ଶୁଭ ସକାଳ
ଉଠ ଉଠ ଭାଇ ଭଉଣୀ
ଆସି ପାହିଲା ରାତି
ପିତା ମାତା ପାଦେ ପଡ଼ିବ
ତୁମ ମନେ ଅଛିଟି ?
ଲକ୍ଷ୍ମୀଙ୍କର ବାର ଆଜିଟି
ଶଯ୍ୟା ତ୍ୟାଗ ସଅଳ
ଲକ୍ଷ୍ମୀ ମାତା କୋପ କରିବେ
ହୋଇବ ଅମଙ୍ଗଳ।।
ସୁନ୍ଦର ଦୁନିଆ ଦେଇଛି
ଆମକୁ ଯେ ଈଶ୍ବର
ସୁନ୍ଦରତା ରଖି ଚଳିବା
କରତବ୍ୟ ଆମର ।।
ସୂର୍ଯ୍ୟ ଚନ୍ଦ୍ର ତାରା ଆକାଶେ
ତଳେ ଜଳ ପର୍ବତ
ଜୀବଜନ୍ତୁ ଭରା ଜଗତ
ବୃକ୍ଷରାଜି ସମେତ ।।
ଆମରି ମାନଙ୍କ ପାଇଁ କି
ଈଶ୍ବରଙ୍କ ସର୍ଜନା
ଆମେ କିନ୍ତୁ କରୁ ଅସନା
ପ୍ରକୃତିକୁ ଡରୁନା !!
ଜଙ୍ଗଲକୁ ନାଶ କରିଲେ
ମାରିଲେ ଜୀବ ଜନ୍ତୁ
କୋଠା ବାଡି କରି ସାରିଲେ
ନିଜ ସ୍ଵାର୍ଥର ହେତୁ ।।
ଗାଡି ଘୋଡ଼ା କଲେ ପ୍ରବଳ
କଳ ଯେ କାରଖାନା
ଅନ୍ୟାୟର ଧନ ଖାଇଲେ
ଭରି ମନ କାମନା ।।
ଜଳବାୟୁ ହେଲା ବିଷାକ୍ତ
ରୋଗ ଚିହ୍ନି ନୁହଁଇ
ବିଷ ଗୁଡା ଆମେ ଖାଇଲେ
ବିଲରେ ସାର ଦେଇ ।।
ରୋଗିଣା ହେଲେଣି ମଣିଷ
ମାଆ ପେଟରୁ ପଡ଼ି
ରୋଗ ଡେଇଁ ଡେଇଁ ଖାଉଛି
ଚେତା ନାହିଁ କାହାରି ।।
ନିଜ ସ୍ଵାର୍ଥ ପଛେ ଧାଇଁଲେ
ଭଲ ମନ୍ଦ ନ ଜାଣି
ନରକ ଯନ୍ତ୍ରଣା ଭୋଗୁଛି
ହେଲେ ପାରୁନି ଜାଣି ।।
ଅଧା ବୟସରେ ବୁଢ଼ା ଯେ
ବଳ ପାଉନି ଆଉ
ଛୋଟ ପିଲାଙ୍କ ଚୁଟି ପାଚେ
ସବୁ ବିଷର ଦାଉ ।।
ସବୁ ଜାଣି ହେଉ ଅଜଣା
ପ୍ରକୃତି ନାଶ ଯାଏ
ବିଜ୍ଞାନ ଯେତିକି ଆଗାଏ
ସେତେ ତଳକୁ ଧାଏଁ ।।
ନେଡି ପାଣି ଯାଇ କହୁଣି
ବାଟେ ବୋହି ଗଲାଣି
ଚିନ୍ତା କଲେ ବି ଲାଭ ନାହିଁ
ମଲା ବେଳ ହେଲାଣି ।।
ସାବଧାନ ଥିବ ସରବେ
ବେଳ ହୋଇବ ଶେଷ
ଅପେକ୍ଷା ପରା ସେ ଦିନକୁ
ଭଣେ ପାପୀ ହେମନ୍ତ ।।
ହେମନ୍ତ କୁମାର ସାହୁ।
ମାହାଙ୍ଗା ।