ନାମଧରି ହବାପାରି
ପଞ୍ଜୁରୀ ଭିତରେ ଶାରୀ ଜପୁ ଥାଏ
ରାମ ରାମ ହରି ହରି,
ଏ ଭବ ସାଗରୁ ମୁକ୍ତିର ପଥରେ
କେମିତି ହବ ସେ ପାରି।
ମାନବ ହୋଇ ତୁ ତୁଣ୍ଡେ ଧରି ଲୁନି
ହରିନାମ କେବେ ଥରେ,
ସ୍ୱାର୍ଥ ପାପ କର୍ମେ ଲିପ୍ତ ତୁ ରହିଲୁ
ସତ୍ୟ ଧର୍ମ ଠାରୁ ଦୂରେ।
ପକ୍ଷୀ ହୋଇ ସିଏ ବୁଝି ଯେ ପାରୁଛି
ଏଇ ତ ମାୟା ଜୀବନ,
ମାନବ ହୋଇ ତୁ ବୁଝି ନ ପାରୁଛୁ
କୁକର୍ମରେ ହୋଇ ଲୀନ।
ମାୟାର ବନ୍ଧନେ ବାନ୍ଧି ହୋଇ ତୁହି
ହୋଇଛୁରେ ଆଜି ବାୟା,
ଦିନେ ଛିଡ଼ି ଯିବ ମାୟାର ବନ୍ଧନ
ନ କହି ପାରିବୁ ଆହାଃ।
ବେଳ ଥାଉ ଥାଉ ଜପିଦେ ଥରେ ତୁ
ରାମ ରାମ ହରି ହରି,
ପୂଣ୍ୟର ନାଆରେ ଏ ଭବ ସାଗରୁ
ଦିନେ ହବୁରେ ତୁ ପାରି।
ଜଗମୋହନ ପ୍ରଧାନ
ବଡ଼ଚଣା, ଯାଜପୁର