ମୋ ଜୀବନ
ଜୀବନଟା ମୋର ତୁଛ ହୋଇଗଲା
ତୋର ପଥ ଚାହିଁ ଚାହିଁ
ଶେଷ ସମୟରେ ଆଉ କି ଆସିବୁ
ଅନାଇ ବସିବି ମୁହିଁ ?
ଶୈଶବରେ କିଛି ଜାଣି ପାରିଲିନି
ନାଚିଲି ଖେଳ କୁଦରେ
ଟିକେ ବଡ଼ ହେଲି ପଢ଼ାପଢ଼ି କଲି
ପ୍ରାର୍ଥନା କଲି ସ୍କୁଲରେ।।
ମାଆ ପାଶେ ବସି ସନ୍ଧ୍ୟା ସମୟରେ
ଠାକୁର ଘରେ ପ୍ରାର୍ଥନା
ଆଜି ଯାଏ ମନେ ରହିଛି ମୋହର
ମନରୁ ଭୁଲି ହୁଏନା ।।
“ତ୍ବମେବ ମାତା ପିତା ତ୍ବମେବ
ତ୍ବମେବ ବନ୍ଧୁ ସଖା ତ୍ବମେବ
ତ୍ବମେବ ବିଦ୍ୟା ଦ୍ରବିଡ ତ୍ବମେଵ
ତ୍ବମେଵ ସର୍ବ ମମଦେବ ଦେବ
ଗାଏନା ବାଚା ମନସିନ୍ଦ୍ରି ଏର୍ବା
ବୁଝାତତ୍ମାନବା ପ୍ରକୃଐ ସ୍ଵଭାବା
କରୋମୀ ଜଜ ସକଳ ପରସ୍ମେଇ।
ନାରାୟଣାଏ ତିସମର୍ପ ୟାମି
ନାରାୟଣାଏ ତିସମର୍ପ ୟାମି ”
ଟିକେ ଟିକେ ତୁମ ବିଷୟେ ଜାଣିଲି
ତୁମେ କୁଆଡେ ଦେବତା
ଏ ଜଗତ ତୁମେ ସୃଷ୍ଟି କରିଅଛ
ଧରିତ୍ରୀଠୁ ତରୁ ଲତା ?
ଯୌବନରେ ପାଦ ଦେଲି ଯେତେବେଳେ
ମନ ହେଲା ଆନମନା
ତୋ କଥା ଆଉ ମନେ ପଡିଲାନି
ଦେଖି ସୁନ୍ଦରୀ ଲଳନା ।।
ତାଙ୍କ ପଛେ ବାଇ ହୋଇ ମୁଁ ଧାଇଁଲି
ପାଠ ଶାଠ ଭୁଲିଗଲି
ବାପା ଏହା ଦେଖି ଛନ୍ଦି ଦେଲେ ମୋତେ
ସଂସାରେ ଜଡ଼ିତ ହେଲି ।।
ମାୟା ବୋଝ ବୋହି ଦିନ ଗଲା ବହି
ଗଧ ପରି ଖଟି ଖଟି
ଛୁଆ ପିଲା ହେଲେ ଝାମେଲା ବଢିଲା
ମୁଣ୍ଡ କାନ ଆଉସୁଛି ।।
ପିଲା ଓ ଘରଣୀ ଆଗ ହେଲେ ମୋର
ବାପା ମାଆ ଛାଡି ଦୂରେ
ତାଙ୍କ ଅଭିଶାପ ପଡ଼ିଗଲା ବୋଧେ
ଭୋଗୁଛି ମୁଁ ବସା ଘରେ ।।
ପିଲା ମୋର ସବୁ ବଢ଼ି ତ ଗଲେଣି
ତାଙ୍କ ଚିନ୍ତା କିଛି ନାହିଁ
ଯୋଜଗାର କରି ଦିନ ନେଉଛନ୍ତି
ତାଙ୍କ ପରେ ବୋଝ ମୁହିଁ।।
ମୋ ପିଲା ବି ଅଣଦେଖା କରୁଛନ୍ତି
ଯେମିତି ମୁଁ କରୁଥିଲି
ଏବେ ମୁଣ୍ଡ ମୋର ଘର ଧରିଲାଣି
ବାପା ମାଆ ଉଣ୍ଡାଳିଲି ।।
ବାପା ତ ଗଲେଣି ଛଅ ବର୍ଷ ହେଲା
ମାଆ ରହୁଛି ଗାଆଁରେ
ଯାଉଛି ତା ପାଦ ତଳେ ପଡ଼ିଯିବି
କାଳେ କ୍ଷମା ଦେବ ବାରେ ?
ତାର ଋଣ ମୁହିଁ କାଣିଚାଏ କାହିଁ
ଶୁଝି ପାରିଥାନ୍ତି ଭଲା
ବୟସ ଗଡିଲା କାମକୁ ପାରୁନି
ଆଉ କି ଶୁଝିବି ଭଲା ?
ମଲା କଙ୍କଡାଟା ମରି ମରି ବଞ୍ଚି
ଆନକୁ ହାତ ପତାଏ
ଦେଲେ ଖାଇଦିଏ ନଦେଲେ ଉପାସ
ମଣିଷର ଭାଗ୍ୟ ଇଏ
ମଣିଷର ଭାଗ୍ୟ ଇଏ
ମଣିଷର ଭାଗ୍ୟ ଇଏ !!!
ହେମନ୍ତ କୁମାର ସାହୁ ।
ମାହାଙ୍ଗା
19 total views, 3 views today