ନେଇ ଯା ଡାକି ରେ କଳାଵଦନ
ବାନା ଉଡାଉଛୁ ପତିତପାବନ
ପତିତ ପଙ୍କରେ ଜୀଉଁଛି ଜୀବନ
ଜୀବିକା ଥାଇ ବି ମୁଁ ଜୀବନ ଶୂନ୍ୟ
ନେଇଯା ଡାକି ରେ କଳାଵଦନ
ମୋ ପାଇଁ କାହିଁକି ଏତେ ନିଷ୍ଠୁର
ଭାଇଭଉଣୀ ଧରି ତୁ ବଡ଼ଠାକୁର
ମୋର ହୋଇ କିଏ ଅଛି ନିଜର
ଚାରିଆଡେ ଦିଶେ ଖାଲି ହାହାକାର
ହାତ ନାହିଁ ତୋର ତୁ ଚଉଵାହା
ଜଗତଜନର ତୁ ପା ଅଟୁ ସାହା
ଡାକୁଛି ରେ ଜଗା ଆତୁର ହୋଇ
ନେଇ ଯା ମୋତେ ରେ କଳାକହ୍ନେଇ
ମନ ଓ ହୃଦୟକୁ ତୋତେ ଦେଇଛି
ଆଉ କ’ଣ ଅଛି ଯେ ଦେବି ମୁଁ ବାଛି
ଅସହାୟ ହୋଇ ଏବେ ଭାସୁଛି
ତୁ ଥାଉ ଥାଉ କାହାକୁ ମୁଁ କହିବି
ଜୀବନର ସନ୍ଧ୍ୟା ଚାଲିଗଲାଣି
ଏବେ ଅନ୍ଧାର ପଥ ଦିଶିଗଲାଣି
ତୁ କଳାକୁ ସେ ରାତି ବି କଳା
ତୋତେ କିଏ ଜିତିଵ କହ ନନ୍ଦବଳା
କଳାକଳେଵର ତୋର ଆଖି ତ ଧଳା
ସେ ଧଳା ପାଖରେ ସବୁ ମଇଳା
ଲାଗିଯାଆନ୍ତା କି ତୋ ଦେହ କଳା
ଜନ୍ମ ଜନ୍ମାନ୍ତର ପାପ ହୁଅନ୍ତା ଧଳା
କଳ୍ପନା ରାୟ
କଳ୍ପନା ରାୟ, ଲଇଡା, ସମ୍ବଲପୁର