ଯିବା ଉତ୍କଳ ଖାଇବା ପଖାଳ
ବୋଉ ହାତରନ୍ଧା
ମମତାରେ ବନ୍ଧା
ସୁଧାମୟ ସେ ପଖାଳ
ଚଇତ୍ର ମାସରେ
ଭାବ ତରଙ୍ଗରେ
ମନ ପଖାଳ କଂସାରେ।
ଗରମରୁ ରକ୍ଷା
ଦେହକୁ ସୁରକ୍ଷା
ଶରୀରକୁ ଦିଏ ବଳ
ଶାଗ ବଡ଼ିଚୁରା
ବାଇଗଣ ପୋଡ଼ା
ପାଟିରୁ ବୁହାଏ ଲାଳ।
ଦହି ପଖାଳର
ତୋରାଣି ସୁସ୍ୱାଦୁ
ଥଣ୍ଡା କରଇ ପେଟକୁ
ମାଛ ଭଜା ସାଥେ
ଆଳୁର ଭରତା
ସ୍ଵାଦ ନିଆରା ସଭିକୁ।
ଯିବା ଉତ୍କଳ
ଖାଇବା ପଖାଳ
ବିଜେ ଭାବର ଠାକୁର
ଦୀନବନ୍ଧୁ ନାମ ବହି
ଷାଠିଏ ପଉଟି ଖାଇ
ଟଙ୍କ ତୋରାଣି ପ୍ରିୟ ଯାହାର।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
126 total views, 1 views today