ଗଢ଼ିବା ସ୍ୱଚ୍ଛ ଭାରତ
ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ,
ଆସରେ ପିଲେ ଗଢ଼ିବା ସ୍ୱଚ୍ଛ ଭାରତ।
ଆମ ପରିବେଶ ଆମେ ସଫା ରଖିବା,
ସଚେତନା ବାରତା ଚାଲ ସଭିଙ୍କୁ ଦବା।
ସ୍ବଚ୍ଛତାର ମନ୍ତ୍ର ଆସ ପିଲେ ଗାଇବା,
ନିରିମଳ ପରିବେଶ ଆମେ କରିବା।
କୁନି କୁନି ହାତେ ଆମେ ଗଛ ଲଗାଇ,
ସବୁଜ ସୁନ୍ଦର ଦେଶ ଗଢ଼ିବା ଭାଇ।
ସବୁଜ ଭବିଷ୍ୟତ ଆମ ହାତେ ଗଢ଼ିବା,
ସ୍ବଚ୍ଛ ଭାରତ ପାଇଁ ଆସ ଶପଥ ନବା।
ଦୂଷିତ ହେଲାଣି ଆଜି ଜଳରଉତ୍ସ,
ଆସ ମିଳିମିଶି ଆମେ କରିବା ସ୍ବଚ୍ଛ।
ବିଦ୍ୟାଳୟ ହଉ କି ହଉ ଶୌଚାଳୟ,
ସ୍ବଚ୍ଛ ରଖିଲେ ନ ଥିବ ରୋଗକୁ ଭୟ।
କୁନି କୁନି ହାତେ ଆମେ ଝାଡୁ ଧରିବା,
ଅଳିଆ ଆବର୍ଜ୍ଜନା ଆସ ସଫା କରିବା।
ଦୁନିଆ ଦେଖିବ ଦିନେ ଆମରି କାମ,
ଆମ ଭାରତର ଆମେ ରଖିବା ନାମ।
ସ୍ବଚ୍ଛତାର ପଥେ ଆସ ଆମେ ଚାଲିବା,
ସବୁଜ ସୁନ୍ଦର ଦେଶ ଆମେ ଗଢ଼ିବା।
ସ୍ବଚ୍ଛ ଭାରତର ସ୍ବପ୍ନ ଆଖିରେ ନେଇ,
ସଭିଏଁ କାମ କରିବା ଭାରତ ପାଇଁ।
ଜଗମୋହନ ପ୍ରଧାନ
ବଡ଼ଚଣା,ଯାଜପୁର