ଗାଁ ଟି ମୋର ଯାଜପୁର
ଗାଁ ଟି ମୋର
ଭାରି ସୁନ୍ଦର
ନାଁ ଟି ତାର
ଯାଜପୁର ।
ଗାଁ କୁ ମୋର
ମା ବିରଜାୟୀ
ସଦା ଆର୍ଶୀବାଦ
କରିଥାଇ ।
ଗାଁ ମାଟି ମୋର
କେତେ ଯେ ଗଢ଼ିଛି
ସୈନିକ,କୃଷକ, ଡାକ୍ତର
ତାର ପାଦ ତଳେ
ଯୋଡ ହସ୍ତ କରି
କରୁଛି ମୁଁ ନମସ୍କାର ।
ଇଚ୍ଛା ହୁଏ ମୋର
ହୋଇ ଯାନ୍ତିକି
ଛୋଟ ନଦୀଟିଏ ପରି
ମୋ ଗାଁ କୁ
ସଜାଇ ଦିଅନ୍ତି
ସବୁ ଜିମାରେ ମୁଁ ଭରି ।
ମୋ ଗାଁ ର
ପ୍ରାକୃତିକ ସୌନ୍ଦର୍ଯ୍ୟ
ଅତି ଆନନ୍ଦ ଦିଏ
ସଭିଙ୍କର ଅଳି ଅଝଟକୁ
କୋଳେଇ ନିଏ ।
ଗାଁ ଟି ମୋର
ଭାରି ସୁନ୍ଦର
ନାଁ ଟି ତାର
ଯାଜପୁର ।
ପ୍ରୀତିମୟୀ ବିଶ୍ୱାଳ,ରାଉରକେଲା
229 total views, 1 views today