ଓଡ଼ିଆ ବୀର ମୁଁ
ନଭଶ୍ଚୁମ୍ବୀ ଅଟ୍ଟାଳିକା ପରି
ଛୁଇଁବି ଗଗନ ଛାତି
ପଛଘୁଞ୍ଚା ନାହୁଁ ଲଢ଼ୁଆ ଜାତି ମୁଁ
ହୃଦୟେ ମୋ ନାହିଁ ଭୀତି ।।
ଓଡିଆ ବୀର ମୁଁ ବୀର ବକ୍ଷେ ଜନ୍ମି
ପାଇଅଛି ପରିଚୟ
ପ୍ରାଣ ଯାଉ ପଛେ ମାଟି ମା ପାଇଁ
ଆଣିବୁ ଆମେ ବିଜୟ ।।
ହୃଦୟ ତନ୍ତ୍ରୀର ପ୍ରତି ରକ୍ତ ବିନ୍ଦୁ
ଗାଉଛି ଓଡିଆ ଗାଥା
ଡରି ମୁଁ ଯିବିନି ହାରିବା ଶିଖିନି
ଉଚ୍ଚା ହେବ ମାଆ ମଥା ।।
ମୋ କଳା ସଂସ୍କୃତି ମୋ ମାଟି ମାଆ
ବୀର ଓଡ଼ିଆଙ୍କୁ ଦେଖାଏ ରାହା
ଡରିବନି ଆମ ଓଡିଆ ଜାତି
ହୃଦେ ସମ୍ମାନ ବଢିବ ପ୍ରତୀ।।
ଗରବ ରେ ଯାଏ ଫୁଲି ମୋ ଛାତି
ପ୍ରସିଦ୍ଧ ବିଶ୍ବରେ ମୋ କଳା ସଂସ୍କୃତି
ଗରବ ରେ କହେ ଓଡିଆ ଜାତି
ବଞ୍ଚି ରହୁ ସଦା ଏ ଭାଷା ପ୍ରତୀ।।
ପଦ୍ମାବତୀ ସ୍ଵାଇଁ, ବଡରଂପାସ ,କେନ୍ଦୁଝର