ଲୁହ ରେ ଲେଖୁଛି ଚିଠି
ହେ! ବସନ୍ତ ତୁମେ ଫେରିଗଲା
ପରେ ବିଷର୍ଣ୍ଣ ଧରଣୀ ଏଠି
କାରୁଣ୍ୟତା ଭରି ଭିଜା କାଗଜରେ
ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି।
ନାହିଁ ଏଠି ସେହି ମଳୟର ଗନ୍ଧ
ଗୁଳିର ବିଷାକ୍ତ ବାଷ୍ପ
ପରାହତ ଶାନ୍ତି ଯୁଦ୍ଧ ଆଣେ
ଭୀତି ବଢୁଛି ମନର ତ୍ରାସ
ନାହିଁ ଫୁଲ ହାଟ ନାହିଁ ପିକ ରଟ
ନାହିଁ ସେ ସୁନ୍ଦର ସୃଷ୍ଟି
ଲୁହରେ ————–।
ଲାଗେ ନାହିଁ ନୂଆଁ ଚ ଇତାଳି ଛୁଆଁ
କାହିଁ ସେ ନନ୍ଦନ ବନ
ଧୂସରିତ ଧରା ଜୀବନର ଧାରା
ହୋଇଛି ଆବର୍ତ୍ତମାନ
ଆବିଳତା ଭାବ ନାହିଁ ସଦ୍ଭାବ
ନାହିଁ ସେ ଭକ୍ତି ଚନ୍ଦନ
କଷଣ ର ଦାଉ ବଢାଉଛି ଭାଉ
ମହାମାରୀ ଆସୁଛି ଗୋଟି
ଲୁହରେ ————–।
ତୁମ ପଦାର୍ପଣେ ଲେଖନୀର ମୁନେ
ଶୋଭା କୁ କରି ଚିତ୍ରଣ
ବିହ୍ଵଳିତ କବି ଆଙ୍କିଥିଲା ଛବି
କରି ନିଖୁଣ ବର୍ଣ୍ଣନ
ଆଜି ନାହଁ ତୁମେ ଏହି ଧରା
ଧାମେ କିଏ ସ ଉନ୍ଦର୍ଯ୍ୟ ନେଇଛି ଲୁଟି
ଲୁହରେ———–।
ପଢି ଚିଠି ଏହି ଆସ ବାର୍ତ୍ତା ଦେଇ
ଧରଣୀ ର ଦୁଃଖ ଶୁଣି
ଦୂର କରି ଭ୍ରାନ୍ତି ପୂର୍ବ ସୁଖ ଶାନ୍ତି
ଫେରି ଆସୁ ଆଶୁ ପୁଣି
ଋତୁ ରାଜ ନାମେ ପୁଲକିତ
ଆମେ ଦେବୁ ସ୍ଵାଗତର ଭେଟି
ଲୁହରେ ଲେଖିଛି ———।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ