March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ନୂଆ ଯୁଗର ଛୁଆ – ଅଶୋକ କୁମାର ପତି

ନୂଆ ଯୁଗର ଛୁଆ

ବ୍ୟଙ୍ଗ ରଚନା

 

ନୂଆ ଯୁଗର ,ଛୁଆରେ ମୁହିଁ

ନୂଆ ଯୁଗର ଛୁଆ,

ନାଆଁକୁ ମାତ୍ର,ଇସ୍କୁଲ୍ ଯାଏ

ଟିଉସନ୍ ମୋ ଥୁଆ।1

 

ପାଠ ପଢାଟା, ହଉନି ସିନା

ଯେତେ ଘୋଷିଲେ ଘରେ,

ଅନ୍ୟ ସବୁଠି, ଧୁରନ୍ଧର ମୁଁ

ବାପାଙ୍କୁ ଟିକେ ଡରେ।2

 

ସକାଳୁ ଉଠି, ମ୍ୟାଗି ଖାଏ ମୁଁ

ଖାଏନା ଏଣୁ ତେଣୁ,

ରୁଟି ପରଟା,ଚୁଡାରେ ଵାନ୍ତି

ନାଆଁ ଟା ଶୁଣୁ ଶୁଣୁ।3

 

ମୋବାଇଲ ଟା, ପାଖରେ ଥିଲେ

ସର୍ବଦା ହୁଏ ଖୁସି,

ଟିଭି ରେଡ଼ିଓ,କିଏ ଶୁଣିବ

ଏତେ ସମୟ ବସି।4

 

ମୋବାଇଲ ଧରି,ଯାଏ ଵାହାରି

ନିରୋଳା ସ୍ଥାନ ଦେଖି,

ସମୟ ମୋଟେ,ଜଣା ପଡେନା

ଆଖି ମୋ ଥାଏ ଲାଖି।5

 

ମୋ ଜେଜେ ଆସି,ବୁଢ଼ା ହେଲେଣି

ମୋବାଇଲ ଜ୍ଞାନ ନାହିଁ,

କଲ୍ ଆସିଲେ, ମୋତେ ଡାକନ୍ତି

ଥିଲେ ମୁଁ ଯାଏ ଧାଇଁ।6

 

ଆଖିକୁ ମୋର,ଭଲ ଦିଶୁନି

ବୋଲି କହିଲି ଯେବେ,

ମୋ ବୋଉ ଯାଇ, ବାପାଙ୍କୁ କହି

ଚଷମା ଦେଲେ ସେଵେ।7

 

ଗାଆଁରେ ଆଉ, କାଟେନା ଚୁଟି

ସହରେ କାଟେ ଯାଇ,

କାନ ଉପରୁ,ଚୁଟିକୁ ପୋଛେ

ମଥାରେ ଅଳ୍ପ ଥାଇ।8

 

ଛିଣ୍ଡା ପେଏଣ୍ଟ୍,ଆଜିକା ଦିନେ

ଫେସନେ ହୁଏ ଗଣା,

ସେଇ ପେଏଣ୍ଟ୍, ପିନ୍ଧି ମୁଁ ଵୁଲେ

ଯେତେ ବି କଲେ ମନା।9

 

ରାତିରେ ପାଠ,ପଢି ବସିଲେ

କୁକୁଡ଼ା ରୋଗ ଧରେ,

ମୋବାଇଲ ଧରି,ଖେଳିଲେ ଖେଳ

ଜାଣେନା ରାତି ସରେ।10

 

ଅଶୋକ କୁମାର ପତି,

ଦହିଗାଁ

 

 174 total views,  1 views today

Leave a Reply

Your email address will not be published. Required fields are marked *