May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ-ସୌମ୍ୟରଞ୍ଜନ ମହାନ୍ତି*

….’ କ ‘ ବିଭାଗ…..
_______________

ବନ୍ଦୀ ର ଆତ୍ମକଥା ….
‘‘ମାନବ ଜୀବନ ନୁହଇ କେବଳ ବର୍ଷମାସ ଦିନ ଦଣ୍ଡ
କର୍ମେ ଜିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ’’

ଏଇ ଅମରବାଣୀ ଯାହାର ତ୍ୟାଗପୂତ ହୃଦୟରୁ ନିଃସରିତ ହୋଇଥିଲା, ସେ ଥିଲେ ଉତ୍କଳଜନନୀଙ୍କର ବୀର ବରେଣ୍ୟ ପୁତ୍ର, ଉତ୍କଳବାସୀଙ୍କର ଅତି ଆପଣାର ଦରଦୀବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାଶ । ଆର୍ଯ୍ୟଭୂମି ଭାରତବର୍ଷର ପ୍ରାଚୀନ ଋଷିମାନେ ଏକଦା ଘୋଷଣା କରିଥିଲେ— କାମୟେ ଦୁଃଖ ତପ୍ତନାଂ ପ୍ରାଣିନାଂ ଆର୍ଭି ନାଶନମ୍ ।’’ ପ୍ରକୃତରେ ଗୋପବନ୍ଧୁ ଥିଲେ ସେଇ ଉତ୍କଳର ଆର୍ଯ୍ୟଋଷି,
ଅଭିବକ୍ତ ପୁରୀ ଜିଲ୍ଲାର ସତ୍ୟବାଦୀ ପଲ୍ଲୀଗ୍ରାମ ସୁଆଣ୍ଡୋର ଏକ କୁଳୀନ ବ୍ରାହ୍ମଣ ପରିବାରରେ ୧୮୭୭ ମସିହା ଅଗଷ୍ଟ ମାସ ନଅ ତାରିଖରେ ଜନ୍ମ ନେଇଥିଲେ ମହାମାନବ ଗୋପବନ୍ଧୁ। ପିତା ଥିଲେ ତାଙ୍କର ମୁକ୍ତିଆର ଦୈତାରି ଦାଶ ଓ ମାତା ଥିଲେ ସ୍ଵର୍ଣ୍ଣମୟୀ ଦେବୀ। ଅବାଲ୍ୟ ରୁ ନିଜର ସୃଜନଶୀଳ ଚିନ୍ତା ଧାରାର ମହାନ ଉଦାହରଣ ସାଜିଥିଲେ ଏହି ମହାପୁରୁଷ। ବନ୍ୟା-ବାତ୍ୟା ମରୁଡ଼ି ପୀଡ଼ିତ ଓଡ଼ିଆମାନଙ୍କୁ ସେ ବୁଲି ବୁଲି ସାହାଯ୍ୟ କରୁଥିଲେ । ଏହା ସହିତ ଦେଶର ବରେଣ୍ୟ ନେତୃ ମଣ୍ଡଳୀଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିଥିଲେ । ଏହାପରେ ସେ କଲିକତା ଯାଇ ସେଠାରେ ବି.ଏଲ୍‌ ପାଶ୍ କରି ଓଡ଼ିଶା ଆସିଲେ । ଛିନ୍ନମସ୍ତା ଉତ୍କଳ ଜନନୀ ର ଆହ୍ଵାନ ରେ ନିଜ ଦେଶ ମାତୃକା ପାଇଁ ସ୍ଵାଧୀନତା ଅଗ୍ନୀରେ ଝାସ ଦେଲେ ଦରଦି ବନ୍ଧୁ ଗୋପବନ୍ଧୁ। ଓକିଲାତିର ସ୍ୱାଧୀନ କର୍ମ ଭିତରେ ଉଦାର ହୃଦୟ ଗୋପବନ୍ଧୁ କିନ୍ତୁ ଶାନ୍ତି ପାଇପାରି ନଥିଲେ। ନିଜ କଲମ ମୁନରୁ ସୃଷ୍ଟି କରିଥିଲେ ଅନେକ କାଳଜୟୀ କାବ୍ୟ କବିତା। ଯାହା ଉତ୍କଳୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ସହ ଦେଶ ପ୍ରେମର ଅଗ୍ନୀ ଜାଳିଥିଲା ପ୍ରତି ଓଡ଼ିଆ ମନରେ। ‘ସତ୍ୟବାଦୀ’ ଓ ‘ସମାଜ’ ର ପ୍ରତିଷ୍ଠା ଯଦିଓ ଥିଲା ଅଗ୍ନୀ କିନ୍ତୁ ସେଥିରେ ଘିଅ ସଦୃଶ କାର୍ଯ୍ୟ କରିଥିଲା ‘ବନ୍ଦୀର ଆତ୍ମ କଥା’ ଓ ‘କାରା କବିତା’ ଭଳି ଅନନ୍ୟ କାଳଜୟୀ କାବ୍ୟ।

ବନ୍ଦୀର ଆତ୍ମକଥା :

ହଜାରିବାଗ ଜେଲରେ ଗୋପବନ୍ଧୁ ବନ୍ଦୀ-ଜୀବନ ଯାପନ କରୁଥିଲାବେଳେ (୧୯୨୨/୨୪) ତାଙ୍କ ମନ ଭିତରେ ଯେଉଁ ଜାତୀୟ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ତାହାର ଆବେଗଦୀପ୍ତ ଗୀତିମୟ ଉଚ୍ଚାରଣ ହେଉଛି ‘ବନ୍ଦୀର ଆତ୍ମକଥା’ । କାରାକକ୍ଷକୁ ଯିବା ପୂର୍ବରୁ ରେଳରେ ଯାଉଥିଲାବେଳେ ଉତ୍କଳର ଦୁର୍ଦ୍ଦଶା କଥା ଚିନ୍ତା କରିବା ସହିତ କାରାକକ୍ଷରେ ଥିବା ସମୟରେ ଜାତୀୟ ଜୀବନର ବିପର୍ଯ୍ୟୟ ବିଷୟରେ ଆପଣାର ପ୍ରତିକ୍ରିୟା ପ୍ରକାଶ କରିବା ଏବଂ ଗାନ୍ଧି- ପ୍ରବର୍ତ୍ତିତ ଅହିଂସ-ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ସ୍ଵାଧୀନତା ଲାଭ କରିବା ଓ ଅନ୍ତର ଭିତରେ ବିଶ୍ଵଭାବ ଉପଲବ୍ଧ କରିବା—ଏହି ଭାବ ଓ ଭାବନାର ମାର୍ମିକ ଚିତ୍ର ‘ବନ୍ଦୀର ଆତ୍ମକଥା’ରେ ପ୍ରଦତ୍ତ । ବନ୍ଦୀ ଗୋପବନ୍ଧୁ ଆଉ ଏକକ ହୋଇଯାଇ ନାହାରି ; ସମଗ୍ର ଜାତୀୟ ଜୀବନ ସହିତ ଏକୀଭୂତ ହୋଇଯାଇଛନ୍ତି । ତେଣୁ ବନ୍ଦୀର ଆତ୍ମକଥାହିଁ ହୋଇଯାଇଛି ଜାତୀୟ ଜୀବନର ଆତ୍ମକଥା । ଏହା ଯେତିକି ଅଶୁଳ, ସେତିକି ମଧ୍ୟ ସାଗ୍ନିକ । ଏହି କବିତା ପୁସ୍ତକରେ ମନୁଷ୍ୟ ଗ୍ରହଣ କରିଛି ଏକ ପ୍ରମୁଖ ସ୍ଥାନ । ସେହି ମଣିଷ ନେତା ନୁହେଁ, ନୀତ ନୁହେଁ । ଉଭୟ ସମାନ । ଉଭୟ ହିଁ କେବଳ ମନୁଷ୍ୟ । ତତ୍କାଳୀନ ରାଜନୀତିକ ଓ ସାମାଜିକ ଜୀବନର ତେଣୁ ‘ବନ୍ଦୀର ଆତ୍ମକଥା’ ହୋଇଯାଇଛି ଏକ ଯଥାର୍ଥ ପ୍ରତିଛବି ।

ସ୍ଵାଧୀନତା-ଯଜ୍ଞବେଦୀର ଏହା ଏକ ନିଷ୍କପଟ ବ୍ୟାହୁତି । ଆତ୍ମବଳିଦାନ ଏହାର ଦିବ୍ୟ ଅସ୍ତ୍ର । ସ୍ଵରାଜ୍ୟ ପ୍ରାପ୍ତି ଏହାର ଲକ୍ଷ୍ୟ । ଗୋପବନ୍ଧୁ କହନ୍ତି— “ଜାତୀୟ ଶକ୍ତି ଗୋଟିଏ ପ୍ରେରଣା । ଏହା ଗୋଟିଏ ଈଶ୍ଵରଦତ୍ତ ଭାବ । ଏଥିରେ ହିସାବକିତାବ ନାହିଁ । ପ୍ରାଣରେ ଭାବ ଆସିଲେ ଆତ୍ମଶାସନ ବଳରେ ସମସ୍ତ ବନ୍ଧନ ଛିଣ୍ଡାଇଦେବାକୁ ହେବ । ପରାଧୀନ ଭାବ ଦାସତ୍ଵ, ସ୍ଵାଧୀନ ଭାବ ବିଭୁତ୍ଵ । ସ୍ଵାଧୀନତାର ଭାବରେ ସାକ୍ଷାତ୍ ଭଗବାନଙ୍କୁ ଆଗରେ ଦେଖୁ, ତାଙ୍କର ସତ୍ତା ଅନୁଭବ କରିବାକୁ ହେବ । ତାଙ୍କର ଆହ୍ଵାନ ଶୁଣିବାକୁ ହେବ । ସ୍ଵାଧୀନତା ବାହାରେ ନାହିଁ । ଏହା ଆତ୍ମାରେ ପ୍ରତିଷ୍ଠିତ । ଆତ୍ମଶାସନହିଁ ଏହାର ସାଧନା । ତିତିକ୍ଷା ଏହାର ମୂଳମନ୍ତ୍ର । ଏଥୁରୁ ସ୍ପଷ୍ଟ ହୁଏ ଯେ ଗୋପବନ୍ଧୁଙ୍କ ସ୍ଵାଧୀନତାବୋଧ ଈଶ୍ଵରବୋଧ ସହିତ ଏକାତ୍ମ । ଏହି ଭାବ ଆସିଲେ ବ୍ୟକ୍ତି ସକଳ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ବୃହତ୍ତର ଦୃଷ୍ଟିକୋଣରୁ ଓ ସମଗ୍ରତା ଦୃଷ୍ଟିରୁ ମଣିଷକୁ ବିଚାର ଓ
୧୭୮

କରେ । ଏଠି ମଣିଷ ଅନ୍ୟାୟ ଓ ଅବିଚାରର ବିରୋଧ କରେ, ବିପ୍ଳବୀ ହୁଏ | ମାତ୍ର ତା’ର ମାର୍ଗ ହୋଇଯାଏ ସତ୍ୟ, ତ୍ୟାଗ ଓ ଅହିଂସା । ବନ୍ଦୀର ଆତ୍ମକଥା ଏହି ଆଦର୍ଶର ମର୍ମଲିପି । ବନ୍ଦୀର ଆତ୍ମକଥାରେ ନିମ୍ନୋକ୍ତ ଦୃଷ୍ଟିକୋଣ ପ୍ରକାଶିତ ।

(କ) ନିଜର କାରାଦଣ୍ଡରେ ଦେଶବାସୀ ବିବ୍ରତ ନହେବାକୁ ନିବେଦନ, ଭୀରୁତା ଓ କାପୁରୁଷତାକୁ ତ୍ୟାଗକରି ବୀର ପରି ସ୍ଵରାଜ୍ୟ-ସଂଗ୍ରାମରେ ଯୋଗ ଦେବାପାଇଁ ଆହ୍ବାନ । ନିଜକୁ ଦେଶ-ମାଟିରେ ମିଶାଇଦେବା ପାଇଁ ଆନ୍ତରିକ ଇଚ୍ଛା ।

(ଖ) ପୁଣ୍ୟ ଜନ୍ମମାଟିର ଉଦ୍ଧାର ପାଇଁ ବ୍ୟକ୍ତି ଜୀବନ ଦାନ କଲେ ତା’ର ଜୀବନ ହୁଏ ସଫଳ । ଉତ୍କଳ ଏହି ମହାଦୀକ୍ଷାକୁ ବୁଝିବା ପାଇଁ ନିବେଦନ । ଜାତୀୟ ମମତା ଓ ବିଶ୍ଵଜନ ପ୍ରୀତି—ଉତ୍କଳବାସୀର ନୀତି ହେବାଲାଗି ଗୋପବନ୍ଧୁଙ୍କର ବିନୀତ ଆହ୍ବାନ ।

(ଗ) ପ୍ରଜାମାନଙ୍କର ଦୁଃଖ, ଦୈନ୍ୟ ଓ ଅଶୁର ଚିତ୍ର ପ୍ରଦାନ ସହିତ ପ୍ରଜା ଲାଗି ରାଜ୍ୟ ଓ ଶାସନ ମତବାଦ ଉପରେ ଗୁରୁତ୍ବ ଆରୋପ । ସ୍ଵରାଜ୍ୟ ମିଳିଲେ ରାଜା ଓ ପ୍ରଜା, ଶାସକ ଓ ଶାସିତର ଭେଦ ରହିବ ନାହିଁ | ଏଥିପାଇଁ ସତ୍ୟ ଓ ଅହିଂସା ଅବଲମ୍ବନ କରିବା ଏବଂ ଅରଟ ଚଳାଇ ସୂତା କାଟିବା ଉପରେ ଗୁରୁତ୍ବ ଆରୋପ ।

(ଘ) ଭାରତବର୍ଷରେ ଉଚ୍ଛଳର ମହତ୍ତ୍ବ, ଧର୍ମ ପ୍ରଭାବରେ ଧର୍ମ ନାବର ଗତି, ଉତ୍କଳରେ ନେତାର ନିଷ୍ପ୍ରୟୋଜନ ଓ ସ୍ଵୟଂ ନାରାୟଣ ଉତ୍କଳର ନେତା, ଜଗନ୍ନାଥ ଓ ବଳଭଦ୍ରଙ୍କର ସୈନିକ ବେଶରେ ଯୁଦ୍ଧଯାତ୍ରା ଏବଂ ସ୍ଵରାଜ୍ୟ ପାଇଁ ସତ୍ୟ-ଶାନ୍ତି-ଅହିଂସା ପଥ ଅବଲମ୍ବନ ଇତ୍ୟାଦିର ବର୍ଣ୍ଣନା ।

(ଙ) ବନ୍ଦୀ ଭାବରେ ଥିବା ସମୟର ମାନସିକ ପ୍ରତିକ୍ରିୟା, ଜମିଦାର, ରାଜା ଓ ରାଜକର୍ମଚାରୀମାନଙ୍କର ଶୋଷଣ ଓ ଅତ୍ୟାଚାର, ଉତ୍କଳର ଗ୍ରାମାଞ୍ଚଳ ମାନଙ୍କର କରୁଣ ଚିତ୍ର, ଅସହଯୋଗ ଆନ୍ଦୋଳନରେ ଯୋଗଦେବା ପାଇଁ ନିବେଦନ, ଏକତା ରକ୍ଷା ଉପରେ ଗୁରୁତ୍ବ ଏବଂ ଭାରତବର୍ଷରେ ଯେଉଁଠି ଥିଲେ, ମଧ୍ୟ ପବିତ୍ର ନୀଳାଚଳ କ୍ଷେତ୍ରରେ ଅଛନ୍ତି ବୋଲି ବିବେଚନା ଇତ୍ୟାଦିର ରୂପାୟନ ।

(ଚ) ବନ୍ୟାଦୂର୍ଗତ ଅଞ୍ଚଳର କରୁଣ ଚିତ୍ର, କନିକା ଅତ୍ୟାଚାର, ସତ୍ୟ, ଓ ଧର୍ମ ପ୍ରତି ଅନୁରକ୍ତି ଓ ସ୍ୱରାଜ୍ୟ ପାଇଁ ଆହ୍ବାନ ବର୍ଣ୍ଣିତ ।

‘ବନ୍ଦୀର ଆତ୍ମକଥା’ରେ ଗୋପବନ୍ଧୁଙ୍କର ଉଦାତ୍ତ ଆହ୍ଵାନ——

“କାତରତା ସିନା କାପୁରୁଷପଣ
ବୀର ମାରେ ଅବା ମରେ କରି ରଣ ।
ପଛଘୁଞ୍ଚା ନାହିଁ ବୀରର ଜାତକେ ନମରେ ସେ କେବେ ପରାଣ
ଆତଙ୍କେ ।”

ସ୍ଵରାଜ୍ୟ ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଦେଇ ସେ କହିଛନ୍ତି—”‘ମିଶୁ ମୋର ଦେହ ଏ ଦେଶ ମାଟିରେ | ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼ | ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।” ଯିଏ ଦେଶ ଓ ଜାତିର ଉଦ୍ଧାର ପାଇଁ ଜୀବନ ଦାନ କରେ ତା’ର ଜୀବନ ହୁଏ ଧନ୍ୟ । ପରାଧୀନ ଭାରତବର୍ଷରେ ପ୍ରଜାମାନଙ୍କର ଦୁଃଖ କେହି ବୁଝୁନଥିଲେ । ଅଥଚ ପ୍ରଜାଲାଗି ରାଜ୍ୟ ଓ ଶାସନ । ଗୋପବନ୍ଧୁ ଯେଉଁ ସ୍ଵରାଜ୍ୟ ପରିକଳ୍ପନା କରିଥିଲେ, ସେଥିରେ ଶାସକ ଓ ଶାସିତ, ନେତା ଓ ନୀତ ସମସ୍ତେ ସମାନ । ସେ ସମାଜ ଏକ ଶୋଷଣମୁକ୍ତ ସମାଜ । ଉଚ୍ଚ-ନୀଚ ଭେଦଭାବ ଭୁଲି ସାମ୍ୟ ଓ ମୈତ୍ରୀ ଭାବରେ ଉଦ୍‌ବୁଦ୍ଧ ହେବାକୁ ଗୋପବନ୍ଧୁ ଦେଇଛନ୍ତି ପ୍ରେରଣା । ଭାରତବର୍ଷରେ ପୁଣ୍ୟଧାମ ଉତ୍କଳ । ଏଠି ନେତାର ପ୍ରୟୋଜନ ନାହିଁ । ସ୍ଵୟଂ ନାରାୟଣ ଉତ୍କଳର ନେତା । ଏଠି ‘‘ନ ଅଟକେ କର୍ମ ନେତାର ଅଭାବେ | ଧର୍ମ ନାବ ଚଳେ ଧର୍ମର ପ୍ରଭାବେ ।’’ ସ୍ଵୟଂ ଜଗନ୍ନାଥ ଓ ବଳଭଦ୍ର ଏକଦା ଉତ୍କଳର ମାନରକ୍ଷା କରିବାପାଇଁ ଧଳାଘୋଡ଼ା ଓ କଳାଘୋଡ଼ାରେ ଚଢ଼ି ଯୁଦ୍ଧକୁ ଯାଇଥିଲେ । ଏହା ଶିଳ୍ପୀର କଳ୍ପନା ନୁହେଁ । ଏହାର ଜୀବନ୍ତ ସାକ୍ଷୀ ମାଣିକପାଟଣା । ଗୋପବନ୍ଧୁ ଏ ପ୍ରସଙ୍ଗ ଅବତାରଣା କରି ଧର୍ମବଳ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

ଓଡ଼ିଶାର ଗ୍ରାମେ ଗ୍ରାମେ ନାନା ଦୁଃଖ ଓ ଯନ୍ତ୍ରଣା ସୃଷ୍ଟି ହୋଇଛି । ପ୍ରଜାମାନଙ୍କର ରକ୍ତକୁ ଶୋଷଣ କରୁଛନ୍ତି ରାଜା, ଜମିଦାର ଓ ରାଜକର୍ମଚାରୀଗଣ । ନୀଚସ୍ଵାର୍ଥ ଦ୍ଵାରା ସମସ୍ତେ ଉନ୍ମତ୍ତ । ଏକତା, ମୈତ୍ରୀ, ପ୍ରେମ ଓ ତ୍ୟାଗ ଦ୍ଵାରା ଗ୍ରାମର ମଙ୍ଗଳ ହେବ । ‘ଗ୍ରାମ ବିଚାରରେ ସକଳେ ସମାନ’— ଏହାହିଁ ଗୋପବନ୍ଧୁଙ୍କର ସରଳ ଗ୍ରାମବାସୀମାନଙ୍କୁ ପ୍ରେରଣା । କବି ମନ କରିଛନ୍ତି—

“‘ଜଗତ ସରସେ ଭାରତ କମଳ ତା’ ମଧ୍ୟ କେଶର ପୁଣ୍ୟ ନୀଳାଚଳ । ଥିଲେ ଯହିଁ ତହିଁ ଭାରତ ବକ୍ଷରେ ମଣିବି ମୁଁ ଅଛି ଆପଣା କକ୍ଷରେ । ମୋ ନେତ୍ରେ ଭାରତ ଶିଳା-ଶାଳଗ୍ରାମ ପ୍ରତି ସ୍ଵାନେ ମୋର ପ୍ରିୟ ପୁରୀ ଧାମ ।

ଭାରତର ପ୍ରତି ବୃକ୍ଷ କଳ୍ପବଟ ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ । ସାମ୍ୟ ସ୍ଵାଧୀନତା ପ୍ରେମ ସମୁଦା ୟ ନୀଳାଚଳ ଶୁଦ୍ଧ ଭାରତ-ହୃଦୟ । ଥିଲେ ଯହିଁ ତହିଁ ଭାରତ ଶୟଳେ ମଣିବି ମୁଁ ଅଛି ନୀଳଚକ୍ର ତଳେ ।”’

ଏହା କାବ୍ୟକ ଉଚ୍ଚାରଣ ମାତ୍ର ନୁହେଁ; କବି ଗୋପବନ୍ଧୁଙ୍କ ହୃଦୟର ଅନାବିଳ ବାଣୀ । ସର୍ବଧର୍ମ ସମନ୍ଵୟ, ସାମ୍ୟ, ମୈତ୍ରୀ, ସ୍ଵାଧୀନତା ଓ ମାନବ- ବନ୍ଦନା ହିଁ ‘ବନ୍ଦୀର ଆତ୍ମକଥା’ର ମଧୁମୟ ଉଦାତ୍ତ ବାଣୀ । ପରାଧୀନ ପରିପୀଡ଼ିତ ଭାରତବର୍ଷର ତଥା ଉତ୍କଳର କରୁଣ ଗାଥା ଏହି ପୁସ୍ତକର ଛତ୍ରେ ଛତ୍ରେ ଉଦ୍‌ଗୀତ । ସେହି ଦୟନୀୟ ସ୍ଥିତିରୁ ମୁକ୍ତି ପାଇଁ ସ୍ଵରାଜ୍ୟ ଏକାନ୍ତ ଆବଶ୍ୟକ । ଏହି ସ୍ଵରାଜ୍ୟ କେବଳ ରାଜନୀତିକ ପରିବର୍ତ୍ତନ ମାତ୍ର ନୁହେଁ ; ସମଗ୍ର ଜାତୀୟ-ଜୀବନର ସମ୍ପୂର୍ଣ ରୂପାନ୍ତର । ଆଧ୍ୟାତ୍ମିକ ଚେତନା ଭିତ୍ତିରେ ଏହି ରୂପାନ୍ତର ହେଲେ ସଂକୀର୍ଣ୍ଣତା ଓ ସ୍ଵାର୍ଥ ଲୋପ ପାଇବ । ଅଧ୍ୟାତ୍ମ ଉଦ୍ଦୀପିତ ମାନବବାଦର ହେବ ପ୍ରତିଷ୍ଠା । ଫଳରେ ମନୁଷ୍ୟର ଜୀବନ ‘ମିଥ୍ୟା ଭାଣ’ ଅଥବା ‘କୂଟନୀତି କୌଶଳପ୍ରଧାନ’ ବିବେଚିତ ହେବନାହିଁ । ଜୀବନ ହେବ ‘ସତ୍ୟ ଶୁଦ୍ଧ ସାରତତ୍ତ୍ବ’ ସମ୍ବଳିତ । ଜାତୀୟ ମମତା ରୂପାନ୍ତରିତ ହୋଇଯିବ ‘ବିଶ୍ଵଜନ ପ୍ରୀତି’ରେ । ଏହାହିଁ ‘ବନ୍ଦୀର ଆତ୍ମକଥା’ର କବି ଗୋପବନ୍ଧୁଙ୍କ ହୃଦୟର ଅଭିଳାଷ । ଏପରି ଏକ ଦୃଷ୍ଟିକୋଣ ଗୋପବନ୍ଧୁ ହିଁ ସର୍ବପ୍ରଥମେ ପକାଇଛନ୍ତି । ଗୋପବନ୍ଧୁଙ୍କର ଏହାହିଁ ଯଥାର୍ଥରେ ଏକ ସ୍ଵରାଜ-ସଂହିତା ଓ ମାନବିକତାର ମୁଗ୍‌ଧ ଗାୟତ୍ରୀ ।

 

 

 

ଖ’ ବିଭାଗ
———–

… ଲକ୍ଷ୍ୟ ହରା…….

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ରମ୍ୟକୁଞ୍ଜ ବନରେ ସାରସ୍ଵତ ର ମୂର୍ଚ୍ଚନା ଖେଳାଇ ନିଜ ଲେଖନୀ ମଧ୍ୟରେ ସମାଜ କୁ ଏକ ନୂତନ ଦିଗ ପ୍ରଦାନ କରିଛନ୍ତି କବୟିତ୍ରୀ ମମତା ଦାଶ। କବୟିତ୍ରୀ ନିଜ ଭାବନା କୁ ବାସ୍ତବତା ସହ ତାଳ ଖୁଆଇ ଏକ ସରଳ ଓ ନୂତନତ୍ବ ରେ ପରିପ୍ରକାଶ କରିବାରେ ମହାରଥ ହାସିଲ କରିଛନ୍ତି। ନିଜର ଭାବନା କୁ ଏକ ଜଟିଳ ଢଙ୍ଗରେ ସାଧାରଣ ଭାବେ ବିଶ୍ଳେଷଣ କରିବାର କଳା ରେ ନିପୂଣ କବୟିତ୍ରୀ।
ସଂପ୍ରତି କବିତା – ” ଅଜଣା ଅନ୍ୟ ଜଣେ ” କବିତାରେ କବୟିତ୍ରୀ ସାଧାରଣତଃ ଲୋକମାନେ ହଠାତ୍ କିପରି ନିଜର ଲକ୍ଷ୍ୟ ପଥକୁ ଫାଙ୍କି ଦେଇ ନିଜ ଅଜାଣତରେ ପଥହୀନ ହୋଇ ଉପଭୋଗ କୁ ଏକ ମାଧ୍ୟମ ରୂପେ ବାଛି ଦିଅନ୍ତି ଓ ଲକ୍ଷ୍ୟ ହାସଲ ନକରି ପାରିବାର ସେ ମୂଳ କାରଣ କୁ ଅଯଥାରେ ଖୋଜି ବୁଲନ୍ତି, ତାହାର ଅନନ୍ୟ ଉଦାହରଣ ଦେଇଛନ୍ତି। କବୟିତ୍ରୀ ମମତା ଦାଶ।
ଏବେ ଚାବି ହଳି ଯାଇଛି
ମୋ ବାଡ଼ି ପଟ ଦୁଆରର
ରାତି ଅଧର ନଈକୂଳକୁ
ଆଉ ଯାଇ ହେଉନାହିଁ ।
“””””””””””””

କବୟିତ୍ରୀ ନିଜର ଭାବନା ଦ୍ଵାରା ଏହା ଜାହିର କରିବାକୁ ଚାହିଁଛନ୍ତି ଯେ, ରାତି ଅଧର ସେ ସୁନ୍ଦର ନଦୀର ମନୋରମ ଦୃଶ୍ୟକୁ ଆଉ ସେ ଉପଭୋଗ କରି ପାରୁନାହାଁନ୍ତି ଏବଂ ସେ ନଈ କୂଳ କୁ ଯିବାର ବାଟ ଟି ଚାବି ହଜିଯିବା କାରଣରୁ ବନ୍ଦ୍ ହୋଇଯାଇଛି। ଅର୍ଥାତ୍ କବୟିତ୍ରୀ ଏହା କହିବାକୁ ଚାହିଁଛନ୍ତି ଯେ ଏକ ମାଧ୍ୟମ ଦ୍ଵାରା ସେ କରୁଥିବା ଏକ ନିତ୍ୟ ଆଦରଣୀୟ କାର୍ଯ୍ୟଟି ଯାହା ସବୁବେଳେ ସାଧିତ ହେଉଥିଲା,କୌଣସି କାରଣ ବଶତଃ ସେହି ମାଧ୍ୟମ ଟି ଅସ୍ପଷ୍ଟ ହୋଇଯାଇଛି। ଯାହାର କାରଣ ସେ ନିଜେ ଖୋଜିବାରେ ବ୍ୟସ୍ତ। ଏହି ପଦରେ କବୟିତ୍ରୀ ଏକ ବିଚଳିତ ମନୋଭାବ ପୋଷଣ କରିଛନ୍ତି।

“””””””””””””””””””
ସେ କିଏ ମୋର ଚାବି
ଲୁଚାଇ ଦେଇଛି କେଉଁଠି
ସହସ୍ର ଶିଶୁ ନର୍କଙ୍କୁ କିଏ ପଠାଇ
ଦେଲା କୁଆଡେ ଯେ ଚହଳ ଶୁଭୁନାହିଁ ?
ମୁଁ ଯେଉଁଠି ବାବି ଖୋଜୁଚି
ସେଇଠି ଲୁଚି କିଏ ଜଣେ ହସି ଦେଉଛି ।

ଉକ୍ତ ପଦଟିରେ କବୟିତ୍ରୀ ନିଜର ଭାବନା ଦ୍ଵାରା ଏହା ସ୍ପଷ୍ଟିକରଣ କରି କହିବାକୁ ଚାହିଁଛନ୍ତି ଯେ ଯେଉଁ କାରକ ହଜିଯାଇଛି ବୋଲି ସେ ଭାବୁଛନ୍ତି ହୁଏତ ତାହାକୁ ଖୋଜିବାରେ କୌଣସି ସୂତ୍ର ସେ ନିଜେ ପାଇ ପାରୁନାହାଁନ୍ତି। ଅଥବା ସେ କାରକର ଉପସ୍ଥିତି ଥାଇ ମଧ୍ୟ ସେ ଜାଣି ପାରୁନାହାଁନ୍ତି। ଏତକ କୁ କବୟିତ୍ରୀ ନିଖୁଣ ଭାବେ ପରବର୍ତୀ ପଦ ଦ୍ବୟ ସହ ସଂଶ୍ଳି୍ଷ୍ଟ କରାଇଛନ୍ତି। ଯେପରିକି –

ସତେ କି ମୋ ଅଗଣା ଏକ ବଣ ଅସଂଖ୍ୟ କନକଚମ୍ପା ଗଛ କିଏ ରୋପି ଦେଇଛି ପବନ ଥରି ଉଠୁଛି ବାସ୍ନାରେ ?

ନୀଳ ସୂତାରେ ନକ୍ଷତ୍ର ଛିଟ ଛପାଇ କିଏ ଏବେ ଶାଢୀ ବୁଣି ଦେଇଛି ମୋ ପାଇଁ, ଯେତେ ପିନ୍ଧିଲେବି ସରି ଯାଉନାହିଁ । ପେନ୍ଥା ପେନ୍ଥା ରଙ୍ଗଣୀ ଫୁଲ ଆପେ ମନ୍ଥି ହୋଇ ଯାଉଛନ୍ତି ମୋ ପାପୁଲିରେ, ପାଦ ଉପରେ, ମୁଁ ଶୋଇଲା ବେଳେ କିଏ କହୁଚି ଅସରନ୍ତି ଗପ, ଏକ ସ୍ଵର୍ଗପରୀର ଜୀବନ ଚରିତ ?

ହୁଏତ ଏ ଭାବନା ବ୍ୟକ୍ତ କରି କବୟିତ୍ରୀ ଏହା କହିବାକୁ ଚାହିଁଛନ୍ତି ଯେ, କାରକ ଅଥବା ମାଧ୍ୟମ ନହେଲେ ମଧ୍ୟ ଅନ୍ୟ କୌଣସି ଉତ୍ସରୁ କିଛି ଅନନ୍ୟ ଉପଲବ୍ଧି ଗୁଡ଼ିକ ମିଳୁଛି ଯାହାକି ତାଙ୍କୁ ପୂର୍ବ ଲକ୍ଷ୍ୟ ର ସଠିକ୍ ବିକଳ୍ପ ସାଧନ କରୁଛି। ସେ ଉତ୍ସ ଗୁଡ଼ିକ ତାଙ୍କୁ ଅସରନ୍ତି ଉପାଦାନ ଗୁଡ଼ିକ ଭେଟି ଦେଉଛନ୍ତି।
“”””'”””‘””””””””

ସେ ତାର ପରିଚୟ କହେନା ଦେଖା ଦିଏନି ମୋତେ ଥରେବି । ମୁଁ ଯଦି ଅଭିମାନରେ ତାଲା ଗାଙ୍ଗି ଦିଏ ଆଜି ରାତି ଅଧର ସେ ନଈ ସହ ମିଶିବା ବାହାନା କରିବି ଯଦି ସେ ଲୁଚିବା ଜାଗାରୁ ବାହାରି ଆସିବକି ?

ମୁଁ ପଚାରୁଛି “କିଏ, କିଏ” ପଚାରୁଚି “ ବାଡ଼ି ଦୁଆର ଚାବି କାହିଁ ମୋତେ ଯଦି ଖୋଜୁଥବ ରାତି ଅଧର ନଈ ?’ କିଏ ସେ ମୋ ପାଟି ବୁଳି ଦେଉଚି ମୃଦୁ ଚପେଟାଘାତ କରୁଚି ଗାଲରେ ।

ଏଇ ଯେ ଗହନ ମାୟାର ଦୀର୍ଘ ପଣତ ମୁଁ ବିଛାଇ ଦେଉଚି ଚାରିଆଡେ ସେ ଥରେ ବାହାରି ଆସୁ ନା ଆଗ ଆସିଲେ ଇ ସେ ନିଶ୍ଚୟ ଧରା ପଡିଯିବ ସେଥ‌ିରେ ।
ଏହି ଶେଷ କେଇ ପଦମାନ ମଧ୍ୟରେ କବୟିତ୍ରୀ ନିଜ ଲକ୍ଷ୍ୟ ପ୍ରତି ଆବେଗତା ଆଣି କହିବାକୁ ଚାହିଁଛନ୍ତି ଯେ , ଉପଭୋଗ୍ୟ ବସ୍ତୁ ତାଙ୍କୁ ତାଙ୍କ ଲକ୍ଷ୍ୟ ଠାରୁ ବିଚ୍ୟୁତ କରାଉଛନ୍ତି ଏବଂ ଯେବେବି ସେ ନିଜ ଲକ୍ଷ୍ୟ ପଥକୁ ହାସଲ କରିବାପାଇଁ ତତ୍ପର ହେଇଛନ୍ତି ତାହା ତାଙ୍କୁ ଆହୁରି ଉପଭୋଗ ରେ ମଜି ଯିବାକୁ ବାଧ୍ୟ କରୁଛି।
“”””””””””
ସର୍ବୋପରି ଏହି ଉଚ୍ଚକୋଟି ର କବିତା ମଧ୍ୟରେ କବି ଏହି ସନ୍ଦେଶ ଦେବାକୁ ଚାହିଁଛନ୍ତି ଯେ, ସାମୟିକ ମଣିଷ ନିଜ ଲକ୍ଷ୍ୟ ପଥରେ ଗଲାବେଳେ ଏମିତି ଅନେକ ବସ୍ତୁ ତାକୁ ଏଥିରୁ ଦିଗହୀନ କରାଇଦିଅନ୍ତି। ଯାହା ତାଙ୍କ ଜ୍ଞାତରେ ଥାଇ ମଧ୍ୟ ଲୋକ ଜାଣିପାରନ୍ତି ନାହିଁ। ସର୍ବୋପରି ଏହା ଏକ ପ୍ରେରଣାଦାୟୀ ମାର୍ମିକ ତତ୍ତ୍ଵ ରହିତ ସୁନ୍ଦର ଓ ପାଠକୀୟ ଆଦୃତ ଲାଭ କରିଥିବା କବିତା। ଯାହା ଆଗାମୀ ଦିନମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୃଷ୍ଟି।

ସୌମ୍ୟରଂଜନ ମହାନ୍ତି
ଜଗତସିଂହପୁର

Loading

One thought on “*ସମୀକ୍ଷାତ୍ମକ ଆଲେଖ୍ୟ-ସୌମ୍ୟରଞ୍ଜନ ମହାନ୍ତି*

Leave a Reply

Your email address will not be published. Required fields are marked *