April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ତ୍ୟାଗ – ଶୁଭଲକ୍ଷ୍ମୀ ବେହେରା

ତ୍ୟାଗ

 

ଘଟଣା ହେଉଛି ସେଇ ଇଂରେଜୀ ଶାସନ କାଳ ର। ସେତେବେଳେ ଗୋରା ସାହେବ ମାନଙ୍କ ନାନା ଅତ୍ୟାଚାର ର ଶିକାର ହେଉଥିଲେ ସମଗ୍ର ଭାରତ ବାସି। ଆମ ମୁଲକ ରେ ରହି ଆମରି ଖାଦ୍ୟ ଖାଇ ସେମାନେ ଆମରି ଉପରେ ହିଁ ଦାଉ ସାଧୁ ଥିଲେ। ନାନା ଅକଥନୀୟ ନିର୍ଯାତନା ଅତ୍ୟାଚାର ଆଦି ଦେଉଥିଲେ। କିଏ ଏହା ବିରୋଧ ରେ ସ୍ୱର ଉତ୍ତୋଳନ କଲେ ତାକୁ ମିଳୁଥିଲା ଦଣ୍ଡ ସିଏ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ମୃତ୍ୟୁ ବି ଥରିବ ଏଇ ଦଣ୍ଡ ସବୁ କୁ ମନେ ପକେଇଲେ। ସମସ୍ତେ ଭାରି ଦୁଃଖ କଷ୍ଟ କୁ ଛାତି ରେ ରଖି କାଳାତିପାତ କରୁଥାନ୍ତି। ଅନ୍ୟାୟ ବିରୋଧ ରେ ଲଢେଇ ପାଇଁ କେହି ଆଗକୁ ଆସୁ ନଥାନ୍ତି।

 

ହଠାତ୍ ରାମପୁର ନାମକ ଏକ କ୍ଷୁଦ୍ର ଗ୍ରାମ ରୁ ଗୁଞ୍ଜରିତ ହେଲା ସ୍ଵାଧୀନତା ର ପ୍ରଥମ ସ୍ୱର। କେହି ଆଶା କରି ନଥିଲେ ଯେ ଏପରି ଏକ କ୍ଷୁଦ୍ର ମୂଲକ ଯାହା ନାଁ ଭୂଗୋଳ ପୋଥି କେଉଁଥିରେ ବି ନାହିଁ ସେଠୁ ପୁଣି କିଏ ଏପରି ବୀର ବାହାରିଲା ଯେ ସିଏ ଏ ଶ୍ୱେତାଙ୍ଗ ମାନଙ୍କ ବିରୋଧ ରେ ସ୍ୱର ଉତ୍ତୋଳନ କଲା! ସଭିଏଁ ସଙ୍କୋଚ ମଧ୍ୟରେ ଥାଆନ୍ତି।ଇଂରେଜ ସରକାର ରାମପୁର ଗ୍ରାମ ର ଘଟଣା କୁ ଖବର ପାଇ ସେଇ ଅଞ୍ଚଳ ଉପରେ ବାରମ୍ବାର ଆକ୍ରମଣ କରୁଥାନ୍ତି। ହେଲେ କେଜାଣି କିଏ ସେ ବୀର ଯିଏ ଇଂରେଜ ସରକାରଙ୍କ ଧମକ କୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ବୀରତ୍ୱର ସହିତ ସେମାନଙ୍କ ସହ ଛାତି ଫୁଲେଇ ଲଢି ଆସୁଥାଏ। ଗୋଟିଏ ଇଂରେଜ ବି ସେଇ ମୁଲକ ରୁ ଜୀବନ ନେଇ ଫେରିବାର କେହି ଦେଖିନି କି ଶୁଣିନି।

 

ରାମପୁର ଗ୍ରାମ ଟି ଖୋର୍ଦ୍ଧା ରାଜା ଙ୍କ ଅଧୀନ ରେ ଯାଏ। ରାଜା ଙ୍କ କାନରେ ଏହି ବାର୍ତ୍ତା ପହଞ୍ଚିବାକୁ ଆଉ ବେଶୀ ସମୟ ଲାଗିଲା ନାହିଁ। ବିଜୁଳି ବେଗରେ ଏହି ଖବର ପ୍ରଚାରିତ ହୋଇଗଲା ରାଜମହଲ ର ସମସ୍ତ ମନ୍ତ୍ରୀ ସୈନ୍ୟ ଙ୍କ ମଧ୍ୟରେ। ରାଜା ଶୁଣି ଭାରି ଉତ୍କଣ୍ଠିତ ହୋଇ ଭେଟିବାକୁ ଚାହିଁଲେ ସେଇ ବୀର ପୁରୁଷ ଙ୍କୁ। ଯାହା ଙ୍କ ଅମାପ ବୁଦ୍ଧି ଏବଂ ସାହସ ବଳ ରେ ସ୍ଵାଧୀନତା ର ପ୍ରଥମ ସ୍ୱର ର ଗୁଞ୍ଜରଣ ହେଲା। ଖବର ପ୍ରେରଣ କରାଗଲା। ସେହି ବୀର ଙ୍କୁ ଖୋର୍ଦ୍ଧା ରାଜା ଭେଟିବାକୁ ଚାହାନ୍ତି। ଯିଏ କେହି ବି ସେହି ବୀର ଯଥାସମ୍ଭବ ରାଜା ଙ୍କ ପାଖରେ ଆସି ନିଜକୁ ସମର୍ପଣ କରନ୍ତୁ। ଗ୍ରାମ ବାସି ହଠାତ୍ କହିଲେ, ସତ କହିବୁ ତ ଆମେ ବି ଜାଣିନୁ ସିଏ କିଏ! କିଏ ଜଣେ ମୁହଁରେ କିଛି ବାନ୍ଧି ଆସି ସବୁବେଳେ ଯୁଦ୍ଧ କରେ। ବିଜୁଳି ବେଗରେ ତାର ଖଡଗ ଚାଳନା କରେ। ଆଉ ଯଥାଶୀଘ୍ର ଇଂରେଜ ମାନେ ଚାଲି ଯାଆନ୍ତି। ରାଜା ଏକଥା ଶୁଣି ଚିନ୍ତାରେ ପଡ଼ିଗଲେ। ସେହି ଗ୍ରାମ ର ବ୍ୟକ୍ତି ସେଠିକାର ବାସିନ୍ଦା ହେଲେ କେହି କେମିତି ଜାଣି ପାରିଲେ ନାହିଁ ସେଇ ବୀର କିଏ ବୋଲି। ସୈନ୍ୟ ସାମନ୍ତ ଙ୍କୁ ରାଜା କହିଲେ ଆଜି ରାତି ସୁଦ୍ଧା ସେଇ ବୀର ଙ୍କ ସନ୍ଧାନ ପାଇ ତାଙ୍କୁ ଆଣି ମୋ ପାଖରେ ପହଞ୍ଚାଇବାର ଆଦେଶ ତୁମ ମାନଙ୍କୁ ଦେଲି। ଯଦି ନ ଆଣି ପାରିବ ତେବେ ତୁମ ସମସ୍ତଙ୍କର ମୁଣ୍ଡ କାଟ ହେବ। ସୈନ୍ୟ ମାନେ ଶୁଣି ଭାରି ଦୁଃଖ ପ୍ରକାଶ କଲେ।କଣ ବା କରିବେ। ରାଜା ଅବୁଝା, ଯାହା ବୁଝିଥିବେ ସେଇୟା।

 

ଏହି ବାର୍ତ୍ତା ସେହି ବୀର ଙ୍କ କାନ ରେ ପଡ଼ିଲା। ହଠାତ୍ ସେ ବୀର ଆତ୍ମସମର୍ପଣ କରିବାକୁ ବାହରନ୍ତେ, ତାଙ୍କ ପତ୍ନୀ ଆସି ତାଙ୍କ ବାଟ ସାମ୍ନା ରେ ଛିଡ଼ା ହୋଇଗଲେ।

 

“ନାଁ, ତୁମକୁ ମୁଁ ଯିବାକୁ ଦେବିନି”। ତାଙ୍କ ସ୍ତ୍ରୀ ଭାବ ବିହ୍ୱଳ ହୋଇ କହିଲେ..

 

 

ହେଲେ କାହିଁକି…?, ପ୍ରଶ୍ନ ପଚାରିଲେ ସେହି ବୀର ପୁରୁଷ ଜଣକ।

 

 

“ଯଦି କିଏ ଜାଣିଲେ ତୁମ ସେ ଗୋରା ସାହେବ ମାନଙ୍କୁ ହତ୍ୟା କରିଛ ବୋଲି ସେମାନେ ତୁମକୁ କେବେ ଜୀବନ୍ତ ଛାଡ଼ିବେନି।”

ତାଙ୍କ ପତ୍ନୀ ଡରିକି କହିଲେ…

 

 

“କିନ୍ତୁ ମୁଁ ଯଦି ନ ଯାଏ ତେବେ କେତେ କେତେ ସୈନ୍ୟ ସାମନ୍ତ ଙ୍କ ମୁଣ୍ଡକାଟ ହେବ, ସେକଥା କେବେ ଚିନ୍ତା କରିଛ? ଛଦ୍ମବେଶୀ ହୋଇ କେତେଦିନ ଦେଶ ପାଇଁ ଏମିତି ଲଢ଼ୁଥିବି! ରାଜା ଙ୍କୁ କହିଲେ ରାଜା କିଛି ସହାୟତା ତ କରିବେ।” ସେହି ବୀର ପୁରୁଷ ଜଣକ ବୀରଦର୍ପ ରେ ଉତ୍ତର ବାଢିଲେ।

 

“ଦେଖ ମୁଁ ଏବେ ଆସନ୍ନପ୍ରସବା। ମୁଁ ତୁମ ସାହାଯ୍ୟ ସବୁ କାମରେ ଲୋଡ଼େ। ତୁମେ ମୋତେ ଏମିତି ଏକା ଛାଡି ଯାଅ ନାହିଁ।”

କହିଲେ ତାଙ୍କ ପତ୍ନୀ…

 

“ତୁମେ ବୁଝୁନ, ତୁମର ଦେଖାରଖା କରିବାକୁ ବାପା ବୋଉ କୁନି ଅଛନ୍ତି।ହେଲେ ଭାରତ ମା ର ସୁରକ୍ଷା କିଏ କରିବ କହିଲ! ମୋ ଭଳି ବୀର ମାନେ ଯଦି ଦେହ ରେ ବଳ ଥାଇକି ବି ପଛଘୁଞ୍ଚା ଦେବେ, ତେବେ ଆମ ମା ଆମକୁ କଣ ଭାବିବ??” ଯୋଦ୍ଧା ଜଣଙ୍କ ଭାରତ ମାତା କଥା ଚିନ୍ତା କରି ଉତ୍ତର ଦେଲେ…

ହଉ ମୁଁ ରହିଲି।

 

ନୟନ ରୁ ଲୋତକ ଝରାଇ ବିଦାୟ ଦେଲା ମାଧବ କୁ ମାଳତୀ। ମାଧବ ଟିକେ କଠୋର ହୋଇ ଚାଲି ଆସିଲା।

 

ମାଧବ ଆତ୍ମସମର୍ପଣ କଲା ରାଜା ଙ୍କ ପାଖରେ। ରାଜା ସେଇ ବୀର ପୁରୁଷ ଙ୍କୁ ଭେଟି ଭାରି ଖୁସି ହେଲେ। ଆଉ ଏଇ ଯୁଦ୍ଧ ରେ ମାଧବ କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଲେ। ତତ୍ ସହିତ ମାଧବ କୁ ସେନାପତି ପଦ ପ୍ରଦାନ କଲେ।

 

ଏମିତି ଦିନ ଗୁଡା ସୁଖ ରେ ବିତୁଥିବା ବେଳେ, ହଠାତ୍ ଦିନେ ଦୁର୍ଦ୍ଦିନ ମାଡ଼ି ଆସିବ ବୋଲି କିଏ ଜାଣିଲା! ଇଂରେଜ ମାନେ ପୁଣି ଅତର୍କିତ ଆକ୍ରମଣ କରି ସେନାବାହିନୀ ଧରି ମାଡ଼ି ଆସିଲେ। ମାଧବ କୁ ମାଳତୀ ସହ ଭେଟ ହେବାକୁ ସୁଯୋଗ ମିଳିଲା ନାହିଁ। ପ୍ରତି ଟି ଦିନ ତାର ଯୁଦ୍ଧ ଏବଂ କୂଟନୀତି କୌଶଳ ରେ ଚାଲି ଗଲା। ଏପଟେ ମାଳତୀ ପୁତ୍ର ସନ୍ତାନ କୁ ଜନ୍ମ ଦେଲା। ପୁଅକୁ କୋଳ ରେ ଧରି ମାଳତୀ ଚିଠି ଟିଏ ଲେଖିବାକୁ ଆରମ୍ଭ କଲା ……

 

*ପ୍ରିୟ ମାଧବ,*

*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*

ଇତି…..

ତୁମ ପ୍ରାଣ ପ୍ରିୟା ପତ୍ନୀ ମାଳତୀ

 

ମାଧବ କୁ ଏହି ଚିଠି ଟିଏ ନେଇ ଜଣେ ସୈନ୍ୟ ଦେଇ ଦେଲା। ମାଧବ ଏହି ଚିଠି କୁ ପଢ଼ି ସ୍ମିତହାସ୍ୟ ଟିଏ ଦେଲାବେଳେ ହଠାତ୍ ପଛପଟୁ ନୃଶଂସ ଭାବେ ଜଣେ ଇଂରାଜୀ ସୈନ୍ୟ ଙ୍କ ଗୁଳି ରେ ମୃତ୍ୟୁବରଣ କଲା।

 

ମାଧବ ର ଦେଶ ପାଇଁ ତ୍ୟାଗ ସବୁ ଦିନ ପାଇଁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିଗଲା।

 

ଶୁଭଲକ୍ଷ୍ମୀ ବେହେରା

ସାଲେପୁର, କଟକ

Loading

Leave a Reply

Your email address will not be published. Required fields are marked *