ଗଭୀର ସ୍ନେହ
କାରଗିଲ ଯୁଦ୍ଧ ସମୟର କଥା । ମାଧବ ଭାରତୀୟ ସେନାରେ ନିଯୁକ୍ତି ହୋଇ ଗତ ପାଞ୍ଚ ବର୍ଷ ହେଲାଣି ଘରକୁ ଥରେ ମଧ୍ୟ ଆସିନି । ଭାବୁଥିଲା କିଛିଦିନ ଛୁଟି ନେଇ ଘରକୁ ଯିବ । ପରିବାର, ସାହି ପଡିଶା, ବନ୍ଧୁ ବାନ୍ଧବୀ ଙ୍କୁ ଦେଖା କରିବ , କିନ୍ତୁ ଛୁଟି ମିଳି ପାରିନି । କାହିଁକି ନା ଦୁଇ ଦେଶ ମଧ୍ୟରେ ଲାଗି ରହିଥାଏ ଘମାଘୋଟ ଲଢେଇ । ଏପଟେ ସେନା ମୁଖ୍ୟଙ୍କ ପାଖରୁ ଚିଠି ଆସିଛି ଯେ ମାଧବକୁ ଦୁଇ ଦେଶର ସୀମାରେ ରହି ଶତ୍ରୁଙ୍କ ଉପରେ ନଜର ରଖିବାକୁ । ମାଧବ ପାକିସ୍ତାନ ଓ ଭାରତ ସୀମାରେ (Radcliffe (ରେଡ୍ କଲିଫ୍) ଭାରତ ମାଆ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗେଇ ବାହ୍ୟ ଶତ୍ରୁ ପ୍ରତି ସଜାଗ ରହିଛି ।
ମାଧବର ପରିବାର କହିଲେ ତା ମାଆ ଓ ଏକମାତ୍ର ଅଲିଅଳୀ ଭଉଣୀ ମାଧବୀ । ମାଆ ତ ରୋଗଗ୍ରସ୍ତ ହୋଇ ଜୀବନର ଅନ୍ତିମ ପର୍ଯ୍ୟାୟରେ ରହି ମରଣ ସହ ସଂଘର୍ଷ କରୁଛି । ବିଜୟ ଏ ଖବର ପାଇନି । ଯେତେ ଚେଷ୍ଟା କଲେ ମଧ୍ୟ ଦୂରଭାଷର ଅସୁବିଧା ଯୋଗୁଁ ବାର୍ତ୍ତାଳାପ ହୋଇ ପାରିନି । ମାଧବୀ ବହୁତ ଚିନ୍ତିତ । ମନେ ମନେ ଭାବେ ଭାଇ ଆମ ପାଖେ ଥିଲେ ହୁଏତ ଏ ଅସୁବିଧାରୁ ଟିକିଏ ବଞ୍ଚିଯାଇ ଥାନ୍ତି । ହେଲେ କ’ଣ କରିବି । ଏ ତ ବିଧିର ବିଧାନ।
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ତେଣୁ କରି ସବୁ ଧର୍ମାବଲମ୍ବୀ ମାନେ ରହିବାର ସୁଯୋଗ ପାଆନ୍ତି । କିନ୍ତୁ ଅଧିକାଂଶ ଲୋକ ସନାତନ(ହିନ୍ଦୁ) ଧର୍ମରେ ଦୀକ୍ଷିତ। ହିନ୍ଦୁ ଧର୍ମରେ ବହୁ ଦେବା ଦେବୀଙ୍କୁ ପୂଜନ କରିବା ସହ ଅନେକ ପର୍ବପର୍ବାଣୀ ଓ ଓଷା ବ୍ରତ ପାଳନ କରାଯାଏ । ଭାଇ ଓ ଭଉଣୀଙ୍କ ପବିତ୍ର, ସ୍ନେହ ପ୍ରେମର ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମାର ଆଗମନ ହୁଏ । ଏହି ପର୍ବ ଭାଇ ଭଉଣୀ ମାନଙ୍କ ପାଇଁ ସୁବର୍ଣ୍ଣ ଦିନଟିଏ । ଯେତେ ରାଗ,ରୁଷା, ଅଭିମାନ ଥାଉ ନା କାହିଁକି ଏହି ଦିନେ ସବୁ ଭୁଲି ଯାଆନ୍ତି । ପ୍ରତି ବର୍ଷ ମାଧବୀ ଘର କାନ୍ଥରେ ଟଙ୍ଗା ହୋଇଥିବା ଫଟୋରେ ରାକ୍ଷୀ ବାନ୍ଧିଥାଏ, କିନ୍ତୁ ହଠାତ୍ ଭାବିଛି ଏବର୍ଷ ଗୋଟିଏ ଚିଠି ଲେଖି ତା ସହ ରାକ୍ଷୀଟିଏ ପଠେଇବ । ମାଧବୀ ପ୍ରଥମ ଥର ପାଇଁ ଭାଇ ପାଖକୁ ଚିଠି ପଠଉଛି ତ ତାପାଇଁ ସବୁକିଛି ନୂଆ ନୂଆ ଲାଗୁଛି ।
ମାଧବୀ ଚିଠିଟିଏ ଲେଖିଲା ତା ସହ କିଛି ମିଠା ଓ ପବିତ୍ର ରାକ୍ଷୀ ପଇଠ କଲା ।
ଭାଇ……..
*ପ୍ରିୟ ମାଧବ,*
*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ । ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*
*ଇତି* …..
ତୁମର ପ୍ରିୟ ଗେଲି ଭଉଣୀ
ମାଧବୀ
ଭାଇ ମାଧବ ପାଇଁ ଭଉଣୀର ଏପରି ଗଭୀର ସ୍ନେହ, ଭଲପାଇବା ଥିଲା ଯେ ଭାଇର ଫଟୋରେ ରାକ୍ଷୀ ବାନ୍ଧୁଥିଲା ।ଆଜି ଯେତେ ଦୂରେ ଥିଲେ ମଧ୍ୟ ତା ପାଇଁ ଚିଠି ଟିଏ ପ୍ରେରଣ କରିଛି । ଅମାପ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଭରି ରହିଥିଲା ମାଧବୀର ଚିଠିରେ । କିଛି ଦିନ ପରେ ଏହି ଚିଠିର ପ୍ରତିଉତ୍ତର ପାଇଛି । ମାଧବୀ ବହୁତ ଖୁସି ହେଲା ।
ଦେବାଶିଷ ଗୌଡ
ନବରଙ୍ଗପୁର