ସମୟ ଓ ନିଃଶ୍ୱାସ
************
ଜୀବନ ର ଏଇ ବିକାଳ ବେଳା ରେ ବିତି ବିତି ଯାଏ ଦିନ
ସମଚକ୍ରରେ ସବୁ ଗଡି ଯାଏ ରହିଯାଏ ଖାଲି ଚିହ୍ନ
ନିଶ୍ୱାସ ଚାଲଇ ସମୟ ତାଳରେ ରହି ରହି ପ୍ରତି କ୍ଷଣ
ଆସିଯିବ କେବେ ଅନ୍ଧକାର ରାତି ଜୀବନର ଶେଷ ବେଳ।
ମନ ସିନ୍ଦୁକରେ ଅଜଣା ଆତଙ୍କ… ହୃଦୟ ରେ କେତେ ବ୍ୟଥା
ଜୀବନର ଏଇ ଶେଷ ପାହାଜ ରେ ଅସହ୍ୟ ଶରୀର ଚିନ୍ତା
ନିସଂଗତା ଆଜି କଷ୍ଟ ଦେଇ ଚାଲେ ଦୁନିଆ ଗହଳି ମେଳେ
ସମୟ ଟା ପରା ସବୁ ସାରି ଦେଲା ନିଜ ଅଜ୍ଞାତରେ
ସମୟ ନିଶ୍ୱାସ ଛକି ଶୁନ ଖେଳେ ନିଶ୍ୱାସର ହେବ ଅନ୍ତ…
ସମୟ ତ ଦିନେ ବିଜୟୀ ସାଜିବ ଜାଣିଛି ସାରା ଜଗତ…
ମମତା ସାଉ
ବାଲେଶ୍ୱର