ସାହିତ୍ୟ ସାଧିକା
ମୋ ରକ୍ତର ବିନ୍ଦୁରେ
ସାହିତ୍ୟର ଚି଼ହ୍ନ,
ମୋ ଅନ୍ଧାର ରାତିରେ
ସାହିତ୍ୟ ହିଁ ଜହ୍ନ l
ମୋ ଦିବସ ଅମ୍ବରେ
ସାହିତ୍ୟ ଭାସ୍କର,
ସେ ସାହିତ୍ୟ କୁସୁମେ ପୁଣି,
ମୁଁ ମତ୍ତ ଭ୍ରମର l
କାଗଜ କଲମେ ମୋର
ସାହିତ୍ୟ ବାସନା,
ଜୀବନ ମାର୍ଗରେ ମୋର
ସାହିତ୍ୟ ସାଧନା l
ଭୋକିଲା ପେଟରେ ମୋର
ସାହିତ୍ୟ ଜୀବିକା,
ପାନ କରି ରସ ତା’ର
ହେବି ମୁଁ ଲେଖିକା l
ବିତିଯାଉ ଜୀବନ ମୋ
ସାହିତ୍ୟ ତପରେ,
ଭିଜିଥାଉ ମନ ମୋର
ସାହିତ୍ୟ ପ୍ରେମରେ l
ଦିପ୍ତି ସେଠ୍
ବିନିକା
ସୁବର୍ଣ୍ଣପୁର