April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ନିଶବ୍ଦ ପ୍ରେମ — ପ୍ରେରଣା ପାତ୍ର

ନିଃଶବ୍ଦ ପ୍ରେମ

ପ୍ରେରଣା ପାତ୍ର

ପୂର୍ଣ୍ଣିମା ରାତ୍ରୀ। ସୁନ୍ଦର ଜହ୍ନ ରାତ୍ରୀର ଆଲୋକ ତଳେ ପ୍ରେମିକ ପ୍ରେମିକା ଦୁହେଁ ବସିଛନ୍ତି। ନିଜ ନିଜର ମନକଥା ଉଭୟକଂ ଆଗରେ ରଖିଛନ୍ତି। ପ୍ରେମିକା ପ୍ରେମିକ ର କାନ୍ଧ ଉପରେ ମୁଣ୍ଡ ରଖି ଶୋଇଛି ଏବଂ ଗୋଟିଏ ପ୍ରଶ୍ନ ପଚାରିଛି ଏହି ସୁନ୍ଦର ଜହ୍ନ ର ରାଣ ଖାଇ କୁହ ତୁମେ ମତେ କେବେ ଭୁଲି ଯିବ ନାହିଁତ। ଯଦି ମୁଁ ତମ ପାଖରେ ନଥିବି ହେଲେ ତମେ କଣ ମୋ ଯାଗା ଅନ୍ୟ କାହାକୁ ଦେଇ ଦେବ। ଏଭଳି ପ୍ରଶ୍ନ ଶୁଣି ପ୍ରେମିକ ଚମକି ପଡିଲା ଏ କେମିତିଆ ପ୍ରଶ୍ନ, ପରେ ପ୍ରେମିକ କହିଛି ମୋ ପ୍ରଶ୍ନର ଉତ୍ତର ଦିଅ। ପ୍ରେମିକ କହିଛି ମୁଁ ଏଇ ଜହ୍ନ ର ରାଣ ଏବଂ ନିଜ ରାଣ ଖାଇ କହୁଛି ଯେ ମୁଁ ତୁମକୁ କେବେ ହେଲେ ଭୁଲିବି ନାହିଁ। କି ମୁଁ ତୁମକୁ କେବେ ଏକା ଛାଡ଼ି ଯିବି ନାହିଁ। ତମେ ସବୁବେଳେ ମୋ ମନ ଏବଂ ହୃଦୟ ଭିତରେ ରହିବ। ତୁମେ ମୋ ହୃଦୟ ଭିତରେ ଗଢିଥିବା ସେହି ସୁନ୍ଦର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ। ଆଛା ଏବେ ତୁମେ ମତେ କୁହ ଏବେ ତୁମେ କଣ ପାଇଁ ଏମିତି ପ୍ରଶ୍ନ ପଚାରିଲ। ପ୍ରତି ଉତ୍ତର ରେ ତା ପ୍ରେମିକା ହସି ଦେଇ କହିଛି ଯେ “ କିଛି ନାହିଁ! ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ତମେ ମତେ କେତେ ଭଲ ପାଉଛ।“ କାରଣ ଆମ ସମ୍ପର୍କ କଥା ଉଭୟ ଘର ଲୋକ କେହି ଜାଣି ନାହାଁନ୍ତି, ତୁମେ ତୁମେ ଆଜି ମୋ ପାଖରେ ଅଛ କଲି ତୁମକୁ ଯେବେ ଚାକିରୀ ରୁ ଫୋନ ଆସିବ ତୁମେ ପଳେଇବ, ସେତେବେଳେ ମୁଁ ଏକା ହୋଇଯିବି। ତୁମେ ତମ ଜୀବନ ରେ ବ୍ୟସ୍ତ ରହି ଯିବ ଆଉ କଲେ ଯଦି ତମେ ମତେ ଭୁଲି ଯିବ ! ହସି ଦେଇ। ପ୍ରେମିକ ତାର କହିଛି “ ଆରେ ତମେ ବଡ ପାଗଳ, ତମେ ପରା କହିଥିଲ ମୁଁ ଚାକିରୀ କଲେ ପ୍ରସ୍ତାବ ନେଇ ତମ ଘରକୁ ଆସିବି ଆଉ ବାପା ମାଆଙ୍କ ଆଗରେ ସାତ ଜୀବନର ସାଥୀ ହେବା ପାଇଁ ତମ ହାତ ମାଗିବି। ତମେ କଣ ଭୁଲିଗଲ।“


ପ୍ରେମିକା କହିଛି ନା ମୁଁ ଭୁଲିନି କିଛି ସବୁ ମାନେ ଅଛି ହେଲେ ମନ ଭିତରେ କଣ୍ ପାଇଁ ଏମିତି ନାକାରାତ୍ମକ ଭାବନା ଆସିଯାଇଥିଲା ମୁଁ ମଧ୍ୟ ଜାଣି ପାରିଲି ନାହିଁ। ହସି ଦେଇ ପ୍ରେମିକା କହିଛି ତମ ଭଲ ପାଇବା ମତେ ଏମିତି ପାଗଳ କରି ଦେଇଛି ମୁଁ ଜାଣି ପାରୁ ନାହିଁ। ସେଥିପାଇଁ ମୁଁ ତୁମକୁ ନିଜଠାରୁ ଦୁରେଇବା ପାଇଁ ଚାହୁଁ ନାହିଁ। ପ୍ରେମିକା କହିଛି “ You know dear other name of love is madness.” ଏହି କଥା ଶୁଣି ପ୍ରେମିକ ହସିବା ଆରମ୍ଭ କରିଦେଇଛି। ତାକୁ ଦେଖି ପ୍ରେମିକା ନିଜେ ନିଜକୁ ସମ୍ଭାଳି ନ ପାରି ସେ ମଧ୍ୟ ହସିବାରେ ଲାଗିଛି। ଦୁହେଁ ହସି ହସି ଗଡି ଗଲେ। ହଠାତ୍ ନଜର ପଡିଲା ତାଙ୍କର ଫୋନ ଉପରେ ସମୟ ପ୍ରାୟ ୧୨ଟା ହେଲାଣି, ପ୍ରେମିକା କହୁଛି ଚାଲ ଏଥର ଯିବା ଆଜି ବହୁତ ରାତି ହେଇଗଲାଣି ଆମେ କଥା ହେଉଛେ। ମୁଁ ବି ଯିବି ଥକି ଯାଇଛି ଆଜି ପୁରା ଅଫିସର କାମରେ ଯାଇକି ଶୋଇବି। ପୁଣି କାଲି ଗୋଟିଏ ମିଟିଙ୍ଗ ଅଛି। ଅଫିସ୍ ଶୀଘ୍ର ଯିବାର ଅଛି। ତାପରେ ପ୍ରେମିକ କହିଛି ଚାଲ ମୁଁ ତୁମକୁ ପି. ଜି ରେ ଛାଡ଼ି ଦେବି, ଚାଲ କାର ରେ ବସ। ବହୁତ ଡେରି ହୋଇଗଲାଣି, ତମ ମାଲିକ ପୁଣି ତମକୁ ଗାଳି ଦେବ୍। ଏ କଥା ଶୁଣି ପ୍ରେମିକା ହସିଲା ଏବଂ କହିଲା ,ଆରେ ବାବା ମୁଁ କହି ଦେଇଛି ଆଜି ଘରକୁ ଫେରିଲା ବେଳେ ଡେରି ହୋଇଯିବ। ତାପରେ ପ୍ରେମିକ କହିଛି ଆଛା ତମେ ଆଗରୁ ଜାଣିଥିଲ ଯେ ଆଜି ଫେରିବା ଡେରି ହେବ ବୋଲି। ପ୍ରେମିକା କହିଛି ଦେଖ ସେହି ସୁନ୍ଦର ଜହ୍ନ କୁ କଣ କିଛି ମନେ ପଡ଼ିଲା, ପ୍ରେମିକ କହିଲା ନାହିଁତ ମୋର କିଛି ମାନେ ପଡୁ ନାହିଁ। ପ୍ରେମିକା କହିଲା ମୁଁ ଜାଣିଥିଲି ଅଲଗା ପୁରୁଷଙ୍କ ଭଳିଆ ତମେବି ଗୋଟେ ଭୁଲକଡ଼। ରାଗି ଯାଇ ସେ କହିଲା “you all boys are same in nature.” ଆଜି ପରା ଆମ ସମ୍ପର୍କକୁ ୩ ବର୍ଷ ହେଲା, ପ୍ରେମିକ କହିଲା oh! No ମୁଁ କେମିତି ଭୁଲି ଗଲି ସେଇ ସୁନ୍ଦର ମୁହୂର୍ତ୍ତକୁ ଯେବେ ମୁଁ ପ୍ରଥମେ ସେହି ଜହ୍ନ ରାତିର ଆଲୋକର ତଳେ ଗଛ ମୂଳରେ ତୁମକୁ ପ୍ରଥମ ଥର ତୁମକୁ ଦେଖିଥିଲି, ଦେଖିବା ମାତ୍ରକେ ହିଁ ମୁଁ ତୁମକୁ ଭଲ ପାଇ ବସିଥିଲି। ସେହି ଦିନ ମଧ୍ୟ ଆମେ ସେମିତି ଡେରି ରାତି ଯାଏ ବସି ନିଜ ଜୀବନର ଦୁଃଖ ଭରା କାହାଣୀ ଉଭୟେ ଉଭୟଙ୍କୁ କହିଥିଲୁ। ଆଉ……..
ଆଉ କଣ କୁହ। ପ୍ରେମିକ ହସି ଦେଇ କହିଲା ଛାଡ ସେ ସବୁ କଥାକୁ। ପ୍ରଥମ ଦେଖାରେ ହିଁ ଆମ ଭଙ୍ଗା ହୃଦୟ ଆମ ଭିତରେ ଥିବା ନିଃଶଦ୍ଦ ପ୍ରେମକୁ ସେ ପଢ଼ି ପାରିଥିଲା। ଆଉ ଆମକୁ ବଞ୍ଚିବା ପାଇଁ ନୂଆ ଜୀବନ ଦେଇଥିଲା। ଉଭୟେ ଦୁହେଁ ଦୁହିଁଙ୍କ ମୁହଁକୁ ଦେଖି ଆଖିରୁ ଝରିପଡୁଥିବା ଲୁହ କୁ ପୋଛି ଦେଲେ ଏବଂ ଦୁହେଁ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଲେ। ପ୍ରେମିକ କହିଲା ତମେ ବଡ ଚାଲାକ୍ ଆଗରୁ ସବୁ ଯୋଜନା କରି ଦେଇଛ କିନ୍ତୁ ମତେ କିଛି କହିବ। ପ୍ରେମିକା ହସି ଦେଇ କହିଲା , କିଏ ଅବା ଏହି ସୁନ୍ଦର ମୁହୂର୍ତ୍ତ କୁ ଶୀଘ୍ର ଯିବା ପାଇଁ ଦେବ। ଦୁହେଁ ରାସ୍ତା ସାରା କଥା ହେଇ ହେଇ ପହଞ୍ଚି ଗଲେ। ପ୍ରେମିକ କହିଲା ଆସିଗଲା ତମ ଘର। ଏଥର ବିଦାୟ ଦିଅ। ପ୍ରେମିକା କହୁଛି ଓଃ! ଆସିଗଲା ଘର, ତମ ସହିତ ରହିଲେ କେତେ ଶୀଘ୍ର ସମୟ ପଳାଉଛି କିଛି ଜଣା ପଡୁନାହିଁ। ପ୍ରେମିକ ହସି ଦେଇ କହିଲା ହଉ ହଉ, ଥାଉ ଯାଓ ଏଥର ଶୀଘ୍ର। ମୁଁ ବି ବାହାରେ। ପୁଣି କଲି ଦେଖା ହେବ। ଏତକ କହି ପ୍ରେମିକା ମୁଁ ଆସୁଛି, bye କହି ବିଦାୟ ନେଲା।
ଉଭୟଙ୍କ ଆଖିରେ ନିଦ ନାହିଁ। ସେମାନେ ଦୁହେଁ ଚାହିଁ ବସିଛନ୍ତି ସୁନ୍ଦର ସକାଳକୁ, ଦୁହେଁ ମିଶି ତାଙ୍କ ଜୀବନକୁ ନୂଆ ଭାବରେ ଆରମ୍ଭ କରିବେ। ସକାଳ ହେଲା ପ୍ରେମିକା ଉଠି ଶୀଘ୍ର ଶୀଘ୍ର ରେଡ଼ି ହୋଇ ଅଫିସ୍ ବାହାରିଲା। କାରଣ ତାର ଅଫିସରେ ଗୋଟିଏ ଗୁରୁତ୍ବପର୍ଣ୍ଣ ମିଟିଙ୍ଗ ଥିଲା। ମିଟିଙ୍ଗ ସାରି ଦୁହେଁ ମିଶି ହୋଟେଲ ଯାଇଥାନ୍ତେ। ଏକାଠି ମିଶି ସେମାନେ ଲଞ୍ଚ କରିଥାନ୍ତେ। ପ୍ରେମିକା ତାର କାମରେ ବାହାରିଗଲା।

ସମୟ ଗଡି ଗଡି ଚାଲିଥାଏ, ମିଟିଙ୍ଗ ସମୟରେ ମଧ୍ୟ ପ୍ରେମିକା ବାରମ୍ଭାର ଘଣ୍ଟା ଦେଖୁଥାଏ କେତେ ବେଳେ କାମ ସରିବ ଆଉ ସେ ଯିବ ତାର ପ୍ରେମିକ କୁ ଦେଖା କରିବା ପାଇଁ। ତାର ମିଟିଙ୍ଗ ସରିଗଲା ଏବଂ ସାଙ୍ଗେ ସାଙ୍ଗେ ସେ ତାର ପ୍ରେମିକ କୁ ଫୋନ କଲା। ଏବଂ ହୋଟେଲ ର ଠିକଣା ତାକୁ ମେସେଜ କଲା। ପ୍ରେମିକ ତାର ମେସେଜ ଦେଖି ଖୁସି ହୋଇ ସାଙ୍ଗେ ସାଙ୍ଗେ ବାହାରିଲା। ବାହାରିଲା ବେଳକୁ ତାର ପ୍ରେମିକ ପାଖକୁ ଗୋଟିଏ ଫୋନ ଆସିଲା। ସେହି ଫୋନ ଆଉ କାହାର ନୁହେଁ,ଗୋଟିଏ ଭଲ କମ୍ପାନି ରୁ ଚାକିରୀ ପାଇଁ ଫୋନ ଆସିଥିଲା। ସେ ବହୁତ ଖୁସି ହେଇଗଲା। ତାର ଖୁସି କହିଲେ ନସରେ। କାରଣ ତାର ଚାକିରୀ ହେଇଗଲା। ଏବଂ ସେ ତାର ପ୍ରେମିକା କୁ ମେସେଜ କଲା କହିଲା “ ଆଜିର ଏହି ସୁନ୍ଦର ଦିନରେ ମୁଁ ତମକୁ ଆଉ ଗୋଟିଏ ଖୁସି ଖବର ଦେବି।“ ତାର ମେସେଜ ଦେଖି ପ୍ରେମିକାର ଉତ୍କଣ୍ଠା ଆହୁରି ବଢ଼ିଗଲା। କିଛି ସମୟପରେ ପୁଣି ଥରେ ତାର ପ୍ରେମିକକୁ ଅଫିସ ରୁ ଫୋନ ଆସିଲା ଆଉ ତାର ମ୍ୟାନେଜର କହିଲେ ଯେ ତାକୁ ଯଥା ଶୀଘ୍ର ଆସିବାକୁ। କାରଣ ଅଫିସ ଯାଇ ଶୀଘ୍ର ଶୀଘ୍ର ସବୁ କାଗଜ ପତ୍ର କାମ ସାରି ତାକୁ ଆମେରିକା ଯିବାକୁ ପଡିବ ବୋଲି ତାକୁ ତାର ମ୍ୟାନେଜର କହିଲେ। ଯାହା ସେ ଶୁଣି ବହୁତ୍ ଖୁସି ହୋଇଥିଲା। ଏବଂ ସେ ଦୁଃଖ ପ୍ରକାଶ କରି ଭାଙ୍ଗି ମଧ୍ୟ ପଡ଼ିଥିଲା। କାରଣ ତାକୁ ସେହି ଦିନ ହିଁ ରାତିରେ ଆମେରିକା ଯିବାକୁ ପଡିବ। ତାହା ଶୁଣି ସେ ଭାଙ୍ଗି ପଡ଼ିଥିଲା। ଖୁସି ମଧ୍ୟ ହୋଇଥିଲା ଯେତିକି ଦୁଃଖ ମଧ୍ୟ କରିଥିଲା ସେତିକି। କାରଣ ସେ ତାର ପ୍ରେମିକା କୁ ଦେଇଥିବ କଥା ହୁଏତ ସେ ପୁରା କରି ପାରିବ ନାହିଁ। ସେହି କଥା ଭାବି ସେ ଯଥା ଶୀଘ୍ର ତାର ପ୍ରେମିକା ପାଖକୁ ଗଲା। ରାସ୍ତା ସାରା ସେ ଭାବୁଥାଏ ଯେ, ସେ କେମିତି କହିବ ତାର ପ୍ରେମିକାକୁ। ଯେ ସେ ଦେଇଥିବା କଥାକୁ ସେ ପୁରା କରି ପାରିବ ନାହିଁ, ସେ ପୁରା ଦିନ ତା ପ୍ରେମିକା କୁ ସମୟ ଦେଇ ପାରିବ ନାହିଁ। ସେହି ସବୁ କଥା ଚିନ୍ତା କରି କରି ତାର ଆଖିରେ ଲୁହ ଟଳମଳ। ତାର ପ୍ରେମିକା ତାର ଆଖିର ଲୁହ ଦେଖି ତାକୁ ପଚାରିଲା କଣ ହେଲା ତମର, କଣ ପାଇଁ ତମେ ଏତେ ଦୁଃଖିତ? ତମ ଆଖିରେ ଲୁହ କଣ୍ ପାଇଁ? ଆଉ କଣ ସେ ଖୁସି ଖବର କହିବ ନାହିଁ ମତେ!
ସେ କଥା ଶୁଣି ପ୍ରେମିକ ତାର ପ୍ରେମିକା ର ହାତ ଧରି କହିଲା ମୁଁ ତୁମକୁ ବହୁତ ଭଲ ପାଏ। ଏ କଥା ଶୁଣି ପ୍ରେମିକା କହିଲା ସେଟାତ ମୁଁ ଜଣେ, ହେଲେ କୁହ ଅଲଗା କଥା ଟା କୁହ କଣ ଖୁସି ଖବର। ପ୍ରେମିକ ଲୁହ ପୋଛି କହିଲା ମୋର ଚାକିରୀ ରୁ ଫୋନ ଆସିଗଲା। ଏକଥା ଶୁଣି ପ୍ରେମିକା ଖୁସିରେ ପାଗଳ ହୋଇ ହୋଟେଲ ରେ ଜୋର୍ ସେ ଚିଲେଇ ତାକୁ କୁଣ୍ଢେଇ ପକାଇଲା। କହିଲା ଆରେ! ତମେ ଏତେ ଭଲ ଉପହାର ଦେଲ ଆଜିର ଏହି ବଡ଼ ଦିନରେ ମୁଁ ତୁମ ପାଇଁ ବହୁତ ଖୁସି। ଏକଥା ଶୁଣିବା ପରେ ପ୍ରେମିକ ସାଙ୍ଗେ ସାଙ୍ଗେ ଛିଡ଼ା ହୋଇଗଲ ଆଉ କହିଲା ମତେ ଆଜି ହିଁ ମତେ ଆମେରିକା ଯିବା ପାଇଁ ପଡିବ। ଏତିକି କଥା ଶୁଣି ତାର ପ୍ରେମିକା କିଛି ସମୟ ପାଇଁ ଚୁପ୍ ହୋଇ ରହିଗଲା। ପ୍ରେମିକ ପୁଣି କହିଛି ମୁଁ ଯଦି ଆଜି ଅଫିସ ଯାଇ କାଗଜ ପତ୍ର କାମ ନସାରେ ହୁଏତ ମୁଁ ଏହି ଚାକିରୀ କୁ ମୋ ହାତ ମୁଠାରୁ ଏହାକୁ ସବୁଦିନ ପାଇଁ ହରାଇ ବସିବି। ଏତିକ ଶୁଣିଲା ପରେ ହଠାତ୍ ତାର ହାତରେ ଥିବା କାଚ ପାଣି ଗ୍ଲାସ୍ ଟା ଖସିଗଲା। ତାର ପ୍ରେମିକ ତାକୁ କହିଛି ଆରେ ତମେ ଭାଙ୍ଗି ପଡ଼ ନାହିଁ। ତୁମକୁ ଏମିତି ଦୁଃଖରେ ଦେଖିଲେ ମୁଁ ହୁଏତ ଆଗକୁ ବଢ଼ି ପାରିବି ନାହିଁ। ତମେ ଥରେ ମନେପକାଅ ତମେ ପଚାରି ଥିବା ପ୍ରଶ୍ନ। ଏତକ ଶୁଣିଲା ପରେ ପ୍ରେମିକା ତା ଆଖିର ଲୁହ ପୋଛି ଦେଇ କହିଛି ଆରେ, ଏତ ଖୁସିର ଲୁହ। ତୁମ ଖୁସିରେ ମୋ ଖୁସି। ଏହା ଶୁଣି ପ୍ରେମିକ ମଧ୍ୟ ଖୁସି ହୋଇ ଯାଇଛି। ପ୍ରେମିକା କହିଛି ଚାଲ ଡେରି କର ନାହିଁ ଯଥା ଶୀଘ୍ର ତମେ ଅଫିସ ଯାଇ ସବୁ କାମ ସାର ଆଉ ଜିନିଷପତ୍ର ରେଡ଼ି କର ମୁଁ ତୁମକୁ ଏୟାରପୋର୍ଟ ରେ ଦେଖା କରିବି। ଏକଥା ଶୁଣିଲା ପରେ ପ୍ରେମିକ ଖୁସି ହୋଇ ତାକୁ କୁଣ୍ଢେଇ ପକେଇ କହିଲା ତୁମ ପରି ଜୀବନସାଥୀ ମୁଁ ମୋ ଜୀବନରେ କେବେ ହେଲେ ପାଇବି ନାହିଁ। ମୁଁ ବହୁତ ଭାଗ୍ୟବାନ ଯେ ମୁଁ ତୁମକୁ ମୋର ପ୍ରେମିକା ଭାବରେ ପାଇଛି। ଏବଂ ତାକୁ କ୍ଷମା ମଧ୍ୟ ମାଗିଛି କହିଛି ମତେ କ୍ଷମା କରିଦିଅ ତୁମକୁ ଦେଇଥିବା କଥା ମୁଁ ଆଜି ରଖି ପାରିଲି ନାହିଁ। ଆଜିର ଏହି ବଡ଼ ଦିନରେ ମୁଁ ତମ ସହ ସମୟ ବିତାଇ ପାରିଲି ନାହିଁ। ମତେ କ୍ଷମା କରିଦିଅ। ବୋଲି କହିଛି। ଏକଥା ଶୁଣି ପ୍ରେମିକା କହିଲା ଆରେ! ମୁଁ କଣ ପାଇଁ ରଗିବି ମୁଁ ତା ତୁମଠାରୁ ଆହୁରି ଅଧିକ ଖୁସି ଯେ ଏବେ, ତମେ ମୋ ବାପାଙ୍କୁ ମୋର ହାତ ମାଗି ପାରିବ ବାହାଘର ପାଇଁ। ପ୍ରେମିକ ପ୍ରେମିକା ଦୁହେଁ ହସି ଖୁସିରେ ହୋଟେଲ ରୁ ବାହାରିଲେ। ପ୍ରେମିକ ତାର ଅଫିସ କୁ ଗଲା ତାର ସମସ୍ତ କାଗଜ ପତ୍ର କାମ ସାରିଲା। ଅଫିସ ବାହାରିବା ତାର ପ୍ରେମିକା ତା ପାଇଁ ଜଗିଥିଲା। ପ୍ରେମିକ ର ଘରେ ସମସ୍ତେ ଖୁସି ଥିଲେ ଯେ ସେ ଚାକିରୀ ପାଇଁ ଆମେରିକା ଯିବ। ତାର ବାପା ଏବଂ ମାଆ ତାର ବ୍ୟାଗ୍ ରେ ସବୁ କପଡ଼ା ପତ୍ର ରଖିଦେଲେ ଖାଇବା ଜିନିଷ ମଧ୍ୟ ସବୁ ରଖିଦେଲେ। ତାର ବ୍ୟାଗ୍ ପତ୍ର ନେଇ ତାକୁ ସିଧା ଏୟାରପୋର୍ଟ ରେ ଦେଖା କଲେ। ତାର ପ୍ରେମିକା ପ୍ରଥମ ଥର ପାଇଁ ତାର ପ୍ରେମିକର ଘର ଲୋକଙ୍କୁ ଭେଟି ଥିଲା। ଘର ଲୋକ ତାକୁ ପଚାରି ଥିଲେ କିଏ ଇଏ? ସେ ତାର ପ୍ରେମିକାର ପରିଚୟ ହେଇଥିଲା ଯେ ସେ ହେଇଛି ତାର ଅତି ପ୍ରିୟ ବନ୍ଧୁ ବୋଲି। ସମୟ ଗଡି ଗଡି ଚାଲିଥାଏ ଆଉ ଅନାଉନସ ହେଲା କି ଯେ ତାର ଫ୍ଲାଇଟ୍ ଆଉ କିଛି ସମୟ ପରେ ପହଞ୍ଚିବ। ତାକୁ ଯାଇ ଚେକିଂ କରିବାକୁ ପଡ଼ିବ। ଆଉ ସେ ସମସ୍ତଙ୍କ ଠାରୁ ବିଦାୟ ନେଇଛି। ବାପା ମାଆକୁ ପ୍ରଣାମ କରିଛି ଏବ ତାର ପ୍ରେମିକା କୁ କୁଣ୍ଢେଇ miss you କହି ବିଦାୟ ନେଇଛି। ସମସ୍ତଙ୍କ ପାଇଁ ସେହି ସମୟ ଥିଲା ଅତି ଦୁଃଖଦମୟ ସମୟ। ଅଧିକ କଷ୍ଟ ଥିଲା ତାର ପ୍ରେମିକା ପାଇଁ। କାରଣ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେମାନେ ଦୁହେ ଦୁହିଁଙ୍କ ଠାରୁ ଅଲଗା ରହିଥିଲେ। କେବଳ ଫୋନରେ କଥା ବାର୍ତ୍ତା, ଭିଡିଓ କଲ୍ ରେ ଦେଖା ଏବଂ ମେସେଜ ରେ କଥା ବାର୍ତ୍ତା ହୁଅନ୍ତି। ଏହା ସଂପୂର୍ଣ୍ଣ ରୂପେ ତାଙ୍କ ମାନଙ୍କ ପାଇଁ ଏକ ପ୍ରକାର ନୂତନ ଅନୁଭୂତି ଥିଲା।
ଦେଖୁ ଦେଖୁ ୨ ବର୍ଷ ବିତିଗଲା। ଆଉ ତାଙ୍କ ସମ୍ପର୍କକୁ ୫ ବର୍ଷ। ଯେତେବେଳେ ଦୁହେଁ ସେମାନେ ପରସ୍ପରକୁ ବହୁତ ମନେ ପକାନ୍ତି ଉଭୟେ ଝରକା ପାଖକୁ ଯାଇ ଜହ୍ନ କୁ ଦେଖନ୍ତି। ସେମାନେ ମାନେ ପକାନ୍ତି ତାଙ୍କର ପୁରୁଣା ସ୍ମୃତି ଏବଂ ପଚାରିଥିବା ପ୍ରଶ୍ନ। ଉଭୟ ତାଙ୍କ ଜୀବନରେ ବହୁତ ବ୍ୟସ୍ତ ହୋଇଗଲେ। ଅଫିସ କାମରେ ବ୍ୟସ୍ତ ରହିଲେ। ଉଭୟ ଉଭୟେ କୁ ଅଧିକ ସମୟ ଦେଇ ପାରୁନଥିଲେ ନିଜର ବ୍ୟସ୍ତ ବହୁଳତା ଜୀବନରେ। ସପ୍ତାହରେ ଥରେ ଭିଡିଓ କଲ୍ ରେ କଥା ହୁଅନ୍ତି। କାରଣ ସମୟର ଅଭାବ ଏବଂ କାମ ବହୁତ୍। ସେମାନଙ୍କର ମ୍ୟାନେଜର ଉଭୟଙ୍କ କାମରେ ଏତେ ଖୁସି ଥିଲେ ଯେ ଉଭୟକୁ ଏକା ଦିନରେ ପ୍ରମୋସନ୍ ମିଳିଲା। ଉଭୟେ କମ୍ପାନୀର ମ୍ୟାନେଜର ପଦବୀ ରେ କାର୍ଯ୍ୟରତ ହେଲେ। ଦୁହେଁ ବହୁତ ଖୁସି ଥିଲେ। ସେହିଦିନ ତାଙ୍କ ସମ୍ପର୍କକୁ ୫ ବର୍ଷ ପୁରିଲା। ଆଉ ସେମାନେ ଉଭୟେ ଏକା ଦିନରେ ପ୍ରମୋସନ ପାଇଲେ। ଯାହା ଥିଲା ତାଙ୍କ ଜୀବନର ସବୁଠାରୁ ବଡ଼ ଖୁସିର ଦିନ। ଘରକୁ ଫେରିଲା ପରେ ସେମାନେ ଭିଡିଓ କଲ୍ ରେ ପ୍ରଥମେ ଉଭୟ ଉଭୟେ କୁ ଖୁସି ଖବର ଜଣାଇଲେ ଓ ପରେ ଘର ଲୋକଙ୍କୁ ଜଣାଇଲେ। ସମସ୍ତେ ବହୁତ ଖୁସି ଥିଲେ। ପ୍ରମୋସନ୍ ପାଇବା ପରେ କିଛି ଦିନ ଛୁଟି ନେଇ ପ୍ରେମିକ ଆସିଥାଏ ଭାରତକୁ। ତା ଘର ଲୋକଙ୍କୁ ଦେଖା କରିବା ପାଇଁ। ଆଉ ସେ ସବୁ କଥା କହିବ ତାର ପ୍ରେମିକା ବିଷୟରେ। ଏବଂ ତାର ପ୍ରେମିକା ସହ ଦେଖା କରିବ ଆଉ ସେ ତାର ବାପାକୁ ତାର ପ୍ରେମିକା ର ହାତ ମାଗିବା ତାକୁ ସାତ ଜନ୍ମର ସାଥୀ ବନେଇବା ପାଇଁ। ସେ ଘରେ ପହଞ୍ଚିଛି। ତାର ଘର ବାଙ୍ଗାଲୋର ରେ। ଆଉ ତାର ପ୍ରେମିକା ର ଘର ଭୁବନେଶ୍ୱର ରେ। ପ୍ରେମିକା ମଧ୍ୟ ଛୁଟି ନେଇ ଆସିଛି ଘରକୁ ତାର ପ୍ରମୋସନ୍ ଖବର ଦେବ ଏବଂ ତାର ପ୍ରେମିକ ର କଥା କହିବ।
ଘରେ ପହଞ୍ଚିଲା ପରେ ଘର ଲୋକ ବହୁତ ଖୁସି ହୋଇଛନ୍ତି ତାଙ୍କ ପୁଅ ଏବଂ ଝିଅ କୁ ଦେଖି। ସେମାନେ ତାଙ୍କର ପ୍ରମୋସନ୍ କଥା ଘରେ କହିଛନ୍ତି। ଘର ଲୋକ ବହୁତ ଖୁସି ତାଙ୍କ ସଫଳତାରେ। ଉଭୟେ ଠିକ୍ ସମୟ ପାଇଁ ଅପେକ୍ଷା କରିଛନ୍ତି ଏବଂ ସୁଯୋଗକୁ ଜଗିଛନ୍ତି ନିଜର ମନକଥା ଘରେ କହିବା ପାଇଁ। ଏବଂ ସେମାନେ ଠିକ୍ ସମୟ ପାଇ ନାହାଁନ୍ତି କହିବା ପାଇଁ। କେତେବେଳେ ସମୟ ମିଳେନି ତ ପୁଣି କେତେବେଳେ ସମୟ ମିଳିଲେ ଠିକ୍ ସୁଯୋଗ ମିଳେନି କଥା ହେବା ପାଇଁ। ପ୍ରମୋସନ୍ ପରେ ଉଭୟଙ୍କ ଘରେ ଉଭୟଙ୍କୁ ବାହାଘର ପାଇଁ ବାଧ୍ୟ କରିଛନ୍ତି। ଉଭୟଙ୍କ ବାପା ମାଆ ଉଭୟଙ୍କ ପାଇଁ ଜୀବନସାଥୀ ବାଛି ଦେଇଛନ୍ତି। ପ୍ରେମିକା ତାର ମନକଥା ଘରେ କହି ପାରୁନାହିଁ କାରଣ କାରଣ ବାପା ମାଆ ତାକୁ ବାଧ୍ୟ କରିଛନ୍ତି ବାହା ହେବା ପାଇଁ ଆଉ ସିଏ ବାଛିଥିବା ପୁଅ କୁ ଯାଇ ଦେଖା କରିବା ପାଇଁ ବାଧ୍ୟ କରିଛନ୍ତି। ଯାହାଫଳରେ ସେ ତାର ମନ କଥା ଘରେ କହି ପାରୁନାହିଁ। ପ୍ରେମିକ ଘରେ ମଧ୍ୟ ତାର ବାପା ମାଆ ତାକୁ ବାଧ୍ୟ କରିଛନ୍ତି ବାହା ହେବା ପାଇଁ ଆଉ କହିଛନ୍ତି ଯେ ଆମେ ବାଛିଥିବା ଝିଅ କୁ ତୁ ଯାଇ ଗୋଟେ ଥର ଦେଖା କରେ , ସେ ମନା ମଧ୍ୟ କରିଛି ହେଲେ ସେ ବିଫଳ ହେଇଛି। ତାକୁ ଘର ବାରମ୍ବାର କହିଛନ୍ତି କାରଣ ଝିଅ ଟି ବାଙ୍ଗାଲୋର ରେ ଚାକିରୀ କରେ ସିଏ ବି ଏବେ ଏଠି ଅଛି ତୁ ଯାଇ ଗୋଟେ ଥର ଦେଖା କରେ ବୋଲି ଘର ଲୋକ ତାକୁ କହିଛନ୍ତି।
ପ୍ରେମିକ ଏବଂ ପ୍ରେମିକା ଉଭୟେ ବହୁତ ଚେଷ୍ଟା କରିଛନ୍ତି ଘରେ କହିବା ପାଇଁ ହେଲେ କହି ପାରୁନହାଁନ୍ତି। ସେମାନେ ଘରେ ମନା ମଧ୍ୟ କରିଛନ୍ତି ଯେ ମୁଁ ଏବେ ବାହା ହେବି ନାହିଁ ବୋଲି। ହେଲେ ସବୁ ବିଫଳ। ଝିଅର କଥା ତା ବାପା ମାଆ ଶୁଣିନଥିଲେ ତେଣୁ ସେ ରାଗି ଘରୁ ଆସି ଯାଇଥିଲା ଏବଂ ନିଜକୁ ଅଫିସ କାମରେ ବ୍ୟସ୍ତ ରଖିବା ପାଇଁ ଚେଷ୍ଟା କଲା। ହେଲେ ବାପା ମାଆ ତାକୁ ଫୋନ ରେ ସବୁବେଳେ ଜବର୍ ଜସ୍ତି କଲେ ପିଲା ସହ ଯାଇ ଦେଖା କରିବା ପାଇଁ। କାରଣ ପୁଅ ଘର ବାଙ୍ଗାଲୋର ରେ ଆଉ ପୁଅ ଛୁଟି ନେଇ ଆସିଥାଏ ଘରକୁ। ଉଭୟ ପ୍ରେମିକ ପ୍ରେମିକା ବାହା ହେବା ପାଇଁ ପ୍ରସ୍ତୁତ ନଥିଲେ। ଦୁହେଁ ବହୁତ ଦୁଃଖିତ ଥିଲେ। ଦୁହେଁ ମେସେଜ ରେ ସବୁକଥା କହିଲେ। ସେମାନେ ବହୁତ ଦୁଃଖ ପ୍ରକାଶ କରୁଥିଲେ। କାରଣ ସେମାନଙ୍କ ସମ୍ପର୍କ ମାସେ ବା ଦୁଇ ମାସର ନଥିଲା ୫ ବର୍ଷ ର ସମ୍ପର୍କ। ଯାହାକୁ ଭୁଲି ଆଗକୁ ବଢିବା ବହୁତ କଷ୍ଟ ଥିଲା ଉଭାୟକ ପାଇଁ । ଜଡି ରହିଥିଲା ଅନେକ ସ୍ମୃତି ଯାହାକୁ ଭୁଲିବା ବହୁତ କଷ୍ଟ। ଘର ଲୋକଙ୍କ କଥାରେ ସେମାନେ ବହୁତ କଷ୍ଟରେ ମନ ବଦଳେଇ ଥିଲେ ଦେଖା କରିବା ପାଇଁ। ପ୍ରେମିକ ପ୍ରେମିକା ଉଭୟେ ବହୁତ ଦୁଃଖିତ ଥିଲେ। ସେମାନେ ମନରେ ଭାବୁଥିଲେ ଯେ ଯେତବେଳେ ସେମାନେ ଦେଖା କରିବେ ସବୁ ସତ କଥା କହିଦେବ। ପ୍ରେମିକ ଯେତେବେଳେ ଦେଖା କରିବ ଝିଅ କୁ ସେ ସତ କଥା କହି ଦେବା ବୋଲି ଭାବିଛି ଯେ ସେ ଅନ୍ୟ ଜଣକୁ ଭଲ ପାଏ ଆଉ ତାକୁ ବାହା ହେବା ବୋଲି କଥା ଦେଇଛି, ଠିକ୍ ସେହପରି ପ୍ରେମିକା ମଧ୍ୟ ଭାବିଛ ଯେ ସେ ଯେତେବେଳେ ଦେଖା କରିବ ପୁଅ କୁ ସବୁ ସତ କଥା କହି ଦେବ ଯେ ତମନରେ ଅନ୍ୟ ଜଣେ ପୁରୁଷ ଅଛନ୍ତି। ଏବଂ ସେ କଥା ଦେଇଛି ଯେ ସେ କେବଳ ତାକୁ ହିଁ ବାହା ହେବା। କାରଣ ସେମାନେ ଚାହୁଁ ନଥିଲେ ଯେ ତାଙ୍କର ୫ ବର୍ଷର ସମ୍ପର୍କ ୫ ମିନିଟ୍ ରେ ନଭାଙ୍ଗୁ। ସେମାନେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ନଯାନ୍ତୁ।
ଦୁହେଁ ଘରୁ ବାହାରିଲେ। ହୋଟେଲର ଠିକଣା, ଫୋନ ନମ୍ବର ସବୁ ତାଙ୍କ ପରିବାର ଲୋକ ମେସେଜ କରି ଦେଇଛନ୍ତି। ଦୁହେଁ ବହୁତ ଚେଷ୍ଟା କରିଛନ୍ତି ସମ୍ପର୍କ କରିବା ପାଇଁ ହେଲେ ଦେଖା ହେଇ ପରି ନାହିଁ। କେତେବେଳେ ଫୋନ ଲାଗୁନଥିଲା ତ କେତେବେଳେ ନେଟୱର୍ ଅସୁବିଧା ଯୋଗୁ ଫୋନ ଲାଗୁନଥିଲା। ବହୁତ ଚେଷ୍ଟା ପରେ ଦୁହେଁ ଦୁହିଁଙ୍କୁ ଭେଟି ଛନ୍ତି ଆଉ ସେଠି ସେମାନେ ପସ୍ପର କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପରସ୍ପର ଭେଟିଲେ କଥା ବାର୍ତ୍ତା ହେଲେ ଆଉ ଘର ଲୋକଙ୍କୁ ସାଙ୍ଗେ ସାଙ୍ଗେ ଫୋନ କରି ଖୁସି ଖବର ଦେଲେ ଯେ ସେମାନେ ବାହାଘର ପାଇଁ ରାଜି ହୋଇ ଯାଇଛନ୍ତି। ଘର ଲୋକ ଶୁଣି ବହୁତ ଖୁସି ହୋଇଗଲେ। ଏବଂ ସେମାନଙ୍କୁ ଗୋଟିଏ କଥା ପଚାରିଲେ କହିଲେ ଏବେ ତୁମେ ଦୁହେଁ ବୁଝି ପାରିଲି ତା ଆମେ କଣ ପାଇଁ ତମ କୁ ବାଧ୍ୟ କରୁଥିଲୁ ଦେଖା କରିବା ପାଇଁ। ଉଭୟେ ଯେତେବେଳେ ରାଜି ହୋଇଗଲେ ବାହାଘର ପାଇଁ ଘର ଲୋକ କହିଲେ ଯେତେବେଳେ ସେମାନେ ରାଜି ତା ଆମେ କଣ ପାଇଁ ଡେରି କରିବା ବାହାଘର ପାଇଁ। ଯଥା ଶୀଘ୍ର ସେମାନେ ବାହାଘରର ତାରିଖ ବାହର କଲେ କାରଣ ପୁଅ ବାହାଘର ପରେ ଆମେରିକା ପଳେଇବ। ଉଭୟଙ୍କ ପରିବାର ବର୍ଗ ବହୁତ ଖୁସି। ଦେଖୁ ଦେଖୁ ବାହାଘର ତାରିଖ ପାଖେଇ ଆସିଲା ଆଉ ସେମାନଙ୍କର ବାହାଘର ବଡ ଧୁମ୍ ଧାମରେ ରେ ହେଲା। ପୁଆ ର ସାଙ୍ଗ ମାନେ ସବୁ ଆମେରିକାରୁ ଆସିଥିଲେ। ସେମାନେ ଭାରତୀୟ ବାହାଘର ଏବଂ ବିଧି ଦେଖି ବହୁତ ଖୁସି ହୋଇଥିଲେ ଏବଂ ବାହାଘର ର ଆନନ୍ଦ ମଧ୍ୟ ନେଇଥିଲେ। ବାହାଘର ଅତି ସୁରୁଖୁରରେ ସରିଗଲା। ବାହାଘରର ଏକ ସପ୍ତାହ ପରେ ନବବିବାହିତା ଦମ୍ପତି ସମସ୍ତଙ୍କ ଆଶୀର୍ବାଦ ନେଇ ଆମେରିକା ଗଲେ। ସେଠାରେ ସେମାନେ ବହୁତ ଖୁସି ରେ ଜୀବନ ଯାପନ କଲେ। ଉଭୟେ ସେଠି ଚାକିରୀ କରି ନିଜ ଜୀବନ ଅତିବାହିତ କଲେ। ୫ ବର୍ଷ ର ପ୍ରେମ କାହାଣୀ ଯାହା ର ଅନ୍ତ ଗୋଟିଏ ସୁଖମୟ ଦାମ୍ପତ୍ୟ ଜୀବନ ରୂପରେ ପରିଣତ ହେଲା। ତାଙ୍କର ସେହି ନିଃଶଦ୍ଦ ପ୍ରେମ କାହାଣୀ ଏବଂ ଉଭୟଙ୍କ ପ୍ରତି ଥିବା ସ୍ନେହ, ପ୍ରେମ, ଇତ୍ୟାଦି ର ଫଳ ରୂପେ ଭଗବାନ ତାଙ୍କୁ ଗୋଟିଏ କନ୍ୟା ରତ୍ନଟେ ଦେଲେ। ଯାହା ତାଙ୍କ ଭଲ ପାଇବା ର ପ୍ରତୀକ ଥିଲା।
ହଁ ସେହି ଦାମ୍ପତ୍ୟ ଆଉ କେହି ନୁହନ୍ତି ଜହ୍ନ ରାତି ତଳେ ଭେଟି ଥିବା ସେହି ପ୍ରେମିକ ଆଉ ପ୍ରେମିକା। ଅନୁଜ ଏବଂ ଆରତୀ।
ଭଗବାନର ସୃଷ୍ଟି ମଧ୍ୟ ନିଆରା। ଭଲ ପାଉଥିବା ଦୁଇଟି ବସ୍ତୁ କେତେ ପରୀକ୍ଷା ପରେ ଶେଷରେ ଏକାଠି ହେଲେ। ଭଗବାନ କେବେ ହେଲେ ଦୁଇଟି ଭଲ ପାଇବା ବସ୍ତୁ କୁ ଅଲଗା କରି ପରେ ନହିଁ। କେବଳ ସେମାଙ୍କର ଧର୍ଯ୍ୟ ର ପରୀକ୍ଷା କରେ। ସେହି ଧର୍ଯ୍ୟ ର ପରୀକ୍ଷାରେ ୫ ବର୍ଷ ର ସମ୍ପର୍କ ସ୍ବାମୀ ଏବଂ ସ୍ତ୍ରୀ ରେ ପରିଣତ ହେଲା।
ନାମ ପ୍ରେରଣା ପାତ୍ର
ସ୍ଥାନ ରାଉରକେଲା

 595 total views,  1 views today

7 thoughts on “ନିଶବ୍ଦ ପ୍ରେମ — ପ୍ରେରଣା ପାତ୍ର

  1. ବହୁତ ସୁନ୍ଦର ଲେଖା…. ସମ୍ପର୍କ ରେ ପରିବାର ବିରୋଧ ରେ ବିଦ୍ରୋହ ମନୋବୃତ୍ତି ନ ଥିଲେ…. ପରିବାର ବି ସେଇ ସମ୍ପର୍କ କୁ ସମର୍ଥନ କରି ଥାନ୍ତି…..

  2. ଯେତେ ଯାହା ହେଲେ ବି ଦିଦି ମୋ ଭଉଣୀ ନା ଆଉ କିଏ କି

  3. ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି | ପ୍ରତିଟି ଶବ୍ଦ ହହୃଦୟରୁ ଜୀବନ୍ତ ଯେମିତି ଉପସ୍ଥାପନ ହୋଇଛି | ଜଗନ୍ନାଥ ତୁମ୍ଭର ମଙ୍ଗଳ କରନ୍ତୁ ମା

Leave a Reply

Your email address will not be published. Required fields are marked *