ଆମେ ଓଡ଼ିଆ
****************
ଓଡ଼ିଆ ବୋଲି ଗରବ କରି
ଚାଲରେ ଫୁଲାଇ ଛାତି,
ଭାରତ ନୁହେଁ ସାରା ବିଶ୍ଵରେ
ପ୍ରସିଦ୍ଧି ଆମ ସଂସ୍କୃତି ।
କଳା, ଭାସ୍କର୍ଯ୍ୟ ଉତ୍କର୍ଷ ତାର
ପରମ୍ପରା ମହିୟାନ,
ଭାଷାଟି ତାର କେଡେ ମଧୂର
କର ତା ଜୟଗାନ ।
ଓଡ଼ିଆ ପୁଅ ଲଢୁଆ ଭାରି
ବୀର ମଉଡ ମଣୀ,
ସଜବାଜରେ, ସ୍ନେହପ୍ରେମରେ
ଭରା ସେ ଓଡ଼ିଆଣୀ ।
ବାର ମାସରେ ତେର ପରବ
କେତେ ରକମ ଓଷା
ନୋଉବାଣିଜ୍ୟ ଆମ ସଂସ୍କୁତି
ଆମ ପଖାଳ କଂସା ।
ପୃଥିବୀ ସାରା ଅଛରେଯେତେ
କେ ନୁହଁ ଆମ ସରି,
ଆମେ ଓଡ଼ିଆ,ବାଇଦ ବାଜେ
ହେବ କେ ଆମ ପରି ।
ମମତା ବାରିକ୍,
ଭଦ୍ରକ