April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସାଧାରଣ ବ୍ୟକ୍ତି ର ଅସାଧାରଣ କୃତିତ୍ୱ – ସୁଶ୍ରୀ ଶୁଭସ୍ମିତା ମହାନ୍ତି

 ସାଧାରଣ ବ୍ୟକ୍ତି ର ଅସାଧାରଣ କୃତିତ୍ୱ

 

 

ସମୟ ପ୍ରାୟ ଦଶ ହେବ। ଦେବେନ୍ଦ୍ର ବାବୁ ବୈଠକ ଘରେ ବସି ଖବର କାଗଜ ପଢ଼ୁଥାନ୍ତି। ହଠାତ୍ ବାହାରେ ସାଇକେଲ ର ଘଣ୍ଟି ବାଜିବା ଶବ୍ଦ ହେଲା। ଏବଂ କେହି ଜଣେ ଚିଠି ଆସିଛି କହି ଡାକିଲେ। ଦେବେନ୍ଦ୍ର ବାବୁ ଖବର କାଗଜ କୁ ରଖି ଚିଠି ଆଣିବା ପାଇଁ ବାହାରକୁ ଚାଲିଗଲେ। ଡାକବାଲା କହିଲେ ଯେ, ” ମାଧବ ରାଉତ କିଏ? ତାଙ୍କରି ନାଁ ରେ ଚିଠି ଆସିଛି”। ଦେବେନ୍ଦ୍ର ବାବୁ କହିଲେ ,” ଆଛା ଠିକ୍ ଅଛି, ସିଏ ଘରେ ନାହିଁ ମୋତେ ଚିଠି ଟି ଦିଅନ୍ତୁ।” ଡାକବାଲା ଟି ଦସ୍ତଖତ କରାଇ ଚିଠି ଦେଇ ଚାଲିଗଲେ। ଦେବେନ୍ଦ୍ର ବାବୁ ଚିଠି କୁ ଖୋଲିବାକୁ ଯାଆନ୍ତେ, ପତ୍ନୀ ରୀତା ଦେବୀ ରୋଷେଇ ଘରୁ ବାହାରି ଆସି ପଚାରିଲେ, ” କିଏ ଆସିଥିଲେ କି ? ” ଦେବେନ୍ଦ୍ର ବାବୁ ଉତ୍ତର ରଖିଲେ ,” ଆମ ମାଧବ ନାଁ ରେ ଚିଠି ଟି ଆସିଛି। ହେଲେ ଚିଠି ଟି ଦେଇଛନ୍ତି କିଏ ? ଆଛା ରୁହ ମୁଁ ଦେଖିକି କହୁଛି। ଚିଠି ଟି ପଢ଼ିବାକୁ ଆରମ୍ଭ କଲେ ,

*ପ୍ରିୟ ମାଧବ,*

*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*

ଇତି…..

ଶ୍ରୀଯୁକ୍ତ ରତିକାନ୍ତ ମିଶ୍ର।

ଦେବେନ୍ଦ୍ର ବାବୁ ଚିଠି କୁ ପଢ଼ି ସାରିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ଚିଠି କୁ ଥୋଇ ଦେଇ ସୋଫା ଉପରେ ବସି ପଡ଼ିଲେ। ରାଗିକି କହିଲେ ଏତେ ଟଙ୍କା ଖର୍ଚ୍ଚ କରୁଛି ପୁଅ ମୋର ଡାକ୍ତର ହେବ କିନ୍ତୁ ପଢ଼ା ଶେଷ ନକରି ସେ ଦେଶ ସେବା କରୁଛି। ଆସୁ ଆଜି ସିଏ, ମୁଁ ତା କଥା ବୁଝିବି। ରୀତା ଦେବୀ ସ୍ୱାମୀ ଙ୍କୁ ସାନ୍ତ୍ଵନା ଦେଇ କହିଲେ,” ଦୟାକରି ଛୁଆ ଟା ଉପରେ ରାଗନି, ସେ ଯାହା କରୁଛି ତା’କୁ କରିବାକୁ ଦିଅ। ଆମେ ତା’ ଉପରେ ଜବରଦସ୍ତ କିଛି ଲଦି ଦେଲେ ସେ ହଇରାଣ ହେଇଯିବ। ଠିକ୍ ଏହି ସମୟରେ ମାଧବ ଘରେ ପହଞ୍ଚିଲେ। ଏବଂ ବାପା ଙ୍କ ର ରାଗିବା ର କାରଣ ମାଆ ଙ୍କୁ ପଚାରିଛନ୍ତି। ମାଧବ ହାତକୁ ଦେବେନ୍ଦ୍ର ବାବୁ ସେହି ଚିଠି କୁ ବଢେ଼ଇ ଦେଲେ। ଚିଠି ଟି ପଢ଼ିବା ସାରିବା ପରେ ମାଧବ ଙ୍କ ମୁହଁ ରେ ହସ ଫୁଟିଲା ପରି ଦେଖାଗଲା। ଶ୍ରୀଯୁକ୍ତ ମିଶ୍ର ତାକୁ ଚିଠି ଲେଖିଛନ୍ତି ! ଯିଏ କି ବିଦ୍ୟାଳୟ ରେ ବତ୍କୃତା ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସବୁ ପ୍ରତିଯୋଗିତା ରେ ତାକୁ ସାହାଯ୍ୟ କରୁଥିଲେ। ହେଲେ ବିଦ୍ୟାଳୟ ରୁ ପାଠ ପଢ଼ା ସରିଯିବା ପରେ ସାର୍ ଙ୍କ ସହ ଦେଖା ହୋଇ ପାରୁନଥିଲା। ସେ ନିଜ ଅଞ୍ଚଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସାର୍ କିପରି ଜାଣିଲେ ? ଇତ୍ୟାଦି ପ୍ରଶ୍ନ ମାନ ମନକୁ ଆସୁଥାଏ।

ଠିକ୍ ଏହି ସମୟରେ ମାଧବ ଙ୍କ ର ଦୁଇଜଣ ସାଙ୍ଗ ପହଞ୍ଚିଗଲେ। ଯଥାଶୀଘ୍ର ବାହାର କୁ ଯିବା ପାଇଁ କହିଲେ। ଦେବେନ୍ଦ୍ର ବାବୁ ଏଥର ଆଉ ଚୁପ୍ ନ ରହି ରାଗିକି କହିବା କୁ ଲାଗିଲେ,” ଆଜି ଠାରୁ ସେ ଆଉ କୁଆଡ଼େ ଯିବନି। ଘରେ ରହି ପାଠ ପଢ଼ିବ। କଲେଜ୍ ର ଖର୍ଚ୍ଚ ନା ରେ ତୁ ଟଙ୍କା ନେଉଛୁ ,ଆଉ ଲୋକ ଙ୍କ ପାଇଁ କାମ କରୁଛୁ ? ମୁଁ କ’ଣ ଏଥିପାଇଁ ରୋଜଗାର କରୁଥିଲି ? ଏବେ ଆଉ ମୁଁ କିଛି ଶୁଣିବିନି। ” ମାଧବ ବାପା ଙ୍କ କଥା ଶୁଣି ବାପା ଙ୍କ ଗୋଡ଼ ପାଖରେ ବସି ଆଖି ଛଳଛଳ କରି କହିଲେ,” ବାପା ମୁଁ ଲୋକ ମାନଙ୍କ ର ସେବା କରିବା କୁ ଚାହେଁ। ଆଜି ଯେଉଁ ଗରିବ ଲୋକ ଖାଦ୍ୟ ମୁଠାଏ ପାଇଁ କେତେ କଷ୍ଟ ସହ୍ୟ କରୁଛନ୍ତି , ଅନେକ ନାରୀ ନିର୍ଯ୍ୟାତନାର ଶୀକାର ହେଉଛନ୍ତି, ଅଶିକ୍ଷିତ ବ୍ୟକ୍ତି ଙ୍କ ଠାରୁ ଠକେଇ ରେ ସେମାନଙ୍କ ର ସର୍ବସ୍ବ ଲୁଟି ନେଇଛନ୍ତି ଏ ସବୁ ଦେଖି ମୁଁ ସହ୍ୟ କରିପାରୁନି ବାପା। ଆମ ଅଞ୍ଚଳ କୁ ଏହି ସବୁରୁ ମୁଁ ମୁକ୍ତ କରିବା କୁ ଚାହେଁ ବାପା। ଦୟାକରି ମୋତେ ବାଧା ଦିଅନ୍ତୁ ନାହିଁ। ମୁଁ ଯଦି ଆପଣ ଙ୍କ କଥା ମାନି ଡାକ୍ତରି ପାଠ ପଢ଼େ, ତେବେ ଆପଣଙ୍କ ର ଇଛା ପୂରଣ ହେବ କିନ୍ତୁ ଆମ ଅଞ୍ଚଳ ରେ ଥିବା ଏହି ନୀରିହ ମଣିଷ ମାନଙ୍କ ର କ’ଣ ହେବ ବାପା? ଏକଥା କ’ଣ ଆପଣ କେବେ ଭାବିଛନ୍ତି ? ବାପା ମୁଁ ଆପଣଙ୍କ ଗୋଡ଼ ଧରୁଛି ମୋତେ ଆପଣ ଏଥିରେ ବାଧା ଦିଅନ୍ତୁ ନାହିଁ।

ଦେବେନ୍ଦ୍ର ବାବୁ ବସିବା ଯାଗା ରୁ ଉଠି ଚାଲିଗଲେ। ରୀତା ଦେବୀ ମାଧବ ଙ୍କୁ ସାନ୍ତ୍ଵନା ଦେଇ କହିଲେ,” ବାବୁରେ ତୁ ଯାଆ ମୁଁ ବାପା ଙ୍କୁ ବୁଝେଇବି। ” ମାଧବ ଆଖିରୁ ଲୁହ ପୋଛି ମାଁ ଙ୍କୁ ପ୍ରଣାମ କରି ସାଙ୍ଗ ମାନଙ୍କ ସହିତ ଚାଲିଗଲେ। ହେଲେ ଶ୍ରୀଯୁକ୍ତ ମିଶ୍ର ଙ୍କ କଥା ସେ ଭାବୁଥାନ୍ତି। ଶ୍ରୀଯୁକ୍ତ ମିଶ୍ର କ’ଣ ଜାଣିଥିଲେ ଯେ ମୁଁ ମୋର ଅଞ୍ଚଳ ପାଇଁ କିଛି କାର୍ଯ୍ୟ କରିବି ବୋଲି। ଆଛା ହେଉ ମୁଁ ଶ୍ରୀଯୁକ୍ତ ମିଶ୍ର ଙ୍କ ଠିକଣା ରେ ଯାଇ ତାଙ୍କୁ ଦେଖାକରିବି। (ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଥାଏ। ଭଲ ରେ କଥା କହି ପାରୁନଥିବା ଛୁଆ ମାନେ ଇଂରାଜୀ ରେ କଥା ହେଉଥିଲେ। ସେହି ଅଞ୍ଚଳରେ କେହି ବି ଆଉ ଅଶିକ୍ଷିତ ନଥିଲେ। ସେହି ଅଞ୍ଚଳ ରେ ଥିବା ଗୋଟିଏ ସରକାରୀ ବିଦ୍ୟାଳୟ ରେ ସେ ବିନା ମୂଲ୍ୟରେ ସକାଳେ ଛୁଆ ଏବଂ ସନ୍ଧ୍ୟା ରେ ବଡ଼ ଲୋକ ଙ୍କୁ ଶିକ୍ଷା ଦାନ କରୁଥାଆନ୍ତି। ସଭିଏଁ ରୋଜଗାର କରିବା ର ପନ୍ଥା ମଧ୍ୟ ପାଇସାରିଥାଆନ୍ତି । ବହୁତ କମ୍ ଦିନରେ ସେହି ଅଞ୍ଚଳ ର ନାଁ ଚାରିଆଡ଼େ ପ୍ରଘଟ ହୋଇଗଲା। ସମସ୍ତେ ସବୁଥିରେ କୃତିତ୍ୱ ହାସଲ କରୁଥିଲେ। ସବୁଦିନ ସୂର୍ଯ୍ୟ ଉଦୟ ହେବା ଆଗରୁ ଘରୁ ବାହାରି ଯାଆନ୍ତି ଏବଂ ରାତିରେ ଘରକୁ ଫେରି ନିଜର ପାଠ ପଢ଼ୁଥାଆନ୍ତି। ଏହି ସବୁ ଦେଖି ଦେବେନ୍ଦ୍ର ବାବୁ ସହଜରେ ହଜମ କରିପାରୁ ନଥାନ୍ତି।)

ମାଧବ ଯେଉଁ ବିଦ୍ୟାଳୟ ରେ ଛୁଆ ଙ୍କୁ ପଢ଼ଉଥିଲେ , ସେହି ବିଦ୍ୟାଳୟର ବାର୍ଷିକ ଉତ୍ସବ ନିମନ୍ତେ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରିବା ପାଇଁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଛା ପ୍ରକାଶ କରିଲେ। ଯେହେତୁ ଏହି ଅଞ୍ଚଳ ର ନାମ ଧିରେଧିରେ ପ୍ରଘଟ ହେଉଥାଏ , ଜିଲ୍ଲାପାଳ ମଧ୍ୟ ଏହି ଅଞ୍ଚଳ ବିଷୟରେ ଜାଣିବା ପାଇଁ ଇଛା ପ୍ରକାଶ କରି ନିମନ୍ତ୍ରଣ ରକ୍ଷା କରି ଅତିଥି ଭାବରେ ଯୋଗ ଦେଲେ। ଅଞ୍ଚଳ ର ପରିଷ୍କାର ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ଶିକ୍ଷିତ ଆବାଳବୃଦ୍ଧବନିତା ଙ୍କ ସହ ମିଶି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ମନେମନେ ଭାବିଲେ “ସହର ଠାରୁ ଦୂରରେ ରହି ମଧ୍ୟ ଏହି ଅଞ୍ଚଳ ଯେ ଏତେ ବିକାଶ ଲାଭ କରିଛି ମୁଁ ବିଶ୍ୱାସ ବି କରିପାରୁନି।” ସେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ଏହା ବିଷୟରେ ବୁଝିବାକୁ ଚାହିଁଲେ। ପ୍ରଧାନ ଶିକ୍ଷକ କହିଲେ,” ଏ ସବୁ ମାଧବ ଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି। ଦିନେ ଏହି ବିଦ୍ୟାଳୟ କୁ କେହି ଆସୁନଥିଲେ , କିନ୍ତୁ ଆଜି ସମସ୍ତେ ସ୍ୱାକ୍ଷର। ସମସ୍ତ ଲୋକ ଙ୍କ ସହାୟତା ରେ ମାଧବ ଆଜି ଏହି ଅଞ୍ଚଳ କୁ ବହୁତ ସୁନାମ ଆଣିଦେଇଛନ୍ତି। ଏହି ସବୁ ଶୁଣିବା ପରେ ଜିଲ୍ଲାପାଳ ଖୁସି ହୋଇ ସେହି ଅଞ୍ଚଳ ର ଆହୁରି ବିକାଶ ପାଇଁ ସହଯୋଗ ରାଶି ଦେଇ ଚାଲିଗଲେ।

କିଛି ଦିନ ଯିବା ପରେ ଜିଲ୍ଲାପାଳ ଙ୍କ ଅଫିସ ରୁ ସେହି ଜିଲ୍ଲା ର ସମସ୍ତ ବିଦ୍ୟାଳୟ କୁ ଗୋଟିଏ ଚିଠି ଟି ପଠାଗଲା। ଯେଉଁଥିରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ନିମନ୍ତେ ସବୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଛାତ୍ର ଛାତ୍ରୀ ଙ୍କୁ ପ୍ରସ୍ତୁତ କରିବେ ବୋଲି ଲେଖାଯାଇଥିଲା। ଇତି ମଧ୍ୟରେ ଉପଯୁକ୍ତ ସମୟ ଆସିଗଲା। ଯେହେତୁ ଏହା ଜିଲ୍ଲା ସ୍ତରୀୟ ହୋଇଥିଲା ତେଣୁ ସେଥିରେ ପ୍ରାୟ ୨୦ ରୁ ଅଧିକ ବିଦ୍ୟାଳୟ ସେଥିରେ ଭାଗ ନେଇଥିଲେ। ସୈାଭାଗ୍ୟ ବଶତଃ ମାଧବ ପଢ଼ାଉଥିବା ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଲା। ପିଲାଙ୍କ ସମେତ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଫଳତା ର ସବୁ ଶ୍ରେୟ ମାଧବ ଙ୍କୁ ଦେଲେ। ଏବଂ ପିଲା ଙ୍କ ସହିତ ମାଧବ ଜିଲ୍ଲାପାଳ ଙ୍କ ହାତରୁ ପୁରସ୍କାର ପାଇଲେ। ବହୁତ କମ୍ ସମୟରେ ଆଗ ଅପେକ୍ଷା ଆହୁରି ପ୍ରଶଂସା ସାଉଁଟି ନେଲେ ମାଧବ।

ଗୋଟିଏ ଦିନ ଦେବେନ୍ଦ୍ର ବାବୁ ଖବର କାଗଜ ପଢ଼ୁଥାନ୍ତି । ଖବର କାଗଜ ର ପ୍ରାରମ୍ଭରେ ମାଧବ ଙ୍କ ଫଟୋ ସହିତ ଉପରେ ବଡ଼ ବଡ଼ ଅକ୍ଷର ରେ ଲେଖାଥିଲା,” ସାଧାରଣ ବ୍ୟକ୍ତି ର ଅସାଧାରଣ କୃତିତ୍ୱ”। ତଳେ ଲେଖାଥିଲା ,” ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ଏବଂ ଶ୍ରୀମତୀ ରୀତା ରାଣୀ ରାଉତ ଙ୍କ ସୁଯୋଗ୍ୟ ସନ୍ତାନ ମାଧବ ରାଉତ ଅତି କମ୍ ବୟସରୁ ଦେଶ ପ୍ରେମ କୁ ନିଜର ବ୍ରତ କରି ନିଜ ଅଞ୍ଚଳ କୁ ଆଜି ବିକଶିତ କରିବା ରେ ସଫଳ ହୋଇଛନ୍ତି। ପଢ଼ାରେ, ଖେଳରେ ଏବଂ ସବୁ କ୍ଷେତ୍ରରେ ଆଜି ର ଦିନ ରେ ତାଙ୍କ ଅଞ୍ଚଳ ବହୁତ ଆଗରେ ଅଛି। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ପୁରସ୍କୃତ କରାଯିବା ନିମନ୍ତେ ତାଙ୍କୁ ଚୟନ କରାଯାଇଛି। ଏହି ସବୁ ଦେଖି ଦେବେନ୍ଦ୍ର ବାବୁ ଙ୍କର ସମସ୍ତ ରାଗ କମିଯାଇଥିଲା। ମାଧବ ଶ୍ରୀଯୁକ୍ତ ମିଶ୍ର ଙ୍କ ଠିକଣା ରେ ପହଞ୍ଚି ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଉଥାନ୍ତି। ଏବଂ ନିଜର ପ୍ରେରଣା କୁ ପାଖରେ ପାଇ ନିଜକୁ ଗର୍ବିତ ଅନୁଭବ କରୁଥାଆନ୍ତି। ଆଉ ଏପଟେ ମାଧବ ଙ୍କ ଅଞ୍ଚଳ ରେ ମାଧବ ଙ୍କ ଫଟୋ ସହିତ ତାଙ୍କ ର କୃତିତ୍ୱ ବିଷୟରେ ଲେଖା ହୋଇ ଛକ,ଗଳି ଏବଂ ସହର ସାରା ବ୍ୟାନର ଲଗାଯାଉଥାଏ।

 

 

ସୁଶ୍ରୀ ଶୁଭସ୍ମିତା ମହାନ୍ତି

ନବରଙ୍ଗପୁର

Loading

Leave a Reply

Your email address will not be published. Required fields are marked *