ନାଉରିଆ
ସଂସାର ନାଆରେ ପାଦ ମୁଁ ଦେଇଛି
ନାଉରିଆ ଟିଏ ହୋଇ
ସମୟ ସ୍ରୋତରେ ବହି ମୁଁ ଯାଉଛି
ପରିବାର ସାଥେ ନେଇ।
କାତ ଅକାତ ଏ ସମୟର ସ୍ରୋତ
ଧିରେ ଧିରେ ଯାଏ ବହି
କେତେ ଝଡ଼ ଝଞ୍ଜା କେତେ ଖରା ଛାଇ
ସବୁ ମୁଁ ଯାଉଛି ସହି।
ହାରି ନାହିଁ କେବେ ଡରି ନାହିଁ କେବେ
ଏ ନୈକାର ମଙ୍ଗ ଧରି
ହସ ଖୁସି ଯେତେ ସଂସାର ନାଆରେ
ନିଜେ ମୁଁ ଦେଇଛି ଭରି।
ନାଉରିଆ ସାଜି ନାଆ ମୁଁ ବାହୁଛି
ସୁଖରେ କେବେ ଦୁଃଖରେ
କେବେ ଆହୁଲା କେବେ କାତ ମାରୁଛି
ଏ ସମୟର ସ୍ରୋତରେ।
ସମୟର ସ୍ରୋତ ରୋକେ ନାହିଁ ଏଠି
ନା ରୋକେ ମୁଁ ନୈକା ଗତି
ସ୍ରୋତ ଧାରେ ଧାରେ ବାହି ମୁଁ ନେଉଛି
ମୋ ସଂସାର ନୌକା ନିତି।
ଜଗମୋହନ ପ୍ରଧାନ
ଯାଜପୁର