ସମୟ ଭିତରେ ମଣିଷ
ଦୁନିଆଁ ପାଇଁ ସମୟ
ସମୟ ପାଇଁ ମଣିଷ
ସମୟ ସାଥିରେ ଚାଲିଥାଏ
ଏଇ ମଣିଷ ଜୀବନ,
କେତେବେଳେ ସେ ଜ୍ୱରରେ ପଡ଼େ
ପୁଣି ହୁଏ ମେଡିସିନ।
ସମୟ ଆସିଲେ ସେ ଏଇ
ଦୁନିଆଟିକୁ ଦେଖାଏ,
ସମୟ ଆସିଲେ ପୁଣି ଏଇ
ଦୁନିଆରୁ ଦୁରେଇ ନିଏ।
ମଣିଷ ଜୀବନ ହିଁ ସମୟ
ସମୟ କ୍ରମେ ଚାଲିଥାଏ,
ବେଳେବେଳେ ଦୁଃଖ ତ ପୁଣି ସେ
ବେଳେବେଳେ ସୁଖ ହୁଏ।
ସମୟ ହିଁ ଏଇ ମଣିଷକୁ
ଠିକ୍ ରାସ୍ତା ଟିଏ ଦେଖାଏ,
ଯାହା ମଣିଷକୁ ମୃତ୍ୟୁ ପର୍ଯ୍ୟନ୍ତ
ଅପେକ୍ଷା କରିଥାଏ।
ଦୀପାଳି ମେହେର
ଖଇରପାଲି, ପଦ୍ମପୁର, ବରଗଡ଼