ମଲଖମ୍ବ
ପାଇକ ବୀର ଏ ଓଡିଆ ଜାତିର
ଦେଖାଏ ପ୍ରାନ୍ତରେ କଳା-କଉଶଳ,
ପୂର୍ବଜଙ୍କୁ ସ୍ମରି ଉଠେ ବୀର ଭାବେ
ଉତ୍କଳୀୟ ହିଆ ଫୁଲେ ଆଜ ଗର୍ବେ।।
ସଂସ୍କୃତି କୁ ସ୍କନ୍ଧେ ବୋହିଣ ପାଇକ
ଅସରନ୍ତି ପଥେ ଅଫେରା ପଥିକ,
ନୀଳ ଚାଦରର ସେ ପାଖରେ ରବି
ହସଇ ମୁରୁକି ଦିଶେ ତା’ର ଛବି।।
ସୁନୀଳ ଆକାଶ, ସବୁଜ ପ୍ରାନ୍ତର
ଦିଗାଙ୍ଗନା ଆଉ ପୂର୍ବ ବଂଶଧର,
ଆଶିଷ ଢାଳନ୍ତି ମଥାର ଉପର
ପାଇକର ପୁଅ ଭୟ ତୁ ନକର।।
ରାଉତ ର ପ୍ରାୟ ହେବା ଅଭିଳାଷେ
ଓଡିଆ ଜାତିର ମହତ ଉଦ୍ଦେଶ୍ଯେ
ବୀର ସ୍କନ୍ଧେ ବୀର ବୀର ତାହା ପରେ
ଷଡବିନ୍ଯାସ ସେ ରଚଇ ଖମ୍ବରେ।।
ବ୍ଯାୟାମ ଓ କଳା ଏକକାଳେ ପ୍ରାପ୍ତ
ଯୋଗମୟ ହେଉ ଏ ବିଶ୍ବଜଗତ,
ରହୁ ସଦା ଏହି ଶରୀରଟି ସୁସ୍ଥ
ବୀରଗାଥା କହୁ ମଲଖମ୍ବ ନୃତ୍ୟ।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା