ପ୍ରୀତିଲଗ୍ନା…
ପ୍ରୀତୀପୁର୍ ଗାଁ
ପ୍ରୀତୀଲଗ୍ନା ମୁହଁ ଶୁଖିଲା
କେଜାଣି ଗାଁ ର
ଆଉ ଘରଣୀ ଙ୍କ ମୁହଁ ଶୁଖିଲା କି ନା
ଖାସ୍ କରି ଏଇ ମାସଟା ତ
ଟିକେ ଶାନ୍ତିରେ କଟେ
ପ୍ରିତୀଲଗ୍ନା ଙ୍କ ଭଳି ଘରଣୀ ଙ୍କର
ପୁରୀ ଦୁଆର ବନ୍ଦ
ସେଇ ମାନଙ୍କ ପାଇଁ ଯେଉଁମାନେ
ବର୍ଷ ସାରା ଅପେକ୍ଷିଥାନ୍ତି
କେବେ ଆସିବ ଧରମ ମାସ
ହବିଷ ପାଳିବେ ପୁରୋସ୍ତମ ରେ
ଶାଶୁ ଏ ବର୍ଷ ଘରେ
କେମିତି ଉଛୁଳିଥାନ୍ତେ ଯେ ପ୍ରିତୀଲଗ୍ନା
ଗରଗର ବାବୁ ଙ୍କ ଉପରେ
ଲଗେଜ ରେଡ଼ି
ବାହାରିଲେ ବାପଘର
ବାବୁ ଆପତ୍ତି ନ କରି
କାର୍ ଟେ କରିଦେଲେ
ଚାଲିଗଲେ ମା ‘ଛୁଆ ଖୁସିରେ
ଏଣେ ମା’ ପୁଅ ଖୁସ୍
ଗୁଣ୍ଡା ଖାଇ ମା’ ହାତରୁ
ବାବୁ ଲଭିଲେ ପରମାନନ୍ଦ
ଆଉ ମାଆ
ହବିଷ୍ଯ ଠୁ ପରମ ତୃପ୍ତ ହେଲେ
କାହିଁ କେତେକାଳ ପରେ
ମାସେ କଟେଇବେ
ଏକୋଇର ବୋଳା ପୁଅ କତିରେ…।
ଜୁମର ନାଥ ପାତ୍ର
ବାଲେଶ୍ଵର
୯୯୩୮୩୬୮୭୨୫
I have checked out a few of the articles on your blog site now, as well as I truly like your posting style.
excellent and also impressive blog. I truly wish to thanks, for offering us much better
info.
I have discovered excellent messages here.
I like your article. So perfect!