ମଲ୍ଲଖମ୍ବ ଖେଳ
**************
ନିଜ ପରମ୍ପରା,ସଂସ୍କୃତିକୁ ଆମେ
ପ୍ରାଧାନ୍ୟ ଦେବାଟି ଆଗ,
କଳା ମଧ୍ୟେ ନୃତ୍ୟ,ଗୀତ ଅବା ଖେଳ
ନେବାରେ ପ୍ରଥମେ ଭାଗ।।
ଭାରତ ମାତାର ସନ୍ତାନ ଆମେରେ
ରଖିବା ଦେହରେ ଦମ୍ଭ,
ପରମ୍ପରା ଗତ ଖେଳଟି ଏହିରେ
ନାମ ତା’ର ମଲ୍ଲଖମ୍ବ।।
ଭାରତର ଏହି ବ୍ୟାୟାମ ଭିର୍ତ୍ତିକ
ଶାରୀରିକ ପ୍ରଶିକ୍ଷଣ,
ସ୍ବାସ୍ଥ୍ୟ ହିଁ ସମ୍ପଦ ମନେରଖିବାକୁ
କାନ ଦେଇ ଥରେ ଶୁଣ।।
ଶରୀର ସୁସ୍ଥତା,ମାନସିକ ଶାନ୍ତି
ପ୍ରଥମେ ହିଁ ଦରକାର,
ସେପାଇଁ କି ମଧ୍ୟପ୍ରଦେଶ ପ୍ରଚାର
‘ରାଜ୍ୟଖେଳ’ ଯେ ତାହାର।।
ତାମିଲନାଡୁର ଉଲାଗାଦୁରାଇ
ଖେଳର ପିତା ଅଟନ୍ତି,
ଯୋଗରେ ଥିବା ସେ ଅମେଘ ଔଷଧି
ଖେଳେ ହିଁ ବାଣ୍ଟି ଦିଅନ୍ତି।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ