାକାର ତାହାକୁ ମାଣିକ ସହ ଯୋଡ଼ିବାର ଅର୍ଥ ଦର୍ଶାଇଛନ୍ତି। ଯେମିତି ମାଣିକ କେବେ କଳା ନୁହେଁ ଅତି ମୂଲ୍ୟବାନ ଆଉ ସୁନ୍ଦର ପଦାର୍ଥ ଟି ଏ ସେମିତି ଜଣେ ମାତା ଙ୍କ ପାଇଁ ସବୁବେଳେ ତାଙ୍କ ସନ୍ତାନ ମୂଲ୍ୟବାନ ଏବଂ ସୁନ୍ଦର ତାଙ୍କ ଆଖିରେ ଭେଦ ଭାବ ନଥାଏ।

ଆତ୍ମିକ ବିଭବ ରେ ଦୃଷ୍ଟି ଦେଲେ କବିତା ଟି ପ୍ରେମର ସେହି ଚେତନା କୁ ସ୍ପର୍ଶ କରି ପାଇଛି ଯାହା ଉପମା ରହିତ । ବାସ୍ତବ ରେ କବି ଙ୍କ ବର୍ଣ୍ଣନା ଟି ହୃଦୟ ଆହ୍ଲାଦିତ । ଆକର୍ଷଣ ତଥା ଏକ ଅପୂର୍ବ ରସସଜ୍ଜା ମଣ୍ଡିତ ହୋଇଚି ।

କବିତା ସମୀକ୍ଷା
*ଖ ସ୍ତମ୍ଭ*
*ଶୀର୍ଷକ:-ଈଶ୍ୱର ଙ୍କ ସତ୍ତା**

କବିତା ହେଉଛି ଶବ୍ଦ ଶିଳ୍ପ l ନାନା ଯାନ୍ତ୍ରିକ ସାମଗ୍ରୀରେ ଶିଳ୍ପ ସଜ୍ଜିତ ହେଲାଭଳି କବିତା ଟିଏ ନିଜ କଳେବରକୁ ପୁଷ୍ଟ କରିଥାଏ ନାନା ଶବ୍ଦ, ଅଳଙ୍କାର,ରସ ଓ଼ ରୀତିର ସାମଗ୍ରୀରେ l କବିତାର ଶ୍ରେଷ୍ଠ ସମ୍ପଦ କବିର ଭାବ ତଥା ଭାଷା l ଏହି ଦୁଇଟି ମାଧ୍ୟମରେ ହିଁ କବିଟିଏ ନିଜ ଜୀବନର କୁଦା କୁଦା ଦୁଃଖ, ଅସୀମ ଜଞ୍ଜାଳ ଆଉ ସୀମାହୀନ ସୁଖର ସ୍ରୋତ ବୁହାଇ ପାରେ ଚିରସ୍ରୋତା କବିତାର ଧାରରେ l ତେଣୁତ ଜଣେ ବିଶିଷ୍ଟ ସମାଲୋଚକ କବିର ସଂଜ୍ଞା ଦେବାକୁ ଯାଇ ଦିନେ କହିଥିଲେ…

” ଯେଉଁ ବ୍ୟକ୍ତି ନିଜ ହୃଦୟର ଅଭିବ୍ୟକ୍ତିକୁ ଅନୁରୂପ ଭାବେ ଅନ୍ୟ ସମସ୍ତଙ୍କ ହୃଦୟରେ ପହଞ୍ଚାଇ ପାରନ୍ତି, ସେ ହିଁ ଯଥାର୍ଥ କବି ହେବାପାଇଁ ଯୋଗ୍ୟ l “

ଏ ଦିଗରେ ଜଣେ ସଫଳ ସ୍ରଷ୍ଟା ଭାବେ କବି କୈଳାସ ରାୟ ସୁପରିଚିତ l ଆଧୁନିକ ତଥା ଅତ୍ୟାଧୁନିକ ପଥର ଏ ପଥିକ ନିଜ ଭିତରେ ଈଶ୍ୱରଙ୍କ ସୁନ୍ଦର ରୂପ ଦେଖିଛନ୍ତି ଏବଂ ମଧ୍ୟ ଦେଖି ପାରିଛନ୍ତି ସେ ଈଶ୍ୱର କେମିତି ଅସହାୟ l ସେ କେମିତି ତାଙ୍କର ସନ୍ଦେହୀ ହୃଦୟ ଭିତରେ ନିଜ ଈଶ୍ୱରୀୟ ଶକ୍ତି ସହିତ ଅସହାୟ ହୋଇ ପଡିଛନ୍ତି ତାହା କବି ନିଜ କବିତାର ପୁଷ୍କରିଣୀରେ ଆଙ୍କି ଦେଇଛନ୍ତି ମନୋହର ପୁଷ୍କର ସମ l ତେବେ ତାଙ୍କର କବିତା ଅସହାୟ ଈଶ୍ୱର ଏକ ବାସ୍ତବବାଦୀ ଚେତନା ଧର୍ମୀ କବିତା l କବି ଏଠାରେ ଲକ୍ଷ୍ୟ କରିଛନ୍ତି ଈଶ୍ୱରଙ୍କ ରୂପ ଆଉ ତାଙ୍କର ସମସ୍ତ ଜ୍ଞାତି କୁଟୁମ୍ବଙ୍କୁ l

ସେ ବାସ୍ତବବାଦର କଷଟି ପ୍ରସ୍ତରରେ ପରଖି ବାକୁ ଚାହିଁଛନ୍ତି ଈଶ୍ୱରଙ୍କୁ l ସେ କହୁଛନ୍ତି ଈଶ୍ୱରଙ୍କ ପ୍ରତି ଯେଉଁ ବିଶ୍ୱାସ କରି ସେ ଝାଳ ବୁହାଇ ମନ୍ଦିର ତୋଳି କାଷ୍ଠ ପାଷାଣ ଭିତରେ ତାଙ୍କୁ ଖୋଜୁଛନ୍ତି, ବାରମ୍ବାର ନିଜର ସୂକ୍ଷ୍ମ ତନୁକୁ କଷ୍ଟ ଦେଇ ତାଙ୍କୁ ପାଇବାର ବ୍ରତ କରୁଛନ୍ତି, ଏହାର ପରିଣାମ ସେ ଈଶ୍ୱରଙ୍କୁ ଅସହାୟ କରି ଦେଉଛନ୍ତି l ତାଙ୍କ ମତରେ ଚନ୍ଦନ, ସିନ୍ଦୂର ବୋଳା କାଷ୍ଠ କିମ୍ବା ପାଷାଣ କେବେ ଈଶ୍ୱର ନୁହଁନ୍ତି, ତାଙ୍କର ବସତି ତ ମନୁଷ୍ୟ ହୃଦୟରେ l ମାତ୍ର ମନୁଷ୍ୟ ଯେଉଁ ବାହାର ଦୁନିଆଁରେ ବିମୋହିତ ହୋଇ ଈଶ୍ୱରଙ୍କ ଅନୁସନ୍ଧାନ ଜାରି ରଖିଛି ତାରି ଫଳ ସ୍ୱରୂପ ଈଶ୍ୱର ଅନ୍ତର ହୃଦୟରେ ଅସହାୟ ବୋଧ କରୁଛନ୍ତି l ସେ ଆଉ ତାଙ୍କୁ ବୁଝାଇ ପାରୁ ନାହାନ୍ତି ଯେ ବାସ୍ତବତା କେଉଁଠି l କାରଣ ସେ ଈଶ୍ୱରୀୟ ଶକ୍ତିସହ ଶକ୍ତିହୀନ,ତାଙ୍କର ଅନ୍ଧ ବିଶ୍ୱାସ ଆଗରେ l

କବି ଏଠାରେ ନିଜକୁ ପ୍ରତୀକାତ୍ମକ ଭାବରେ ଗ୍ରହଣ କରି ସମାଜକୁ ଏ ଭୁଲ ବିଷୟରେ ଅବଗତ କରେଇବାକୁ ଚାହିଁଛନ୍ତି l ଉକ୍ତ କବିତା ମାଧ୍ୟମରେ ତେଣୁ ସେ ନିଜକୁ ନିନ୍ଦା କରିଛନ୍ତି ଅରଣା ଶବ୍ଦ ପ୍ରୟୋଗ କରି l କବିତାଟିରେ କବିଙ୍କର ବର୍ଣ୍ଣନା ଶୈଳୀ ଅତୀବ ଚମତ୍କାର ତଥା ଆକର୍ଷକ ହୋଇଛି ।ଯେଉଁଥିରେ ସେ ବର୍ଣ୍ଣିତ କରିଛନ୍ତି ଅମର ସେଇ ପ୍ରଥା କୁ ଯେଉଁଥିରେ ଆମେ ଭଗବାନ କୁ କାଷ୍ଠ ପାଷାଣ ରେ ଖୋଜିବାକୁ ଯାଇ ନିଜ ଭିତର ପରମାତ୍ମା ଙ୍କୁ ଭୁଲିଯାଉଛନ୍ତି, ଆମ ଚତୁଃପାର୍ଶ୍ଵ ରେ ଥିବା ଆମ ଚଳନ୍ତି ଦେବତା ଙ୍କୁ ଭକ୍ତି କରିବାକୁ ଭୁଲି ତାଙ୍କୁ ନେଇ ବୃଦ୍ଧଶ୍ରମ ରେ ଛାଡି ମନ୍ଦିର ରେ ପାଷାଣ ନିକଟ ରେ ଭକ୍ତି ଦେଖାଉଛନ୍ତି। ଲୋକ ଦେଖାଣିଆ ଭକ୍ତି କରୁଛନ୍ତି।ଯାହା ଆମ ସମାଜର କଳଙ୍କିତ ବିଧିକୁ କବି ପ୍ରତୀକାତ୍ମକ ଭାବରେ ନିନ୍ଦା କରି ବାସ୍ତବତା ର ପରିଚୟ ଦେବାକୁ ଚେଷ୍ଟା କରିଛନ୍ତି l

ଈଶ୍ୱର ଆସିବେ ବୋଲି
ଚାରିଆଡେ ପଡେ ହୁରି
ଯେତେ ସବୁ ତନାଘନା
ଫୁଲମାଳ ସାମିଆନା
ଆୟୋଜନ ସଭାରେ
ସାମ୍ବାଦିକ ସମ୍ମିଳନୀ
କମିଟି ପରେ କମିଟି
ଯେତେ ସବୁ ଖେଳ ଝିଟିମିଟି।
କଣ ଈଶ୍ୱର ଆସିବେ ବୋଲି ????

 

ଏତଦବ୍ୟତୀତ ନିଜ କୁ ମଦ ମାଂସ ର ଆଖଡ଼ା ବନେଇ ନିଜ ଦେହ କୁ ଶ୍ମଶାନ କରି ଭଗବାନ ଙ୍କୁ ବାହାର ଦୁନିଆ ରେ ଖୋଜିବାର ଛଳନା କଲେ କିପରି ମିଳିବେ ଭଗବାନ? ବାହାର ଚାକଚକ୍ୟ ,ସଭାସମିତି କି ସାମ୍ବାଦିକ ସମ୍ମିଳନୀ ରେ ହୁରି ଦେଲେ ଭଗବାନ ଆସି ଉଭା ହେବେ ନାହିଁ ।ନିଜ ଭିତରେ ଭଗବାନ୍ ଙ୍କୁ ତଥା ପରମାତ୍ମା ଙ୍କୁ କଷ୍ଟ ଦେଇ ବାହାରେ ଖୋଜି ବୁଲିଲେ କଣ ହେବ ? ତାଙ୍କୁ ଅସହାୟ କରିଦେଇ ନିଜେ ଉଚିତ୍ କର୍ମ ନକରି ଫଳ ର ଅପେକ୍ଷାରେ ରହିବା ବୃଥା ମାତ୍ର।ତେଣୁ କବି ଏଠାରେ ଭଗବାନ ଙ୍କୁ ଅସହାୟ ବୋଲି ବର୍ଣ୍ଣନା କରୁଛନ୍ତି ।କଥା ରେ ଅଛି ,

ଆପଣା ହସ୍ତେ ଜିହ୍ୱା ଛେଦୀ
କେ ଅଛି ତାର ପ୍ରତିବାଦୀ।

ଅର୍ଥାତ୍ ଜଣେ ଭ୍ରଷ୍ଟ ମାର୍ଗ ର ପଥିକ କୁ ଉଚିତ୍ ଉପଦେଶ ଦେଇ ମଧ୍ୟ ଥକିଗଲେ ସେ ବୁଝିପାରେନାହିଁ ।ତେଣୁ ଈଶ୍ୱର ତାଙ୍କର ସତ୍ତା ହରାଇ ବସିଛନ୍ତି ଅସହାୟ ପ୍ରାୟ ଅନୁଭବ କରୁଛନ୍ତି ଏତେ ଉତ୍ତମ ଇଶାରା ପରେ ମଧ୍ୟ ଆଜି ମଣିଷ ସମାଜ ଅନ୍ଧ ସେଇ ପ୍ରତୀକାତ୍ମକ ଭାବେ ବକ ଧାର୍ମିକ ସାଜି କାଷ୍ଠ ପାଷାଣ କୁ ସିନ୍ଦୂର ଚନ୍ଦନ ବୋଲି ପୂଜା କରୁଛନ୍ତି ନିଜ କର୍ତ୍ତବ୍ୟ କରିବା ପରିବର୍ତ୍ତେ। ମନ ରେ ରଖି ଅସୁମାରୀ ଆଶା ଓ ଭରସା ଯେ ଭଗବାନ୍ ପୂର୍ଣ୍ଣ କରିବେ ହେଲେ ଭଗବାନ୍ ତ ଅସହାୟ ନିଜ ଭିତରେ ନା ସେ ବୁଝିଁପାରନ୍ତି ମଣିଷ ର ଏଇ ଭାବନା ନା ତାଙ୍କ ଭିତରେ ଜାଗ୍ରତ କରିପାରନ୍ତି ଚେତନା । ଶୋକ ସନ୍ତପ୍ତ ସମାଜ ରେ ସେଇପରି ଘାଣ୍ଟି ହୋଇ କୁଦା କୁଦା ଦୁଃଖ ମଧ୍ୟ ରେ ଅତିବାହିତ କରୁଛି ଜୀବନ। ହେଲେ ହାୟ! ଜାଗ୍ରତ ହୋଇ ଉଠନ୍ତା କି ଚେତନା ନିଜକୁ ସୁଧାରି ପାରନ୍ତା ହେଲେ ନିଜ ଭଗବାନ୍ ଙ୍କୁ ଚିହ୍ନି ଭକ୍ତି ରେ ବାନ୍ଧି ନିଜର କର୍ତ୍ତବ୍ୟ କରି ପାରନ୍ତା।
କବି ଙ୍କ ମତ ରେ

ଛୁଇଁ ପାରନ୍ତିନି ଚେତନା
ଦେଇ ପାରନ୍ତିନି ଭରସା।

କବି ଙ୍କ ଏକ ମହତ୍ ଉଦ୍ଦେଶ୍ୟ ନିହିତ ଅଛି କବିତା ମଧ୍ୟ ରେ ଯେଉଁଥିରେ ସେ ସମସ୍ତ ଙ୍କୁ ଚେତେଇ ଦବାକୁ ଚାହାନ୍ତି ଏକ ଉପଯୁକ୍ତ ବାର୍ତ୍ତା ରେ ସିକ୍ତ କରିବାକୁ ଚାହାନ୍ତି କି ଯେ ଈଶ୍ୱର ଙ୍କ ସତ୍ତା କୁ ଅନ୍ୟ ଭିତରେ ନ ଖୋଜି ପୂଜା ଭକ୍ତି କରିବାର ବାହାନା ନ କରି ପଥର ପାଖେ ,ବରଂ ନିଜ ମଧ୍ୟ ରେ ଖୋଜି ନିଅ ପରମାତ୍ମା ଙ୍କୁ ଭ୍ରଷ୍ଟ ପଥ ରୁ ଆସିଯାଓ ଉପଯୁକ୍ତ ମାର୍ଗକୁ ଉଚିତ୍ କର୍ମ କର ସେବା କର , ନିଜ ଚଳନ୍ତି ପ୍ରତିମା ବାପା ମା ଙ୍କୁ ପୂଜା କର ଭକ୍ତି କର ଓ ସେବା ରେ ବାନ୍ଧି ତାଙ୍କ ଠାରୁ ଆଶିଷ ନିଅ ତାହା ହି ହେବ ସବୁ ଠାରୁ ବଡ଼ ପୂଜା।

ତୁମକୁ ମୁଁ ଖୋଜିବୁଲେ ସବୁଠି କେବେ ବାଲକୋନୀ ର ଲାଇଟ୍ ରେ ତ କେବେ ଅସଂଖ୍ୟ ତାରା ମେଳରେ ,କେବେ ମଙ୍ଗଳ ଦୀପ ରେ ତ କେବେ ମନ୍ଦିର ମୂର୍ତ୍ତି ଭିତରେ ହେଲେ କୋଉଠି ତୁମେ ?? ତୁମେ ଯେ ମୋ ଭିତରେ ରହିଛ ପ୍ରତ୍ୟେକ ସମୟ ରେ ପ୍ରତି କ୍ଷଣରେ ,ତୁମେ ମୋ ଆଖ ପାଖରେ ରହିଛ ମୋ ଚଳନ୍ତି ପ୍ରତିମା ଭାବରେ ହେଲେ ମୂର୍ଖ ମୁଁ ତୁମକୁ ନା ଚିହ୍ନି ଯାଇ ପୁଣି ସେଇ ପଥର ପାଖେ ମୁଣ୍ଡ ପିଟି ଭକ୍ତି ଜଣାଉଛି ।

ବାସ୍ତବରେ କବିତାଟି ଅତ୍ୟନ୍ତ ମନ ମୋହକ ତଥା ହୃଦୟସ୍ପର୍ଶୀ ହୋଇଛି।ଯେଉଁଥିରେ ସେ ଭଗବାନ୍ ଙ୍କ ସତ୍ତା ର ଅନୁଭବ କରାଇବାକୁ ଚେଷ୍ଟା କରିଛନ୍ତି।

ନିର୍ମାଲ୍ୟ ବାରିକ୍, ଯାଜପୁର
ସୁର୍ଯୋଦୟ ନବପ୍ରତିଭା ସମ୍ମାନ ୨୦୨୩

Loading

3 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ- ନିର୍ମାଲ୍ୟ ବାରିକ୍*

  1. ବୋହୁତ ସୁନ୍ଦର୍ ସମୀକ୍ଷା ମୋ ଭାଇ , ଅନ୍ତରରୁ ଶୁଭେଚ୍ଛା ଜଣାଉଛି ♥️♥️♥️

  2. ଅତି ସୁନ୍ଦର ବର୍ଣ୍ଣନା , କବି ଅଭିମନ୍ୟୁ ଙ୍କ ଜୀବନୀ ବିଷୟ ରେ ଅତି ଉତ୍ତମ ରୂପେ ସମୀକ୍ଷା କରିଛନ୍ତି କବି। ଆଉ କବିତା ୨ର ସମାଜ ପ୍ରତି ବାର୍ତ୍ତା ଅତି ଚମତ୍କାର ହେଇଛି।

Leave a Reply

Your email address will not be published. Required fields are marked *