ମୋର ପ୍ରଥମ କବିତା “ସ୍ବପ୍ନ”
********************
❤️❤️❤️❤️❤️❤️❤️
ସୂର୍ଯ୍ୟ ଚାଲିଯାଏ ପଶ୍ଚିମ ଆକାଶେ
ସଞ୍ଜ ଆସେ ନଇଁ ନଇଁ,
ଆଖି ସାଜିଥାଏ ସତେକି ଚାତକ
ଚାହିଁ ରହେ ସ୍ବପ୍ନ ପାଇଁ।
ରଜନୀ ଗ୍ରାସିଲା ସାରା ସଂସାରକୁ
ତାରା ମେଳେ ଚାନ୍ଦ ହସେ,
ସ୍ବପ୍ନ ଚାଲିଆସେ ନିଦ ପାଲିଙ୍କିରେ
ଆଖି ପାଶେ ହସି ବସେ।
ଆଖି କହିଦିଏ ସ୍ୱପ୍ନକୁ ଅନାଇ
ବିଳମ୍ବେ ଆସିଲ ଏତେ,
ସଜେଇବି ବୋଲି ଆଖି ସାରା ମୋର
ଅପେକ୍ଷା କରିଛି କେତେ ??
ସ୍ବପ୍ନ ହସିଦିଏ ମୁରୁକି ମୁରୁକି
ଆଖିର କୋଣରେ ରହି,
କୁହେ ମୁଁ ସ୍ବପ୍ନଟି ଭାରି ମିଠା ତୁମେ
ସୌଦାଗର ଯାଅ ହୋଇ।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା