ରଖ ହେ ଚକାନୟନ
କି ଦୁଃଖ କହିବି, ତୋତେ ରେ କାଳିଆ
ଜାଣିନୁ କି ଦେବି ବାର୍ତ୍ତା,
କେଉଁ କଥା ଅବା,ଅଛପାରେ ତୋତେ
ତୁ ପରା ଜଗତ କର୍ତ୍ତା।1
ଦରିଦ୍ର ସଂସାରେ,ଜନମ ତ ଦେଲୁ
ଭାଵି ନେଲି କର୍ମ ଫଳ,
ସଦା ଦରିଦ୍ରତା, ଲାଗି ରହିଅଛି
ତୁଟୁନି କେବେ ଜଞ୍ଜାଳ।2
ଯାହା ତ ଦେଇଛୁ, ନାହିଁ ମୋ ଆପତ୍ତି
ମାଗୁନି ଧନ ସମ୍ପତ୍ତି,
ତୁହି ମୋର ବଳ, ତୁହି ମୋ ସମ୍ବଳ
ଭଜେ ତୋତେ ଦିବା ରାତି।3
ଯେତେ ବେଳେ ଯାହା,ମୋ ପାଇଁ ଖଞ୍ଜିଛୁ
ସେଥିରେ ଆନନ୍ଦ ଅଛି,
ରୋଗ ବ୍ୟାଧି ଠାରୁ, ଦୂରରେ ରଖିବୁ
ମାଗୁ ନାହିଁଁ ଆଉ କିଛି।4
ସଭିଙ୍କ ହୃଦୟେ, ଦୟା ଭାଵ ରଖ
ପାପ ରା ଶି କର କ୍ଷୟ,
କେହି କାହାରିକୁ, ନ ଠକନ୍ତୁ ସଦା
ସତ୍ୟଟିର ହେଉ ଜୟ।5
ସଭିଙ୍କୁ କାଳିଆ, ଖୁସିରେ ରଖିଥା
ନୂଆ ଵରଷେ ମିନତି,
କରୋନା ରୋଗକୁ,ଘଉଡ଼ାଇ ଦେବୁ
ନ ପଶି ପାରୁ ଯେମିତି।6
କରୋନା ର ଦୁଃଖ, ଅଙ୍ଗେ ଲିଭାଇଛି
ସେ ପାଇଁରେ ନିବେଦନ,
ନୀଳାଚଳ ବାସୀ, ମାଗୁଣି ଏତିକି
ରଖ ହେ ଚକାନୟନ।7
ଅଶୋକ କୁମାର ପତି
ଦହିଗାଁ
42 mouza, CTC.