ଆମେ ଓଡ଼ିଆ ଭାରି ବଢ଼ିଆ
***********************
ପୁଣ୍ୟଭୂମି ଅଟେ ଉତ୍କଳ ପ୍ରଦେଶ
ପ୍ରକୃତି ସୌନ୍ଦର୍ଯ୍ୟମୟ ,
ଭାଷା ସ୍ୱତନ୍ତ୍ରତା ପାଇଛି ଏ ମାଟି
ଧନ୍ୟ ଆମେ ଉତ୍କଳୀୟ…।।
ସଂସ୍କୃତି ଆମର ଅତୀବ ସୁନ୍ଦର
ସୁନ୍ଦର ଆମର କଥା ,
ନାନା ପର୍ବେ ମନ ପୁଲକିତ ହୁଏ
ସୁନ୍ଦର ଆମର ପ୍ରଥା…।।
କଳା ଶିଳ୍ପ ଆମ କାରୁକାର୍ଯ୍ୟ ଦେଖି
ଆଖି ସତେ ଯାଏ ଲାଖି ,
କୀରତି ଅର୍ଜନ କରିଛି ଏ ମାଟି
ଇତିହାସ ମୁକ ସାକ୍ଷୀ…।।
ପାଇକ ପୁଅର ବିରତ୍ଵ କାହାଣୀ
ଆଜିବି ଜୀବନ୍ତ ଅଛି ,
ବଣିକମାନଙ୍କ ବାଣିଜ୍ୟର କୀର୍ତ୍ତି
ଅଭୁଲା ହୋଇନି କିଛି…।।
ଅତି ଶୋଭାମୟ ମୋ ଉତ୍କଳଭୂମି
ଜନ୍ମିଛେ ଆମେ ତା କୋଳେ ,
ସାହା ଭରସାର କାଳିଆ ସାଆନ୍ତେ
ବସିଛନ୍ତି ନୀଳାଚଳେ…।।
ଗରବେ କହିବା ଆମେ ତ ଓଡ଼ିଆ
ଆମ ଭାଷା ସତେ ଭାରି ବଢ଼ିଆ ,
ଉତ୍କଳ ସନ୍ତାନ ଆମେ ବୀର ଲଢୁଆ
କାହା ପାଇଁ ନହୁଁ ଆମେ ଅଡୁଆ…।।
________________________
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର