ସମୟ ଚକ୍ର
*************
ଇସାରାରେ ତୋର
ଚାଲେ ଏ ଜଗତ
ସମସ୍ତେ ତୋହର ଦାସ,
କୀଟ ଠାରୁ ବ୍ରହ୍ମ
ଦେବତା ବି ନିଜେ
ହୁଅନ୍ତି ତୋହର ବସ ।
ତୋର ଚକତଳେ
ବୟସ ସହିତ
ଧୀରେ ଧୀରେ ଘୁରିଗଲି,
ଶୈଶବ କୈଶୋର
ଯୌବନକୁ ଡେଇଁ
ବୃଦ୍ଧାବସ୍ଥା ପ୍ରାପ୍ତ ହେଲି ।
ଆପଣାରେ ଯେତେ
ପର କରିଦେଲେ
ଭାବିଣ ମତେ ଅଲୋଡା,
ବୁଲି ଚାହିଁଦେଖେ
ନାହାଁନ୍ତି ତ କେହି
ତୁ ଏକା ହୋଇଛୁ ଛିଡ଼ା ।
ମିଛ ଦୁନିଆରେ
ତୁହି ଏକା ସତ
ରହିଥାଉ ସାଥିହୋଇ,
ଛୋଟ ଅନୁରୋଧ
ଜୁଇ ଯିବା ଯାଏ
ମୋ ସାଥୀରେ ଥିବୁ ରହି ।
ମମତା ବାରିକ୍
ଭଦ୍ରକ