-: ମୁଁ ଅପେକ୍ଷିତ ପ୍ରେମିକ :-
~~~~~~~~~~~~~~~~~~
ଅପେକ୍ଷା ଓ ଉପେକ୍ଷାର ମହାମିଳନ
ବୋଧେ , ଏହି ସମୟ ପାଖରେ ହୁଏ ପରିବର୍ତ୍ତନ,
ବଢିଯାଏ ବୟସ, କମିଯାଏ ଆୟୁଷ
ତଥାପି ! ଭାଙ୍ଗେନି ଏ ମନ,
କହୁଥାଏ ଅପେକ୍ଷା କରିବାକୁ ସାରାଜୀବନ
ଆଶାଥାଏ,ତମେ ନିଶ୍ଚୟ ଆସିବ……..
ପ୍ରିୟତମା,ତମେ ନିଶ୍ଚୟ ଆସିବ…..|
ତମ ବାହୁବନ୍ଧନରେ ମତେ ଆଲିଙ୍ଗନ କରିବ
ବତୁରା ଶରୀର ମୋ ପୁଣି ଫେରିଯିବ….
ଚପଳତାର ସେଇ କୋଡିଏ ବର୍ଷକୁ ,
ଲୋଚାକୋଚା ଆଖି ମୋର ଅନୁଭବୀ ଦେବ
ତୁମ ସେ ରୂପ ସାନିଧ୍ୟକୁ…..
ଥର ଥର ପାଟିମୋର କହିଦେବ ଅନେକ କଥା ,
ଆଶାଅଛି,ତୁମେ ନିଶ୍ଚୟ ଆସିବ….
ପ୍ରିୟତମା,ତମେ ନିଶ୍ଚୟ ଆସିବ….|
ସମୟର ଛତ୍ରଛାୟା ତଳେ ମୁଁ ଏବେ
ବୟସରେ ବାର୍ଦ୍ଧକ୍ୟ ପ୍ରାୟ,
ତମକୁ ମୋ ପ୍ରେମର ରଙ୍ଗରେ ରଙ୍ଗାୟିତ କରିବାକୁ
ମୁଁ ଏବେ ସମ୍ପୂର୍ଣ୍ଣ ନିଃସହାୟ…..
କିନ୍ତୁ ଜାଣିନି,ତମ ପାଇଁ ମୋ ଆଗରେ
କେତେଦିନ ଏ ଅପେକ୍ଷାର ପାହାଡ଼ ,
ତଥାପି ବଞ୍ଚିଛି,ତମେ ନିଶ୍ଚୟ ଆସିବ….
ପ୍ରିୟତମା,ତମେ ନିଶ୍ଚୟ ଆସିବ…..|
ତମ ବିରହର ଜ୍ୱାଳାତକକୁ ପିଇଦେଇ
ଦୁନିଆ ଆଗରେ ସାଜିଛି ନୀଳକଣ୍ଠ ,
ଜାଣେ, ତମ ପାଇଁ ମୁଁ ଏ ଜନ୍ମ କଣ
ସାରାଜନ୍ମ ପାଇଁ କେବଳ ଅପେକ୍ଷିତ …..
କିନ୍ତୁ,କଥା ନୁହେଁ ବରଂ ଆଶ୍ୱାସନା ଦେଇ
ଥରେ ମାତ୍ର,ଥରେ ମାତ୍ର ମୁହଁରେ କହିଦିଅ
ଆର ଜନ୍ମରେ ସାଜିବି ମୁଁ ,ତୁମ ପ୍ରେମିକ
ନିର୍ଦ୍ବନ୍ଦରେ ଭାବିନେବି,ତୁମେ ନିଶ୍ଚୟ ଆସିବ……..
ପ୍ରିୟତମା,ତୁମେ ନିଶ୍ଚୟ ଆସିବ….|
ଅଙ୍କିତ କୁମାର ସ୍ୱାଇଁ
ଯାଜପୁର