ଆଖି
କଜଳ ଗାର ଧାର କେତେଯେ କୁକୁମ ବେଶ ମୋର
ମୋ ଭିତରେ କଳା କଳା ମୋତି ପରି ଦୁଇଟି ଡୋଳା
ମୁ ଗୋଟିଏ ବାମ ପଟେ
ଆଉ ଗୋଟେ ଡାହାଣ ପଟେ ।
କେତେ ଯତ୍ନରେ ବଢୁଥିଲି ମୁ
କେତେ ସୁଖ ଦେଖି ଝଲକି ଯାଉଥିଲି ମୁ
ଆମେ ଦୁହେଁ ରହୁଛ ଅନେଇ ଅଲଗା ଅଲଗା ହୋଇ କେତେ ସୁନ୍ଦର ଏଇ ଧରା ଦେଖୁଥିଲୁ
କେତେ କରୁକାର୍ଯ୍ୟ ସବୁ ପରଖୀ ଥିଲୁ ।
ଏକା ଏକା ଆମେ ଦୁଇଜଣ ଦେଖିଛୁ ଏ ବ୍ରହ୍ମାଣ୍ଡ ପୁଣ
କିନ୍ତୁ ନିଜକୁ ପାଇନୁ ସାମ୍ନାରେ କେଭେ ।
ଏଇ ଆମ ଛୋଟିଆ ଶରୀର
କିନ୍ତୁ ଜଗତ ପାଇଁ ଆମେ ଦୁହେଁ ବଂଚିବା ର ଉପାୟ ।
ଆମେ ଦୁହେଁ ଅଛୁ ବୋଲି କିଏ କେତେ କଣ ଯାଏ ଭୁଲି
ଦିନ ଥିଲା ଏ ଜଗତେ ଆମେ ଶାନ୍ତି ସଂସ୍କାର ସଂସ୍କୃତି କେତେ ଯେ ପୁଣ୍ୟ ଆତ୍ମା ଦେଖିଛୁ ବୁଲି।
ସେତେବେଳ ସମୟ କି ଅପୂର୍ଵ ଦୃଶ୍ୟ ।
ମନରୋମ ରମଣିୟ ଆହା କି ସୁନ୍ଦର କାର୍ଯ୍ୟ ।
ଭାଇ ଭାଇ ର ଅମୁଲ୍ୟ ପ୍ରେମ
ମା ପୁଅ ର ନିବିଡ ସେନ୍ହ ସମ
ବାପର କେତେ କ୍ଷେତ ପରିଶ୍ରମ
ଭଉଣୀ ହାତର ରାକ୍ଷୀ ଦାମ ।
ଆଉ କେତେଯେ ପ୍ରେମ ଭାବ କେତେଯେ ସମ୍ପର୍କର ସଦଭାବ।
ମୋ ଅଙ୍ଗ ଭଙ୍ଗି ସବୁକିଛି ଦେଖି
ବୁଝିଯାଉଥିଲା ମୋ ସମ୍ପର୍କର ଆଖି ।
ଲାଜ ଦୁଃଖ କଷ୍ଟ ମାପି ପାରୁଥିଲା
ମୁହଁ ଖୋଲି କହିବାକୁ ଏ ମନ ଚାହୁଁନଥିଲା ।
ପ୍ରେମ ଭରସା ବିଶ୍ୱାସ ସବୁ ଦେଖୁଥିଲି
ନିଜ ହୃଦୟରେ ହାତ ରଖି
ମତେ ଭଲପାଉଥିଲେ ।
ଏକା ଏକା ମୁ ଖୁସିରେ ଥିଲି ।
ହେଲେ ବନ୍ଧୁଟିକୁ ପାଇବା ପାଇଁ ଆଶା କରୁଥିଲି ।
କହିଲି ଦିନେ ଯାଇ ପ୍ରଭୁ ଆଗେ
ମତେ ବି ଦିଅ ଜଣେ ଜା ପାଖେ ରଖିବି ମୋ ମନର ସବୁ ଗପର ଭାଗେ ।
ହେଲେ ନିର୍ଦେୟ କାଇଁ ହେଲ ପ୍ରଭୁ ।
ସତରେ କଣ ମୋ ଦୁଃଖ ଦେଖି ଲୁହକୁ ଦେଲ ମୋ ବନ୍ଧୁ ସାଜି।
ଲୁହ ଯେତେ ବୋହିଗଲେ ପ୍ରେମ ଭରସା ତା ପାଖେ ଅଛି
ମିଥ୍ୟା ପ୍ରବଞ୍ଚନା କେତେଯେ ଏ ଦୁନିଆ ତାକୁ ଦେଉଛି ।
ମୁ ଦେଖୁଛି ଏ ସମାଜକୁ
କେତେ ବଦଳିଯାଇଛି ।
ଏଠି ନାହିଁ ଆଉ ପ୍ରେମ ଭରସା ଆଉ ନାହିଁ ସେ କରୁକାର୍ଯ୍ୟ ସୁନ୍ଦର ସବୁଜ ଦୃଶ୍ୟ ।
ଚାରି ଆଡେ ସ୍ୱାର୍ଥର ସାଗର ଜୁଆର ଖେଳୁଛି ।
ମରୁଭୂମି ଧିରେ ଧିରେ ଏ ଜଗତ ସାଜିଛି ।
ମିଳୁନାହିଁ ଏଠି ଯେତେ ଖୋଜିଲେ ସେନ୍ହ ପ୍ରେମ ର ଟିକେ ଭାଗ ।
ଏଠି ଖାଲି ବ୍ୟାପି ରହିଛି ମିଥ୍ୟା ଅଭିଯୋଗ ।
ମୁ ପାଷାଣ ମୁ ନିରୀହ
ମୁ ଅକର୍ମା ଭଳି ସବୁ ଦେଖୁଛି ।
କିଏ କହୁଛି ମିଛର ସାହାରା କରି କଥା ଆଉ କିଏ ଦେଉଛି ବିଶ୍ୱାସ କୁ ଧୋକା ।
ତାଙ୍କର ସେ ଆଖି କହିଦେଉଛି ପ୍ରତାରଣାର ଦୃଶ୍ୟ ।
ହେଲେ ମୁ ଜଣେଇ ପାରୁନି ମୋ ଶଶରୀର ବନ୍ଧୁ କୁ ଜଣେଇ ପାରୁନି ।
ସେଥିଯୋଗ ମୋ ବନ୍ଧୁ ଖାଲି ଓଦା କରି ମୋ ଦେହ ବୋହି ଯାଉଛି କେତେ ଯାତନା କଷ୍ଟ ସହି ।
ଏଇତ ମୋ ଜୀବନ ବଡ଼ ହିନିମାନ ।
କି ଭାଗ୍ୟ ମୋର ମୁ ଦୁନିଆ ଦେଖିଭି ସାଜିଛି ଅନ୍ଧ ।
ମୋ ଆଗେ ଘଟୁଛି କେତେ ଯେ ଘଟଣା ଆଉ ପାପ ।
ହେ ପ୍ରଭୁ ଏ ସମାଜକୁ ଦିଅ ସଜାଡି ଫେରିଇ ଦିଅ ମୋ ପୁରାଣ ଦିନ ଯାକ ।
ସ୍ଵାତି ମୋହାପାତ୍ର