ଶୀତ ଆସିଛି
ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
*********$$$***********
ପଲ୍ଲୀବଧୂ ର ଧୀର ଚାଲି ପରି
ଶୀତ ଆସିଛି ହେଇ ଥିରି ଥିରି
କଅଁଳ ସୂରୁଜ ହାତ କୁ ଧରି….
ପାହାଡ଼ ସେପାଖୁ ହସେ କିରିକିରି.. !
କୁହୁଡିଆ କାନି ମଥାରେ ଦେଇ
କାକର ଟୋପା ର ଟିକିଲି ନାଇ
ମଥା ନତ କରି ଶୀତ ଆସିଛି….
ଘାସ ଗାଲିଚା ରେ ତା ପାଦ ଥୋଇ..
ସଞ୍ଜ ନ ହେଉଣୁ ରାତି ହେଲାଣି
ତାରା ଫୁଲ ସବୁ ହସି ଉଠି ଲେଣି
ଶୀତଳ ସମୀର ସାଥିରେ ନେଇ..
ଧୀରେ ଧୀରେ ଶୀତ ଆସି ଗଲାଣି.
ଭଙ୍ଗା ହୃଦୟ କୁ ଯୋଡି ଦେବାକୁ
ଅଭିମାନୀ ଶରତ ର ମାନ ଭାଙ୍ଗିବାକୁ
ଚୁନା ଚୁନା ସ୍ବପ୍ନ ପୁରା କରିବାକୁ…
ଶୀତ ଆସିଛି ଏ ମନ ଅଗଣା କୁ… !
*********$$$$$******-
ମାଲକାନଗିରି
it’s a little heavy which is a great thing because it’s real.