ମା’ତୁମେ ମମତାର ସାଗର
ମାଆ ଶବଦଟି ମଧୁର ସେ ଅତି
ଅମୃତ ନୁହେ ସମାନ
କେତେ ଦୁଃଖ ସହି ଜନମକୁ ଦେଇ
କରେ ଲାଳନ ପାଳନ।
ସନ୍ତାନର ପାଇଁ ଜୀବନକୁ ସେହି
ବାଜିରେ ଲଗାଇ ଦେଇ
ସାଜି ରଣଚଣ୍ଡି ମୋଡ଼ି ମୁଣ୍ଡ ଗଣ୍ଡି
ସଂହାର କରଇ ସେହି।
ବୁଝିପାରେ ଦୁଃଖ ସୁଖିଥିଲେ ମୁଖ
ତା କୋଳେ ବସାଇ ଦେଇ
ସାଉଁଟି ମୁଣ୍ଡକୁ ଚୁମ୍ବିଣ ମୁଖକୁ
ପଣତରେ ଢାଙ୍କିଦେଇ।
ମାଆର ମମତା ସୀମାହୀନ ସେତ
ରକ୍ଷା କବଚ ଅଟଇ
ଚଉଦ ଭୁବନେ ତାହାପରି ଜଣେ
କେଉଁଠେ ପାଇବ ନାହିଁ।
ସଂସାରରେ ସବୁ ପାଇପାରୁ ବାବୁ
ମାଆଟେ ପାଇବୁ ନାହିଁ
ଯଦି କେବେ ମିଳେ ଉପମାତା ଛଳେ
ରହିପାରେ ସାଥେ ସେହି।
ଗର୍ଭଧାରୀ ପରି ହୋଇ ସେ ନପାରି
ଏକଥା ନଭୁଲ କେହି
ଗର୍ଭଧାରୀ ଯେହି ତୁଳନା ତା ନାହିଁ
ସଦା ବନ୍ଦନୀୟା ସେହି।
ଋଣ ଜୀବନର ସବୁ ସୁଝିପାର
ସୁଝିନୁହେ ମାତୃଋଣ
ଜୀବନ କାଳରେ ତାହାରି ସେବାରେ
ବିତାଇ ଦିଅ ଜୀବନ।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
୯୭୭୬୪୮୬୬୨୮