ପଚାଶ୍ ବଛର୍ ଆଗର୍ ମୋର ବହୂ
ତାଁକର୍ ଆଉର୍ ମୋର୍ ମାଏନ୍
ମୋର୍ ବଡ଼୍ଖା ଦଦା ବିହା ହେଲା ବେଲ୍କେ
ମୁଇଁ ଥିଲି ଦଶ୍ ବଛ୍ରିଆ ଛୁଆ
ଗୁଟେ ଗୁଟେ କଥା ଆଖିଁ ଝୁଲୁଛେ ଇଛେନ୍
ଲାଗୁଛେ ଗୁପା ଗୁଂଦ୍ଲିଆ। ୧
ଆମର୍ ଗାଆଁର୍ ଲାଗି ପହେଲା କଥା ଥିଲା
ମଟର୍ ବଘି ଆଇଛେ ବହ
ଗାଆଁ ମୁଡ଼୍ସା’ନ ଜମିଥିଲେ ଗୁହୁଡ଼େ ମାଏଝି
ହେଉଥିଲେ କେତେ ଗହଗହ। ୨
“ପଢ଼ା ଭୂଆସେନ୍ ଆଏ ଗୋ ଦଗ୍ଲି ଉଢ଼ିଛେ
ପିଂଧିଛେ ଦେଖ ତ ଛିପ୍ଲି
ଚଢ଼େନ୍ ଉତ୍ରେନ୍ କଟାର୍ ଗୁଧୁଆ ଘାଟ୍କେ
ଢଲିଢଲି ପାର୍ବା କାଏଁ ଚାଲି।” ୩
ଟୁକେଲ୍ଟେ କହେଲା “ଉଢ଼୍ନା ନି’ ଅଡ଼ାଲେଁ
ମୁହୁଁ ଦେଖ୍ମା କେନ୍ତା କରି
ପଁଡ଼େନ୍ ବଡ଼ୀ କହୁଥିଲେ ତାଁକର୍ ବହ ପରେ
ଅଛେ ଗୁର୍ଦୁ ଧାଜ୍ଗୁରୀ।” ୪
ଇ ସବୁ କଥା ମୁଇଁ ବୁଝି ନି’ପାରୁଥାଇଁ
ଖାଲି ଜାନିଥିଲିଁ ଏତ୍କି
ପଢ଼ା ଟୁକେଲ୍ ଦେଖି ଦଦା ପସଂଦ୍ କରିଛେ
ବହୂର୍ ନାଆଁ ପରେ କେତ୍କୀ। ୫
ବିହା ବଂଦ୍ନା ସରି କୁନୁଆଁକମ୍ ବିଦାହେଲେ
ଘର୍ ହେଲା ଫେର୍ ଛିନା
କୁଟୁମ୍ ସାରା ଉସତ୍ ଗୋଡ଼୍ ତଲେଁ ନି’ଲାଗେ
ବହର୍ ଦେଖି ମନାଗୁନା। ୬
ବହୂର୍ ସାଂଗ୍ ମୁଇଁ ନି’ଛାଡ଼େଁ ଘାଏ ଭିଲ୍
ରାତିଁ ଶୁଏଁ ମାଆର୍ ସାଂଗେଁ
ପହଁପହଁନୁ ଗାଧି ଯାଉଁ ନାନୀ ବହୂ ସାଂଗେଁ
ଝୁମ୍ରା ଭି ତୁର୍ତି ଭାଂଗେ। ୭
ହୁଦେ ମାଏକିନିଆଁ ସଭେ ଚାଲିଚାଲି ଯାଆନ୍
ମୁଇଁ ଧରୁଥିଲିଁ ମୋର୍ ଗାଡ଼ି
ଶୁଖା ଭଟେଁ ମର୍ଲା କିଂଦ୍ରେଇ ନର୍ଦେଁ
କାଦୋ ଧରସାଥିଁ ବଘି ଗେଡ଼ି। ୮
ଗାଧୁଆ ଘାଟର୍ ଶିଲେଁ ରେଡ଼ି ରଗ୍ଡ଼ି ରଗ୍ଡ଼ି
ଗାଧୁଥିଲେ ଆମର୍ ବହୂ
ଟୁପୁର୍ ଫୁସୁର୍ କଥା କେତେ ହୁଅନ୍ ଟୁକ୍ଲେ
ମୁଇଁ କେନ ବୁଝୁଥିଲିଁ ଆଉ। ୯
ଦଦା କରୁଥିଲା ଚାକ୍ରି ଦୂରିଆ ସହରେଁ
ଆସେ ଶଏନ୍ବାର୍ ଦିନେ
ସମ୍ବାର୍ ପହଁପହଁନୁ ରୁଥେ ତା’ର୍ ଠାନ୍କେ
ବହୂକେ ଛାଡ଼ି ଇଠାନେ। ୧୦
ତାଁକର୍ ଫେସ୍କା ମୁହୁଁ ଦେଖିକରି କହେଁ
“ଦଦା ଦେଇଛେ କାଏଁ ଗାଲି ?”
ମୁଲ୍କି ହଁସିଦେଇ କହନ୍ ବହୂ ମୋତେ
“ଜାନ୍ବ୍ ଆଏଲେଁ ତୁମର୍ ପାଲି।” ୧୧
ଘର୍କେ ଆମର୍ ଫୁଲ୍ ବଗିଚା କହେମା ଯଦି
ବହୂ ଥିଲେ ଗୁଲାପ୍ ଫୁଲ୍
ଫି କଥାଥିଁ ମୋତେ ବିର୍ଝାନ୍ ତାନା ମାରି
ହଁସନ୍ ପଛେଁ ମୁଲ୍ମୁଲ୍। ୧୨
ଜନମ୍ ଗଧା ମୁଇଁ ଗଣିତ୍ ନି’ଜାନୁଥାଇଁ
ବହୂ ପଢ଼ାଲେ ବନ୍ଏ କରି
ତାଁକର୍ ଧର୍ମୁ ମେଟ୍ରିକ୍ଥିଁ ତରିଗଲିଁ
ଇ କଥା କେଭେଁ ନି’ପାସ୍ରି।୧୩
ସେ ବହୂ ଇହାଦେ ବୁଢ଼ୀ ହେଇକରି
ଖେଲାଲେ ହୁଦେ ନାତିନାତେନ୍
“ଇଚିର୍ ମିଚିର୍ ଧୋବ୍ ଚିର୍ଚିର୍” ଗାଇ
ବନିଛନ୍ ଛୁଆଖେଲା ମାଷ୍ଟ୍ରେନ୍। ୧୪
ପଚାଶ୍ ବଛର୍ କେନ୍ତା ଗୁଇଁଲା ତୁର୍ତି
ନି’ମେଟିଁ ସେନ୍ହୋ ସଁସେ ଭାବ୍
ଏଭେଁ ବି ଭାବ୍ସିଁ ସେ ଉଢ଼୍ନାଦିଆ ବହୂ
ନି’ଦେଖିଁ କେଭେଁ ତାଁକର୍ ରୁବାବ୍। ୧୫
ଗଅଁଲିଆ କବି ସୁଧୀର୍ ପଂଡା
20 total views, 3 views today