ରାମ ନାମ ରସାମୃତ
*********************
ହେ ପୁରୁଷୋତ୍ତମ
ରଘୁପତି ରାମ
ତୁମ୍ଭ ପୟରେ ପ୍ରଣତି
ତୁମ୍ଭ ନାମ ଜପି
ଭକ୍ତ ହନୁମାନ
ମହାବଳୀ ରୂପେ ଖ୍ୟାତି।
ହେ ରଘୁନନ୍ଦନ
କୌଶଲ୍ୟା ନନ୍ଦନ
ପ୍ରଜାବତ୍ସଳ ନୃପତି
ଦଶରଥ ସୁତ
ରାମ ଜ୍ୟେଷ୍ଠ ପୁତ୍ର
ରଘୁବଂଶ ସୀତାପତି ।
ସତ୍ୟର ପୂଝାରୀ
ଅସୁର ସଂହାରି
ଜଗତପାଳକ ହରି
ପିତୃସତ୍ୟ ପାଇଁ
ଚତୁର୍ଦ୍ଦଶ କାଳ
ବନବାସ ଅନୁସରି ।
ତୁମ୍ଭ ପିତୃଭକ୍ତି
ଲଭି ଗତିମୁକ୍ତି
ଭାତୃଭକ୍ତି ଅନୁଭବି
ନାମ ଜପି ଧ୍ଯାନ
ଦିବ୍ୟ ଦରଶନ
ଦିବ୍ୟ ଜ୍ଞାନ ସଦା ଲଭି ।
ଅଯୋଧ୍ୟା ନରେଶ
ଆହେ ବୈଦେହୀଶ
ପାଷାଣୀ ଅହଲ୍ୟା ମୁକ୍ତ
ରାବଣ ନିଧନ
ରାଜା ବିଭୀଷଣ
ଲଙ୍କା ଗଡେ ଅଭିଷିକ୍ତ।
ରାଘବ ଭକତ
ବିଜ୍ଞାନୀ କୈବର୍ତ୍ତ
ପ୍ରଭୁ ପାଦ ଧୈତ କରି
ପୂଣ୍ୟ ଅରଜଇ
ଅହୋଭାଗ୍ଯ ଲଭି
ଧନ୍ୟ ହେଲା ସେବା କରି।
ରାମ ନାମ ରସ
ହୃଦେ ଅଭିଳାଷ
ରସାମୃତ ପାନ କରି
ମାନବ ଜନମୁ
ମୁକତି ପାଇଁ କି
ଆତ୍ମ ନିବେଦନ ସ୍ମରି।
ପ୍ରସନ୍ନ ବଦନେ
ପ୍ରସନ୍ନତା ମନେ
ରାମ ନାମ ହୃଦେ ଧରି
ଶ୍ରୀରାମ ନବମୀ
ପବିତ୍ର ନମାମି
ପ୍ରଭୁ ପାଦପଦ୍ମେ ବରି।
————————————-
ପ୍ରସନ୍ନ କୁମାର ମେହେର
ଦିଗଶିରା,ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ବହୁତ୍ ସୁନ୍ଦର ସୃଷ୍ଟି, ଜୟ ଜୟ ଶ୍ରୀରାମ